ଜୀବନଚର୍ଯ୍ୟା |

ପାଦରେ ଫୋଟକା ହେଉଥିଲେ...

ପାଦରେ ଫୋଟକା  ହେଉଥିଲେ...
ଟାଇଟ୍‌ ଜୋତା ପିନ୍ଧିବା, ଅଧିକ ଚାଲିବା, ଷ୍ଟାଇଲ ପାଇଁ ବାରମ୍ବାର ନୂଆ ଜୋତା ବଦଳାଇବା  ଆଦି ବିଭିନ୍ନ କାରଣରୁ ଅନେକ ଯୁବତୀଯୁବକଙ୍କଠାରେ ପାଦରେ ଫୋଟକା ହେଉଥିବା ଦେଖାଦେଇଥାଏ। ଏହା ପରବର୍ତ୍ତୀ ସମୟରେ ଜୋତା ପିନ୍ଧିବାରେ, ଚାଲିବାରେ ଖୁବ୍‌ କଷ୍ଟ ଦେଇଥାଏ। କେହି କେହି ଶୀଘ୍ର ଭଲ ହୋଇଯିବା ଲାଗି ଏହାକୁ ଫଟାଇବା ଯୋଗୁ ତାହା ଇନ୍‌ଫେକ୍ସନ ହୋଇ ଜଟିଳ ରୂପ ନେଇଥାଏ। ତେଣୁ ପାଦରେ ଫୋଟକା ହେଉଥିଲେ ଏହାକୁ  ଭଲ କରିବା ଲାଗି ଫଟାଇବା କିମ୍ବା ଖଣ୍ଡିଆ କରିବା ପରିବର୍ତ୍ତେ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ବ୍ୟବହାର କରନ୍ତୁ ନଚେତ୍‌ କେତୋଟି ଘରୋଇ ଉପଚାର ବି ଆପଣାଇ ପାରିବେ...
ଘିକୁଆଁରୀ: ଯଦି ଆପଣଙ୍କ ପାଦରେ ଫୋଟକା ହୋଇଛି ଏବଂ ଜୋତା ପିନ୍ଧିବାରେ କିମ୍ବା ଚାଲିବାରେ କଷ୍ଟ ହେଉଛି ତେବେ ଉକ୍ତ ସ୍ଥାନରେ ଘିକୁଆଁରୀ ରସ ବା ଜେଲ୍‌ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଅନେକ ପ୍ରକାର ସମସ୍ୟାର ସମାଧାନ ଲାଗି ଘିକୁଆଁରୀ ଏକ ଭଲ ଔଷଧ। ଏହାର ଥଣ୍ଡା ଏବଂ ଆରୋଗ୍ୟ ଗୁଣ ଫୋଟକାରେ ହେଉଥିବା ଜଳାପୋଡ଼ା କଷ୍ଟ ସହ ଫୁଲା କମାଇବାରେ ସାହାଯ୍ୟ କରିଥାଏ। ଏହାକୁ ଲଗାଇବା ସମୟରେ ଅଳ୍ପ ପୋଡିବା ଏବଂ କୁଣ୍ଡାଇହେବା ଭଳି ଅନୁଭବ ହୋଇଥାଏ, ହେଲେ ଏଥିରେ ବ୍ୟସ୍ତ ହେବାର କାରଣ ନାହିଁ। ଦିନକୁ ଦୁଇଥର ଏହି ଜେଲ୍‌ ଫୋଟକା ଉପରେ ଲଗାନ୍ତୁ ଏବଂ ଶୁଖିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଗ୍ରୀନ୍‌ ଟି: ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍‌ ଫୋଟକାର କଷ୍ଟ ଏବଂ ଫୁଲା କମାଇଥାଏ। ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ଫୋଟକା ସ୍ଥାନରେ ହେଉଥିବା ପୋଡ଼ାଜଳା କମ୍‌ କରେ। ଏକ ଗ୍ରୀନ୍‌ଟି ବ୍ୟାଗ୍‌କୁ ଗରମପାଣିରେ ବୁଡାନ୍ତୁ ଏବଂ ସେଥିରେ ସାମାନ୍ୟ ବେକିଂ ସୋଡା ପକାନ୍ତୁ। ଥଣ୍ଡା ହେବା ପରେ ଫୋଟକା ଉପରେ ଟି ବ୍ୟାଗକୁ ଲଗାଇ କିଛି ସମୟ ରଖନ୍ତୁ।  ବେକିଂ ସୋଡ଼ାରେ ଥିବା ଆଣ୍ଟିସେଫ୍ଟିକ ଗୁଣ  ଇନ୍‌ଫେକ୍ସନ୍‌ ହେବାକୁ ଦେଇ ନ ଥାଏ।   
ଆପଲ୍‌ ସାଇଡର ଭିନେଗାର: ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରି ଏବଂ ଅନ୍ୟାନ୍ୟ ଉପାଦାନ ଫୋଟକାର କଷ୍ଟ ଏବଂ ଫୁଲା କମାଇବା ସହିତ ଇନ୍‌ଫେକ୍ସନର ଆଶଙ୍କା ଦୂର କରିଥାଏ। ତୁଳାରେ ଅଳ୍ପ ଆପଲ୍‌ ସାଇଡର ଭିନେଗାର ଆଣି ଫୋଟକା ଉପରେ ଲଗାନ୍ତୁ ଏବଂ କିଛି ସମୟ ରଖିବା ପରେ ଧୋଇଦିଅନ୍ତୁ। ଯଦିଓ ଏହାକୁ ଲଗାଇବା ସମୟରେ ଖୁବ୍‌ ପୋଡ଼ିଥାଏ ହେଲେ ଶୀଘ୍ର ଉପଶମ ମଧ୍ୟ ମିଳିଥାଏ।
ଜଡ଼ାତେଲ: ଅନେକ ସମୟରେ ଦେଖାଯାଏ, ଫୋଟକା ରହିଯିବା କାରଣରୁ ଧୀରେ ଧୀରେ ଟାଣ ହୋଇ ଲାଲ୍‌ ପଡି ଦରଜ ଏବଂ କୁଣ୍ଡାଇ ହେବା ଭଳି ସମସ୍ୟା ସୃଷ୍ଟିକରେ, ଯାହାକି ବେଶି କଷ୍ଟ ଦେଇଥାଏ। ଏହାକୁ ଦୂରକରିବା ଲାଗି ସବୁଠୁ ସହଜ ଏବଂ ସରଳ ଘରୋଇ ଉପଚାର ହେଉଛି ଜଡାତେଲ। ଏହାକୁ ରାତିରେ ଫୋଟକା ଉପରେ ଲଗାଇ ଶୋଇପଡନ୍ତୁ, ଦେଖିବେ ସକାଳେ କେତେ ଆରାମ ଲାଗିବ। ଦିନକୁ ୨-୩ ଥର ବ୍ୟବହାର କଲେ ଅଧିକ ଉପକୃତ ହୋଇପାରିବେ।
- ଏସବୁ ବ୍ୟତୀତ ସୋରିଷ ତେଲ, ପେଟ୍ରୋଲିୟମ୍‌ ଜେଲି ଆଦି ବି ଫୋଟକା ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।
All Right Reserved By

ଜୀବନଚର୍ଯ୍ୟା |

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ଶରୀର ପାଇଁ ବିଶ୍ରାମ ନିହାତି ଆବଶ୍ୟକ। ଅତିବେଶିରେ ରାତିରେ ୬-୭ ଘଣ୍ଟା ବିଶ୍ରାମ ନେବା ଶରୀର ପାଇଁ ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହାସହ ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ବ୍ୟକ୍ତିଙ୍କଠାରେ ଶାରୀରିକ ସମସ୍ୟା ଖୁବ୍‌କମ ଦେଖାଯାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।

ଏପରି ପିଅନ୍ତୁନି ପାଣି

ଏପରି ପିଅନ୍ତୁନି ପାଣି

ପାଣି ମଣିଷ ଶରୀର ପାଇଁ ଅତି  ଜରୁରୀ । ଶରୀରରେ ପାଣିର ପରିମାଣ ଠିକ୍‌ ନ ରହିଲେ ସ୍ବାସ୍ଥ୍ୟକ୍ଷେତ୍ରରେ ସୃଷ୍ଟି ହୋଇଥାଏ ନାନା ସମସ୍ୟା।

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଆଜିକାଲି ସମୟରେ ମୋବାଇଲ୍‌ ଫୋନ୍‌ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ଅବିଚ୍ଛେଦିୟ ଅଙ୍ଗ ପାଲଟିଛି କହିଲେ ଚଳେ। ଫୋନ୍‌ଠାରୁ ଗୋଟେ ମୁହୁର୍ତ୍ତ ଅଲଗା ହେବା କଷ୍ଟକର ବ୍ୟାପାର। ଯେକୌଣସି କାମ କରୁଥାଉ ନା କାହିଁକି, ଫୋନ୍‌କୁ ସାଙ୍ଗରେ ନେଇକରି ଯିବା ଅନେକଙ୍କ ପସନ୍ଦ। ଅନେକ ଲୋକ  ଫୋନ୍‌କୁ ଟୟଲେଟ ବା ଶୌଚାଳୟକୁ ନେଇ ଯାଇଥାନ୍ତି। 

ଖାଇବା ସମୟରେ ପାଣି ପିଇବା ହିତକର

ଖାଇବା ସମୟରେ ପାଣି ପିଇବା ହିତକର

ଅନେକ କୁହନ୍ତି ଖାଇବା ସମୟରେ ପାଣି ପିଇବା ଅନୁଚିତ। ଏହାଦ୍ୱାରା ସ୍ବାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ମାତ୍ର ଏହା ଭୁଲ। ଖାଇବା ମଝିରେ ମଝିରେ ପାଣି ପିଇବା ଲାଭଦାୟକ। ଏହାଦ୍ୱାରା ଖାଦ୍ୟ ଶିଘ୍ର ହଜମ ହୋଇଥାଏ। ତେଣୁ ଖାଇବା ସମୟରେ ପାଣି ପିଇବା ଦରକାର। ଏହା ଶରୀରକୁ ସତେଜ ମଧ୍ୟ ରଖିଥାଏ। 

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି  ସହଜ ଉପାୟ

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି ସହଜ ଉପାୟ

ପରିବର୍ତ୍ତିତ ଜୀବନଶ୍ରେଳୀରେ ଏବେ ପ୍ରାୟତଃ କେତେକ ମହିଳାଙ୍କଠାରେ ବନ୍ଧ୍ୟାଦୋଷ ଦେଖାଯାଉଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। 

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ମଣିଷ ତଥାକଥିତ ପ୍ରଗତି ପଛରେ ଅନ୍ଧ ଭାବେ ଧାଇଁବା ଏବଂ ଯନ୍ତ୍ର ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେବାର ପରିଣାମ ସ୍ବରୂପ ବଢ଼ିଚାଲିଥିବା ସବୁଜଗୃହ ବାଷ୍ପର ନିର୍ଗମନ ହେତୁ ଘଟୁଥିବା ଜାଗତିକ ଉଷ୍ମତା ବୃଦ୍ଧିର ଭୌତିକ ଜଗତ ଉପରେ ପଡୁଛି ଅତି ବ୍ୟାପକ ପ୍ରଭାବ।

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

”ଜ୍ୱର, ଶରୀରରେ ତାପମାତ୍ରା ବୃଦ୍ଧି, ମୁଣ୍ଡ ବିନ୍ଧା, ଆଖି ପଛପଟ ବ୍ୟଥା, ବାନ୍ତି ଲାଗିବା, ଗଣ୍ଠି ବ୍ୟଥା, ମାଂସପେଶୀ ବ୍ୟଥା, ଶରୀରରେ ଲାଲ ଲାଲ ଚକଡା ଦେଖାଦେବା, ଦୁର୍ବଳ ଲାଗିବା, ପାଦ ତଳ ଭାଗ କୁଣ୍ଡାଇ ହେବା ଆଦିକୁ ଡେଙ୍ଗୁର ଲକ୍ଷଣ ଭାବରେ ନିଆଯାଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ରକ୍ତରେ ପ୍ଲେଟଲେଟ୍‌ ପରିମାଣ ଏକଲକ୍ଷରୁ ୪.୫ ଲକ୍ଷ ଥିବା ବେଳେ ଏହା ୪-୫ ହଜାରକୁ କମି ଆସେ।  ରୋଗୀର ନାକ, ମୁହଁ, ତ୍ୱଚା, ପରିସ୍ରାଦ୍ୱାର ଦେଇ ରକ୍ତ କ୍ଷରଣ ହୋଇଥାଏ।’

ବୁଦ୍ଧିମତ୍ତାକୁ  ପ୍ରଭାବିତ କରେ  ଅତ୍ୟଧିକ ଧୂମପାନ

ବୁଦ୍ଧିମତ୍ତାକୁ ପ୍ରଭାବିତ କରେ ଅତ୍ୟଧିକ ଧୂମପାନ

ଧୂମପାନର କୁପ୍ରଭାବ ଶରୀର ଉପରେ ପଡୁଛି ବୋଲି ଜାଣି ମଧ୍ୟ ଅନେକେ ଏହାକୁ ଅଭ୍ୟାସରେ ପରିଣତ କରିଥାଆନ୍ତି। ପରବର୍ତ୍ତୀ ସମୟରେ ଏହା କବଳରୁ ମୁକୁଳିବା କଷ୍ଟକର ହୋଇଥାଏ। 

କିଡ୍‌ନୀ : କିଛି କଥା

କିଡ୍‌ନୀ : କିଛି କଥା

ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ କିଡ୍‌ନୀ ଅନ୍ୟତମ। ଏଥିରେ କିଛି ସମସ୍ୟା ଦେଖାଦେଲେ ତାହାକୁ ଅବହେଳା କରିବା ଉଚିତ ନୁହେଁ। ଶରୀର ଭିତରେ ପ୍ରବାହିତ ହେଉଥିବା ରକ୍ତକୁ କିଡ୍‌ନୀ ବିଶୋଧନ କରି ସେଥିରୁ ବିଷାକ୍ତ ତତ୍ତ୍ୱକୁ  ନିଷ୍କାସନ କରିଥାଏ। ତେବେ ଏଥିରେ କିଛି ସମସ୍ୟା ଦେଖାଦେଲେ ଜାଣିବେ କିପରି ? 

ବର୍ଷାଦିନେ ସକ୍ରିୟ ରହିବ ପାଚନକ୍ରିୟା

ବର୍ଷାଦିନେ ସକ୍ରିୟ ରହିବ ପାଚନକ୍ରିୟା

ସନ୍ତୁଳିତ ତଥା ପୋଷକତତ୍ତ୍ୱଯୁକ୍ତ ଖାଦ୍ୟ ଖାଆନ୍ତୁ।

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। ପ୍ରତିଦିନ ନୀଳଗିରି ତେଲ ମୁଣ୍ଡରେ ମାଲିସ କଲେ ବିନ୍ଧାରୁ ମିଳିଥାଏ ମୁକ୍ତି।

ପ୍ରଥମ ଥର ପାଇଁ ମା’ହୋଇଛନ୍ତି କି.. ଜାଣନ୍ତୁ କିପରି ନେବେ ପିଲାର ଯତ୍ନ

ପ୍ରଥମ ଥର ପାଇଁ ମା’ହୋଇଛନ୍ତି କି.. ଜାଣନ୍ତୁ କିପରି ନେବେ ପିଲାର ଯତ୍ନ

କୁହାଯାଏ ସନ୍ତାନ ଜନ୍ମ ପରେ ନାରୀଟିଏ ପୂର୍ଣ୍ଣତ୍ୱ ଲାଭ କରେ। ନାରୀକୁ ଯେତେବେଳେ ତା’ର ସନ୍ତାନ ମା’ ବୋଲି ଡ଼ାକିଥାଏ, ସେତେବେଳେ ସେ ସବୁଠୁ ବେଶି ଖୁସି ହୋଇଥାଏ। ମା’ ଡାକରେ ଅବ୍ୟକ୍ତ ଆନନ୍ଦ ଭରି ରହିଥାଏ। ତେବେ ମା’ ଡାକ ଶୁଣିବା ଯେତିକି ସହଜ ହୋଇଥାଏ ଶିଶୁଟିର ଯତ୍ନ ନେଇ ତାକୁ ବଡ଼ କରିବା କିନ୍ତୁ ଅନେକ କଷ୍ଟ ହୋଇଥାଏ। ଯେଉଁମାନେ ପ୍ରଥମ ଥର ପାଇଁ ମା’ ହୋଇଥାନ୍ତି ସେମାନେ ସନ୍ତାନର ଲାଳନପାଳନକୁ ନେଇ ସବୁଠୁ ବେଶି ଚିନ୍ତିତ ଥାନ୍ତି।