ବାଣିଜ୍ୟ |

ଚ୍ୟାଲେଞ୍ଜିଂ ହେବ ଭବିଷ୍ୟତର ଟୁହ୍ବିଲର୍ସ ବଜାର

ଚ୍ୟାଲେଞ୍ଜିଂ ହେବ ଭବିଷ୍ୟତର ଟୁହ୍ବିଲର୍ସ ବଜାର
ଦୁଇ ଚକିଆ ଯାନ ବଜାରରେ ପତିଆରା ହାସଲ ଲାଗି ଦେଶର ବିଭିନ୍ନ କମ୍ପାନୀ ସେମାନଙ୍କ କୌଶଳରେ ଅନେକ ପରିବର୍ତ୍ତନ ଆଣୁଥିବା ଦେଖାଯାଉଛି। ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବା ପାଇଁ ଉନ୍ନତ ଉତ୍ପାଦ, ମାର୍କେଟିଂ, ସର୍ଭିସ ସହ ସ୍ବତନ୍ତ୍ର  ଯୋଜନା ଉପରେ କମ୍ପାନୀଗୁଡିକ କାର୍ଯ୍ୟ କରୁଛନ୍ତି। ଦୁଇ ଚକିଆ ଯାନର ପ୍ରମୁଖ କମ୍ପାନୀ ‘ହିରୋ ମୋଟୋକର୍ପ’ ଉକ୍ତ କ୍ଷେତ୍ରରେ ଏକ ଅନ୍ୟତମ ଲୋକପ୍ରିୟ ବ୍ରାଣ୍ଡ୍‌। ଘରୋଇ ବଜାରରେ ପ୍ରମୁଖ ସ୍ଥାନରେ ଥିବା ଉକ୍ତ କମ୍ପାନୀ ଦେଶର ବିଭିନ୍ନ ସ୍ଥାନରେ ଡିଲରଶିପ୍‌ ଓ ଶୋ’ରୁମଗୁଡିକରେ ଏହାର ନିରନ୍ତର ସେବା ଯୋଗାଣ ଧାରା ଜାରି ରଖିଛି। ଏହି ଧାରାରେ ସାମିଲ ହୋଇ ୨୦୧୧ ପରଠାରୁ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ‘ରୋହନ ହିରୋ’ ଡିଲରଶିପ ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣ ଦିଗରେ କାର୍ଯ୍ୟ କରୁଛି। ଏହାର ପରିଚାଳନା ନିର୍ଦ୍ଦେଶକ ରାଜୀବ ଦୁବେ ‘ଧରିତ୍ରୀ’କୁ ଦେଇଥିବା ସାକ୍ଷାତକାର କିୟଦଂଶ....
୧-ଓଡିଶାରେ ଦୁଇ ଚକିଆ ଯାନ ବଜାରର ସ୍ଥିତି କିଭଳି ରହିଛି?
- ଓଡିଶା ଦେଶର ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ଦୁଇ ଚକିଆ ଯାନ ବଜାର । ଏଠାରେ ବାର୍ଷିକ ୭ ଲକ୍ଷ ୟୁନିଟ୍‌ ଦୁଇ ଚକିଆ ଯାନ ବିକ୍ରି ହେଉଛି। ଏହା ମଧ୍ୟରେ ହିରୋ ମୋଟୋକର୍ପ ୩.୭୫ ଲକ୍ଷ ୟୁନିଟରୁ ଉର୍ଦ୍ଧ୍ୱ ଯାନ ବିକ୍ରି କରୁଛି। ଏଠାରେ କମ୍ପାନୀର ବଜାର ଅଂଶ ୫୫.୫% ରହିଛି। ମୋଟ୍‌ ଉପରେ କହିବାକୁ ଗଲେ ଓଡିଶାର ୨ ଚକିଆ ଯାନ ବଜାର ବାର୍ଷିକ ୪ ହଜାର କୋଟି ଟଙ୍କା ରହିଛି।  ଭୁବନେଶ୍ୱରରେ ବାର୍ଷିକ ୭୫ ହଜାର ଯାନ ବିକ୍ରି ହେଉଥିବା ବେଳେ ହିରୋର ୩୮ ହଜାରରୁ ଅଧିକ ଯାନ ବିକ୍ରି ହେଉଛି। ଏଠାକାର ବିିଭିନ୍ନ ଡିଲରଶିପଗୁଡିକରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ୨ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି। ସେହିଭଳି ସରକାର ଉକ୍ତ ଶିଳ୍ପଗୁଡିକରୁ ପରୋକ୍ଷ ତଥା ପ୍ରତ୍ୟକ୍ଷ ଟିକସ ବାବଦକୁ ୫୦୦ କୋଟି ଟଙ୍କାର ରାଜସ୍ବ ପାଉଛନ୍ତି।
୨-ଟୁହ୍ବିଲର୍ସ ଡିଲରଶିପକୁ କେବେ ପ୍ରବେଶ କରିଲେ?
- ପରିବାରର ପୂର୍ବପୀଢି କେହି ବ୍ୟବସାୟରେ ନ ଥିଲେ। ବାପା ସରକାରୀ ଚାକିରୀରେ ଥିଲେ। ଆଗ୍ରାରେ ଜନ୍ମ ହୋଇଥିଲେ ମଧ୍ୟ ଦିଲ୍ଲୀରେ ପାଠପଢା । ଏମ୍‌ବିଏ ପରେ ୧୯୮୪ରେ ଚାକିରି କ୍ଷେତ୍ରକୁ ପ୍ରବେଶ କରିଥିଲି। ହର୍ଲିକ୍ସ, ନେସଲେ, ସିଏଟ୍‌ ଏବଂ ଜି କ୍ୟାପିଟାଲ ଭଳି ପ୍ରମୁଖ କମ୍ପାନୀରେ କାର୍ଯ୍ୟ ଅଭିଜ୍ଞତା ରହିଛି। ୧୯୯୧ରେ ଓଡିଶାରେ ଫାଇନାନ୍ସ ବାଣିଜ୍ୟରେ ପ୍ରବେଶ କରିବା ସହ ୧୯୯୩ ଟିମ୍‌ ଫାଇନାନ୍ସ ନାମରେ ଏକ କମ୍ପାନୀ ସ୍ଥାପନ କରିଥିଲି। ୧୯୯୩ ପରଠାରୁ ସମ୍ବଲପୁରରେ ହିରୋହୋଣ୍ଡା କମ୍ପାନୀ ସହ ପ୍ରଥମେ ଯୋଡି ହୋଇଥିଲୁ। ଓଡିଶାରେ ହିରୋ ବାଇକ ପ୍ରତି ରହିଥିବା ଚାହିଦାକୁ ଧ୍ୟାନରେ ରଖି ଦୁଇ ଚକିଆ ଡିଲରଶିପ୍‌ ବ୍ୟବସାୟକୁ ପ୍ରବେଶ କରିଥିଲୁ।
୩-‘ରୋହନ ହିରୋ’ ଡିଲରଶିପର  ଯାତ୍ରା ସମ୍ପର୍କରେ କଣ କହିବେ?
- ଦୁଇ ଚକିଆ ଡିଲରଶିପ ବାଣିଜ୍ୟ କ୍ଷେତ୍ରରେ ବର୍ତ୍ତମାନ ଆମେ ୧୫ ବର୍ଷର ପୂର୍ତ୍ତି ପାଳନ କରୁଛୁ। ପୂର୍ବରୁ ‘ରୋହନ ଅଟୋ ରାଇଡର୍ସ’ନାମରେ ଥିବା ଶୋ’ରୁମ ୨୦୧୧ରେ ‘ରୋହନ ହିରୋ’ ଭାବେ ପରିଗଣିତ ହେଲା। ଏହି ସମୟ ମଧ୍ୟରେ ଆମେ ୨.୫ ଲକ୍ଷ ଗ୍ରାହକଙ୍କ ସହ ଯୋଡି ହୋଇଛୁ। ୨୦୦୮ ଠାରୁ  ୨୦୧୨ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ଜୋନ୍‌ରେ ପ୍ରମୁଖ ଡିଲରଶିପ ମାନ୍ୟତା ଲାଭ କରିଥିଲୁ। ସେହିଭଳି ଦେଶର ପ୍ରମୁଖ ୧୦ ଡିଲରଶିପ ମଧ୍ୟରେ ମଧ୍ୟ ଆମ ଶୋ’ରୁମ ସ୍ଥାନିତ ଥିଲା। ଭୁୁବନେଶ୍ୱରରେ ଆର୍ଟ ଅଫ୍‌ ଶୋରୁମ ଏବଂ ୨ ଓ୍ବାର୍କସପ ସହ ବର୍ତ୍ତମାନ ଆମେ ସେବା ଯୋଗାଇ ଦେଉଛୁ। ଏହି ଶୋ’ରୁମ ଭୁବନେଶ୍ୱର ସମେତ ଖୋର୍ଦ୍ଧା, ରାଜସୁନାଖଳା, ବେଗୁନିଆ ଭଳି ଅନ୍ୟାନ୍ୟ ଅଞ୍ଚଳଗୁଡିକୁ ସେବା ଯୋଗାଉଛି। ମାସିକ ୧୫୦୦ ୟୁନିଟ ଯାନ ସହ ବାର୍ଷିକ ୧୦୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ସକ୍ଷମ ହୋଇଛୁ। ଏଠାରେ ୧୭୦ କର୍ମଚାରୀ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି।
୪-  ବ୍ୟବସାୟକୁ ପରିଚାଳନା ଦିଗରେ ଚାକିରୀ ଅଭିଜ୍ଞତା କିଭଳି ଭାବେ ସହାୟକ ହୋଇଛି?
- ଡିଲରଶିପ ବ୍ୟବସାୟକୁ ପରିଚାଳନା ଦିଗରେ ବିଭିନ୍ନ କର୍ପୋରେଟ ତଥା ନିଜେ ସ୍ଥାପନ କରିଥିବା କମ୍ପାନୀଠାରୁ ଲାଭ କରିଥିବା ଅଭିଜ୍ଞତା ବିଶେଷ ଭାବେ ସହାୟକ ହୋଇଛି। ଭଲ ଟିମ୍‌ର ଭୂମିକା, କର୍ମଚାରୀଙ୍କ ସମସ୍ୟା ସମାଧାନ, ନିରାପତ୍ତା ସହ ଅନ୍ୟାନ୍ୟ ପ୍ରମୁଖ ଆବଶ୍ୟକତାକୁ ଧ୍ୟାନ ଦେବାକୁ ସବୁ ବେଳେ ଚେଷ୍ଠା କରେ। କର୍ମଚାରୀମାନେ ସଂସ୍ଥା ପାଇଁ ଏକ ଆସେଟ୍‌ ଏହି ପ୍ରସଙ୍ଗକୁ ସର୍ବଦା ଅଗ୍ରାଧିକାର ଦେଇଥାଏ। କର୍ମଚାରୀଙ୍କ ପାଇଁ ସର୍ବଦା ଉନ୍ନତ ନୀତି ଯୋଗୁ ଦକ୍ଷ ମାନବ ସମ୍ବଳକୁ ଆମ ସହ ଯୋଡି ରଖିବାରେ ଆମେ ସଫଳ ହୋଇଛୁ। 
୫- ଆଗାମୀ ଦିନରେ ଟୁହ୍ବିଲର୍ସ କ୍ଷେତ୍ରରେ କ’ଣ ସବୁ ଚ୍ୟାଲେଞ୍ଜ ଦେଖୁଛନ୍ତି?
- ଦୁଇ ଚକିଆ ଯାନ ବାଣିଜ୍ୟରେ ଆଗାମୀ ପାଞ୍ଚ ବର୍ଷରେ ଅନେକ ଚ୍ୟାଲେଞ୍ଜ ଆସିବ ବୋଲି ଦେଖିବାକୁ ପାଉଛୁ। ବର୍ତ୍ତମାନ ସ୍କୁଟରାଇଜେଶନର ଧାରା ଦ୍ରୁତ ହୋଇଛି। ୨୦୦୬ରେ ହିରୋ ‘ପ୍ଲେଜର’ ମଡେଲ ବଜାରକୁ ଆଣିଥିଲା। ଏହା ପରେ ୨୦୧୩ରେ ପ୍ରତି ବର୍ଗକୁ ସୁହାଇଲା ଭଳି ସ୍କୁଟର ମଡେଲରେ ପ୍ରବେଶ କରିଛି। ଏହି ଧାରାରେ ଆଗକୁ ବହୁ ଚ୍ୟାଲେଞ୍ଜ ରହିଛି। ମୋଟ୍‌ ଯାନ ବିକ୍ରି କ୍ଷେତ୍ରରେ ବର୍ତ୍ତମାନ ସ୍କୁଟରର ବଜାର ଅଂଶ ୩୦-୩୫% ରହିଛି। 
ସହରାଞ୍ଚଳରେ ଆଗାମୀ ୩ ରୁ ୫ ବର୍ଷରେ ଏହା ୫୦% ଛୁଇଁବ ବୋଲି ଆକଳନ କରାଯାଇଛି।  ସହରାଞ୍ଚଳରେ ସ୍କୁଟରାଇଜେଶନ ଧାରା ଉନ୍ନତ ଥିବା ବେଳେ ଗ୍ରାମାଞ୍ଚଳଗୁଡିକରେ ଏବେ ମଧ୍ୟ ବାଇକ୍‌ ସେଗମେଣ୍ଟ ଭଲ ବିକ୍ରି ହେଉଛି। 
୬- ଉତ୍ତମ ଗ୍ରାହକ ସେବାକୁ କିଭଳି ଭାବେ ବିଚାର କରନ୍ତି?
ଗ୍ରାହକଙ୍କୁ ଆବଶ୍ୟକତାକୁ ବୁଝିବାକୁ ପଡିବ। ଶୋ’ରୁମରେ ସେମାନେ ଯେଭଳି ଭାବେ ଭଲ କଲ୍‌ଚର ପାଇବେ ତାକୁ ବିଚାର କରିଥାଉ। କେବଳ ରିହାତି ଦେଇଦେଲେ ଯେ ଜଣେ ଗ୍ରାହକଙ୍କୁ ସନ୍ତୁଷ୍ଟ କରାଯାଇପାରିବେ ସେ କଥା ଭାବିବା ଭୂଲ। ଗ୍ରାହକଙ୍କୁ ସମ୍ମାନ, ସନ୍ତୁଷ୍ଟି, ଉନ୍ନତ କ୍ରୟ ଅଭିଜ୍ଞତା, ବିକ୍ରି ପରବର୍ତ୍ତୀ ସେବା ତଥା ସେମାନଙ୍କ ସହ ସମ୍ପର୍କରେ ରହିବା ଭଳି ପ୍ରମୁଖ ପ୍ରସଙ୍ଗକୁ ଆଗ୍ରାଧିକାର ଦେଇଛୁ। ଯୁବପୀଢିଙ୍କ ଚାହିଦାରେ ଏବେ ଢେର ପରିବର୍ତ୍ତନ ଆସିଛି। ସେମାନେ ଏବେ ଷ୍ଟାଇଲ, ମାଇଲେଜ, ରିସେଲ ଭାଲ୍ୟୁ ଭଳି ପ୍ରମୁଖ ବିଷୟକୁ ଧ୍ୟାନ ଦେଉଛନ୍ତି।
All Right Reserved By

ବାଣିଜ୍ୟ |

୪ ଟ୍ରେନର ଅତିରିକ୍ତ ରହଣି

୪ ଟ୍ରେନର ଅତିରିକ୍ତ ରହଣି

ଭୁବନେଶ୍ୱର,୧୯-୨: ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ୪ ଟ୍ରେନର ଅତିରିକ୍ତ ରହଣି ବ୍ୟବସ୍ଥା ସମ୍ପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି। ହାଓଡା-ଟିଟଲାଗଡ-ହାଓଡା ଏକ୍ସପ୍ରେସ ବଡମାଳଠାରେ ଅଟକିବ ବୋଲି ଜଣାପଡ଼ିଛି।

ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍‌ବିଆଇର ଅଭିଯାନ

ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍‌ବିଆଇର ଅଭିଯାନ

ଭୁବନେଶ୍ୱର,୧୯-୨: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଶହୀଦ ବୀର ଜବାନଙ୍କ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଘୋଷଣା କରାଯାଇଛି।

ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’

ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’

ଭୁବନେଶ୍ୱର,୧୯-୨: ପ୍ରମୁଖ ହିପର୍‌ମାର୍କେଟ ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୧୬ ଠାରୁ ମାର୍ଚ୍ଚ ୨୪ ତାରିଖ ଯାଏ ବିଗ୍‌ ବଜାର ଷ୍ଟୋରଗୁଡ଼ିକରେ ଚାଲୁଛି। 

ବି.ଆର୍‌.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ

ବି.ଆର୍‌.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ

ଭୁବନେଶ୍ୱର,୧୯-୨: ବି.ଆର୍‌. ଲାଇଫ କଳିଙ୍ଗ ହସ୍ପିଟାଲର ୨୨ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। 

ମୀରା ମସଲାର ବିଜ୍‌ନେସ ମିଟ୍‌

ମୀରା ମସଲାର ବିଜ୍‌ନେସ ମିଟ୍‌

ଭୁବନେଶ୍ୱର,୧୯-୨: ମୀରା ମସଲା ପକ୍ଷରୁ ଏହାର ୨ୟ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। 

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଭୁବନେଶ୍ୱର,୧୯-୨: ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ)ପକ୍ଷରୁ ବାର୍ଷିକ ବୁଟ୍‌ କ୍ୟାମ୍ପ-୨୦୧୯ ଅନୁଷ୍ଠିତ ହେଉଛି। 

ଉତ୍କଳିକାର କର୍ପୋରେଟ ଫେୟାର ଉଦ୍‌ଘାଟିତ

ଉତ୍କଳିକାର କର୍ପୋରେଟ ଫେୟାର ଉଦ୍‌ଘାଟିତ

ଭୁବନେଶ୍ୱର,୧୯-୨: ଉତ୍କଳିକା ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କି ନିକଟରେ ଦ୍ୱିତୀୟ କର୍ପୋରେଟ ଫେୟାର ଉଦ୍‌ଘାଟିତ ହୋଇଛି।

ଆର୍‌ବିଆଇକୁ ସିଆଇସିଙ୍କ ଭର୍ତ୍ସନା

ଆର୍‌ବିଆଇକୁ ସିଆଇସିଙ୍କ ଭର୍ତ୍ସନା

 ନୂଆଦିଲ୍ଲୀ,୧୯-୨:  ବିମୁଦ୍ରୀକରଣ ତଥ୍ୟ ପ୍ରଦାନକୁ ନେଇ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଉର୍ତ୍ସନା କରିଛନ୍ତି। 

ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ

ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୯-୨:  ପ୍ରଦୂଷଣ ନିୟନ୍ତ୍ରଣ ସହ ତୈଳ ଆମଦାନୀକୁ ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ହାଇବ୍ରିଡ ଗାଡ଼ିକୁ ଇଲେକ୍ଟ୍ରିକ ଗାଡ଼ି ସହ ଇନସେନଟିଭ ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରି ଉଦ୍ୟୋଗ ବିଭାଗ ପକ୍ଷରୁ ପ୍ରସ୍ତୁତ ଯୋଜନା ଅଧୀନରେ ଫେମ୍‌(ଫାଷ୍ଟର ଆଡପ୍ସନ ଆଣ୍ଡ ମାନୁଫ୍ୟାକଚରିଂ ଅଫ୍‌ ହାଇବ୍ରିଡ ଆଣ୍ଡ ଇଲେକ୍ଟ୍ରିକ ଭେହିକିଲ୍ସ)-୨ରେ ଇଲେକ୍ଟ୍ରିକ ଗାଡ଼ି ସହ ହାଇବ୍ରିଡ ଗାଡ଼ିକୁ ମଧ୍ୟ ବିଭିନ୍ନ ଟିକସ ପ୍ରୋତ୍ସାହନ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। 

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ନୂଆଦିଲ୍ଲୀ,୧୯-୨:  ଯେକୌଣସି କାରଣ ଦର୍ଶାଇ ଏୟାରଲାଇନ୍ସ କମ୍ପାନୀ ପ୍ରାୟତଃ ବିମାନ ଯାତ୍ରା(ଫ୍ଲାଇଟ୍‌) ବାତିଲ କରିବାର ଦେଖାଯାଏ। ଗତ କିଛି ମାସ ହେବ ଏହା ବ୍ୟାପକ ହାରରେ ବଢ଼ିଯାଇଛି। ଗତ ସପ୍ତାହରେ ଦେଶର ଅଗ୍ରଣୀ ବିମାନ କମ୍ପାନୀ ଇଣ୍ଡିଗୋ ଗୋଟିଏ ଦିନରେ ୧୩୦ ଫ୍ଲାଇଟ୍ସ ବାତିଲ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଫ୍ଲାଇଟ୍ସ ବାତିଲ କରି ଏୟାରଲାଇନ୍ସ କମ୍ପାନୀ ମାଲାମାଲ ହେଉଥିବା ବେଳେ ବିଚରା ଗ୍ରାହକ ଠକାମୀର ଶିକାର ହେଉଛି। 

ସନ୍ଦିପ ଭଟ୍ଟନାଗର, ଅଶୋକ ପାଣ୍ଡେ ସିିବିଆଇସି ସଦସ୍ୟ

ସନ୍ଦିପ ଭଟ୍ଟନାଗର, ଅଶୋକ ପାଣ୍ଡେ ସିିବିଆଇସି ସଦସ୍ୟ

ନୂଆଦିଲ୍ଲୀ,୧୯-୨: ଭାରତୀୟ ରାଜସ୍ବ ସେବାର ଦୁଇ ବରିଷ୍ଠ ଅଧିକାରୀ ସନ୍ଦିପ ଭଟ୍ଟନାଗର ଏବଂ ଅଶୋକ କୁମାର ପାଣ୍ଡେଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟାକ୍ସେସ ଆଣ୍ଡ କଷ୍ଟମ୍ସ(ସିିବିଆଇସି)ର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।

୨୮ ହଜାର କୋଟିର ଅନ୍ତରୀଣ ଲାଭାଂଶ ଦେବ ଆର୍‌ବିଆଇ

୨୮ ହଜାର କୋଟିର ଅନ୍ତରୀଣ ଲାଭାଂଶ ଦେବ ଆର୍‌ବିଆଇ

ମୁମ୍ବାଇ,୧୯-୨: କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଦେବାକୁ ସୋମବାର ରିଜର୍ଭ ବ୍ୟାଙ୍କ ବୋର୍ଡ ନିଷ୍ପତ୍ତି ନେଇଥିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି।