ବାଣିଜ୍ୟ |

ଅଂଶୁଲା କାନ୍ତ ଏସ୍‌ବିଆଇ ଏମ୍‌ଡି

ଅଂଶୁଲା କାନ୍ତ ଏସ୍‌ବିଆଇ ଏମ୍‌ଡି
ନୂଆଦିଲ୍ଲୀ,୯-୯: ଅଂଶୁଲା କାନ୍ତଙ୍କୁ କେନ୍ଦ୍ର ସରକାର ଶୁକ୍ରବାର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ମ୍ୟାନେଜିଂ ଡାଇରେକ୍ଟର(ଏମ୍‌ଡି) ଭାବେ ନିଯୁକ୍ତ କରିଛନ୍ତି। ୨୦୨୦ ସେପ୍ଟେମ୍ବର ୩୦ ସୁଦ୍ଧା ପେନସନ ପାଇବାକୁ ଯୋଗ୍ୟ ବିବେଚିତ ବୟସସୀମାରେ ପହଞ୍ଚତ୍ବା ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପାଇବା ପର୍ଯ୍ୟନ୍ତ ଯେଉଁଟା ପ୍ରଥମେ ଘଟିବ ସେ ଉକ୍ତ ପଦବୀରେ ରହିବେ। ତାଙ୍କର ନିଯୁକ୍ତି ପରେ ଏସବିଆଇରେ ମୋଟ୍‌ ଏମ୍‌ଡିଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଲା। ଅନ୍ୟ ଦୁଇଜଣ ହେଲେ ପି.କେ. ଗୁପ୍ତା ଏବଂ ଡି.କେ. ଖାରା। ବ୍ୟାଙ୍କ ବୋର୍ଡସ ବ୍ୟୁରୋ ପକ୍ଷରୁ ତାଙ୍କ ନାମ ସୁପାରିଶ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି କାନ୍ତଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ।
All Right Reserved By

ବାଣିଜ୍ୟ |

ଆସୁଛି ନୂଆ ୨୦୦,୫୦୦ଟଙ୍କିଆ ନୋଟ୍‌

ଆସୁଛି ନୂଆ ୨୦୦,୫୦୦ଟଙ୍କିଆ ନୋଟ୍‌

ମୁମ୍ବାଇ,୨୫-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ମହାତ୍ମା  ଗାନ୍ଧୀ ସିରିଜରେ ନୂଆ ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ପୂର୍ବରୁ ପ୍ରଚଳିତ ନୋଟ୍‌ ସହ ନୂଆ ନୋଟ୍‌ର ବହୁ ସାମଞ୍ଜସ୍ୟ ରହିଛି। ତେବେ ନୂଆରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। 

ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଲା

ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଲା

ଚେନ୍ନାଇ,୨୫-୪: ଲୋକପ୍ରିୟ ଭିଡ଼ିଓ ଆପ୍‌ ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଯାଇଛି। ବୁଧବାର ଜଷ୍ଟିସ ଏନ.କିରୁବାକରନ ଏବଂ ଜଷ୍ଟିସ ଏସ୍‌.ଏସ୍‌. ସୁନ୍ଦରଙ୍କୁ ନେଇ ଗଠିତ ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ଏହି ବ୍ୟାନକୁ ହଟାଇ ଦେଇଛନ୍ତି। 

୨୩୪୮କୋଟି ଜାଲିଆତି ମାମଲା: ଭୂଷଣ ଷ୍ଟିଲ ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି

୨୩୪୮କୋଟି ଜାଲିଆତି ମାମଲା: ଭୂଷଣ ଷ୍ଟିଲ ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି

ନୂଆଦିଲ୍ଲୀ,୨୫-୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲାରେ ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ୍‌ ଲିମିଟେଡର ଅଧ୍ୟକ୍ଷ ସଞ୍ଜୟ ସିଂଘଲ ଏବଂ ତାଙ୍କ ସ୍ତ୍ରୀ ଆରତୀ ସିଂଘଲଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି କରିଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ଭାରତୀୟ ଷ୍ଟେଟ ବ୍ୟାଙ୍କର ‘ସବୁଜ କାର ଋଣ’ ଯୋଜନା

ମୁମ୍ବାଇ, ୨୪।୪: ନିର୍ମଳ ତଥା ସବୁଜ ପରିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଗ୍ରାହକଙ୍କ ପାଇଁ ଦେଶର ପ୍ରଥମ ସବୁଜ କାର (ବିଦ୍ୟୁତ ଚାଳିତ) ଋଣର ଶୁଭାରମ୍ଭ କରିଛି ା

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

‘ବଜାଜ ଆଲିଆଞ୍ଜ୍‌ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ

ପୁଣେ,୨୪।୪: ଦେଶର ଅଗ୍ରଣୀ ଘରୋଇ ସାଧାରଣ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ ସାଧାରଣ ବୀମା ଓ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନୀ ବଜାଜ ଆଲିଆଞ୍ଜ  ଜୀବନ ବୀମା ମିଳିତ ଭାବେ ପ୍ରଥମ ଯୁଗ୍ମ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଟୋଟାଲ ହେଲଥ୍‌ ସିକ୍ୟୁର ଗୋଲ’ର ଶୁଭାରମ୍ଭ କରିଛି ା 

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ ଜାରି କରିଛନ୍ତି। 

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। 

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। 

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୪-୪: ୟୁରୋପୀୟ ଅଟୋମୋଟିଭ୍‌ ବ୍ରାଣ୍ଡ ରେନୋ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପର ଶୁଭାରମ୍ଭ ଘୋଷଣା କରାଯାଇଛି। ମାସ ୨୨ ଏପ୍ରିଲଠାରୁ ୨୮ ଏପ୍ରିଲ ଯାଏ କମ୍ପାନୀର ସର୍ଭିସ ଫାସିଲିଟିଗୁଡିକରେ ଅନୁଷ୍ଠିତ ହେବ। 

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

କଟକ,୨୪-୪:ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡର ଅଧିକୃତ ବିକ୍ରେତା ଜେଏମ୍‌ଜି ହିରୋ ପକ୍ଷରୁ ଗୁଡ୍‌ ଲାଇଫ ଗ୍ରାହକମାନଙ୍କୁ ନେଇ ଏକ  ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। 

ଆଧାର ଏକ ପରିଚୟ ପତ୍ର: ନିଲେକାନି

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ତଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନି କହିଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri