ମନୋରଞ୍ଜନ |

ମୋ ଫିଲ୍ମ ନିଷିଦ୍ଧ ହେଉ

ମୋ ଫିଲ୍ମ ନିଷିଦ୍ଧ ହେଉ
ମୁମ୍ବାଇ: ଏକଦା ହିନ୍ଦୀ ଫିଲ୍ମ ଶିଳ୍ପରେ ଅଭିନେତ୍ରୀର ମାନ୍ୟତା ବଜାୟ ରଖିଥିଲେ ଟ୍ବିଙ୍କିଲ୍‌ ଖାନ୍ନା। ବର୍ତ୍ତମାନ ସେ ଲେଖିକା ତଥା ପ୍ରଯୋଜିକା। ସେ ଯେଉଁସବୁ ଫିଲ୍ମରେ ଅଭିନୟ କରିଛନ୍ତି ସେ ସବୁକୁ ବ୍ୟାନ୍‌ (ନିଷିଦ୍ଧ) କରିଦିଆଯିବା ଉଚିତ। ଫଳରେ କେହି ଏହାକୁ ଦେଖିପାରିବେ ନାହିଁ ବୋଲି ଟ୍ବିଙ୍କିଲ୍‌ ପ୍ରକାଶ କରିଛନ୍ତି।  ଶୁକ୍ରବାର ଟ୍ବିଙ୍କିଲ୍‌ ତାଙ୍କର ପୁସ୍ତକ ‘ପାଇଜାମାସ୍‌ ଆର୍‌ ଫରଗିଭିଙ୍ଗ୍‌’ ଲଞ୍ଚ୍‌ ବେଳେ ଗଣମାଧ୍ୟମ ସହ ଆଲୋଚନା ଅବସରରେ ଏହା ପ୍ରକାଶ କରିଛନ୍ତି। ଏହି ସମୟରେ ଉପସ୍ଥିତ ଥିଲେ ତାଙ୍କ ସ୍ବାମୀ ଅକ୍ଷୟ କୁମାର, ମା’ ଡିମ୍ପଲ କାପାଡିଆଙ୍କ ସମେତ ବଲିଉଡ୍‌ର ଅନ୍ୟ କଳାକାରମାନେ। 
ଟ୍ବିଙ୍କିଲ୍‌ ୧୯୯୫ରେ ପ୍ରଥମ କରି ‘ବରସାତ୍‌’ରେ ଅଭିନୟର ପାଦ ଥାପିଥିଲେ। ଏହାପରେ ସେ କ୍ରମାଗତ ‘ଇତିହାସ’, ‘ଜୁଲ୍‌ମି’ ଏବଂ ‘ମେଲା’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ତାଙ୍କର ସବୁ ଫିଲ୍ମ ଫ୍ଲପ୍‌ ହୋଇଯାଇଛି। ସେ ୨୦୦୧ରେ ଅଭିନେତା ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ଅଭିନୟ ଛାଡି ଦେଇଥିଲେ। ତାଙ୍କୁ ପ୍ରଶ୍ନ କରାଯାଇଥିଲା, ଆପଣଙ୍କ କେଉଁ ଫିଲ୍ମ ରିମେକ୍‌ ହେବା ଆବଶ୍ୟକ ବୋଲି ଭାବୁଛନ୍ତି। ସେ ପରିହାସ ଛଳରେ କହିଥିଲେ, ବାସ୍ତବରେ ମୋର କୌଣସି ଫିଲ୍ମ ହିଟ୍‌ ହୋଇନାହିଁ। ତେଣୁ ମୁଁ ଭାବୁଛି, ‘ମୋର ସବୁ ଫିଲ୍ମକୁ ବ୍ୟାନ୍‌ କରିଦେବା ଉଚିତ। ଫଳରେ କୌଣସି ଦର୍ଶକ ଏହାକୁ ଦେଖିପାରିବେ ନାହିଁ।’
All Right Reserved By

ମନୋରଞ୍ଜନ |

ବିବାହ ପୂର୍ବରୁ ମା’ହୋଇଛନ୍ତି ନେହା

ବିବାହ ପୂର୍ବରୁ ମା’ହୋଇଛନ୍ତି ନେହା

ବମ୍ବେ: ବିବାହ ପୂର୍ବରୁ ମା’ ହେବା ବଲିଉଡରେ କିଛି ନୂଆ କଥା ନୁହେଁ। ନିକଟରେ ଅଭିନେତ୍ରୀ ନେହା ଧୁପିଆ ନିଜ ପ୍ରେମିକ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ। ଏହାର କିଛି ଦିନ ନ ଯାଉଣୁ ସେ ମା’ ହେବାକୁ ଯାଉଥିବା ପ୍ରକାଶ କରିଥିଲେ। କଥାଟା ଅନେକଙ୍କୁ ହଜମ ହୋଇ ନ ଥିବା ବେଳେ ଏବେ ପତି ଅଙ୍ଗଦ ଏହାର ଖୁଲାସା କରିଛନ୍ତି।

ଦୀପ-ବୀରଙ୍କ ବିବାହର ପ୍ରଥମ ଫଟୋ ଭାଇରାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଦୀପ-ବୀରଙ୍କ ବିବାହର ପ୍ରଥମ ଫଟୋ ଭାଇରାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ବମ୍ବେ: ବଲିଉଡର ଆଉ ଏକ ଷ୍ଟାର କପଲ୍‌ ଏବେ ବିବାହ ବନ୍ଧନରେ। ଇଟାଲୀର ଲେକ କେମୋରେ ଦୀପିକା  ପାଦ୍ୟୁକୋନ ଓ ରଣବିର ଉଭୟ ସିନ୍ଧି ଓ କୋଙ୍କଣୀ ପରମ୍ପରାନୁଯାୟୀ ବିବାହ କରିଛନ୍ତି।

ଶାହାରୁଖଙ୍କ ନୂଆ ପ୍ରେମିକା

ଶାହାରୁଖଙ୍କ ନୂଆ ପ୍ରେମିକା

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ ଜଣେ ଧନୀ କଳାକାର ଭାବେ ବେଶ ପରିଚିତ। କେବଳ ଧନ ନୁହେଁ ଅଭିନୟ ପାଇଁ ମଧ୍ୟ ବଲିଉଡ୍‌ରେ ତାଙ୍କର ରହିଛି ଏକ ସ୍ବତନ୍ତ୍ର ସ୍ଥାନ। 

ଦୀପବୀରଙ୍କୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ଦୀପବୀରଙ୍କୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ମୁମ୍ବାଇ: କୋଙ୍କଣୀ ରୀତିନୀତି ଅନୁଯାୟୀ ସରିଛି ବଲିଉଡର ବହୁ ଚର୍ଚ୍ଚିତ ବିବାହ। ଗୋଟିଏ ସୂତାରେ ବନ୍ଧା ହୋଇଛନ୍ତି ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଓ ନାୟକ ରଣବୀର କପୁରଙ୍କ ଜୀବନ।

ସୁଯୋଗ ପାଇ ବି ପାଇ ନ ଥିଲି

ସୁଯୋଗ ପାଇ ବି ପାଇ ନ ଥିଲି

ସିନେମା କରିବାର ଭୂତ ମୁଣ୍ଡରେ ଥାଏ। ଅଭିନୟ ପ୍ରତି ଯେହେତୁ ଅହେତୁକ ଦୁର୍ବଳତା ଥିଲା, ଏଣୁ କେମିତି ସିନେମାରେ ଟିକେ ସୁଯୋଗ ମିଳିବ ଖାଲି ସେ ସ୍ବପ୍ନ ଦେଖୁଥାଏ।

ପାଠ ପଢ଼ିବେ ସୋନମ

ପାଠ ପଢ଼ିବେ ସୋନମ

ସୋନମ କପୁର କଲେଜ ଯିବେ। ସେଠାରେ ପାଠ ପଢ଼ିବେ। ତେଣୁ ନିଜର ଷ୍ଟୁଡେଣ୍ଟ କ୍ୟାରିୟରକୁ ନେଇ ସେ ଉତ୍ସାହିତ ହୋଇପଡିଛନ୍ତି। ଅନେକ ହୁଏତ ଚିନ୍ତା କରିପାରନ୍ତି ଯେ ଘର ସଂସାର କରିବା ପରେ ସୋନମ କାହିଁକି ପାଠପଢ଼ା ଆଡକୁ ମନ ବଳାଇଲେ ?

ଏ ଦିଲ୍‌ ତତେ ଦେଲି

ଏ ଦିଲ୍‌ ତତେ ଦେଲି

‘ଏ ଦିଲ୍‌ ତତେ ଦେଲି’ ଟାଇଟଲରୁ ଜଣାପଡୁଛି ଯେ ଏହାର କାହାଣୀ ପ୍ରେମ ଉପରେ ଆଧାରିତ। ଜଣେ ଜଣକୁ ଦିଲ୍‌ ଦେବା ବଡ କଥା ନୁହେଁ, ହେଲେ ସେହି ପ୍ରେମର ମୁଣ୍ଡି ମାରିପାରିଲେ ହେଲା।

ଅଜବ ସଞ୍ଜୁର ଗଜବ ଲଭ୍‌

ଅଜବ ସଞ୍ଜୁର ଗଜବ ଲଭ୍‌

ସଞ୍ଜୁ ଚରିତ୍ର ସହ ଓଡ଼ିଆ ସିନେ ଦର୍ଶକ ପ୍ରାୟ ପରିଚିତ। କାରଣ ଏହି ଭୂମିକାରେ ଅଧିକାଂଶ ଥର ବାବୁସାନ ଅବତୀର୍ଣ୍ଣ ହୋଇସାରିଛନ୍ତି। ପୁଣି ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମରେ ତାଙ୍କୁ ମିଳିଛି ଏଭଳି ଭୂମିକା। 

ଓ୍ବେବ୍‌ ସିରିଜରେ କରୀନା

ଓ୍ବେବ୍‌ ସିରିଜରେ କରୀନା

କଥାରେ ଅଛି, ଏମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ଯେଉଁ ଆଶା ପୂରଣ ନେଇ କରୀନା ଚାହିଁ ବସିଥିଲେ ତାହା କିପରି ପୂରଣ ହୋଇଛି।

ଆରିଏନ୍‌ ଯାହା ଚାହୁଁଥିଲେ

ଆରିଏନ୍‌ ଯାହା ଚାହୁଁଥିଲେ

ନବାଗତ ଆରିଏନ୍‌ଙ୍କୁ ଏକାଥରେ ଦୁଇଟି ଲକ୍ଷ୍ୟ ହାସଲ କରିବାକୁ ପଡିବ। ତେଣୁ ମାପିଚୁପି ପାଦ ପକାଉଛନ୍ତି। ଟିକେ ଯଦି ଓଲମ ବିଲମ ହୋଇଯାଏ ତା’ହେଲେ ସବୁ ପରିଶ୍ରମ ବୃଥା।

ଜ୍ୟୋତିଙ୍କ  ପ୍ରେମ  କାହାଣୀ

ଜ୍ୟୋତିଙ୍କ ପ୍ରେମ କାହାଣୀ

ଜ୍ୟୋତି ନାୟକ ଏବେ ପ୍ରେମରେ ପଡିଯାଇଛନ୍ତି। କାହା ସହ ଜାଣନ୍ତି ? ସୁନା ଚଢ଼େଇ ସହ। ଏହି ପ୍ରେମକୁ ସଫଳ କରିବାକୁ ସେ ସବୁ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ତୟାର।

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦିପିକା-ରଣବୀର

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦିପିକା-ରଣବୀର

ନୂଆଦିଲ୍ଲୀ/ରୋମ, ୧୪।୧୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଦିପିକା ପାଦ୍ୟୁକୋନ ଓ ଅଭିନେତା ରଣବୀର ସିଂ। ସୁଦୂର ଇଟାଲୀ ଲେକ୍‌ କୋମୋରେ ଦୁହିଁଙ୍କ ବିବାହ ଖୁବ୍‌ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।