ସମ୍ପାଦକୀୟ |

ଉପନିବେଶୀୟ ଲିଗାସୀର ଅନ୍ତ

ଉପନିବେଶୀୟ ଲିଗାସୀର ଅନ୍ତ
ଆକାର ପଟେଲ

୧୯୫୦ ଦଶକରେ ବ୍ରିଟିଶ୍‌ ବୈଜ୍ଞାନିକ ଆଲାନ ଟୁରିଙ୍ଗ୍‌ ଗୋଟିଏ ଜିନିଷର ବିକାଶ କରିଥିଲେ, ଯାହାକୁ କୁହାଯାଏ ଟୁରିଙ୍ଗ୍‌ ଟେଷ୍ଟ। ଏହି ଟେଷ୍ଟରୁ ଗୋଟିଏ କମ୍ପ୍ୟୁଟରର ବୌଦ୍ଧିକ ବ୍ୟବହାରଗତ ଦକ୍ଷତା କେତେ ତାହା ଜଣାପଡ଼େ। ଏହି ପରୀକ୍ଷାରେ ଜଣେ ମଣିଷ ଓ ଏକ କମ୍ପ୍ୟୁଟରର ମେସେଜିଂ ଆପ୍‌ ମଧ୍ୟରେ ଟେକ୍‌ଷ୍ଟ ମେସେଜ୍‌ ଆଦାନପ୍ରଦାନ ଚାଲିବ। ଯଦି ଏହାକୁ ଦେଖି ଆଉ ଜଣେ ବାର୍ତ୍ତାଳାପ କରୁଥିବା ଦୁଇଜଣଙ୍କ ମଧ୍ୟରୁ କିଏ ମଣିଷ ଓ କିଏ ମେଶିନ୍‌ କହି ନ ପାରିବ, ତେବେ କମ୍ପ୍ୟୁଟରଟି ପରୀକ୍ଷାରେ ପାସ୍‌ କରିଗଲା ବୋଲି କୁହାଯିବ। କମ୍ପ୍ୟୁଟରର ବୁଦ୍ଧିମତ୍ତା କ୍ଷେତ୍ରରେ ଆମେ ଅବଶ୍ୟ ସେହି ସ୍ତରରେ ପହଞ୍ଚିସାରିଲୁଣି। କିନ୍ତୁ ତାହା ଦେଖିବାକୁ ଟୁରିଙ୍ଗ୍‌ ଏବେ ନାହାନ୍ତି। ୧୯୫୪ ମସିହାରେ ୪୧ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଥିଲେ। ସମଲିଙ୍ଗୀ ସମ୍ପର୍କ ରଖିବା ଅଭିଯୋଗରେ ବ୍ରିଟେନ୍‌ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦଣ୍ଡସ୍ବରୂପ ରାସାୟନିକ ଔଷଧ ପ୍ରୟୋଗ କରି ତାଙ୍କୁ ନପୁଂସକ କରିଦିଆଯାଇଥିଲା। ଉକ୍ତ ଅପରାଧ ପାଇଁ ଜେଲ ଦଣ୍ଡର ବିକଳ୍ପ ସ୍ବରୂପ ସେତେବେଳେ ଏହି ଦଣ୍ଡ ଦିଆଯାଉଥିଲା। ଏହାର ଦୁଇବର୍ଷ ପରେ ସେ ଆତ୍ମହତ୍ୟା କରିଥିଲେ। ତା’ର ପ୍ରାୟ ୧୦୦ ବର୍ଷ ପୂର୍ବରୁ ବିଶିଷ୍ଟ ଇଂଲିଶ ଲେଖକ ଓସ୍କାର ଓ୍ବାଇଲ୍‌ଡ ମଧ୍ୟ ସମାନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ଦୁଇବର୍ଷ ଜେଲ୍‌ ଦଣ୍ଡ ଦିଆଯାଇଥିଲା। ଯେଉଁ ବିଚାରପତି ରାୟ ଶୁଣାଇଥିଲେ, ସେ କହିଥିଲେ, ”ତୁମ ପରି ଯେଉଁମାନେ ଏପରି କାର୍ଯ୍ୟ କରନ୍ତି, ସେମାନଙ୍କର ଲାଜଶରମ ବୋଲି କିଛି ନ ଥାଏ। ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଥିବା ଲୋକକୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଦିଆଯିବା ଉଚିତ।“ କୋର୍ଟରେ ଉପସ୍ଥିତ ଥିବା ଲୋକମାନେ ‘ଲଜ୍ଜା’ ‘ଲଜ୍ଜା’ ବୋଲି ପାଟି କରିଥିଲେ। ସେତେବେଳେ ଓ୍ବାଇଲ୍‌ଡ କିଛି କହିବାକୁ ଚାହିଁଲେ ବି କୋର୍ଟକୁ ମୁଲ୍‌ତବୀ କରିଦିଆଯାଇଥିଲା ଓ ତାଙ୍କୁ ଜେଲ୍‌କୁ ନିଆଯାଇଥିଲା। 
୧୯୬୭ ମସିହାରେ ବ୍ରିଟିଶ୍‌ ପାର୍ଲାମେଣ୍ଟରେ ଯୌନ ଅପରାଧ ଆଇନ ନାମରେ ଏକ ନୂଆ ଆଇନ ଆସିଲା। ଏଥିରେ ବୟସ୍କ ପୁରୁଷଙ୍କ ମଧ୍ୟରେ ସହମତିଭିତ୍ତିକ ସମଲିଙ୍ଗୀ ଯୌନ ସମ୍ପର୍କକୁ ସ୍ବୀକୃତି ଦିଆଯାଇଥିଲା। ଚଳିତ ସପ୍ତାହରେ ଆମ ସୁପ୍ରିମ୍‌କୋର୍ଟ ମଧ୍ୟ ତାହା ହିଁ କରିଛନ୍ତି। ଏହାପରେ ବ୍ରିଟିଶ୍‌ ଖବରକାଗଜ ଗାର୍ଡିଆନ୍‌ରେ ପଲ୍‌ ବ୍ରାଉନ୍‌ସେ ନାମକ ଜଣେ ପାଠକ ଲେଖିଛନ୍ତି, ”ଏଥି ସହ ଭାରତରେ ଆଜିଯାଏ ବଳବତ୍ତର ଥିବା ଏକ ବିଷାକ୍ତ ଉପନିବେଶୀୟ ଲିଗାସୀର ଅନ୍ତ ଘଟିଲା। ଭାରତ ୭୧ ବର୍ଷ ହେଲା ସ୍ବାଧୀନ ହେଲାଣି। ଯଦି ଉକ୍ତ ଆଇନ ଭାରତୀୟ ସଂସ୍କୃତିର ବିରୋଧୀ ହୋଇଥାନ୍ତା ଏବଂ ବ୍ରିଟିଶ୍‌ ସରକାରଙ୍କ ଦ୍ୱାରା ଲଦି ଦିଆଯାଇଥାନ୍ତା, ତେବେ କେଉଁ କାଳୁ ଏହାର ଅନ୍ତ ଘଟିସାରନ୍ତାଣି।“ ବ୍ରାଉନ୍‌ସେ ଅନେକ ଦୃଷ୍ଟାନ୍ତ ଦେଇ ଲେଖିଛନ୍ତି ଯେ, ଧାରା ୩୭୭ ବ୍ରିଟିଶ୍‌ ଅମଳରୁ ଚାଲିଆସିଥିଲା। ତେଣୁ ଏଥିପାଇଁ ଭାରତୀୟମାନେ ଦାୟୀ ନୁହନ୍ତି। ତେବେ ସ୍ବାଧୀନତାର ୭ ଦଶନ୍ଧି ପରେ ଯାଇ ଭାରତୀୟମାନେ ଏହି ଆଇନରେ ସଂଶୋଧନ କରିବାକୁ ଚାହିଁଲେ। 
ଆମେ ମଧ୍ୟ ଏହା ଲଜ୍ଜାଜନକ ବୋଲି ସ୍ବୀକାର କରିବା ଉଚିତ। ଆଉ ଗୋଟିଏ କଥା ଯାହା ଅନେକଙ୍କ ନଜରକୁ ଆସିନାହିଁ, ତାହା ହେଉଛି ଆଇନର ଉକ୍ତ ଧାରାକୁ ଏକ କୋର୍ଟ ଦ୍ୱାରା ରଦ୍ଦ କରିଦିଆଯାଇଛି, ଗଣତାନ୍ତ୍ରିକ ପ୍ରକ୍ରିୟାରେ ତାହା କରାଯାଇ ନାହିଁ, ଯେମିତି ବ୍ରିଟେନ୍‌ରେ କରାଯାଇଥିଲା। ଅଧିକ ଭଲ ହୋଇଥାନ୍ତା, ଯଦି ଅଧିକାଂଶ ସଭ୍ୟ ଦେଶରେ ବାତିଲ କରାଯାଇଥିବା ଉକ୍ତ ଆଇନକୁ ଖଣ୍ଡପୀଠର ପାଞ୍ଚଜଣ ବିଚାରପତିଙ୍କ ବଦଳରେ ଗଣତାନ୍ତ୍ରିକ ରାଜନୀତି ଜରିଆରେ ଅନ୍ତ ଘଟାଯାଇଥାନ୍ତା। 
ମୁଁ ଦୁଇଜଣ ରାଜନେତାଙ୍କୁ ଜାଣିଛି, ଯେଉଁମାନେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରାଯାଉଥିବା ଉକ୍ତ ଆଇନ ବିରୋଧରେ ପାର୍ଲାମେଣ୍ଟରେ ସ୍ବର ଉତ୍ତୋଳନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଜୁ ଜନତା ଦଳର ଏମ୍‌ପି ତଥାଗତ ସତପଥୀ ଏବଂ ଆଉ ଜଣେ ହେଉଛନ୍ତି କଂଗ୍ରେସର ଶଶୀ ଥରୁର। ତେବେ ଥରୁର ଯେତେବେଳେ ଏ ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ କଂଗ୍ରେସ ଦଳର ଅଧିକାଂଶ ଏମ୍‌ପିଙ୍କଠାରୁ ସେ ସମର୍ଥନ ହାସଲ କରିବାକୁ ସମର୍ଥ ହୋଇ ନ ଥିଲେ। 
ଭାରତର ସମ୍ବିଧାନ ସମସ୍ତଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ଚିନ୍ତା, ମତପ୍ରକାଶ, ବିଶ୍ୱାସ ଓ ପୂଜା କରିବାର ସ୍ବାଧୀନତା ଏବଂ ସମାନତାର ଅଧିକାର ଦେଇଛି। କିନ୍ତୁ ସମାଜର ଗୋଟିଏ ବର୍ଗକୁ ଉକ୍ତ ସମଲିଙ୍ଗୀ ବିରୋଧୀ ଆଇନ ଦ୍ୱାରା ତାଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିଲା। ସେମାନଙ୍କୁ ନିଜର ରୁଚି ଓ ବିଶ୍ୱାସ ଅନୁଯାୟୀ ସ୍ବାଧୀନ ଭାବରେ ବଞ୍ଚିବାର ଅଧିକାର ମିଳୁ ନ ଥିଲା। ସମାଜ ଓ ଆଇନ ଭୟରେ ନିଜ ମନର କଥା ସେମାନେ ପ୍ରକାଶ କରିପାରୁ ନ ଥିଲେ। ତେବେ ଆମେ ଖୁସି ହେବା କଥା ଯେ, ଶେଷରେ ଆମେ ଉକ୍ତ ସ୍ବାଧୀନତା ପୂର୍ବର ଉପନିବେଶୀୟ ଆଇନ ହାତରୁ ନିଷ୍କୃତି ପାଇଛେ। 
Email: aakar.patel@gmail.com
All Right Reserved By

ସମ୍ପାଦକୀୟ |

ନେତାଗିରି ଲୋଭ

ନେତାଗିରି ଲୋଭ


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଆଜିକାଲି ବାବୁମାନଙ୍କର ନେତାଗିରି ପ୍ରତି ଲୋଭ ବଢ଼ିଯାଇଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବାବେଳେ ଟିକେଟ୍‌ ପାଇଁ ନେତାମାନଙ୍କୁ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍‌ ବାବୁମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ୁଛି। ଉଭୟ ଜାତୀୟ ଦଳ ଭାଜପା ଓ କଂଗ୍ରେସରେ ଯୋଗଦେବା ଓ ଟିକେଟ୍‌ ପାଇବା ପାଇଁ ପୂର୍ବତନ ବାବୁମାନେ ଧାଡ଼ି ଲଗାଇଥିବା ...

କଶ୍ମୀର ମିଶ୍ରଣର ଅଜଣା ତଥ୍ୟ

କଶ୍ମୀର ମିଶ୍ରଣର ଅଜଣା ତଥ୍ୟ

ଡ. ବାଞ୍ଛାନିଧି ପଣ୍ଡା

କଶ୍ମୀର ମହାରାଜା ହରି ସିଂ କଶ୍ମୀରକୁ ଭାରତ କିମ୍ବା ପାକିସ୍ତାନରେ ବିଲୟ କରାଇବେ ଏ ନେଇ ଦ୍ୱିଧାରେ ଥିଲେ। କଶ୍ମୀରକୁ ଭାରତରେ ବିଲୟ କରିବା ପାଇଁ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତାମାନେ ରାଜାଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କଲେ। କଶ୍ମୀରର ସଂଘଚାଳକ ପ୍ରେମନାଥ ଡୋଗ୍ରା ଏବଂ ପଞ୍ଜାବର ସଂଘଚାଳକ ରାୟବାହାଦୁର ଶ୍ରୀ ବଦ୍ରିନାଥ ମହାରାଜାଙ୍କ ସହିତ ଭାରତରେ ମିଶ୍ରଣ ସଂକ୍ରାନ୍ତରେ କଥାବାର୍ତ୍ତା କରିଥିଲେ। ଇତିମଧ୍ୟରେ ୧୯୪୭ ଅକ୍ଟୋବର ୧୧ ତାରିଖରେ ପାକିସ୍ତାନ ଭାରତବର୍ଷ ଉପରେ ଆକ୍ରମଣ ...

ୟୁ.ଏସ୍‌. କନ୍‌ସୁଲେଟ୍‌ର ସେବା

ୟୁ.ଏସ୍‌. କନ୍‌ସୁଲେଟ୍‌ର ସେବା

କାଥେରିନ ହଡ୍ଡା 

ଦଶବର୍ଷ ତଳେ ୨୦୦୮ରେ ଆମେରିକୀୟ ଧ୍ୱଜା ହାଇଦ୍ରାବାଦସ୍ଥିତ ୟୁ.ଏସ୍‌. କନ୍‌ସୁଲେଟ (ବାଣିଜ୍ୟ ଦୂତାବାସ)ରେ ପ୍ରଥମଥର ଉତ୍ତୋଳନ ହୋଇଥିଲା। ଆମେରିକା ସରକାରଙ୍କ ଦ୍ୱାରା ଏଭଳି ବୈଦେଶିକ କେନ୍ଦ୍ର ସ୍ଥାପନ କରିବା ବିରଳ ହୋଇଥିବା ବେଳେ, ହାଇଦ୍ରାବାଦ ଟେକ୍ନୋଲୋଜି ଓ ସମୃଦ୍ଧିର କେନ୍ଦ୍ର ହୋଇଥିବାରୁ, ଆମ ସରକାର ଆମେରିକା ଓ ଭାରତ ମଧ୍ୟରେ ବୈଦେଶିକ ଓ ...

ଏଇ ଭାରତରେ

ଏଇ ଭାରତରେ

କେତେକ ରୋଗ ଔଷଧ ଦ୍ୱାରା ଆରୋଗ୍ୟ ହୋଇ ନ ପାରିଲେ ଅସ୍ତ୍ରୋପଚାର ଦରକାର ପଡେ। ନ ହେଲେ ବଞ୍ଚତ୍ବା ମୁସ୍କିଲ। ଏପରି ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇଥିବା ଏକ ୩ମାସର ଶିଶୁକନ୍ୟାର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏପରି...

ଆଜିର ଅର୍ଥନୀତି/ କୃଷିକୁ ଅଣଦେଖା

ଆଜିର ଅର୍ଥନୀତି/ କୃଷିକୁ ଅଣଦେଖା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଏହି ଅବସରରେ ୧୮୩ଟି ପ୍ରସ୍ତାବ ମାଧ୍ୟମରେ ୪.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି। ଯଦି ପ୍ରତିଶ୍ରୁତି ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହୁଏ, ତେବେ ଏହାଦ୍ୱାରା ପାଞ୍ଚଲକ୍ଷରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ଉକ୍ତ ଚାରିଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହ ଅଂଶୀଦାର ଭାବେ ଏହି ପ୍ରଚେଷ୍ଟାରେ ସାମିଲ ହେବା ପାଇଁ ଭାରତର ୨୧ଟି ରାଜ୍ୟ ଏବଂ ଭାରତ ବାହାରୁ ୨୦ରୁ ଊର୍ଦ୍ଧ୍ୱ ଦେଶର ଅଂଶଗ୍ରହଣକାରୀ ଯୋଗ ...

ଖବରକାଗଜର ଅନବଦ୍ୟ ସେବା

ଖବରକାଗଜର ଅନବଦ୍ୟ ସେବା

ବୈକୁଣ୍ଠନାଥ ମିଶ୍ର

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଖବରକାଗଜ ଏକ ବଳିଷ୍ଠ ତଥା ଲୋକପ୍ର୍ରିୟ ଗଣମାଧ୍ୟମ। ଅଧୁନା ଖବରକାଗଜଗୁଡିକ ପାଠକୀୟ ଆଦୃତି ସହ ବ୍ୟବସାୟିକ ସଫଳତା ହାସଲ କରିଛନ୍ତି। ସହରଠାରୁ ଗ୍ରାମାଞ୍ଚଳ ଓ ଧନୀଠାରୁ ଦରିଦ୍ର ସବୁଠାରେ ଖବରକାଗଜର ଜନପ୍ରିୟତା ପରିଦୃଷ୍ଟ। ବେତାର ଓ ଦୂରଦର୍ଶନରେ ଖବର ପ୍ରସାରିତ ହେଉଥିଲେ ମଧ୍ୟ ଏଗୁଡିକର ସମୟାନୁବର୍ତ୍ତିତା ବହୁ ସମୟରେ ଖବର ଶ୍ରବଣରେ ବ୍ୟାଘାତ ଉପୁଜାଏ। ନିର୍ଦ୍ଧାରିତ ସମୟରେ ଟିଭି ପାଖରେ ନ ବସିଲେ ଖବର ହାତଛଡ଼ା ହୋଇଯାଏ। ବିଦ୍ୟୁତ୍‌ ବିଭ୍ରାଟ କି...

ବୋଝର ଛାଇ

ବୋଝର ଛାଇ

ଡ. ସୁବାସ ଚନ୍ଦ୍ର ପାତ୍ର

କୁହାଯାଏ ବୋଝର ଓଜନ ବୋଝଟିକୁ ଓଜନିଆ କରିଦିଏନି ବରଂ ତାକୁ ଓଜନିଆ କରିଦିଏ ବହନ କରିବାର ଶୈଳୀ ବା କୌଶଳ। ମୁଣ୍ଡରେ ବୁହାଯାଉଥିବା ବୋଝ ହୁଏ ତ କାନ୍ଧକୁ ହାଲୁକା ଲାଗିପାରେ, ଖାଲିକାନ୍ଧରେ ବୁହାଯାଉଥିବା ବୋଝକୁ ବାହୁଙ୍ଗିରେ ବହନ କଲେ ତାହା ଅପେକ୍ଷାକୃତ ହାଲୁକା ଲାଗିପାରେ; କାନ୍ଧ ବା ମୁଣ୍ଡରେ ବୁହାଯାଉଥିବା ବୋଝକୁ ଗୋଟିଏ ଚକଲଗା ଠେଲାରେ ନେଲେ ତାହା ଆହୁରି ହାଲୁକା ଲାଗିବ ଏବଂ ସେଥିରେ ଆଉ ଟିକିଏ ଅଧିକ ବୋଝ ଲଦିଦେବାକୁ ହୁଏ ତ ଲୋଭ ବି ଆସିପାରେ। ...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ସ୍ଥଳରେ ଦେଖାଯାଏ ଶାଶୁ-ବୋହୂଙ୍କ ମଧ୍ୟରେ ପଡେନାହିଁ। ନିତିଦିନ କଳିକଜିଆ ଲାଗେ। ଏପରି କି ଶାଶୁବୋହୂ ମଧ୍ୟରେ ଅହି-ନକୁଳ ସମ୍ପର୍କ ଦେଖିବାକୁ ମିଳେ। କିନ୍ତୁ କେତେକ ସ୍ଥଳରେ ବୋହୂ ଜଣକ ଶାଶୁଙ୍କ ଆଜ୍ଞାଧୀନ ହୋଇ ଚଳିଥାଆନ୍ତି। ...

କୁକୁଡ଼ା ମାଂସରେ ବିଷ

କୁକୁଡ଼ା ମାଂସରେ ବିଷ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

”ଆମ ଘରକୁ କିଛି ଅତିଥି ଆସିଛନ୍ତି। ପ୍ରିୟେ! ସେମାନଙ୍କ ପାଇଁ ଆର୍ସେନିକ୍‌ ବିଷଯୁକ୍ତ ସ୍ବାଦିଷ୍ଠ କୁକୁଡ଼ାମାଂସ ତରକାରି ତିଆରି କର। କ’ଣ, କରିପାରିବନି? ତା’ହେଲେ ଚାଲ ସେମାନଙ୍କୁ ଏକ ଭଲ ହୋଟେଲକୁ ନେଇ ଆର୍ସେନିକ୍‌ ବିଷଯୁକ୍ତ ତନ୍ଦୁରି ଚିକେନ୍‌ ଖାଇବାକୁ ଦେବା।“- ଏହା କୌଣସି ସଦ୍ୟ ବଲିଉଡ୍‌ ହତ୍ୟାରହସ୍ୟ ସ୍କ୍ରିପ୍ଟର ପଂକ୍ତି ନୁହେଁ। ଏହା ବାସ୍ତବ ଜୀବନର ଘଟଣା। ଆର୍ସେନିକ୍‌ ଏପରି ଏକ ମାରାତ୍ମକ ବିଷ, ଯାହାଦ୍ୱାରା ବିଭିନ୍ନ ନାଟକ, ଉପନ୍ୟାସ ଓ ଚଳଚ୍ଚିତ୍ର ପ୍ରଭୃତିର କେତେ ଚରିତ୍ରଙ୍କୁ ହତ୍ୟା କରାଯାଇଛି...

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଅଚ୍ୟୁତ ସାମନ୍ତ

ମୋର ମନେପଡ଼େ ଆମ ବିଦ୍ୟାଳୟରେ ଶ୍ରେଣୀପ୍ରତିନିଧି ବା ମନିଟର ଚୟନ କରାଯାଏ। ଶ୍ରେଣୀ ପ୍ରତିନିଧି ବ୍ୟତୀତ ସମଗ୍ର ବିଦ୍ୟାଳୟର ଛାତ୍ରପ୍ରତିନିଧି ମଧ୍ୟ ଚୟନ କରାଯାଏ। ମୁଁ କଟକ ଜିଲା ରଘୁନାଥପୁର ଅନ୍ତର୍ଗତ କଲରାବାଙ୍କ ପ୍ରାଥମିକ ବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରରେ ମାଧ୍ୟମିକ ଶିକ୍ଷା ଲାଭ କରିଥିଲି। ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ସମୟରେ ମଧ୍ୟ ମୋତେ ଶ୍ରେଣୀପ୍ରତିନିଧିର ଦାୟିତ୍ୱ ଦିଆଯାଇଥିଲା। ବିଦ୍ୟାଳୟରେ ଅନେକ ସ୍ବଚ୍ଛଳ ଓ ସ୍ବାସ୍ଥ୍ୟବାନ୍‌ ପିଲା ଥାଉଥାଉ ମୋତେ କାହିଁକି ମନିଟର କରାଯାଉଛି ବୋଲି ଜାଣିପାରୁ ନ ଥିଲି। ପରେ ଜାଣିବାକୁ ପାଇଲି, ମୁଁ ଶ୍ରେଣୀରେ ଓ ସ୍କୁଲ୍‌ରେ ଭଲ ପାଠ ପଢ଼ୁଥିବାରୁ ...

ମିଛ ଭିକାରି, ମିଛ ଭେକ

ମିଛ ଭିକାରି, ମିଛ ଭେକ

ଛନ୍ଦା ମିଶ୍ର

କୁହାଯାଏ, ଭେକ ଥିଲେ ଭିକ ମିଳେ। କୋଟ୍‌, ଟାଇ ପିନ୍ଧା ଭଦ୍ରବ୍ୟକ୍ତିଟି ପାଇଁ ଆପଣଙ୍କ ପକେଟରୁ ଦୁଇଟଙ୍କିଆଟିଏ ବାହାରିବ କି? ତେଣୁ ଭିକ ମାଗିବାକୁ ଆସୁଥିବା ଲୋକେ ଚିରାଫଟା ପିନ୍ଧି, ଆଲୁରୁବାଲୁରୁ ମୁଣ୍ଡ କରି, ଛିଣ୍ଡାଚପଲ ଓ କଣା ଟିଣଡବା ଧରି ଆପଣଙ୍କ ନିକଟରେ ହାତ ପତାନ୍ତି। ତାଙ୍କ ଦୟନୀୟ ଅବସ୍ଥା ଦେଖି ଆପଣଙ୍କ ପାଖରେ ଥିବା ଖୁଚୁରାଗୁଡ଼ିକ ଟିଣଡବା ଭିତରକୁ ଡେଇଁପଡିବାକୁ ବିକଳ ହୋଇଉଠନ୍ତି। ଆଉ ଭିକ୍ଷାପ୍ରାର୍ଥୀ ଯଦି ବିକଳାଙ୍ଗ ବା ସାଥିରେ ଥାଏ ଲଙ୍ଗଳା ଶିଶୁଟିଏ, ତେବେ ଆପଣଙ୍କ ମୁଣାରେ ଥିବା କାଗଜ ନୋଟ୍‌ଗୁଡ଼ିକ ବି ହୋଇଉଠନ୍ତି ଚଞ୍ଚଳ। ମନ୍ଦିରଗୁଡ଼ିକରେ ଆମଠାରୁ ଦାନ ଗ୍ରହଣ କରିବା ପାଇଁ ଯେଉଁ ଜୁଲମ ହୁଏ, ...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନର ଯୁଗକୁ ଇଣ୍ଟରନେଟ୍‌ ଯୁଗ କୁହାଯାଉଥିବା ବେଳେ ଏବକାର ପିଲାମାନେ ମଧ୍ୟ କୌଣସି ଗୁଣରେ କମ୍‌ ନୁହନ୍ତି। ସହଜାତ ଗୁଣ ଯୋଗୁ କେତେକ ପିଲା ଖୁବ୍‌ କମ୍‌ ବୟସରେ ଅସାଧ୍ୟ ସାଧନ କରିପାରନ୍ତି ଯାହା ଜଣେ ବୟସ୍କ ଲୋକ ପକ୍ଷରେ ସମ୍ଭବ ହୋଇ ନ ଥାଏ। ଏପରି ଜଣେ ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ମୁମ୍ବାଇର ୧୩ ବର୍ଷ ବୟସ୍କା ପିଙ୍ଗ୍‌ଲା ରାହୁଲ। ତାଙ୍କୁ ବୁଧବାର ‘ଡୁଡଲ୍‌ ଫର୍‌...