ସମ୍ପାଦକୀୟ |

ନାମ ନୁହେଁ, କାମ ବଡ଼

ନାମ ନୁହେଁ, କାମ ବଡ଼
ପ୍ରକାଶ ତ୍ରିପାଠୀ

ପୋର୍ଟିକୋରେ କାରଟିଏ ଲାଗିଲା। ଡ୍ରାଇଭର ବାବୁ ଗାଡିରୁ ଓହ୍ଲାଇ ତରତର ହୋଇ ଦୌଡିଆସିଲେ କାରର ପଛ ସିଟ୍‌କୁ ଓ ଡୋର୍‌ ଖୋଲି ଠିଆହେଲେ। ଏଥର କାର୍‌ ଭିତରୁ ଓହ୍ଲାଇଲେ ଜଣେ ବିଶିଷ୍ଟ ବ୍ୟକ୍ତି। ଏଭଳି ଦୃଶ୍ୟ ବହୁବର୍ଷ ପୂର୍ବେ ଟିଭିରେ ଦେଖିବାବେଳେ ମନରେ ପ୍ରଶ୍ନ ଉଠୁଥିଲା, ପଛରେ ବସିଥିବା ବ୍ୟକ୍ତିଜଣକ କ’ଣ ଡୋର୍‌ଟିକୁ ନିଜେ ଖୋଲି ବାହାରକୁ ଆସିପାରିବେ ନାହିଁ? ଏମିତି କିଛି କାମ ଥାଏ ଯାହା କରିବା ପାଇଁ ଅନେକ ଲୋକ କୁଣ୍ଠା ପ୍ରକାଶ କରିଥାନ୍ତି। ନିଜ ମନରେ ହୀନମନ୍ୟତା ସୃଷ୍ଟିହୁଏ ଯେ, ମୁଁ ଏତେ ପାଠ ପଢିଛି। ଏତେବଡ଼ ପଦବୀରେ ଅଛି, ମୁଁ ଏଇ ଛୋଟିଆ କାମ କରିବି! ଏ କାମ କଲେ ମୋର ମାନସମ୍ମାନ ହାନି ହୋଇଯିବନି? ଆମେ ଭୁଲିଯାଉ ଯେ, କୌଣସି କାମ ଛୋଟ ବା ବଡ଼ ନୁହେଁ। ପ୍ରତ୍ୟେକ କାମର ଏକ ସ୍ବାତନ୍ତ୍ର୍ୟ ତଥା ମୂଲ୍ୟ ରହିଥାଏ। ଗୋଟିଏ କାର୍ଯ୍ୟାଳୟର ସର୍ବୋଚ୍ଚ ପଦବୀର ଯେତିକି ଗୁରୁତ୍ୱ ଥାଏ, ସର୍ବନିମ୍ନ ପଦବୀର ମଧ୍ୟ ତଦନୁରୂପ ମହତ୍ତ୍ୱ ଥାଏ। କାରଣ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗ ଓ ସହଭାଗିତାରେ ସମ୍ପନ୍ନ ହୋଇଥାଏ। ତେଣୁ ପ୍ରତ୍ୟେକ ପଦପଦବୀରେ ଥିବା କର୍ମଚାରୀଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନର ଆବଶ୍ୟକତା ରହିଛି। ଧରାଯାଉ କାର୍ଯ୍ୟାଳୟକୁ ଟାଇପିଷ୍ଟଟିଏ ଅସୁସ୍ଥତା ଯୋଗୁ ଆସିପାରି ନାହିଁ ଓ ସେହିଦିନ ଜରୁରୀ ଚିଠିଟିଏ ପଠାଇବାର ଆବଶ୍ୟକତା ରହିଛି। 
ତେବେ ଟାଇପିଷ୍ଟ କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନା ଅନ୍ୟ କେହି ଟାଇପ୍‌ ଜାଣିଥିବା କର୍ମଚାରୀଟିଏ ଚିଠିଟିକୁ ଟାଇପ୍‌ କରିଦେବ? ଯଦି ଅନ୍ୟ କେହି କର୍ମଚାରୀ ବା ଅଧିକାରୀ ନିଜେ ଚିଠିଟିକୁ ଟାଇପ୍‌ କରିଦିଅନ୍ତି ତେବେ ଏଥିରେ ଅସୁବିଧା କ’ଣ? ସେହିପରି କୌଣସି ଜରୁରୀ କାର୍ଯ୍ୟ ଯୋଗୁ ସୁଇପର ଦୁଇ ତିନିଦିନ ପାଇଁ ଅଫିସ ଆସିପାରିଲେନି, ସୁଇପର ଆସିବେ ନାହିଁ ବୋଲି ଅଫିସ ଘର ଅଳିଆ, ଆବର୍ଜନା ହୋଇ ପଡିରହିବ ନା ପ୍ରତ୍ୟେକ କର୍ମଚାରୀ ନିଜ ନିଜ କୋଠରିକୁ ଓଳାଇ ପରିଷ୍କାର କରିବେ? ଦିନେ ଦୁଇଦିନ ଅଫିସ ଘରକୁ ଅନ୍ୟ କର୍ମଚାରୀମାନେ ଓଳାଇଦେଲେ କ’ଣ ସେମାନଙ୍କର ମାନ-ସମ୍ମାନ କ୍ଷୁଣ୍ଣ ହୋଇଯିବ? ସେମାନେ ବି ଆମରି ଭଳି ମଣିଷ, ଯେଉଁମାନେ ସେ କାମ କରୁଛନ୍ତି। ସେମାନଙ୍କ ଅନୁପସ୍ଥିତିରେ ସେମାନଙ୍କର କାର୍ଯ୍ୟ କରିଦେଲେ ସମ୍ମାନହାନି ହେବନାହିଁ ବରଂ ବଢ଼ିବ। ଯେକୌଣସି କାମ ହେଉ, ଯଦି ତାକୁ ନିଷ୍ଠା ଓ ଦାୟିତ୍ୱର ସହ କରାଯାଏ ତେବେ ସେହି କାମ ମଣିଷକୁ ଶ୍ରେଷ୍ଠତା ପ୍ରଦାନ କରିଥାଏ। କାମ ପ୍ରତି ସମ୍ମାନବୋଧ ସଂକ୍ରାନ୍ତରେ ନିକଟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଦୁଇଟି ଘଟଣାକୁ ଏଠାରେ ଉଲ୍ଲେଖ କରୁଛୁ।
୨୦୧୬ ଅକ୍ଟୋବର ୩୧ ତାରିଖ। ଝାଡ଼ଖଣ୍ଡର ରାଜରାପାରେ ଅବସ୍ଥିତ ସେଣ୍ଟ୍ରାଲ କୋଲଫିଲ୍‌ଡ ଲିମିଟେଡରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ (ସୁଇପର) ସୁମିତ୍ରା ଦେବୀ ଏହିଦିନ ତାଙ୍କ କାର୍ଯ୍ୟରୁ ଅବସର ନେଲେ। ଜଣେ କର୍ମଚାରୀ ସେବାନିବୃତ୍ତ ହେବା ବା ଅବସର ଗ୍ରହଣ କରିବା ଏକ ଚିରାଚରିତ ଘଟଣା। ମାତ୍ର ସୁମିତ୍ରା ଦେବୀଙ୍କର ଅବସର ଦିନଟି ବହୁଚର୍ଚ୍ଚିତ ହୋଇଥିଲା ସେତିକିବେଳେ, ଯେତେବେଳେ କି ବିଦାୟକାଳୀନ ସଭାଗୃହରେ ପହଞ୍ଚିଥିଲେ ତାଙ୍କର ତିନିପୁଅ। ବଡ଼ପୁଅ ବୀରେନ୍ଦ୍ର କୁମାର (ରେଲ୍‌ଓ୍ବେ ଇଞ୍ଜିନିୟର), ମଝିଆଁ ପୁଅ ଧୀରେନ୍ଦ୍ର କୁମାର (ଡାକ୍ତର) ଓ ସାନପୁଅ ମହେନ୍ଦ୍ର କୁମାର (ଜିଲାପାଳ, ସିଓ୍ବାନ, ବିହାର) ସଭାଗୃହରେ ପହଞ୍ଚି ଯେତେବେଳେ ମାଆ ସୁମିତ୍ରା ଦେବୀଙ୍କ ପାଦସ୍ପର୍ଶ କଲେ, ସେ ନିଜକୁ ରୋକି ନ ପାରି କାନ୍ଦି ପକାଇଲେ। ଝାଡୁଦାର କାର୍ଯ୍ୟ କରି ସେ ଯେଉଁ ସ୍ବଳ୍ପ ଦରମା ପାଉଥିଲେ, ସେଥିରେ ଅତି ଦୁଃଖକଷ୍ଟ ସହି ତିନିପୁଅଙ୍କୁ ପାଠ ପଢ଼ାଇ ସମାଜରେ ପ୍ରତିଷ୍ଠିତ କରାଇପାରିଥିଲେ। ତିନିପୁଅ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେବା ପରେ ତାଙ୍କ ପରିବାରର ଆର୍ଥିକ ସ୍ବଚ୍ଛଳତା ବୃଦ୍ଧି ପାଇଲା ସତ, ହେଲେ ନିଜ କର୍ତ୍ତବ୍ୟ ପ୍ରତି ସୁମିତ୍ରା ଦେବୀ କେବେ ବି ବିମୁଖତା ପ୍ରଦର୍ଶନ କରିନାହାନ୍ତି। ୬୦ ବର୍ଷ ବୟସ ପର୍ଯ୍ୟନ୍ତ ରାମଗଡ଼ ସହରର ବିଭିନ୍ନ ଗଳିରେ ସେ ଅନ୍ୟ ସୁଇପର ସହକର୍ମୀଙ୍କ ସହିତ କାର୍ଯ୍ୟ କରିଚାଲିଥିଲେ। ବନ୍ଧୁ-ବାନ୍ଧବ ଓ ଚିହ୍ନାଜଣାଙ୍କ ମଧ୍ୟରୁ ଅନେକେ ତାଙ୍କୁ ପ୍ରବର୍ତ୍ତାଇଛନ୍ତି ଯେ, ଜଣେ ଆଇଏଏସ୍‌ ଅଫିସରଙ୍କ ମା’ ସୁଇପର କାମ କରିବା ଶୋଭନୀୟ ନୁହେଁ। ତିନିପୁଅ ଉଚ୍ଚ ପଦପଦବୀରେ ଅଧିଷ୍ଠିତ। ଟଙ୍କା-ପଇସାର ଅଭାବ ନାହିଁ। ଏପରିସ୍ଥଳେ ଝାଡୁଦାର କାର୍ଯ୍ୟ କରିବାର କ’ଣ ଆବଶ୍ୟକତା ଅଛି ବୋଲି ଅନେକେ ତାଙ୍କୁ ପ୍ରଶ୍ନ କରିଛନ୍ତି। ସୁଇପର ଚାକିରି ତାଙ୍କ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ଓ ଈଶ୍ୱରଙ୍କ ଆଶୀର୍ବାଦକୁ ସେ କେବେ ବି ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ ବୋଲି ଉତ୍ତର ଦିଅନ୍ତି ସୁମିତ୍ରା ଦେବୀ। ଯେଉଁ କାମ କରି ସେ ନିଜ ତିନିପୁଅଙ୍କୁ ପ୍ରତିଷ୍ଠିତ କରାଇପାରିଲେ, ସେ କାମ କେମିତି ଛୋଟ କାମ ହୋଇପାରେ ଓ ତାକୁ କିପରି ସେ ପରିତ୍ୟାଗ କରିପାରିବେ? ମାଆଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ ତିନିପୁଅ ଓ ଉଦାହରଣ ସୃଷ୍ଟି କରିଥିଲେ ଯେ ସମାଜରେ ଯେ କୌଣସି କାମ ଛୋଟ ନୁହେଁ।
ପ୍ରତ୍ୟେକ କାମକୁ ସମ୍ମାନ ପ୍ରଦର୍ଶନ କରିବା ନେଇ ସମ୍ପ୍ରତି ଚର୍ଚ୍ଚାରେ ଅଛନ୍ତି ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌। ଗତ ଜୁନ୍‌ ୬ ତାରିଖ ପୂର୍ବାହ୍ଣର ଘଟଣା, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇ ପ୍ରଧାନମନ୍ତ୍ରୀ ରୁଟ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଛି। ତରତର ହୋଇ ସେଦିନ ପାର୍ଲାମେଣ୍ଟର ନିଜ ଚାମ୍ବରକୁ ଯାଉଥିଲେ ପ୍ରଧାନମନ୍ତ୍ରୀ ରୁଟ୍‌। ବାମ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଡାହାଣ ହାତରେ କଫି କପ୍‌। କଫି ପିଇ ପିଇ ଜଣେ ଅଧିକାରୀଙ୍କ ସହ ନିଜ ଚାମ୍ବର ଭିତରକୁ ପ୍ରବେଶ କରୁଥଲା ବେଳେ ଗ୍ଲାସ୍‌ ଡୋର୍‌ରେ ହଠାତ୍‌ ହାତବାଜି କଫି କପ୍‌ଟି ତଳେ ପଡିଗଲା ଓ କଫିତକ ଢାଳି ହୋଇଗଲା ଚଟାଣରେ। ତୁରନ୍ତ କାଗଜପତ୍ରଗୁଡିକୁ ପାଖରେ ଠିଆ ହୋଇଥିବା ଅଧିକାରୀଙ୍କୁ ଧରାଇଦେଇ ଚଟାଣ ପୋଛିବାରେ ଲାଗିପଡିଲେ ପ୍ରଧାନମନ୍ତ୍ରୀ। ନିକଟରେ ଥିବା ଏକ ମଗ୍‌ ସାହାଯ୍ୟରେ ସଫା କରିବା ସହ ଚଟାଣରେ ସୃଷ୍ଟି ହୋଇଯାଇଥିବା କିଛି ଗାଢ଼ ଦାଗକୁ ନିଜ ରୁମାଲରେ ପୋଛି ପକାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟ ଦେଖି ହଡ଼ବଡ଼େଇ ଯାଇଥିଲେ ପାର୍ଲାମେଣ୍ଟ ଭବନର ଅଧିକାରୀବୃନ୍ଦ। ଖବରପାଇ ଦୌଡ଼ାଦୌଡ଼ି ହୋଇ ପହଞ୍ଚିଯାଇଥିଲେ କିଛି ସଫେଇ କର୍ମଚାରୀ। ମାତ୍ର ହସି ହସି ଚଟାଣ ସଫାରେ ଲାଗିପଡିଥିଲେ ପ୍ରଧାନମନ୍ତ୍ରୀ ଓ ବାରଣ କରିଥିଲେ ସେମାନଙ୍କୁ ବ୍ୟସ୍ତ ହେବାକୁ। ପରେ ଉପସ୍ଥିତ ଅଧିକାରୀ ଓ ସଫେଇ କର୍ମଚାରୀମାନେ ତାଳିମାରି ପ୍ରଧାନମନ୍ତ୍ରୀଙ୍କୁ ବଧାଇ ଜଣାଇଥିଲେ।
ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ରୁଟ୍‌ ହୁଅନ୍ତୁ କି ଛତିଶଗଡ଼ର ସୁଇପର ସୁମିତ୍ରା ଦେବୀ ହୁଅନ୍ତୁ, ଉଭୟେ ସମାଜକୁ ଗୋଟିଏ ଭଲ ବାର୍ତ୍ତା ଦେଇଛନ୍ତି ଯେ, କୌଣସି କାମ ଛୋଟ ନୁହେଁ, ବ୍ୟକ୍ତି ନିଜ ନାମ ପାଇଁ ନୁହେଁ, କାମ ପାଇଁ ପ୍ରତିଷ୍ଠା ଅର୍ଜନ କରିଥାଏ। ଥରେ ଭାବନ୍ତୁ, ଯଦି କୃଷକଟିଏ ମାଟି, ପାଣି, ପବନ, ଖରା, ବର୍ଷା, ଶୀତକୁ ଖାତିର ନ କରି କୃଷି ଉତ୍ପାଦନ କରୁ ନ ଥାନ୍ତା, ଷ୍ଟେଶନ ବା ବସଷ୍ଟାଣ୍ଡରେ କୁଲିମାନେ ସେବା ପ୍ରଦାନ କରୁ ନ ଥାନ୍ତେ, କ୍ଷୀରବାଲା ଗୁହାଳରେ ଗାଈ ରଖି ସେମାନଙ୍କ ଲାଳନପାଳନ ପୂର୍ବକ ଆମ ଦୁଆରମୁହଁରେ କ୍ଷୀର ନ ପହଞ୍ଚାଉଥାନ୍ତା, ସୁଇପରମାନେ ଦୈନିକ ସହରର ରାସ୍ତା ଉପରୁ ଅଳିଆ ଆବର୍ଜନା ଉଠାଉ ନ ଥାନ୍ତେ, କାମବାଲୀମାନେ ଆମ୍ଭମାନଙ୍କ ଘରକୁ ଆସି ପାଇଟି ନ କରୁଥାନ୍ତେ, ମୂଲିଆ ମଜୁରିଆମାନେ ଦୈନିକ ଆମ ପାଇଁ କାମ କରୁ ନ ଥାନ୍ତେ, ତେବେ ଆମର ଜୀବନଯାପନ ପ୍ରଣାଳୀ କିପରି ହେଉଥାନ୍ତା? ଆଜିର ଦିନପରି ସବୁ କିଛି ସହଜ ସୁନ୍ଦର ହୋଇପାରିଥାନ୍ତା କି? ଉତ୍ତର ହେବ ନା। ଆମ ଜୀବନର ପ୍ରତିଟି ଆବଶ୍ୟକତା କେଉଁ କୋଟିପତି ପୂରଣ କରୁନାହାନ୍ତି। ଦୁନିଆକୁ ସରସ, ସୁନ୍ଦର, ପରିଷ୍କାର ଓ ପରିଚ୍ଛନ୍ନ କରିଥାନ୍ତି ସେହିମାନେ, ଯେଉଁମାନଙ୍କୁ ଆମେ କହିଥାଉ ତଳସ୍ତରର ମଣିଷ। ତଥାକଥିତ ଉପରସ୍ତରର ଲୋକଙ୍କ ପ୍ରତି ଆମେ ଯେପରି ବ୍ୟବହାର ଓ ଆଚରଣ ପ୍ରଦର୍ଶନ କରିଥାଉ, ସେପରି ଆଚରଣ ଆମେ ସେହି ତଳସ୍ତରର ଲୋକମାନଙ୍କ ପ୍ରତି କରି ନ ଥାଉ। ତାମିଲ ଅଭିନେତା ରଜନୀକାନ୍ତ ସୁପରଷ୍ଟାର ହେବା ପୂର୍ବରୁ ଜଣେ ବସ୍‌ କଣ୍ଡକ୍ଟର ଥିଲେ। ଏବେ ବି ଟିକିଏ ଅବସର ସମୟ ପାଇଲେ ସେ ତାଙ୍କ ପୂର୍ବର ସେ କଣ୍ଡକ୍ଟର ବନ୍ଧୁମାନଙ୍କୁ ଭେଟିବାକୁ ବାହାରିପଡନ୍ତି। ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ୍‌ ଛୋଟ ବେଳେ ଖବରକାଗଜ ହକର କାମ କରୁଥିଲେ। ପ୍ରକୃତି କୌଣସି କାର୍ଯ୍ୟରେ ଫରକ ଦେଖେ ନାହିଁ। ତା’ ପାଇଁ ପ୍ରତ୍ୟେକ ମଣିଷ ସମାନ। ସେଥିପାଇଁ ତ ପ୍ରତ୍ୟେକ ମଣିଷ ପ୍ରକୃତି ପାଇଁ ଜଣେ ଜଣେ ସେଲିବ୍ରିଟି। ଏବେ ଆସନ୍ତୁ ନାମକୁ ନୁହେଁ, କାମକୁ ସମ୍ମାନ ଦେବା।
ମୋ-୯୪୩୭୨୩୨୪୬୩, ଇମେଲ- prakas.tripathy09@gmail.com
All Right Reserved By

ସମ୍ପାଦକୀୟ |

ଅବିମୃଶ୍ୟକାରିତା

ଅବିମୃଶ୍ୟକାରିତା

ଆକାର ପଟେଲ

ଓଲ୍‌ଡ ଟ୍ରାଫୋର୍ଡ, ମଞ୍ଚେଷ୍ଟରଠାରେ ଜୁନ୍‌ ୧୬ ତାରିଖରେ ପାକିସ୍ତାନ ସହ ଭାରତ ବିଶ୍ୱକପ୍‌ ଖେଳିବା ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହା ହେବ ଆମର ବିଶ୍ୱକପ୍‌ର ଚତୁର୍ଥ ମ୍ୟାଚ୍‌। ପ୍ରଥମ ରାଉଣ୍ଡରେ ୧୦ଟି ଦଳ ମଧ୍ୟରୁ ପ୍ରତ୍ୟେକ ଦଳ ଅନ୍ୟ ୯ଟି ଦଳ ସହ ଥରେ ଲେଖାଏ ଖେଳିବେ। ଏହାପରେ ସବୁଠୁ ବେଶି ପଏଣ୍ଟ ହାସଲ କରିଥିବା ଚାରିଗୋଟି ଦଳ ସେମିଫାଇନାଲକୁ ଯିବେ। ପାକିସ୍ତାନ ବିପକ୍ଷରେ ଖେଳିବା ପୂର୍ବରୁ ଆମକୁ ଦକ୍ଷିଣ ଆଫ୍ରିକା (ଜୁନ୍‌ ୫), ଅଷ୍ଟ୍ରେଲିଆ (ଜୁନ୍‌ ୯) ଓ ନ୍ୟୁଜିଲାଣ୍ଡ (ଜୁନ୍‌ ..

 ଗୃହିଣୀଙ୍କ ରୋଜଗାର

ଗୃହିଣୀଙ୍କ ରୋଜଗାର

ପ୍ରକାଶ ତ୍ରିପାଠୀ

ନିକଟରେ ଜଣେ ବନ୍ଧୁଙ୍କ ଝିଅ ବାହାଘର ଭୋଜିରେ ମୋର ଜଣେ ପୁରୁଣା ବନ୍ଧୁ ଦେଖାହେଲେ। ସେ ଥିଲେ ମୋ କଲେଜପଢ଼ା ବେଳର ସହପାଠୀ। ପ୍ରାୟ ୩୪ ବର୍ଷ ପରେ ଭେଟ ହୋଇଥିବାରୁ ଆମ ଉଭୟଙ୍କ ଖୁସି ଥିଲା ଅବର୍ଣ୍ଣନୀୟ। ଅନେକ ପୁରୁଣା କଥା ଓ ସ୍ମୃତି ମନେପକାଇ ଦୁଇବନ୍ଧୁ ହସୁଥିଲା ବେଳେ ବନ୍ଧୁପତ୍ନୀ ସେଠାରେ ପହଞ୍ଚିଲେ। ବନ୍ଧୁ ତାଙ୍କ ସ୍ତ୍ରୀଙ୍କୁ ମୋ ସହ ପରିଚୟ ..

 ଆଧୁନିକ  ବିଶ୍ୱକର୍ମା

ଆଧୁନିକ ବିଶ୍ୱକର୍ମା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

କେନ୍ଦ୍ର ସରକାର ୨୦୧୨ ମସିହାରେ ସାଂସ୍କୃତିକ ଐକ୍ୟ ବଜାୟ ରଖିବା ଲକ୍ଷ୍ୟରେ ଟାଗୋର ସମ୍ମାନ ପ୍ରତିଷ୍ଠା କରିଥିଲେ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ କାର୍ଯ୍ୟ, ଦର୍ଶନ ଓ ଚିନ୍ତାଧାରାକୁ ସର୍ବଜନବିଦିତ କରିବା ଦିଗରେ ତାଙ୍କ ୧୫୦ତମ ଜୟନ୍ତୀ ପୂର୍ତ୍ତି ଅବସରରେ ଏଭଳି ପଦକ୍ଷେପ ନିଆଯାଇଥିଲା। ସାଂସ୍କୃତିକ ମୂଲ୍ୟବୋଧ ପ୍ରଚାର ଓ ପ୍ରସାର କରୁଥିବା ବ୍ୟକ୍ତିବିଶେଷ, ସଂଘ, ..

ଏଇ ଭାରତରେ

ଏଇ ଭାରତରେ

ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ଶିଶୁ ମୃତ୍ୟୁବରଣ କରିବା ବିରଳ ଘଟଣାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଅହମଦନଗର ଅଞ୍ଚଳରେ। ଶୁକ୍ରବାର ସକାଳେ ଏକ ତିନିବର୍ଷର ଶିଶୁପୁତ୍ରକୁ ପଞ୍ଝାଏ ବୁଲା କୁକୁର ଝୁଣିଦେବାରୁ ଶିଶୁଟିର ମୃତ୍ୟୁ ଘଟିଥିଲା। ଆୟୁଷ ପ୍ରଜାପତି ନାମକ ଏହି ବାଳକ ଉକ୍ତ ନଗରୀର ମଙ୍ଗଳାଗେଟ୍‌ ଏରିଆସ୍ଥିତ ନିଜ ଘର ନିକଟରେ ..

 ବୃଦ୍ଧକାଳେ ଅପତ୍ୟଦୁଃଖ

ବୃଦ୍ଧକାଳେ ଅପତ୍ୟଦୁଃଖ

ରଞ୍ଜନ କୁମାର ଦାସ

ଜଣେ ବୟସ୍କ ବ୍ୟକ୍ତି ମୋର ଖବରକାଗଜରେ ପ୍ରକାଶିତ ଲେଖାସବୁ ପଢ଼ି ନିୟମିତ ଭାବେ ଫୋନ୍‌ କରନ୍ତି। ପ୍ରତ୍ୟେକ ଥର ସେ କହନ୍ତି ଯେ, ମୁଁ କେବେ ଥରେ ଯିବି ଆପଣଙ୍କ ସହ ଦେଖା କରିବି। ଏମିତି କହନ୍ତି ସିନା ସେ କେବେ ଆସନ୍ତି ନାହିଁ। ମୁଁ ମନେମନେ ଭାବେ ସେ ଆସୁ ତ ନାହାନ୍ତି ପୁଣି ଏ କଥା ବାରମ୍ବାର କହୁଛନ୍ତି କାହିଁକି? ଦିନେ ସେ ଫୋନ୍‌ କରି କହିଲେ, ଶୁଣିଲି ଆପଣ ଆସୁଛନ୍ତି ଆମ ପଞ୍ଚାୟତକୁ? ପଞ୍ଚାୟତ ଘର ପାଖରେ ହିଁ ଆମ ଘର। ମୁଁ ଆପଣଙ୍କୁ ଆମ ଘରକୁ ନିମନ୍ତ୍ରଣ କରିବି। ମନା କରିବେ ନାହିଁ, ନିଶ୍ଚୟ ଆସିବେ। ସରକାରୀ କାର୍ଯ୍ୟରୁ ସମୟ ମିଳିବ କି ନାହିଁ ବୋଲି ମୁଁ ସଂଶୟ ପ୍ରକଟ କରନ୍ତେ ସେ କହିଲେ, ବେଶି ସମୟ ନ ରହିଲେ ନାହିଁ ପଛେ ଖାଲି ଗୋଟିଏ ମିନିଟ୍‌ ପାଇଁ ଆମଘର ଆଗରେ ଓହ୍ଲାଇବେ। ଚିନ୍ତାକଲି ତାଙ୍କର ଆଗ୍ରହ ଭାଙ୍ଗିବା ଠିକ୍‌...

ସାବତ ମାଆର ପୁଅ

ସାବତ ମାଆର ପୁଅ

ମନ-ମାନଚିତ୍ର/ଡ. ନରହରି ବେହେରା

ସଂସାରରେ ଭାଗ୍ୟବାନ ସନ୍ତାନଟିଏ ହିଁ ମାଆର ସ୍ନେହ ଲାଭ କରିଥାଏ। ତାହାଠାରୁ ସେ ସନ୍ତାନ ଆହୁରି ଅଧିକ ଭାଗ୍ୟବାନ, ଯିଏ ସାବତ ମାଆଠାରୁ ମାଆର ସ୍ନେହ ପାଇଥାଏ। ଯେଉଁ ସାବତ ମାଆ ନିଜ ସନ୍ତାନ ପରି ଅନ୍ୟ ସନ୍ତାନକୁ ମାଆର ସ୍ନେହ ଦେଇପାରନ୍ତି, ସେ ସର୍ବଦା ନମସ୍ୟା। ମାତ୍ର ଅଧିକାଂଶ କ୍ଷେତ୍ରରେ ସାବତ ମାଆଠାରୁ ଏ ସ୍ନେହ ମିଳେନାହିଁ। 

ଦିନେ ସମ୍ରାଟ୍‌ ସୁଲେମାନଙ୍କ ନିକଟରେ ଗୋଟିଏ ଶିଶୁପୁତ୍ରକୁ ଧରି ଦୁଇଜଣ ମହିଳା ଆସି ପହଞ୍ଚତ୍ଲେ। ଏ ଦୁଇ ମହିଳା ସେହି ଶିଶୁପୁତ୍ରକୁ ନିଜର ସନ୍ତାନ ବୋଲି ଦାବି କଲେ। ସମ୍ରାଟ୍‌ ଥିଲେ ବିଚାର-ବିଚକ୍ଷଣ। ସେ କିଛି ମୁହୂର୍ତ୍ତ ଚିନ୍ତାକରି ଶିଶୁ ପୁତ୍ରଟିକୁ ଦୁଇଖଣ୍ଡ କରି ଦୁଇ ମହିଳାଙ୍କ ମଧ୍ୟରେ ବାଣ୍ଟିଦେବା ପାଇଁ ଦୂତକୁ ଆଦେଶ ଦେଲେ। ଏଥିରେ ନକଲି ମାଆଟି ଖୁସିହୋଇ ସମ୍ରାଟ୍‌ଙ୍କ ଆ..

ଏଇ ଭାରତରେ

ଏଇ ଭାରତରେ

ଭାରତରେ ଏପରି ଏକ ନଦୀଘାଟ ଅଛି, ଯେଉଁଠି ଗାଧୋଇଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥାଏ। କାଶୀରେ ଗଙ୍ଗାକୂଳରେ ରହିଛି ୮୪ଟି ଘାଟ। ସବୁଘାଟରେ ସ୍ନାନକଲେ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ସେଠାରେ ଥିବା କୁବାଈ ଘାଟରେ ସ୍ନାନ କଲେ ଦମ୍ପତିଙ୍କ ପାରିବାରିକ ଜୀବନରେ ଝଡ଼ ଉଠିବା ସହିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଦମ୍ପତି..

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..