ସମ୍ପାଦକୀୟ |

କୃତବିଦ୍ୟ ଚିକିତ୍ସକ

କୃତବିଦ୍ୟ ଚିକିତ୍ସକ
ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ଭାରତରେ ଡାକ୍ତରୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବି.ସି. ରାୟ ଜାତୀୟ ସମ୍ମାନକୁ ସର୍ବଶ୍ରେଷ୍ଠ ପୁରସ୍କାର ଭାବେ ବିବେଚନା କରାଯାଉଛି। ବିଶିଷ୍ଟ ଡାକ୍ତର ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରାୟଙ୍କ ନାମରେ ଏହି ପୁରସ୍କାର ଭାରତୀୟ ଭେଷଜ ପରିଷଦ (ଏମ୍‌ସିଆଇ) ଦ୍ୱାରା ୧୯୭୬ରୁ ପ୍ରଦାନ କରାଯାଇଆସୁଛି। ୨୦୧୮ ମସିହା ଲାଗି ମୁମ୍ବାଇସ୍ଥିତ ପ୍ରସିଦ୍ଧ ସ୍ନାୟୁଶଲ୍ୟ ବିଶେଷଜ୍ଞ ବସନ୍ତ କୁମାର ମିଶ୍ରଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ୨୦୧୯ ଜୁଲାଇ ୧ ଡାକ୍ତର ଦିବସରେ ତାଙ୍କୁ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ। ଡାକ୍ତରୀ ସେବାକୁ ଅନବଦ୍ୟ ଅବଦାନ ଦେଇଥିବା ଏହି ଓଡ଼ିଆ ବ୍ୟକ୍ତି ବି.ସି. ରାୟ ସମ୍ମାନ ପାଇବା ଲାଗି ମନୋନୀତ ହୋଇଥିବାରୁ ତାଙ୍କ ବିଷୟରେ ଜାଣିବା ଲାଗି ସମସ୍ତେ ଆଗ୍ରହ ରଖିବା ସ୍ବାଭାବିକ। 
ବସନ୍ତଙ୍କ ଜନ୍ମସ୍ଥାନ ଭୁବନେଶ୍ୱର। ଅର୍ଥନୀତିଜ୍ଞ ବୈଦ୍ୟନାଥ ମିଶ୍ର ଓ ବାସନ୍ତୀ ମିଶ୍ରଙ୍କ ସୁପୁତ୍ର ବସନ୍ତଙ୍କ ସ୍କୁଲ ଶିକ୍ଷା ରାଜଧାନୀରେ ହୋଇଥିଲା। ସମ୍ବଲପୁରସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜରୁ ୧୯୭୫ରେ ଏମ୍‌ବିବିଏସ୍‌ ଡିଗ୍ରୀ ଅର୍ଜନ କରିଥିଲେ। ସେହିବର୍ଷ ସେ ବିଶ୍ୱବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍‌ ହେବା ସହ ୪ଟି ସ୍ବର୍ଣ୍ଣପଦକ ଲାଭ କରିଥିଲେ। ସେ ୧୯୮୦ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଜେନେରାଲ ସର୍ଜରୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୮୩ରେ ସମ୍ମାନଜନକ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରୁ ନ୍ୟୁରୋସର୍ଜରୀରେ ଉଚ୍ଚଶିକ୍ଷା ଲାଭ କରି ସ୍ନାୟୁଶଲ୍ୟ ଚିକିତ୍ସା କ୍ଷେତ୍ରରେ  ନିଜକୁ ନିୟୋଜିତ କରିଥିଲେ। ଡାକ୍ତରୀ ପାଠ ପଢ଼ୁଥିବା ବେଳେ ଫାଇଜର୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ଆଓ୍ବାର୍ଡ ଏବଂ ବ୍ରିଟେନର ଏଡିନ୍‌ବର୍ଗ ୟୁନିଭର୍ସିଟିରୁ କମନ୍‌ଓ୍ବେଲ୍‌ଥ ମେଡିକାଲ ସ୍କଲାର ସମ୍ମାନ ପାଇଥିଲେ। ବସନ୍ତ ସ୍ନାୟୁଶଲ୍ୟ କ୍ଷେତ୍ରରେ ବାରମ୍ବାର ଗବେଷଣା ଓ ପରୀକ୍ଷାନିରୀକ୍ଷା କରି ରୋଗୀଙ୍କୁ କିଭଳି ଉନ୍ନତ ଧରଣର ଚିକିତ୍ସା ମିଳିପାରିବ ସେଥିଲାଗି ଅହରହ କାର୍ଯ୍ୟ କରିଚାଲିଛନ୍ତି। ସେଥିପାଇଁ ଏହି କ୍ଷେତ୍ରରେ ଅଗ୍ରଣୀ ଡାକ୍ତର ହେବାରେ ତାଙ୍କ କାର୍ଯ୍ୟକୁ ସବୁଆଡ଼ୁ ପ୍ରଶଂସା କରାଯାଉଛି। ସେ ୧୯୯୫ରୁ ମୁମ୍ବାଇସ୍ଥିତ ପି.ଡି. ହିନ୍ଦୁଜା ହସ୍ପିଟାଲର ନ୍ୟୁରୋସର୍ଜରୀ ଆଣ୍ଡ୍‌ ଗାମା ନାଇଫ୍‌ ରେଡିଓସର୍ଜରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏହା ପୂର୍ବରୁ ତ୍ରିଭେନ୍ଦ୍ରମ୍‌ସ୍ଥିତ ଶ୍ରୀ ଚିତ୍ରାତିରୁନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ୍‌ ଟେକ୍‌ନୋଲଜି (ଏସ୍‌ସିଟିଆଇଏମ୍‌ଏସ୍‌ଟି)ର ନ୍ୟୁରୋସର୍ଜରୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ। ତେବେ ଗାମା ନାଇଫ୍‌ ଟେକ୍‌ନୋଲଜି ପ୍ରୟୋଗ କରି ଚିକିତ୍ସା କ୍ଷେତ୍ରରେ ଭାରତରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି।  ତେଣୁ ଏହି ଟେକ୍‌ନୋଲଜି ମାଧ୍ୟମରେ ରୋଗ ଭଲ କରିବା କ୍ଷେତ୍ରରେ ପି.ଡି. ହିନ୍ଦୁଜା ହସ୍ପିଟାଲ ଦକ୍ଷିଣ ଏସିଆରେ ନାମ କମାଇବା ସହ ବସନ୍ତଙ୍କୁ ଦକ୍ଷିଣ ଏସିଆରେ ପ୍ରଥମ ଗାମା ନାଇଫ୍‌ ରେଡିଓସର୍ଜରୀ ବିଶେଷଜ୍ଞର ମାନ୍ୟତା ଦେଇଛି। କେବଳ ସେତିକି ନୁହେଁ, କମ୍ପ୍ୟୁଟର ଗାଇଡେଡ୍‌ ଆନ୍ୟୁରିଜିମ୍‌ ସର୍ଜରୀ ଦିଗରେ ବିଶ୍ୱର ପ୍ରଥମ ଡାକ୍ତର ଭାବେ ତାଙ୍କ ନାମ ଗଣାଯାଉଛି। 
ଆଧୁନିକ ଓ ଉନ୍ନତ ଚିକିତ୍ସା ପଦ୍ଧତି ମାଧ୍ୟମରେ କିଭଳି ରୋଗୀଙ୍କ କଲ୍ୟାଣ କରାଯାଇପାରିବ ସେହି ଦିଗରେ ବସନ୍ତ କାର୍ଯ୍ୟ କରି ଆସୁଛନ୍ତି। ଦେଶବିଦେଶର ବିଭିନ୍ନ ମେଡିକାଲ ଜର୍ନାଲରେ ତାଙ୍କ ଲେଖା ପ୍ରକାଶ ପାଇ ଉଚ୍ଚପ୍ରଶଂସିତ ହୋଇଛି। ବି.ସି. ରାୟ ନ୍ୟାଶନାଲ ସମ୍ମାନ ଲାଗି ଯୋଗ୍ୟ ବିବେଚିତ ହେବା ପୂର୍ବରୁ ସେ ବହୁ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି। ପାରିବାରିକ ଜୀବନ କହିଲେ ସ୍ତ୍ରୀ ସସ୍ମିତା ମିଶ୍ର ଏବଂ ଦୁଇପୁଅ ସାର୍ଥକ ଓ ସିଦ୍ଧାର୍ଥଙ୍କୁ ନେଇ ତାଙ୍କ ସଂସାର। ସାର୍ଥକ ଆମେରିକାରେ ମାନସିକ ରୋଗ ବିଶେଷଜ୍ଞ ଥିବା ବେଳେ ସିଦ୍ଧାର୍ଥ ଲଣ୍ଡନଠାରେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ କାର୍ଯ୍ୟ କରୁଛନ୍ତି। 

All Right Reserved By

ସମ୍ପାଦକୀୟ |

ପୁଲ୍‌ଓ୍ବାମା ଆକ୍ରମଣ

ପୁଲ୍‌ଓ୍ବାମା ଆକ୍ରମଣ

ଆକାର ପଟେଲ

ଜୈଶ୍‌-ଇ-ମହମ୍ମଦ ମାନେ ମହମ୍ମଦଙ୍କ ସେନା। କିନ୍ତୁ ରସୁଲ ମହମ୍ମଦଙ୍କର ଦେଶ ଜୟ କରିବାର କୌଣସି ଉଚ୍ଚାକାଂକ୍ଷା ନ ଥିଲା। ମହମ୍ମଦଙ୍କ ମୃତ୍ୟୁ ପରେ ଖଲିଫାମାନଙ୍କ, ବିଶେଷତଃ ଉମରଙ୍କ ନେତୃତ୍ୱରେ ଆରବର ସମ୍ପ୍ରସାରଣ ଘଟିଥିଲା। ଜୈଶ୍‌ ହେଉଛି ଏକ ପାକିସ୍ତାନୀ ସଂଗଠନ ଏବଂ ଏଥିରେ ମୁଖ୍ୟତଃ ଗାଉଁଲି ପଞ୍ଜାବୀମାନେ ନିଯୁକ୍ତି ପାଇଛନ୍ତି। ଲଶ୍କର-ଇ-ତୋଇବାଠାରୁ ଏହା ବହୁତ ଛୋଟ ସଂଗଠନ ଏବଂ ଏହାର ଆଦର୍ଶରେ ମଧ୍ୟ ପାର୍ଥକ୍ୟ ଅଛି। ଆତ୍ମହତ୍ୟାକୁ ସଲାଫି ବା ମହାପାପ ବୋଲି ଇସଲାମରେ ବିଚାର କରାଯାଉଥିବାରୁ ଲଶ୍କରମାନେ ଆତ୍ମଘାତୀ ବିସ୍ଫୋରଣକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ସେମାନେ ଆତଙ୍କବାଦୀମାନଙ୍କୁ ଫି..

ଲୋକେ କ’ଣ କହିବେ

ଲୋକେ କ’ଣ କହିବେ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

କେଇଦିନ ତଳେ ଏକ ଦୂରଗାମୀ ଟ୍ରେନ୍‌ର ଶୀତତାପ ନିୟନ୍ତ୍ରିତ ଡବାରେ ବସି ପଶ୍ଚିମବଙ୍ଗର ମାଲ୍‌ଦାରୁ ଭୁବନେଶ୍ୱର ଫେରୁଥିଲା ବେଳେ ପାଖ ବର୍ଥରେ ବସି ଯାତ୍ରା କରୁଥିବା ଦୁଇ ଅଣଓଡ଼ିଆ ଦମ୍ପତିଙ୍କ ହିନ୍ଦୀ ବାର୍ତ୍ତାଳାପ ଲେଖକକୁ ବେଶ୍‌ କିଛି ସମୟ ପାଇଁ ଆତ୍ମମନସ୍କ କରିଦେଇଥିଲା। ପତି ପତ୍ନୀ ଦୁହେଁ ଯେଉଁ ପ୍ରସଙ୍ଗ ସମ୍ପର୍କରେ କମ୍‌ ଆଲୋଚନା, ବେଶି ଯୁକ୍ତି କରୁଥିଲେ ସେ ପ୍ରସଙ୍ଗଟି ଥିଲା ସେଇ ବୃଦ୍ଧା ବିଧବା ନାରୀଙ୍କୁ ନେଇ, ଯାହାଙ୍କ ପରିଚୟ ଥିଲା ପତିଙ୍କ ମା’ ଓରଫ ପତ୍ନୀଙ୍କର ଶାଶୁ। ପତ୍ନୀଙ୍କର ଜିଦ୍‌ ଥି..

ନୂଆ ନିର୍ବାଚନ କମିଶନର

ନୂଆ ନିର୍ବାଚନ କମିଶନର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ସାଧାରଣ ନିର୍ବାଚନ ଆଉ ଦୁଇ ମାସ ବାକି ରହିଛି। ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବା ଲାଗି ଭାରତର ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି। ଇସିଆଇରେ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ଜଣ ନିର୍ବାଚନ କମିଶନର ରହିଥାଆନ୍ତି। ସୁନୀଲ ଆରୋରା ମୁଖ୍ୟ ନିର୍ବାଚନ କମିଶନର ଥିବା ବେଳେ ଅଶୋକ ଲା..

ଏଇ ଭାରତରେ

ଏଇ ଭାରତରେ

ଆଧୁନିକ ସଭ୍ୟ ସମାଜରେ କୁସଂସ୍କାରର ବଶବର୍ତ୍ତୀ ହୋଇ ମଣିଷ କାହିଁ କେତେଦିନରୁ ଅଜବ ପରମ୍ପରା ପାଳନ କରିଆସୁଛି। ମାତ୍ର ଏହାଦ୍ୱାରା ଯେ, କେତେକ ବ୍ୟକ୍ତିଙ୍କର ଅସୁବିଧା ସୃଷ୍ଟି ହୁଏ ସେ କଥାକୁ ମଣିଷ ଭୁଲିଯାଇଥାଏ। ଏଭଳି ଏକ ଘୃଣ୍ୟ ପରମ୍ପରା ଉତ୍ତରାଖଣ୍ଡର ବାଗେଶ୍ୱର ଜିଲା ମଲ୍ଳା ଦାନପୁର ଅଞ୍ଚଳରେ ଅତି ପ୍ରାଚୀନ କାଳରୁ ଚଳିଆସୁଛି। ଏଠାରେ ମହିଳାଙ୍କୁ ମାସିକ ..

ମିଶ୍ରିତ ଦ୍ୱନ୍ଦ୍ୱ

ମିଶ୍ରିତ ଦ୍ୱନ୍ଦ୍ୱ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ)ର ଲେବର ସର୍ଭେ ରିପୋର୍ଟ ଏକ ଡ୍ରାଫ୍ଟ ମାତ୍ର, ଏହା ସର୍ବଶେଷ ରିପୋର୍ଟ ନୁହେଁ ବୋଲି ମୋଦି ସରକାର ଦାବି କରିବାର କେଇଦିନ ପରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଲୋକ ସଭା..

ପ୍ରବାସୀ ଓ ଆପ୍ରବାସୀ

ପ୍ରବାସୀ ଓ ଆପ୍ରବାସୀ

ଶରତ ଚନ୍ଦ୍ର ମିଶ୍ର

ପ୍ରତ୍ୟେକ ଦେଶରେ ଅଳ୍ପବହୁତ ବିଦେଶାଗତ ବ୍ୟକ୍ତି ଥାଆନ୍ତି ଓ କେତେକ ସ୍ଥାନରେ ସେମାନେ ନାଗରିକତ୍ୱ ଲାଭକରି ପୁରୁଷାନୁକ୍ରମେ ସେଠାରେ ବାସ କରନ୍ତି। ଯେଉଁମାନେ ବିଦେଶରେ ଯାଇ ରହନ୍ତି ଆମେ ସେମାନଙ୍କୁ ପ୍ରବାସୀ କହୁ, ଆଉ ସେ ଦେଶର ଲୋକମାନେ ସେମାନଙ୍କୁ ଆପ୍ରବାସୀ କହନ୍ତି। ଧନୀ ଓ ଉନ୍ନତ ରାଷ୍ଟ୍ର, ବିକାଶଶୀଳ ଓ ଜନବହୁଳ ରାଷ୍ଟ୍ରଗୁଡ଼ିକର ଆପ୍ରବାସୀ..

ମହାଦାନୀ

ମହାଦାନୀ

ଶିବରାମ ଶତପଥୀ

ପୁରାଣ ପୃଷ୍ଠା ଓଲଟାଇଲେ ଆମେ କେତେଜଣ ମହାଦାନୀଙ୍କ ବିଷୟରେ ଅବଗତ ହେଉ। ସୂର୍ଯ୍ୟବଂଶର ପ୍ରାତଃସ୍ମରଣୀୟ ସମ୍ରାଟ୍‌ ହରିଶ୍ଚନ୍ଦ୍ର ନିଜର ରାଜ୍ୟ ସହ ସର୍ବସ୍ବ ଦାନ କରିବା ପରେ ଦକ୍ଷିଣା ଦେବା ପାଇଁ ନିଜର ପତ୍ନୀ ଓ ପୁତ୍ରକୁ ବିକ୍ରିକରି ପରିଶେଷରେ ନିଜକୁ ଚଣ୍ଡାଳ ହାତରେ ବିକିଦେଇ ଶ୍ମଶାନ ରକ୍ଷକ ସାଜିଥିଲେ। ବିଷ୍ଣୁଭକ୍ତ ବଳିରାଜା ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଉପଦେଶ ନ ମାନି ବାମନଙ୍କୁ ତ୍ରିପାଦ ଭୂମିଦାନ କରି ପାତାଳଗାମୀ ହୋଇଥିଲେ। ମହାରାଜା ଶିବି ଶରଣାଗତ କପୋତକୁ ରକ୍ଷା..

ଏଇ ଭାରତରେ

ଏଇ ଭାରତରେ

ଭାରତବର୍ଷ ଏକ ମନ୍ଦିରମାଳିନୀ ଦେଶ। ଅନେକ ମନ୍ଦିରରେ ଅଲୌକିକ ଘଟଣା ଘଟୁଥିବା ଦେଖିବାକୁ ମିଳେ। ଏଭଳି ଘଟଣାମାନ କାହିଁ କେତେ ବର୍ଷରୁ ଚଳିଆସୁଛି, ଯାହାର ଉତ୍ତର ଦେବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇପାରି ନାହିଁ। ଆମ ଦେଶରେ ଏପରି ମନ୍ଦିର ରହିଛି, ଯେଉଁଠାରେ ଏକ ଅଖଣ୍ଡ ଦୀପ ଦୀର୍ଘ ୫୫୦ ବର୍ଷ ଧରି ଜଳିଆସୁଛି। ମଧ୍ୟପ୍ରଦେଶର ମନାସା ସହରଠାରୁ ପ୍ରା..

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ବାର୍ଷିକ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀମାନଙ୍କ ଆୟକରରେ ଯେଉଁ ରିହାତି ଘୋଷଣା କରିଥିଲେ ତାକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ୧୦ ଦିନ ପରେ ବି ଦୂର ହୋଇପାରିଲା ନାହିଁ। ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଗୋୟଲ ଘୋଷଣା କରିଥିଲେ ଯେ, ଯେଉଁମାନଙ୍କର ବ୍ୟକ୍ତିଗତ ବାର୍ଷିକ ମୋଟ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ, ତାଙ୍କୁ ଆୟକରରେ ରିହାତି ମିଳିବ। ଏହି ଘୋଷଣା ପରେ କିଏ ପ୍ରକୃତରେ ଟିକସ ସୁବିଧା ପାଇବ ଓ କିଏ ପାଇବ ନା..

 ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର

ଫେବୃୟାରୀ ୭ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ଉପସ୍ଥାପନ କରିଛନ୍ତି। ବଜେଟରେ ମୋଟ ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ଏପ୍ରିଲରୁ ଜୁଲାଇ ୨୦୧୯ ପାଇଁ ୫୬,୯୨୧କୋଟି ଟଙ୍କାର ଲେଖାନୁଦାନ ଉପସ୍ଥାପନ କରାଯାଇଛି। ଏହା ବେହେରାଙ୍କ ଜୀବନର ଦ୍ୱିତୀୟ ବଜେଟ ହୋଇଥିଲା ବେଳେ ନିର୍ବାଚନ ପୂର୍ବର ଶେଷ ଅନ୍ତରୀଣ ବଜେଟ। ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ଯେହେତୁ ନିର୍ବାଚନ ଆଗକୁ ଅଛି ତେଣୁ ସେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ନ କରି ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ବ୍ୟୟ ପାଇଁ ଲେଖାନୁଦାନ ଉପସ୍ଥାପ..

 ପ୍ରଶାସନିକ ନା ପ୍ରାଶାସନିକ

ପ୍ରଶାସନିକ ନା ପ୍ରାଶାସନିକ

ଡ. ସଦାନନ୍ଦ ନାୟକ

ଖବରକାଗଜ କେବଳ ଖବର ପରିବେଷଣ କରେନାହିଁ, ତାହା ସମ୍ପୃକ୍ତ ଭାଷାର ସମୃଦ୍ଧି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ନିର୍ଦ୍ଦିଷ୍ଟ ସମୟରେ ଭାଷା ଏତେସଂଖ୍ୟକ ପାଠକଙ୍କ ପାଖରେ ପହଞ୍ଚିବାର ଏହା ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ। ଖବରକାଗଜର ଭାଷାକୁ ଲୋକମାନେ ମାନକ ଭାଷା ରୂପେ ଗ୍ରହଣ କରିଥାନ୍ତି। ଶବ୍ଦଜ୍ଞାନ ବୃଦ୍ଧି ନିମନ୍ତେ ଅନେକେ ଖବରକାଗଜକୁ ହିଁ ଆଶ୍ର..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାର୍ଥୀଙ୍କ ଜୀବନରେ ପରୀକ୍ଷା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଲେ ଗୋଟିଏ ବର୍ଷ ନଷ୍ଟ କରିବାକୁ ପଡେ। ତେଣୁ ସବୁ କିଛି ପ୍ରତିବନ୍ଧକକୁ ଏଡାଇ ପରୀକ୍ଷା ହଲ୍‌ରେ ପହଞ୍ଚତ୍ବା ଜରୁରୀ। ଜଣେ ବ୍ୟକ୍ତି ତାଙ୍କ ଝିଅକୁ ପରୀକ୍ଷାକେନ୍ଦ୍ରକୁ ନେଉଥିବା  ବେ..