ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ
ସାଟେଲାଇଟ୍‌ ନିର୍ମାଣ ପାଇଁ ଆଗ୍ରହୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ଏକ ଖୁସି ଖବର ଆଣିଛି ଇଣ୍ଡିଆନ୍‌ ଟେକ୍ନୋଲୋଜି କଂଗ୍ରେସ ଆସୋସିଏଶନ୍‌ (ଆଇଟିସିଏ)। ଏଥିପାଇଁ ସାରା ଭାରତରୁ ୭୫ଜଣ ଶିଶୁଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରାଯିବ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ନାନୋ ସାଟେଲାଇଟ୍‌ ମହାକାଶକୁ ଛଡାଯିବ। ଏଗୁଡିକ ପୃଥିବୀର କକ୍ଷପଥରେ ରହି ପୃଥିବୀକୁ ପରିକ୍ରମା କରିବେ। ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ନାନୋ ସାଟେଲାଇଟ୍‌ ଲଞ୍ଚ୍‌ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏ ପର୍ଯ୍ୟନ୍ତ ୯୫୦ ଛାତ୍ରଙ୍କ ଦ୍ୱାରା ନିର୍ମିତ ନାନୋ ସାଟେଲାଇଟ୍‌ ମହାକାଶକୁ ଛଡାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ମାତ୍ର ୯। ଅନ୍ୟ ଦେଶର ଛାତ୍ରମାନଙ୍କ ସହିତ ଏକତ୍ର କାର୍ଯ୍ୟକରିବା ପାଇଁ ଭାରତୀୟ ଛାତ୍ରଙ୍କ ନିମନ୍ତେ ଏକ ସୁଯୋଗ ସୃଷ୍ଟି ହୋଇପାରିଛି। ଆଇଟିସିଏ ଏଥିପାଇଁ ଇସ୍ରାଏଲ୍‌ ସରକାରଙ୍କ ସହିତ ଏକ ଚୁକ୍ତିନାମାରେ ସ୍ବାକ୍ଷର କରିଛି। ଉକ୍ତ ପ୍ରକଳ୍ପ ପାଇଁ ଏ ପର୍ଯ୍ୟନ୍ତ ୩୦ଟି ଆବେଦନ ପହଞ୍ଚତ୍ଲାଣି। ଏଥିପାଇଁ କଲେଜ ଛାତ୍ର ଏବଂ ବ୍ୟକ୍ତିବିଶେଷ ସିଧାସଳଖ ଆବେଦନ କରିପାରିବେ। ଏଥିରେ ସହାୟତା ଯୋଗାଇ ଦେବାକୁ ଅନ୍ୟ କେତେକ ରାଷ୍ଟ୍ର ସହିତ ମଧ୍ୟ ବୁଝାମଣା ହୋଇଛି। ଛାତ୍ରୀଛାତ୍ରଙ୍କ ଉଦ୍ଭାବନକୁ ବିଚାରକୁ ନେଇ ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ ବୋଲି ଆଇଟିସିଏ ସଭାପତି ଏଲ୍‌.ଭି. ମୁରଲିକ୍ରିଷ୍ଣ ରେଡ୍ଡୀ ପ୍ରକାଶ କରିଛନ୍ତି। ବାସ୍ତବରେ ଆଇଟିସିଏର ଏହି ଉଦ୍ୟମ ଯୁବ ବୈଜ୍ଞାନିକଙ୍କୁ ନୂତନ ଗବେଷଣା ଦିଗରେ ଉତ୍ସାହିତ କରିବ।

All Right Reserved By

ସମ୍ପାଦକୀୟ |

ନଇଁକରି ଆତ୍ମସମର୍ପଣ

ନଇଁକରି ଆତ୍ମସମର୍ପଣ

ତଥାଗତ ସତପଥୀ

ଅକ୍ଟୋବର ୨୭ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟ ଏକ କାର୍ଯ୍ୟକ୍ରମରେ ଖୋଲାଖୋଲିି କହିଥିଲେ ଯେ, କେନ୍ଦ୍ର ସରକାର କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତାରେ ହସ୍ତକ୍ଷେପ ବନ୍ଦ କରନ୍ତୁ। 

ଜନସ୍ବାର୍ଥ ମାମଲା: ସମସ୍ୟା ନା ସମାଧାନ

ଜନସ୍ବାର୍ଥ ମାମଲା: ସମସ୍ୟା ନା ସମାଧାନ

ଅରୁଣ କୁମାର ପଣ୍ଡା

ସାର୍ବଜନିକ ସ୍ବାର୍ଥ ରକ୍ଷା ପାଇଁ କରାଯାଉଥିବା କୌଣସି ମକଦ୍ଦମାକୁ ଜନସ୍ବାର୍ଥ ମାମଲା ବା ପିଆଇଏଲ୍‌ କୁହାଯାଏ। ଏକ ସାଧାରଣ ମାମଲାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। 

ମାନବବାଦୀ ଅବତାର

ମାନବବାଦୀ ଅବତାର

ଇଂ. ରୌଶନ ଖାନ୍‌

ଯେତେବେଳେ ମଧ୍ୟଯୁଗୀୟ ଅନ୍ଧାରି ମୁଲକରେ ସର୍ବତ୍ର ବିଶୃଙ୍ଖଳା ଭରି ଯାଇଥିଲା, ସେତିକିବେଳେ ପ୍ରାଚ୍ୟ ଆକାଶରେ ଏକ ଦୀପ୍ତିମନ୍ତ ସୂର୍ଯ୍ୟଙ୍କ ଉଦୟ ହେଲା।

ଏଇ ଭାରତରେ

ଏଇ ଭାରତରେ

ସମୟ କାହାକୁ ଅପେକ୍ଷା କରେନାହିଁ। ଏଥିପାଇଁ ସମୟର ସଦୁପଯୋଗ କରିବାକୁ ପଡେ। ଏପରି କି ପରୀକ୍ଷା ସମୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ  ଠିକ୍‌ ସମୟରେ ପରୀକ୍ଷା ନ ଦେଲେ ଏହା ହାତଛଡା ହୋଇଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାରିୟର ନଷ୍ଟ ହୋଇଥାଏ। 

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଯେତେ ସମ୍ପ୍ରଦାୟ ରହିଛି ସେମାନଙ୍କ ଚାଲିଚଳନ, ରୀତିନୀତି ଓ କଥାବାର୍ତ୍ତା ଭିନ୍ନ। ପ୍ରଥା, ପରମ୍ପରା ମଧ୍ୟ ଭିନ୍ନ ପ୍ରକାର। ସେଭଳି ସମ୍ପ୍ରଦାୟ ସଭ୍ୟ ଜଗତଠାରୁ ବହୁ ଦୂରରେ ରହିଥାଆନ୍ତି। 

ଯଥାର୍ଥ ସଫଳତା

ଯଥାର୍ଥ ସଫଳତା

ବାନ୍ଧବୀ ଫୋନ କଲେ କେତେବେଳେ ସମୟ ହେବ ମୁଁ ଆସନ୍ତି, ଝିଅର ଜାତକ ଟିକେ ଭଲକରି ଦେଖନ୍ତେ। କ’ଣ ତା’ ଭାଗ୍ୟରେ ଅଛି, ପରୀକ୍ଷା ଫଳ ଯାହା ଭାବିଥିଲୁ ତାହା ହେଲା ନାହିଁ। ୮୯% ରଖିଲା, ୯୦% ବି ଛୁଇଁଲା ନାହିଁ। ସେ କାହିଁକି ସର୍ବଦା ଏମିତି ଅସଫଳ ହେଉଛି?

କଥାରେ ଧନୀ, କାମରେ ଶୂନ୍‌

କଥାରେ ଧନୀ, କାମରେ ଶୂନ୍‌

ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସମସ୍ୟା ହେଉଛି ବେକାରି। ମଣିଷ ଯେତେ ଆଗକୁ ମାଡ଼ିଚାଲିଛି, ଯେତେ ନୂତନ ଜ୍ଞାନକୌଶଳ ଉଦ୍ଭାବନ ହେଉଛି, ବେକାରି ସମସ୍ୟା ସେତେ ଉତ୍କଟ ହେଉଛି।

ଡିଜିଟାଲ ଯୁଦ୍ଧ

ଡିଜିଟାଲ ଯୁଦ୍ଧ

ବିଶ୍ୱରେ ପ୍ରତି କ୍ଷେତ୍ରରେ ନିରନ୍ତର ପରିବର୍ତ୍ତନ ଘଟିଚାଲିଛି। ଦିନ ଥିଲା ଲୋକେ ରେଡିଓ ଶୁଣୁଥିଲେ। ଟେଲିଭିଜନ ଆସିବା ପରେ ରେଡିଓର ଆଦର କମିଲା। ଇଣ୍ଟରନେଟ୍‌ର ବହୁଳ ପ୍ରସାର ଯୋଗୁ ଏବେ ସବୁକିଛି ଡିଜିଟାଲମୁହଁ।।

ସିବିଆଇକୁ ମନା

ସିବିଆଇକୁ ମନା

ଭାରତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବିଶ୍ୱସନୀୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଏହାକୁ ଏକ ନିରପେକ୍ଷ ସଂସ୍ଥା ଭାବେ ଗଣାଯାଉଥିଲା। ନିକଟ ଅତୀତରେ ଏହାର ଶୀର୍ଷ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସର୍ବୋଚ୍ଚରେ ପହଞ୍ଚିଲା ପରେ ଘଟଣା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଓ ସୁପ୍ରିମକୋର୍ଟରେ ପଡ଼ିିଛି। 

ଦେଶ ବିଭାଜନ ପାଇଁ ଦାୟୀ କିଏ

ଦେଶ ବିଭାଜନ ପାଇଁ ଦାୟୀ କିଏ

ବିପିନ ବିହାରୀ ମିଶ୍ର

କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ବିଦ୍ୟାରେ ଜଣେ ଡାକ୍ତର, ବୃତ୍ତିରେ ରାଜନୀତିଜ୍ଞ ଓ ତାଙ୍କର ବିଭିନ୍ନ ପ୍ରକାର ସଉକ ଅଛି। ଆରମ୍ଭରୁ ପରିଚିତ ହୋଇଗଲେ ଯେହେତୁ ସେ ଶେଖ୍‌ ଅବଦୁଲ୍ଲାଙ୍କ ପୁଅ।

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

ଅଲେଖ ଚନ୍ଦ୍ର ମିଶ୍ର 

ଭାଇ! ଗୋଟିଏ ଅନୁରୋଧ କରିବି, ରଖିବ? ମଧ୍ୟାହ୍ନ ବିରତିର ଏକ ନିରୋଳା ମୁହୂର୍ତ୍ତରେ ରଜନୀଶଙ୍କ କୋଠରି ଭିତରକୁ ପ୍ରବେଶ କରି ତାଙ୍କ କାନ ପାଖରେ ଚୁମ୍ବକରେ ସୂଚେଇଲେ ଦୀନନାଥ। 

ଏଇ ଭାରତରେ

ଏଇ ଭାରତରେ

ପୂର୍ବାପେକ୍ଷା ଆଜିକାଲି ଲୋକେ ଖୁବ୍‌ ସଚେତନ ହେଲେଣି। ନିଜ ମର୍ଜିରେ ଚଳିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିପାଇଁ ଜଣେ ଝିଅ ବିବାହ ପୂର୍ବରୁ ସର୍ତ୍ତ ରଖିଛନ୍ତି। ତାହା ହେଲା ବାହାଘର ପୂର୍ବରୁ ଶାଶୁଘର ଲୋକେ ଶୌଚାଳୟ ନିର୍ମାଣ କରିବେ।