ଅନ୍ତର୍ଜାତୀୟ |

୩୦ ଦିନପରେ ପାକିସ୍ତାନରେ ସରିଯିବ ପାଣି

୩୦ ଦିନପରେ ପାକିସ୍ତାନରେ ସରିଯିବ ପାଣି
ଇସ୍‌ଲାମାବାଦ,୮।୯: ପାକିସ୍ତାନରେ ଦେଖାଦେଇଛି ଜଳ ସଙ୍କଟ। ଏଥିପାଇଁ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାଁ ବିଦେଶରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ସହାୟତା ମାଗିଛନ୍ତି। ରାଷ୍ଟ୍ରକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି, ପାଣି ପାଇଁ ବନ୍ଧ ନିର୍ମାଣ କରିବା ଜରୁରୀ ହୋଇପଡିଛି। ଏଥିପାଇଁ ବିଦେଶରେ ରହୁଥିବା ପାକିସ୍ତାନ ନାଗରିକମାନେ ଅର୍ଥ ସହାୟତା ଦିଅନ୍ତୁ। ଏହି ଅର୍ଥର ଦୁରୂପଯୋଗ ହେବ ନାହିଁ ବୋଲି ମଧ୍ୟ ସେ କଥା ଦେଇଛନ୍ତି। ସୂଚନାଯୋଗ୍ୟ, ଏବେ ପାକିସ୍ତାନରେ ଜଳ ସମସ୍ୟା ଉତ୍କଟ ହୋଇଛି। କୁହାଯାଉଛି ଆଉ ମାତ୍ର ଏକ ମାସ ମଧ୍ୟରେ ଏହା ହୁଏତ ଜଟିଳ ରୂପ ଧାରଣ କରିପାରେ। 

All Right Reserved By

ଅନ୍ତର୍ଜାତୀୟ |

ଦୁବାଇରେ ସଫ୍ଟଓ୍ବେର କମ୍ପାନୀ ମାଲିକ ୧୩ ବର୍ଷର ଭାରତୀୟ

ଦୁବାଇରେ ସଫ୍ଟଓ୍ବେର କମ୍ପାନୀ ମାଲିକ ୧୩ ବର୍ଷର ଭାରତୀୟ

ଦୁବାଇ/ନୂଆଦିଲ୍ଲୀ,୧୭ା୧୨ପି.ଟି.): ଜଣେ ୧୩ ବର୍ଷର ଭାରତୀୟ ବାଳକ ଦୁବାଇରେ ଏକ ସଫ୍ଟଓ୍ବେର କମ୍ପାନୀର ମାଲିକ ହୋଇପାରିଛନ୍ତି। ଆଦିଥ୍ୟନ୍‌ ରାଜେଶ ନାମକ ଏହି ଛାତ୍ର ମାତ୍ର ୯ ବର୍ଷ ବୟସରେ ତାଙ୍କର ପ୍ରଥମ ମୋବାଇଲ ଆପ୍ଲିକେଶନର ବିକାଶ କରିଥିଲେ। 

ଆତଙ୍କବାଦ ମୁକାବିଲା: ପାକିସ୍ତାନ-ଚାଇନା-ଆଫଗାନୀସ୍ତାନ ମିଳିତ ହେଲେ

ଆତଙ୍କବାଦ ମୁକାବିଲା: ପାକିସ୍ତାନ-ଚାଇନା-ଆଫଗାନୀସ୍ତାନ ମିଳିତ ହେଲେ

କାବୁଲ,୧୬।୧୨: ଆତଙ୍କବାଦ ବିରୋଧରେ ପାକିସ୍ତାନ-ଚାଇନା-ଆଫଗାନୀସ୍ତାନ ମିଳିତ ଭାବେ ଏଣିକି କାର୍ଯ୍ୟ କରିବେ। ଏନେଇ କାବୁଲଠାରେ ୩ ଦେଶର ଉଚ୍ଚକର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି। 

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଓ୍ବିକ୍ରେମସିଂଘେ

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଓ୍ବିକ୍ରେମସିଂଘେ

କଲମ୍ବୋ,୧୬।୧୨: ଶ୍ରୀଲଙ୍କାରେ ଦେଖାଦେଇଥିବା ରାଜନୈତିକ ଅଚଳାବସ୍ଥାର ଏକ ପ୍ରକାର ଅବସାନ ଘଟିଛି।  ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାନିଲ ଓ୍ବିକ୍ରେମସିଂଘେ। 

ବିଜୟ ଦିବସ: ୪୭ ବର୍ଷ ତଳେ ପାକିସ୍ତାନକୁ ପରାଜିତ କରିଥିଲା ଭାରତ; ସୃଷ୍ଟି ହୋଇଥିଲା ବାଂଲାଦେଶ

ବିଜୟ ଦିବସ: ୪୭ ବର୍ଷ ତଳେ ପାକିସ୍ତାନକୁ ପରାଜିତ କରିଥିଲା ଭାରତ; ସୃଷ୍ଟି ହୋଇଥିଲା ବାଂଲାଦେଶ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୧୬।୧୨: ରବିବାର ଭାରତରେ ପାଳିତ ହେଉଛି ବିଜୟ ଦିବସ। ୪୭ ବର୍ଷ ତଳେ ୧୯୭୧ ଡିସେମ୍ବର ୧୬ରେ ଭାରତ ପାକିସ୍ତାନକୁ କରିଥିଲା ପରାଜିତ। 

କ୍ୟାନସର୍‌ ସୃଷ୍ଟି କରୁଛି ଜନସନ୍‌ ବେବି ପାଉଡର

କ୍ୟାନସର୍‌ ସୃଷ୍ଟି କରୁଛି ଜନସନ୍‌ ବେବି ପାଉଡର

ନ୍ୟୁୟର୍କ, ୧୫।୧୨: ସାରା ବିଶ୍ୱରେ ବେବି ପ୍ରଡକ୍ଟସ ପାଇଁ ପ୍ରସିଦ୍ଧ ଆମେରିକୀୟ  ନାମୀ କମ୍ପାନି ଜନସନ୍‌ ଆଣ୍ଡ ଜନସନ ପୁଣି ଥରେ ବିବାଦରେ ଫସି ଯାଇଛି। ଏହି କମ୍ପାନୀ ପକ୍ଷରୁ ପ୍ରସ୍ତୁତ ପାଉଡରରେ କର୍କଟ ସୃଷ୍ଟିକାରୀ ଉପାଦାନ ରହିଛି। ଯାହାକୁ ବ୍ୟବହାର କଲେ କର୍କଟ ରୋଗର ଆଶଙ୍କା ରହିଛି ବୋଲି ଅଭିଯୋଗ ହୋଇଛି। ବାରମ୍ବାର କମ୍ପାନୀ ଏହା ଖଣ୍ଡନ କରୁଥିଲେ ମଧ୍ୟ ଏହା ପ୍ରମାଣିତ ହୋଇଛି।

ନାଟକୀୟ ମୋଡରେ ଶ୍ରୀଲଙ୍କା ରାଜନୀତି: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜପାକ୍‌ସେ

ନାଟକୀୟ ମୋଡରେ ଶ୍ରୀଲଙ୍କା ରାଜନୀତି: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜପାକ୍‌ସେ

କଲମ୍ବୋ, ୧୫।୧୨: ଶ୍ରୀଲଙ୍କା ରାଜନୀତିରେ ଆସିଛି ନାଟକୀୟ ମୋଡ। ଦାୟିତ୍ୱ ନେବାର ଦୁଇ ମାସ ନ ପୂରୁଣୁ ଶନିବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦ୍ରା ରାଜପାକ୍‌ସେ। ରାନିଲ ବିକ୍ରମସିଂଘେ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ବୋଲି ଜଣାପଡିଛି।

ଖୁବ୍‌ଶୀଘ୍ର ଦେବାଳିଆ ଘୋଷିତ ହୋଇପାରେ ପାକିସ୍ତାନ

ଖୁବ୍‌ଶୀଘ୍ର ଦେବାଳିଆ ଘୋଷିତ ହୋଇପାରେ ପାକିସ୍ତାନ

ଇସ୍‌ଲାମାବାଦ,୧୫।୧୨: ଭାରତର ପଡୋଶୀ ଦେଶ ପାକିସ୍ତାନ ଖୁବ୍‌ ଶୀଘ୍ର ଦେବାଳିଆ ଘୋଷିତ ହୋଇପାରେ। କାରଣ ବିଦେଶୀ ମୁଦ୍ରା ସଞ୍ଚୟ କରିବାକୁ ତା’ ପାଖରେ ଆଉମାତ୍ର ଦେଢ ମାସ ସମୟ ଅଛି।

ପାକିସ୍ତାନ ହାଇ କମିଶନଙ୍କ ପାଖରୁ ହଜିଲା ୨୩ ଭାରତୀୟଙ୍କ ପାସପୋର୍ଟ

ପାକିସ୍ତାନ ହାଇ କମିଶନଙ୍କ ପାଖରୁ ହଜିଲା ୨୩ ଭାରତୀୟଙ୍କ ପାସପୋର୍ଟ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୧୫।୧୨: ପାକିସ୍ତାନସ୍ଥିତ ଗୁରୁଦ୍ୱାର ଯାତ୍ରା କରିବାକୁ ଥିବା ୨୩ଜଣ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାସପୋର୍ଟ ହଜିଯିବା ଖବର ମିଳିବା ପରେ ୨ଦେଶର ଚିନ୍ତା ବଢି ଯାଇଛି।

ରାଜରାସ୍ତାରେ ନୋଟ ବର୍ଷା

ରାଜରାସ୍ତାରେ ନୋଟ ବର୍ଷା

ନ୍ୟୁୟର୍କ,୧୫।୧୨: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ରାଜରାସ୍ତାରେ ନୋଟ ଉଡୁଛି ଓ ସେଗୁଡିକୁ ଲୋକେ ଗୋଟାଇବାରେ ବ୍ୟସ୍ତ ଅଛନ୍ତି। 

ଏଲ୍‌ପିଜି ଷ୍ଟେଶନରେ ବିସ୍ଫୋରଣ: ୨ ମୃତ ୬ଆହତ

ଏଲ୍‌ପିଜି ଷ୍ଟେଶନରେ ବିସ୍ଫୋରଣ: ୨ ମୃତ ୬ଆହତ

ମିରଣ୍ଡା,୧୪।୧୨: ପ୍ରୋଟେଲସ୍‌ ଡି ଭେନେଜୁଏଲାରେ ଏକ ଏଲ୍‌ପିଜି ଷ୍ଟେଶନରେ ବେସ୍ଫୋରଣ ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୬ ଆହତ ହୋଇଥିବା ସୂଚନା ମିଳିଛି। 

ହ୍ବାଇଟ୍‌ ହାଉସ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଦୌଡ଼ରେ ଟ୍ରମ୍ପ୍‌ଙ୍କ ଜ୍ୱାଇଁ

ହ୍ବାଇଟ୍‌ ହାଉସ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଦୌଡ଼ରେ ଟ୍ରମ୍ପ୍‌ଙ୍କ ଜ୍ୱାଇଁ

ଓ୍ବାଶିଂଟନ,୧୪।୧୨: ହ୍ବାଇଟ୍‌ ହାଉସ୍‌ର ପରବର୍ତ୍ତୀ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଦୌଡ଼ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନେର ସାମିଲ୍‌ ହୋଇଛନ୍ତି।

ରାସ୍ତାରେ ବୋହିଲା ୧୨ ଟନ୍‌ ତରଳ ଚକୋଲେଟ୍‌

ରାସ୍ତାରେ ବୋହିଲା ୧୨ ଟନ୍‌ ତରଳ ଚକୋଲେଟ୍‌

ବର୍ଲିନ୍‌,୧୪।୧୨: ଜର୍ମାନୀର ଓ୍ବେର୍ଲ ସ୍ଥିତ ଓ୍ବେଷ୍ଟୋନାରେ ଘଟିଛି ଏକ ଅଭାବନୀୟ ଘଟଣା।