ସମ୍ପାଦକୀୟ |

ସରକାର-କର୍ମୀ ବିବାଦ

ସରକାର-କର୍ମୀ ବିବାଦ
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଆର୍‌ଟିଆଇ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନକୁ ନେଇ ବିବାଦ ଚାଲିଥିବା ବେଳେ କେନ୍ଦ୍ର ସରକାର କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ରେ ଖାଲିଥିବା ସୂଚନା ଆୟୁକ୍ତ ପଦଗୁଡ଼ିକ ପୂରଣ କରିବା ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆହ୍ବାନ କରିଛନ୍ତି। ବର୍ତ୍ତମାନ ସିଆଇସିରେ ୧୦ ସୂଚନା ଆୟୁକ୍ତ ସ୍ଥାନରେ ୬ ଜଣ କାମ କରୁଛନ୍ତି। ଚିଫ୍‌ ଇନ୍‌ଫର୍ମେଶନ୍‌ କମିଶନର ଆର୍‌.କେ. ମାଥୁର ସିଆଇସିର ମୁଖ୍ୟ ଅଛନ୍ତି। ଆର୍‌ଟିଆଇ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନକୁ ନେଇ ଅନେକ ସୂଚନା ଅଧିକାର କର୍ମୀ ଓ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। କର୍ମୀମାନେ ଦାବି କରୁଛନ୍ତି ଯେ, ଏହି ପରିବର୍ତ୍ତନ ଆଇନକୁ ଦୁର୍ବଳ କରିଦେବ। ପ୍ରସ୍ତାବ ଅନୁସାରେ, ମୁଖ୍ୟ ସୂଚନା ଆୟୁକ୍ତ  ତଥା ସୂଚନା ଆୟୁକ୍ତମାନଙ୍କୁ ଯେଉଁ ଦରମା, ଭତ୍ତା ଆଦି ଦିଆଯାଉଛି ଏବଂ ସେମାନଙ୍କ ପାଇଁ ଯେଉଁ ଚାକିରି ସର୍ତ୍ତାବଳୀ ରହିଛି, ତାହା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ। କେନ୍ଦ୍ର ତଥା ରାଜ୍ୟଗୁଡ଼ିକରେ ନିଯୁକ୍ତ ସୂଚନା ଆୟୁକ୍ତମାନଙ୍କ କାର୍ଯ୍ୟକାଳ, ଯାହା ଏବେ ପାଞ୍ଚବର୍ଷ ରହିଛି, ତାହା କେନ୍ଦ୍ର ସରକାରଙ୍କ ସ୍ଥିରୀକୃତ ନୀତି ଅନୁସାରେ ପରିବର୍ତ୍ତନ କରାଯିବ। ସୂଚନା ଆୟୁକ୍ତମାନଙ୍କ ଦରମା, ଭତ୍ତା ଓ ଚାକିରି ସର୍ତ୍ତାବଳୀ ଇତ୍ୟାଦି ତାଙ୍କ ନିଯୁକ୍ତି ସମୟରେ ସ୍ଥିର କରାଯିବ। ବର୍ତ୍ତମାନ ଖାଲିଥିବା ସୂଚନା ଆୟୁକ୍ତ ପଦଗୁଡ଼ିକ ପୂରଣ ଲାଗି ଯେଉଁ ବିଜ୍ଞାପନ ଦିଆଯାଇଛି, ସେଥିରେ ସରକାର ତାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି ଯେ, ଉକ୍ତ ପ୍ରସ୍ତାବିତ ପରିବର୍ତ୍ତନକୁ ସଂସଦରେ ଗୃହୀତ କରିନିଆଯାଇପାରେ। 

କେନ୍ଦ୍ରୀୟ ନିଯୁକ୍ତି ପ୍ରତି ଅନାଗ୍ରହ

କେନ୍ଦ୍ରରେ ନିଯୁକ୍ତି ପାଇବା ଲାଗି ଅନେକ ବାବୁ ଆଉ ପୂର୍ବ ଭଳି ଆଗ୍ରହ ଦେଖାଉ ନାହାନ୍ତି। ୪ ଜଣ କେନ୍ଦ୍ର ଯୁଗ୍ମ ସଚିବସ୍ତରୀୟ ପଦବୀ ଲାଗି ସରକାର ଯେଉଁ ଦରଖାସ୍ତ ଆହ୍ବାନ କରିଥିଲେ ତା’ର ଶେଷ ତାରିଖକୁ ଅଗଷ୍ଟ ୨୪ ତାରିଖ ଯାଏ ଘୁଞ୍ଚାଇଥିଲେ। ଏହି ପଦବୀଗୁଡ଼ିକ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌, ବୟନ, ବାଣିଜ୍ୟ ଓ ଶିଳ୍ପ  ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଆସୁଛି। ସରକାର ଯଦିଚ ଶେଷ ତାରିଖ ଘୁଞ୍ଚାଇବାର କାରଣ କିଛି ଉଲ୍ଲେଖ କରିନାହାନ୍ତି, ତଥାପି ବିଶ୍ୱାସ କରାଯାଉଛି ଯେ, ଉପଯୁକ୍ତ ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀ ଆବେଦନ କରି ନ ଥିବାରୁ ସରକାର ଏହା ଘୁଞ୍ଚାଇବାକୁ ବାଧ୍ୟ ହୋଇଥିଲେ। ଯେଉଁସବୁ ଯୁଗ୍ମ ସଚିବସ୍ତରୀୟ ପଦବୀ ଲାଗି ଦରଖାସ୍ତ ଆହ୍ବାନ କରାଯାଇଛି, ସେଗୁଡ଼ିକ ହେଉଛି ଭାରତର ହସ୍ତଶିଳ୍ପ ଓ ହସ୍ତତନ୍ତ ରପ୍ତାନି ନିଗମ (ଏଚ୍‌ଏଚ୍‌ଇସି), ନୋଇଡ଼ାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ତୈଳ ଶିଳ୍ପ ଉନ୍ନୟନ ପରିଷଦ (ଓଆଇଡିବି)ର ସଚିବ, କୋଚିନ୍‌ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ସିଏସ୍‌ଇଜେଡ୍‌)ର ଉନ୍ନୟନ କମିଶନର ଏବଂ ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ବରିଷ୍ଠ ଉପମହାନିର୍ଦ୍ଦେଶକ (ପ୍ରଶାସନ), ନୂଆଦିଲ୍ଲୀ। ଅବଶ୍ୟ ସରକାର ପାର୍ଶ୍ୱପ୍ରବେଶ ମାଧ୍ୟମରେ ପବ୍ଲିକ୍‌ ଓ ଘରୋଇ କ୍ଷେତ୍ରରୁ ୧୦ ଜଣ ବିଶେଷଜ୍ଞଙ୍କୁ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି ଦେବାକୁ ଆଶା ରଖିଛନ୍ତି। 

ବଦଳିକୁ ନେଇ ଲଢ଼େଇ

ବିହାର କ୍ୟାଡର ଆଇଏଏସ୍‌ ଅଫିସର ଜିତେନ୍ଦ୍ର ଗୁପ୍ତା ଇଣ୍ଟର-କ୍ୟାଡର ବଦଳି ମାଧ୍ୟମରେ ହରିୟାଣା କ୍ୟାଡରକୁ ଯିବା ପାଇଁ ଯେଉଁ ଆବେଦନ କରିଥିଲେ ତାହା ଏକ ପ୍ରକାର ଲଢ଼େଇର ରୂପ ନେଇଛି। ବିହାରରେ ପରିବହନ ମାଫିଆଙ୍କଠାରୁ ଜୀବନ ପ୍ରତି ବିପଦ ଅଛି ଦର୍ଶାଇ ଗୁପ୍ତା ବଦଳି ପାଇଁ ଯେଉଁ ଆବେଦନ କରିଛନ୍ତି, ତାହା ବିରୋଧରେ ରାଜ୍ୟ ସରକାର ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଜଣକ ୨୦୧୫ରେ କେତେକ ସଂଗଠିତ ଗ୍ୟାଙ୍ଗ୍‌ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ। ତାହାକୁ ନେଇ ମାଫିଆମାନେ ତାଙ୍କୁ ମାରିଦେବାକୁ ଧମକ ଦେଇଛନ୍ତି ବୋଲି ସେ ଦାବି କରୁଥିବା ବେଳେ ରାଜ୍ୟ ସରକାର ତାହାକୁ ଅଗ୍ରାହ୍ୟ କରିଆସୁଛନ୍ତି। କିନ୍ତୁ ନିକଟରେ ଏକ ଆର୍‌ଟିଆଇ ଆବେଦନ ମାଧ୍ୟମରେ ବିହାର ପୋଲିସର ଏକ ଆଭ୍ୟନ୍ତରୀଣ ରିପୋର୍ଟ ପଦାକୁ ଆସିଛି, ଯେଉଁଥିରୁ ବାବୁଙ୍କ ଦାବିରେ ସତ୍ୟତା ଥିବା ଜଣାପଡ଼ିଛି। ପୋଲିସ ରିପୋର୍ଟ ଅନୁସାରେ, ଗୁପ୍ତା ମାଫିଆ ଗୋଷ୍ଠୀ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ତାହା ଫଳରେ ସେମାନେ ତାଙ୍କୁ ଏକ ମିଥ୍ୟା ଲାଞ୍ଚ ମାମଲାରେ ଫସାଇବା ସହ ମାରିଦେବାକୁ ଧମକ ଦେଇଥିଲେ। ଗୁପ୍ତାଙ୍କ ବିରୋଧରେ ଉକ୍ତ ଲାଞ୍ଚ ମାମଲା ରଦ୍ଦ କରିବାକୁ ଏବଂ ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ବିରୋଧରେ ବିହାର ସରକାର ସୁପ୍ରିମ୍‌କୋର୍ଟ ଯାଇଥିଲେ। ବାବୁ ଜଣକ ବର୍ତ୍ତମାନ ପରିବେଶ ଓ ଜଙ୍ଗଲ ବିଭାଗରେ ସ୍ବତନ୍ତ୍ର ଡ୍ୟୁଟିର ଅଫିସର ଭାବେ ନିୟୋଜିତ ଅଛନ୍ତି। ମାଫିଆଙ୍କ ଧମକ ଓ ରାଜ୍ୟରେ ନାନା ଜଟିଳତା ପରିପ୍ରେକ୍ଷୀରେ ହରିୟାଣାକୁ ଇଣ୍ଟର-କ୍ୟାଡର ବଦଳି ପାଇଁ ଗୁପ୍ତା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସୁପ୍ରିମ୍‌କୋର୍ଟ ଗୁପ୍ତାଙ୍କ କଥା ବୁଝିବା ଓ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)କୁ ଆଦେଶ ଦେଇଥିଲେ। ଡିଓପିଟି ବଦଳି ପାଇଁ ଅନୁମତି ଦେବା ସହ ହରିୟାଣା ସରକାର ତାଙ୍କର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି। କିନ୍ତୁ ବିହାର ସରକାର ଏ ବଦଳିକୁ ବିରୋଧ କରି ଆସୁଛନ୍ତି। ବିହାର ଓ କେନ୍ଦ୍ରର ଆଇଏଏସ୍‌ ଅଫିସର ସଂଘ ଗୁପ୍ତାଙ୍କ ବିରୋଧରେ ରାଜ୍ୟ ପ୍ରଶାସନର ବେଆଇନ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ଭାବେ ବିରୋଧ କରିଛନ୍ତି।   
Email: dilipcherian@gmail.com
All Right Reserved By

ସମ୍ପାଦକୀୟ |

ନଇଁକରି ଆତ୍ମସମର୍ପଣ

ନଇଁକରି ଆତ୍ମସମର୍ପଣ

ତଥାଗତ ସତପଥୀ

ଅକ୍ଟୋବର ୨୭ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟ ଏକ କାର୍ଯ୍ୟକ୍ରମରେ ଖୋଲାଖୋଲିି କହିଥିଲେ ଯେ, କେନ୍ଦ୍ର ସରକାର କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତାରେ ହସ୍ତକ୍ଷେପ ବନ୍ଦ କରନ୍ତୁ। 

ଜନସ୍ବାର୍ଥ ମାମଲା: ସମସ୍ୟା ନା ସମାଧାନ

ଜନସ୍ବାର୍ଥ ମାମଲା: ସମସ୍ୟା ନା ସମାଧାନ

ଅରୁଣ କୁମାର ପଣ୍ଡା

ସାର୍ବଜନିକ ସ୍ବାର୍ଥ ରକ୍ଷା ପାଇଁ କରାଯାଉଥିବା କୌଣସି ମକଦ୍ଦମାକୁ ଜନସ୍ବାର୍ଥ ମାମଲା ବା ପିଆଇଏଲ୍‌ କୁହାଯାଏ। ଏକ ସାଧାରଣ ମାମଲାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। 

ମାନବବାଦୀ ଅବତାର

ମାନବବାଦୀ ଅବତାର

ଇଂ. ରୌଶନ ଖାନ୍‌

ଯେତେବେଳେ ମଧ୍ୟଯୁଗୀୟ ଅନ୍ଧାରି ମୁଲକରେ ସର୍ବତ୍ର ବିଶୃଙ୍ଖଳା ଭରି ଯାଇଥିଲା, ସେତିକିବେଳେ ପ୍ରାଚ୍ୟ ଆକାଶରେ ଏକ ଦୀପ୍ତିମନ୍ତ ସୂର୍ଯ୍ୟଙ୍କ ଉଦୟ ହେଲା।

ଏଇ ଭାରତରେ

ଏଇ ଭାରତରେ

ସମୟ କାହାକୁ ଅପେକ୍ଷା କରେନାହିଁ। ଏଥିପାଇଁ ସମୟର ସଦୁପଯୋଗ କରିବାକୁ ପଡେ। ଏପରି କି ପରୀକ୍ଷା ସମୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ  ଠିକ୍‌ ସମୟରେ ପରୀକ୍ଷା ନ ଦେଲେ ଏହା ହାତଛଡା ହୋଇଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାରିୟର ନଷ୍ଟ ହୋଇଥାଏ। 

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଯେତେ ସମ୍ପ୍ରଦାୟ ରହିଛି ସେମାନଙ୍କ ଚାଲିଚଳନ, ରୀତିନୀତି ଓ କଥାବାର୍ତ୍ତା ଭିନ୍ନ। ପ୍ରଥା, ପରମ୍ପରା ମଧ୍ୟ ଭିନ୍ନ ପ୍ରକାର। ସେଭଳି ସମ୍ପ୍ରଦାୟ ସଭ୍ୟ ଜଗତଠାରୁ ବହୁ ଦୂରରେ ରହିଥାଆନ୍ତି। 

ଯଥାର୍ଥ ସଫଳତା

ଯଥାର୍ଥ ସଫଳତା

ବାନ୍ଧବୀ ଫୋନ କଲେ କେତେବେଳେ ସମୟ ହେବ ମୁଁ ଆସନ୍ତି, ଝିଅର ଜାତକ ଟିକେ ଭଲକରି ଦେଖନ୍ତେ। କ’ଣ ତା’ ଭାଗ୍ୟରେ ଅଛି, ପରୀକ୍ଷା ଫଳ ଯାହା ଭାବିଥିଲୁ ତାହା ହେଲା ନାହିଁ। ୮୯% ରଖିଲା, ୯୦% ବି ଛୁଇଁଲା ନାହିଁ। ସେ କାହିଁକି ସର୍ବଦା ଏମିତି ଅସଫଳ ହେଉଛି?

କଥାରେ ଧନୀ, କାମରେ ଶୂନ୍‌

କଥାରେ ଧନୀ, କାମରେ ଶୂନ୍‌

ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସମସ୍ୟା ହେଉଛି ବେକାରି। ମଣିଷ ଯେତେ ଆଗକୁ ମାଡ଼ିଚାଲିଛି, ଯେତେ ନୂତନ ଜ୍ଞାନକୌଶଳ ଉଦ୍ଭାବନ ହେଉଛି, ବେକାରି ସମସ୍ୟା ସେତେ ଉତ୍କଟ ହେଉଛି।

ଡିଜିଟାଲ ଯୁଦ୍ଧ

ଡିଜିଟାଲ ଯୁଦ୍ଧ

ବିଶ୍ୱରେ ପ୍ରତି କ୍ଷେତ୍ରରେ ନିରନ୍ତର ପରିବର୍ତ୍ତନ ଘଟିଚାଲିଛି। ଦିନ ଥିଲା ଲୋକେ ରେଡିଓ ଶୁଣୁଥିଲେ। ଟେଲିଭିଜନ ଆସିବା ପରେ ରେଡିଓର ଆଦର କମିଲା। ଇଣ୍ଟରନେଟ୍‌ର ବହୁଳ ପ୍ରସାର ଯୋଗୁ ଏବେ ସବୁକିଛି ଡିଜିଟାଲମୁହଁ।।

ସିବିଆଇକୁ ମନା

ସିବିଆଇକୁ ମନା

ଭାରତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବିଶ୍ୱସନୀୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଏହାକୁ ଏକ ନିରପେକ୍ଷ ସଂସ୍ଥା ଭାବେ ଗଣାଯାଉଥିଲା। ନିକଟ ଅତୀତରେ ଏହାର ଶୀର୍ଷ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସର୍ବୋଚ୍ଚରେ ପହଞ୍ଚିଲା ପରେ ଘଟଣା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଓ ସୁପ୍ରିମକୋର୍ଟରେ ପଡ଼ିିଛି। 

ଦେଶ ବିଭାଜନ ପାଇଁ ଦାୟୀ କିଏ

ଦେଶ ବିଭାଜନ ପାଇଁ ଦାୟୀ କିଏ

ବିପିନ ବିହାରୀ ମିଶ୍ର

କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ବିଦ୍ୟାରେ ଜଣେ ଡାକ୍ତର, ବୃତ୍ତିରେ ରାଜନୀତିଜ୍ଞ ଓ ତାଙ୍କର ବିଭିନ୍ନ ପ୍ରକାର ସଉକ ଅଛି। ଆରମ୍ଭରୁ ପରିଚିତ ହୋଇଗଲେ ଯେହେତୁ ସେ ଶେଖ୍‌ ଅବଦୁଲ୍ଲାଙ୍କ ପୁଅ।

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

ଅଲେଖ ଚନ୍ଦ୍ର ମିଶ୍ର 

ଭାଇ! ଗୋଟିଏ ଅନୁରୋଧ କରିବି, ରଖିବ? ମଧ୍ୟାହ୍ନ ବିରତିର ଏକ ନିରୋଳା ମୁହୂର୍ତ୍ତରେ ରଜନୀଶଙ୍କ କୋଠରି ଭିତରକୁ ପ୍ରବେଶ କରି ତାଙ୍କ କାନ ପାଖରେ ଚୁମ୍ବକରେ ସୂଚେଇଲେ ଦୀନନାଥ। 

ଏଇ ଭାରତରେ

ଏଇ ଭାରତରେ

ପୂର୍ବାପେକ୍ଷା ଆଜିକାଲି ଲୋକେ ଖୁବ୍‌ ସଚେତନ ହେଲେଣି। ନିଜ ମର୍ଜିରେ ଚଳିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିପାଇଁ ଜଣେ ଝିଅ ବିବାହ ପୂର୍ବରୁ ସର୍ତ୍ତ ରଖିଛନ୍ତି। ତାହା ହେଲା ବାହାଘର ପୂର୍ବରୁ ଶାଶୁଘର ଲୋକେ ଶୌଚାଳୟ ନିର୍ମାଣ କରିବେ।