ସମ୍ପାଦକୀୟ |

ପାକିସ୍ତାନ: ସେନା ହାତରେ ସରକାର

ପାକିସ୍ତାନ: ସେନା ହାତରେ ସରକାର
ଅରୁଣ କୁମାର ପଣ୍ଡା

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନିର୍ବାଚନରେ ବିଜୟ ପରେ ନିଜର ପ୍ରଥମ ଉଦ୍‌ବୋଧନରେ ଚାଇନାର ଯେଉଁଭଳି ପ୍ରଶଂସା କଲେ, ସେଥିରୁ ତାଙ୍କ ଭବିଷ୍ୟତ ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଛି। ଦେଶବାସୀଙ୍କୁ ଉଦ୍‌ବୋଧନ ଦେବାବେଳେ ସେ କହିଲେ ଯେ, ଚାଇନାଠାରୁ ଆମକୁ ଅନେକ କିଛି ଶିଖିବାର ଅଛି। ବିଶେଷକରି ଦେଶର ବିକାଶ କିପରି କରାଯାଏ ତାହା ଆମକୁ ଆମର ପ୍ରିୟ ବନ୍ଧୁରାଷ୍ଟ୍ର ଚାଇନାଠାରୁ ଶିଖିବାକୁ ପଡ଼ିବ। ଚାଇନା ହିଁ ହେଉଛି ପାକିସ୍ତାନୀ ସେନାବଳର ପ୍ରେରଣା ସ୍ରୋତ।
କ୍ରିକେଟ ମଇଦାନରୁ ରାଜନୀତିକୁ ଓହ୍ଲାଇ ଉଭୟ କ୍ଷେତ୍ରରେ ସଫଳ ହୋଇଥିବା ଇମ୍ରାନଙ୍କ ଦଳ ପାକିସ୍ତାନର ଗତ ଜାତୀୟ ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ଇମ୍ରାନଙ୍କ ତେହେରିକ୍‌-ଏ-ଇନ୍‌ସାଫ ପାକିସ୍ତାନ କେନ୍ଦ୍ରୀୟ ବିଧାନସଭାରେ ୧୧୬ଟି ଆସନ ଅକ୍ତିଆର କରିଥିଲା। ବିଜୟ ପରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଥିଲେ, ମୁଁ ପାକିସ୍ତାନକୁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସ୍ବପ୍ନର ଦେଶ କରିବାକୁ ଚାହୁଁଛି। ନିର୍ବାଚନ ପର ପ୍ରଥମ ଭାଷଣରେ ଇମ୍ରାନ ଦାରିଦ୍ର୍ୟ ଓ ଭ୍ରଷ୍ଟାଚାର ଦୂରୀକରଣ ଉପରେ ଜୋର୍‌ ଦେଇଥିବା ବେଳେ ବିଦେଶ ନୀତି ସମ୍ପର୍କରେ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଭାରତୀୟ ଗଣମାଧ୍ୟମ ତାଙ୍କୁ ଗବ୍ବର ସିଂହ ସହ ତୁଳନା କରିଥିବାରୁ ସେ ନେଇ ନିଜର ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ, ସେ ଭାରତ ସହ ସୁସମ୍ପର୍କ ଚାହାନ୍ତି। ଭାରତ ଯଦି ଏ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇବ ତେବେ ପାକିସ୍ତାନ ଦୁଇପାଦ ବଢ଼ାଇବା ପାଇଁ ପ୍ରସ୍ତୁତ ଅଛି।
ଆତଙ୍କବାଦ ଉପରେ ନିୟନ୍ତ୍ରଣ ଆଣିବା କ୍ଷେତ୍ରରେ ପାକିସ୍ତାନର ବିଫଳତା କାରଣରୁ ଆମେରିକା ପକ୍ଷରୁ ମିଳୁଥିବା ସହାୟତା ବନ୍ଦ କରାଯାଇପାରେ ଆଶଙ୍କା କରି ଇମ୍ରାନ କହିଥିଲେ ଯେ ଏହା ଦ୍ୱାରା ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ହେବ। ଏ ପରିସ୍ଥିତିରେ କେବଳ ଚାଇନା ହିଁ ପାକିସ୍ତାନକୁ ସାହାଯ୍ୟ କରିପାରିବ। ଭାରତର ବୃଦ୍ଧି ପାଇଥିବା ସାମରିକ ଓ ଆର୍ଥିକ ଶକ୍ତି ନେଇ ଚାଇନା ଏବେ ଚିନ୍ତିତ ଅଛି। ତେଣୁ ଭାରତକୁ ଚତୁର୍ଦ୍ଦିଗରୁ ଘେରିବା ପାଇଁ ଚାଇନା ଯୋଜନା କରୁଛି। ଏଥିରେ ପାକିସ୍ତାନ ସେନା ତାକୁ ସାହାଯ୍ୟ କରୁଛନ୍ତି। ଇମ୍ରାନ ଚାଇନାକୁ ପ୍ରଶଂସା କରିବା ଅର୍ଥ ଏହି ଦୁଇ ପଡ଼ୋଶୀ ଦେଶ ଏବେ ଭାରତ ବିରୋଧରେ ମିଳିତ ଭାବେ ଅଭିଯାନ ଆରମ୍ଭ କରିବା ସ୍ପଷ୍ଟ ହୋଇଯାଇଛି।
ଲୋକତନ୍ତ୍ରରେ ଇମ୍ରାନଙ୍କ ବିଜୟକୁ ଏତେ ସହଜରେ ଗ୍ରହଣ କରାଯାଇ ପାରୁନାହିଁ। ପାକିସ୍ତାନର ଦୁଇଟି ବଡ଼ ଦଳ ପାକିସ୍ତାନ ମୁସ୍‌ଲିମ ଲିଗ୍‌ (ନଓ୍ବାଜ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ପରି ଇମ୍ରାନଙ୍କ ନିକଟରେ ନା ବଡ଼ ରାଜନୈତିକ ଚେହେରା ଥିଲା ନା ଅନୁଭବ। ତାଙ୍କ ପାଖରେ ସେଭଳି ଆର୍ଥିକ ଶକ୍ତି ମଧ୍ୟ ନ ଥିଲା। ପ୍ରଶ୍ନ ଉଠୁଛି, ଇମ୍ରାନ କ’ଣ ବାସ୍ତବରେ ନିଜର ଶକ୍ତି ଓ ପାକିସ୍ତାନ ମତଦାତାଙ୍କ ବିପୁଳ ସମର୍ଥନ କାରଣରୁ ରାଜନୀତି ମଇଦାନରେ କ୍ୟାପ୍‌ଟେନ୍‌ ହୋଇପାରିଲେ? ଏକଦା ଇମ୍ରାନଙ୍କ ପତ୍ନୀ ଥିବା ବ୍ରିଟିଶ୍‌ ଟେଲିଭିଜନ ପତ୍ରକାର ରେହମ୍‌ ଖାନ୍‌ ଏ ସମ୍ପର୍କରେ ଦେଇଥିବା ଭାଷଣ ପ୍ରଣିଧାନଯୋଗ୍ୟ। ରେହମ୍‌ କହନ୍ତି ଯେ, ପାକିସ୍ତାନ ସେନାକୁ ଏଭଳି ଜଣେ ପ୍ରଧାନମନ୍ତ୍ରୀ ଦରକାର, ଯିଏ ତାଙ୍କର ବୁଟ୍‌ ପଲିଶ୍‌ କରିବ ଏବଂ ଇମ୍ରାନଙ୍କଠାରୁ ଅଧିକ ବୁଟ୍‌ ପଲିଶ୍‌ କରିବା ବାଲା ମିଳିବେ ନାହିଁ।
କେବଳ ରେହମ୍‌ ନୁହନ୍ତି, ତାଙ୍କ ଭଳି ଅନେକଙ୍କ ବିଶ୍ୱାସ ଯେ ଇମ୍ରାନଙ୍କ ବିଜୟ ପଛରେ ପାକିସ୍ତାନୀ ସେନାର ହାତ ରହିଛି। ପାକିସ୍ତାନର ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି ଯେ, ଇମ୍ରାନ ବାହ୍ୟ ଦୃଷ୍ଟିରୁ ନିର୍ବାଚନରେ ଜିତିଥିଲେ ମଧ୍ୟ ଏହା ଏକପ୍ରକାର ଇଲେକ୍‌ଶନ ନୁହେଁ ସିଲେକ୍ସନ। ଯେତେବେଳେ ପାକିସ୍ତାନ ନିର୍ବାଚନରେ ଇମ୍ରାନଙ୍କ ପାର୍ଟି ବହୁମତ ଆଡ଼କୁ ଅଗ୍ରସର ହେଉଥିବା ଖବର ଆସୁଥିଲା ସେ ସମୟରେ ଏକ ଭାରତୀୟ ଇଂଲିଶ ନ୍ୟୁଜ୍‌ ଚ୍ୟାନେଲରେ ଜଣେ ପାକିସ୍ତାନୀ ରାଜନୀତି ବିଶେଷଜ୍ଞ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତୁଳନା କରିଥିଲେ। ଇମ୍ରାନଙ୍କ ସମ୍ପର୍କରେ ଏଭଳି କାହିଁକି କୁହାଯାଉଛି?
ଯୁବତୀମାନଙ୍କ ମଧ୍ୟରେ ଏକଦା ଅତ୍ୟନ୍ତ ଲୋକପ୍ରିୟ ଥିବା ସୁନ୍ଦର ବପୁଧାରୀ ଇମ୍ରାନ ନିୟମିତ ଡ୍ରଗ୍‌ସ ସେବନ କରନ୍ତି ବୋଲି ଅଭିଯୋଗ ହୋଇଥିଲା। ପତ୍ନୀ ରେହମ୍‌ ତାଙ୍କୁ ସମଲିଙ୍ଗୀ ଯୌନାଚାରରେ ଅଭ୍ୟସ୍ତ ବୋଲି କହିଥିଲେ। ନିର୍ବାଚନର ଠିକ୍‌ ପୂର୍ବରୁ ରେହମ୍‌ଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକରେ ବିସ୍ତୃତ ଭାବରେ ଇମ୍ରାନଙ୍କ ଯୌନ ଜୀବନ ସମ୍ପର୍କରେ ବର୍ଣ୍ଣନା ରହିଛି। ଇମ୍ରାନଙ୍କ ଏହି ଚତୁର୍ଥ ପତ୍ନୀଙ୍କୁ ତଲାକ୍‌ ଦେବା ପରେ ସେ ଜଣେ ପଞ୍ଜାବୀ ମୁସ୍‌ଲିମ ଯୁବତୀଙ୍କୁ ପଞ୍ଚମ ପତ୍ନୀ ରୂପେ ଗ୍ରହଣ କରିଛନ୍ତି। ପଞ୍ଚମ ବିବାହ କଲା ପରେ ହିଁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି ଜଣେ ଜ୍ୟୋତିର୍ବିଦ୍‌ ମତ ଦେବା ପରେ ଇମ୍ରାନ ପଞ୍ଚମ ବିବାହ କରିଥିଲେ। ଏବେ ଜ୍ୟୋତିର୍ବିଦ୍‌ଙ୍କ ଭବିଷ୍ୟବାଣୀ ସତ ହେଲା। ତେବେ ଏହା ପ୍ରାୟୋଜିତ ହୋଇପାରେ।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେନା ଶାସନ ସବୁଠାରୁ ଅଧିକ ବିପଦପୂର୍ଣ୍ଣ ବୋଲି ମନେ କରାଯାଏ। ପାକିସ୍ତାନର ଜନ୍ମଦାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମୃତ୍ୟୁ ପରେ ଦେଶରେ ସେନା ନିୟନ୍ତ୍ରଣରେ ବହୁବାର ଶାସନ ଚାଲିଛି। ଗଣତାନ୍ତ୍ରିକ ଢଙ୍ଗରେ ନିର୍ବାଚିତ ସରକାରକୁ ହଟାଇ ସେନା ଶାସନଭାର ଗ୍ରହଣ କରି ଏକଚ୍ଛତ୍ରବାଦ ଚଳାଇବା ପାକିସ୍ତାନର ପରମ୍ପରାରେ ପରିଣତ ହୋଇଛି। କ୍ରମାଗତ ଭାବରେ ପାକିସ୍ତାନୀ ସେନା ଶକ୍ତିଶାଳୀ ହେବାରେ ଲାଗିଛି ଏବଂ କୌଣସିମତେ ନିଜ ନିୟନ୍ତ୍ରଣରେ ସରକାରକୁ ରଖିବା ପାଇଁ ତାଙ୍କୁ ଏକ ପୋଷ୍ଟର ବୟର ଆବଶ୍ୟକତା ଥିଲା। ଇମ୍ରାନ ଏଥିପାଇଁ ସବୁଠାରୁ ଉପଯୁକ୍ତ ବୋଲି ବିଚାର କରି ପାକ୍‌ ସେନା ସୁପରିକଳ୍ପିତ ଭାବରେ ଇମ୍ରାନଙ୍କ ଦଳକୁ ଜିତାଇବା ପାଇଁ କାର୍ଯ୍ୟ କରୁଥିଲା ବୋଲି ସେଠାର ରାଜନୈତିକ ସମୀକ୍ଷକମାନେ ମତ ଦିଅନ୍ତି। ପାକିସ୍ତାନରେ ସେନା ଶାସନ କେତେ ଶକ୍ତିଶାଳୀ ତା’ର ପ୍ରମାଣ ମିଳିଥିଲା ଜେନେରାଲ ଜିଆ-ଉଲ-ହକ୍‌ଙ୍କ ସମୟରେ। ଗଣତାନ୍ତ୍ରିକ ଢଙ୍ଗରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ଜିଆ ଗାଦିଚ୍ୟୁତ କରି ୭୦ ଦଶକରେ ଶାସନ କ୍ଷମତାକୁ ନିଜ ଅକ୍ତିଆରକୁ ନେଇଆସିବା ପରେ ୧୯୭୯ରେ ଭୁଟ୍ଟୋଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣି ଦୋଷୀ ସାବ୍ୟସ୍ତ କରି ଫାଶୀଖୁଣ୍ଟରେ ଚଢାଇ ଦେଇଥିଲେ। ସେହିପରି ଭୁଟ୍ଟୋଙ୍କ କନ୍ୟା ବେନଜୀରଙ୍କୁ ମଧ୍ୟ ନିର୍ବାଚନ ସଭା ବେଳେ ହତ୍ୟା କରାଗଲା। କିଛି ସମୟ ପାଇଁ ଅନୁକମ୍ପା ଭୋଟରେ ବେନଜୀରଙ୍କ ସ୍ବାମୀ ଓ ପୁଅ କ୍ଷମତା ସିଂହାସନରେ ବସିଥିଲେ ମଧ୍ୟ ବେଶି ଦିନ ତିଷ୍ଠିପାରିଲେ ନାହିଁ। ଭୁଟ୍ଟୋଙ୍କ ପରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନଓ୍ବାଜ ଶରିଫ୍‌ ଶାସନଭାର ସମ୍ଭାଳିଥିଲେ ମଧ୍ୟ ତାଙ୍କୁ କ୍ଷମତାଚ୍ୟୁତ କରି ଜେନେରାଲ ମୁଶରଫ ନିଜେ ରାଷ୍ଟ୍ରପତି ହେଲେ। ବରିଷ୍ଠତାକୁ ଅଣଦେଖା କରି ନିଜେ ନଓ୍ବାଜ ଶରିଫ୍‌ ମୁଶରଫଙ୍କୁ ଜେନେରାଲ କରିଥିଲେ ଏବଂ ସେ ହିଁ ତାଙ୍କ ପାଇଁ କାଳ ହେଲେ। ବହୁ କାରଣରୁ ବଦନାମ ପାକ୍‌ ସେନା ତାଙ୍କ ଇଙ୍ଗିତରେ କାମ କରିବା ପାଇଁ ତଥା ଆଇଏସ୍‌ଆଇର ପସନ୍ଦ ହେବା ଭଳି ଇମ୍ରାନଙ୍କୁ ବାଛିଲେ। ଗତ ନିର୍ବାଚନରେ ବ୍ୟାପକ ଅନିୟମିତତା ଏବଂ ଭ୍ରଷ୍ଟାଚାର ହୋଇଛି ବୋଲି ପାକିସ୍ତାନ ମୁସ୍‌ଲିମ ଲିଗ୍‌ (ନଓ୍ବାଜ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ଖୋଲାଖୋଲି ଅଭିଯୋଗ କରିଥିଲେ ମଧ୍ୟ ତାହାକୁ ଅଣଶୁଣା କରାଯାଇଛି। ଏହି ନିର୍ବାଚନରେ ବ୍ୟାପକ ଜାଲ୍‌ ଭୋଟ ଓ ଅନିୟମିତତା ସମ୍ପର୍କରେ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା ହେଲା ପରେ ମଧ୍ୟ ପ୍ରତିକାର ହେଲାନାହିଁ।
ବିଜୟ ପରେ ଇମ୍ରାନ ଘୋଷଣା କରିଥିଲେ ଯେ, ସେ ପାକିସ୍ତାନକୁ ଜିନ୍ନାଙ୍କ ସ୍ବପ୍ନର ଦେଶ ଭାବେ ଗଢିତୋଳିବାକୁ ଚାହାନ୍ତି। ଏହା ବିଦିତ ଯେ, ଜିନ୍ନା ପାକିସ୍ତାନକୁ ଇସ୍‌ଲାମୀ କାନୁନ୍‌ରେ ଶାସିତ ଏକ ଦେଶ କରିବାକୁ ଚାହୁଁଥିଲେ। କିନ୍ତୁ ଧାର୍ମିକ ସ୍ବତନ୍ତ୍ରତା ଦିଆଯିବ ବୋଲି ଘୋଷଣା କରିଥିଲେ। ସରକାର ସେନା ନିୟନ୍ତ୍ରଣରେ ରହୁ, ଜିନ୍ନା ଏହା ଚାହୁଁ ନ ଥିଲେ। ଇମ୍ରାନ ଜଣେ ଭଲ କ୍ରିକେଟ୍‌ ଖେଳାଳି। ଭାରତର ଅନେକ ବ୍ୟକ୍ତି ତାଙ୍କୁ ପସନ୍ଦ କରନ୍ତି। ପରନ୍ତୁ ଭାରତ ସମ୍ପର୍କରେ ବିଶେଷକରି କଶ୍ମୀର ଓ ଆତଙ୍କବାଦ ନେଇ ସେ ତାଙ୍କ ପୂର୍ବ ଶାସନର ଅନୁସରଣ କରିବେ। କାରଣ ସେ ସେନା ହାତର ସଖିକଣ୍ଢେଇ ଭାବେ ସରକାର ଚଳାଇବା ପାଇଁ ବାଧ୍ୟ।
ମୋ-୯୪୩୭୨୭୦୬୦୫
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ..

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋ..

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିଭିନ୍ନ ରାଜ୍ୟରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ବିବାହ ବେଳେ କନ୍ୟା ଓ ବର ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଲାଗି ସାଥୀ ହୋଇଥାଆନ୍ତି। ତେବେ ରାଜସ୍ଥାନର ଶ୍ରୀମାଲୀ ସମ୍ପ୍ରଦାୟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବିଭାଘର ବେଳେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପାଖରେ ସାତଥର ପ୍ରଦକ୍ଷିଣ କରିଥାଆନ୍ତି। ପୁରାଣରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ବିଘ୍ନ ..

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ।