ସମ୍ପାଦକୀୟ |

ପତ୍ନୀ ଓ ଧର୍ମପତ୍ନୀ

 ପତ୍ନୀ ଓ ଧର୍ମପତ୍ନୀ
ମନ-ମାନଚିତ୍ର/ ଡ. ନରହରି ବେହେରା

ଗୃହସ୍ଥାଶ୍ରମରେ ନାରୀଙ୍କ ସ୍ଥାନ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ବିବାହ ସମୟରେ ଯଜ୍ଞାଗ୍ନି ଚାରିପାଖରେ ସାତଘେରା ବୁଲିବାବେଳେ ପତି-ପନତ୍ୀ ବେଦର ସାତଟି ମନ୍ତ୍ରରେ ଅଭିଷିକ୍ତ ହୋଇ ସାତୋଟି ଶପଥ ନେଇଥାନ୍ତି। ଏହା ଆଦର୍ଶ ଦାମ୍ପତ୍ୟ ଜୀବନ ଏବଂ ଆଦର୍ଶ ସମାଜ ପାଇଁ ପ୍ରଯୁଜ୍ୟ। ଏହି ଆଦର୍ଶ ଦମ୍ପତି ରାଷ୍ଟ୍ର ପାଇଁ ସୁସ୍ଥ ଓ ଗୁଣବନ୍ତ ନାଗରିକ ଉପତ୍ନ୍ନ କରି ରାଷ୍ଟ୍ରକୁ ସୁରକ୍ଷିତ କରିଥାନ୍ତି। ଗୃହସ୍ଥାଶ୍ରମରୁ ହିଁ ମୁନି, ଋଷି, ରାଷ୍ଟ୍ରନାୟକ ପ୍ରଭୃତି ସୃଷ୍ଟି ହୋଇଥାନ୍ତି। ସବୁ ଆଶ୍ରମ ଏହାକୁ ଆଶ୍ରୟ କରି ତିଷ୍ଠି ରହିଥାନ୍ତି ବୋଲି ମନୁ କହିଛନ୍ତି- ”ଯଥା ବାୟୁଂ ସମାଶ୍ରିତ୍ୟ ବର୍ତ୍ତନ୍ତେ ସର୍ବଜନ୍ତବଃ। ତଥା ଗୃହସ୍ଥମାଶ୍ରିତ୍ୟ ବର୍ତ୍ତନ୍ତେ ସର୍ବ ଆଶ୍ରମାଃ।“
ଗୃହସ୍ଥ ଧର୍ମର ମୂଳଭିତ୍ତି ହେଲେ ଗୃହିଣୀ। ଯେଉଁ ଘରେ ସୁଗୃହିଣୀ ନାହିଁ ତାକୁ ପ୍ରକୃତ ଘର କୁହାଯାଏ ନାହିଁ (ନ ଗୃହଂ ଗୃହମିତ୍ୟାହୁଃ ଗୃହିଣୀ ଗୃହମୁଚ୍ୟତେ)। ଏହି ଗୃହିଣୀଙ୍କର ଯେଉଁ ମୁଖ୍ୟ ଦୁଇଟି ରୂପ ଦେଖିବାକୁ ମିଳେ, ତାହା ହେଉଛି ଗୋଟିଏ ଧର୍ମପନତ୍ୀ ଓ ଆଉ ଗୋଟିଏ ମା’ର ରୂପ। ମାତୃତ୍ୱ ଲାଭ ପୂର୍ବରୁ ଅଗ୍ନିକୁ ସାକ୍ଷୀ ରଖି ଜଣେ ନାରୀ ପତ୍ନୀ ହୋଇଥାଏ। ପତ୍ନୀ କାମନା ପାଇଁ ନୁହେଁ, ଧର୍ମାନୁଷ୍ଠାନ ପାଇଁ ହିଁ ଉଦ୍ଦିଷ୍ଟ। ପତ୍ନୀର ବହୁ ପ୍ରତିଶବ୍ଦ ଅଛି। ସ୍ତ୍ରୀ, ଭାର୍ଯ୍ୟା, ଜାୟା ଇତ୍ୟାଦି। ଏ ଶବ୍ଦଗୁଡ଼ିକ ଆପାତତଃ ସମାନ ପରି ମନେହେଲେ ମଧ୍ୟ ଏହାର ଭାବଗତ ପାର୍ଥକ୍ୟ ଅଛି। ସ୍ତ୍ରୀ ଶବ୍ଦ ଆସିଛି ସ୍ତ୍ରୈ ଧାତୁରୁ ଯାହାର ଅର୍ଥ ବେଷ୍ଟନ କରିବା। ସ୍ବାମୀଙ୍କୁ ବେଷ୍ଟନ କରି ଯାହାଙ୍କ ସଂସାର ସେ ସ୍ତ୍ରୀ। ଭାର୍ଯ୍ୟା ମାନେ ଭରଣଯୋଗ୍ୟା, ଯିଏ ଭରଣ କରନ୍ତି ସେ ଭର୍ତ୍ତା। ଜାୟା ଶବ୍ଦଟି ଜନ୍‌ ଧାତୁରୁ ଆସିଛି, ଅର୍ଥ ଜନ୍ମ କରିବା। ଯିଏ ପତିଙ୍କୁ ସନ୍ତାନ ରୂପେ ଜନ୍ମ ଦେଇଥାଏ, ସେ ଜାୟା। ପତନାତ୍‌ ନୀୟତେ ଇତି ପତ୍ନୀ, ଅର୍ଥାତ୍‌ ଯିଏ ପତିଙ୍କୁ ପତନ (ନୈତିକ ସ୍ଖଳନ)ରୁ ରକ୍ଷା କରେ ସେ ପତ୍ନୀ। 
ଆଜିକାଲି ତ ହିନ୍ଦୁ ବିବାହ ଆଇନ ଅନୁସାରେ ଏକରୁ ଅଧିକ ବିବାହ ବେଆଇନ। ମାତ୍ର ଆଗକାଳରେ ମୁନିଋଷି, ରାଜାମହାରାଜା, ସାମନ୍ତ, ଜମିଦାର, ଧନୀ ବ୍ୟକ୍ତିମାନେ ବହୁପନତ୍ୀ ଗ୍ରହଣ କରୁଥିଲେ। ଅସବର୍ଣ୍ଣ ବିବାହ ବ୍ୟବସ୍ଥା ମଧ୍ୟ ପ୍ରଚଳନ ଥିଲା। ଅସବର୍ଣ୍ଣ ବିବାହରେ ପୁରୁଷ ସବୁବେଳେ ଉଚ୍ଚବର୍ଣ୍ଣର ହେବା ବିଧି ଥିଲା। ପ୍ରଥମା ପତ୍ନୀ କିନ୍ତୁ ସବର୍ଣ୍ଣା ହେବାକୁ ବାଧ୍ୟ। କାରଣ ସେ ହେବ ଧର୍ମପନତ୍ୀ, ଯିଏ ସକଳ ଯଜ୍ଞକର୍ମ ଓ ଧର୍ମାନୁଷ୍ଠାନରେ ଅଂଶଗ୍ରହଣ କରିପାରିବ। ଦ୍ୱିତୀୟ, ତୃତୀୟ ବା ଚତୁର୍ଥ ପତ୍ନୀ ନିମ୍ନବର୍ଣ୍ଣର ହୋଇପାରିବେ। ଶାସ୍ତ୍ରରେ ଅଛି ‘ସ୍ତ୍ରୀରତ୍ନଂ ଦୁଷ୍କୁଳାଦପି’, ଅର୍ଥାତ୍‌ ନୀଚକୁଳରୁ ମଧ୍ୟ ସ୍ତ୍ରୀରତ୍ନ ଗ୍ରହଣ କରାଯାଇପାରେ। ଶ୍ରୀକୃଷ୍ଣ, ଭୀମ, ଅର୍ଜୁନ ପ୍ରଭୃତି ନିମ୍ନବର୍ଣ୍ଣରୁ ପତ୍ନୀ ଗ୍ରହଣ କରିଥିଲେ। ଧର୍ମପତ୍ନୀଙ୍କ ବିନା କୌଣସି ଗୃହସ୍ଥର ଧର୍ମାନୁଷ୍ଠାନ ପୂର୍ଣ୍ଣ ହୋଇ ନ ଥାଏ। ତେଣୁ ତାଙ୍କୁ ପତିଙ୍କର ଅର୍ଦ୍ଧାଙ୍ଗିନୀ (ଅର୍ଦ୍ଧଂ ଭାର୍ଯ୍ୟା ମନୁଷ୍ୟସ୍ୟ) ବୋଲି କୁହାଯାଏ। 
ପରକୁ ଆପଣାର ବୋଲି ପରିଚୟ ଦେବା ପାଇଁ ଆମେ ଧର୍ମ ଶବ୍ଦ ଲଗାଇ ଧର୍ମବାପା, ଧର୍ମଭାଇ, ଧର୍ମଭଉଣୀ ଇତ୍ୟାଦି ସମ୍ବନ୍ଧ ଯୋଡ଼ିଥାଉ। ମାତ୍ର ପତ୍ନୀ ହେଉଛନ୍ତି ଏକମାତ୍ର ନିଜର ଲୋକ, ଯାହାଙ୍କ ପାଖରେ ଧର୍ମ ଶବ୍ଦ ସଂଯୋଗ କରାଯାଇ ତାଙ୍କର ଉକତ୍ର୍ଷ ପ୍ରତିପାଦନ କରାଯାଇଥାଏ। ଧର୍ମପତ୍ନୀ ହେଉଛନ୍ତି ସୁଖସମୃଦ୍ଧିର କାରଣ। ସେ ହିଁ ନିଜର ସୁକର୍ମ ଦ୍ୱାରା ଧର୍ମ ପାଳନ କରି ପରିବାରର ସୁଖଶାନ୍ତି ଆଣିଥାନ୍ତି। ତେଣୁ ଯଜୁର୍ବେଦରେ କୁହାଯାଇଛି- ‘ପତ୍ନୀ ସୁକୃତଂ ବିଭର୍ତ୍ତି।’ ଗୋଟିଏ ସୁଖୀ ସଂସାର ପାଇଁ ନାରୀମାନଙ୍କୁ ଉପଦେଶ ପ୍ରଦାନ କରାଯାଇ ଅଥର୍ବବେଦରେ କୁହାଯାଇଛି- ”ହେ ବଧୂ, ତୁମେ ମଙ୍ଗଳମୟୀ, ଘର ସୁଖସମୃଦ୍ଧିର ବର୍ଦ୍ଧନକାରିଣୀ, ସ୍ବାମୀଙ୍କ ପାଇଁ ସୁଖଦାୟିନୀ, ଶ୍ୱଶୁରଙ୍କ ପାଇଁ ଶାନ୍ତିଦାୟିନୀ ଏବଂ ଶାଶୁଙ୍କ ପାଇଁ ଆନନ୍ଦଦାୟିନୀ ହୋଇ ଗୃହକର୍ମରେ ପ୍ରବେଶ କର।“ ଗୋଟିଏ ପରିବାର ପାଇଁ ଜଣେ ଧର୍ମପତ୍ନୀର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଏହି ଉପଦେଶରୁ ହିଁ ଜଣାଯାଏ।
ଜଣେ ଭାଗ୍ୟଶାଳୀ ପୁରୁଷ ହିଁ ଉତ୍ତମ ଗୁଣସମ୍ପନ୍ନା ପନତ୍ୀ ଲାଭ କରିଥାଏ। କାରଣ ଜଣେ ସୁଗୃହିଣୀ ବିନା ସୁଖର ସଂସାର ଗଢ଼ିବା ସମ୍ଭବ ନୁହେଁ। ସେଥିପାଇଁ ‘ସପ୍ତଶତୀ ଚଣ୍ଡୀ’ରେ ଦେବୀଙ୍କୁ ପ୍ରାର୍ଥନା କରାଯାଇଛି- ”ଭାର୍ଯ୍ୟାଂ ମନୋରମାଂ ଦେହି ମନୋବୃତ୍ତ୍ୟନୁସାରଣୀମ୍‌।“ (ହେ ମା’! ମୋତେ ମନୋରମା ଓ ମନୋବୃତ୍ତିର ଅନୁସାରିଣୀ ଭାର୍ଯ୍ୟାଟିଏ ଦେ।) ସ୍ତ୍ରୀ ବିନା ଗୃହ ଶୂନ୍ୟ ହୋଇଯାଏ। ପନତ୍ୀ ହେଉଛନ୍ତି ଗୋଟିଏ ଘରର ସୁଖ, ଶାନ୍ତି ଓ ସମୃଦ୍ଧିର କାରଣ। ସେ ଯଦି ଶାନ୍ତ, ସୁଶୀଳା, କର୍ମନିପୁଣା, ପତିପ୍ରାଣା ନ ହୋଇ କୁଭାଷିଣୀ ଓ ରୁଷ୍ଟ ସ୍ବଭାବର ହୋଇଥାନ୍ତି, ତେବେ ସକଳ ଐଶ୍ୱର୍ଯ୍ୟ ସତ୍ତ୍ୱେ ସେ ଗୃହସ୍ଥ ସଂସାରରେ ସବୁଠାରୁ ଦୁଃଖୀ ହୋଇଥାନ୍ତି। ତେଣୁ କୁହାଯାଏ- ଏ ସଂସାରରେ ଦରିଦ୍ର, ଋଣଗ୍ରସ୍ତ ଓ ରୋଗଗ୍ରସ୍ତ ମଣିଷମାନଙ୍କଠାରୁ ବି ଅଧିକ ଦୁଃଖୀ ହୋଇଥାନ୍ତି ଜଣେ ଦୁଷ୍ଟ ଭାର୍ଯ୍ୟାର ସ୍ବାମୀ।
ପତିପ୍ରାଣତା ହେଉଛି ଧର୍ମପତ୍ନୀଙ୍କର ପ୍ରମୁଖ ଧର୍ମ। ସକଳ ଅଭାବ ଅସୁବିଧା ସତ୍ତ୍ୱେ ସ୍ବାମୀର ହାତ ଛାଡ଼ନ୍ତି ନାହିଁ ଧର୍ମପତ୍ନୀ। ସ୍ବାମୀ ବିପଥଗାମୀ ହେଲେ ଧର୍ମପତ୍ନୀ ନିଜର ଅସୀମ ଧୈର୍ଯ୍ୟ, ମିଷ୍ଟଭାଷଣ, ପ୍ରତ୍ୟୁପତ୍ନ୍ନମତିତାରେ ତାଙ୍କୁ ଫେରାଇ ଆଣିବାକୁ ସମର୍ଥ ହୋଇଥାନ୍ତି। ସାବିତ୍ରୀ ଯମଙ୍କଠାରୁ ସ୍ବାମୀଙ୍କୁ ମୁକୁଳାଇ ପାରିଥିଲେ। ଅନସୂୟା ଲକ୍ଷହୀରା ପ୍ରତି ଆସକ୍ତ ସ୍ବାମୀଙ୍କ ଇଚ୍ଛା ପୂରଣ ପାଇଁ ଗଣିକାର ଦାସୀ କାର୍ଯ୍ୟ କରିଥିଲେ। ସେ ନିଜର ଅସୀମ ଧୈର୍ଯ୍ୟ ଓ ନିଜ ଉପରେ ଥିବା ଅଗାଧ ବିଶ୍ୱାସ ବଳରେ ସ୍ବାମୀଙ୍କୁ କୁମାର୍ଗରୁ ଫେରାଇ ଆଣିପାରିଥିଲେ। ସେହିପରି ଫକୀରମୋହନଙ୍କ ନାୟିକା ସୁଲୋଚନା ସ୍ବାମୀ ଚନ୍ଦ୍ରମଣିଙ୍କୁ କୁପଥରୁ ଫେରାଇ ଆଣିବା ପାଇଁ ଝାଡ଼ୁର ସାହାଯ୍ୟ ନେଇଥିଲେ। ତେଣୁ ଧର୍ମପତ୍ନୀ ନିଜର ବିଚାରଶୀଳତାରେ ବିପଥଗାମୀ ସ୍ବାମୀଙ୍କୁ କିପରି ସତ୍‌ମାର୍ଗକୁ ଫେରାଇ ଆଣିବେ, ସେ ବିଷୟରେ ଚିନ୍ତା କରିବା ଉଚିତ।
ଧର୍ମପନତ୍ୀଙ୍କୁ ସେବିକା, ପାଦତଳର ଦାସୀ ବୋଲି ବିବେଚନା କରି ଦୁଃଖ ଦେବା ଉଚିତ ନୁହେଁ। କାରଣ ପତ୍ନୀ ଓ ଲକ୍ଷ୍ମୀ ଏକ ଏବଂ ଅଭିନ୍ନ (ସ୍ତ୍ରିୟଃ ଶ୍ରିୟଶ୍ଚ ଗେହେଷୁ ନ ବିଶେଷୋଽସ୍ତି କଶ୍ଚନ)। ସେ ଦୁଃଖୀ ହେଲେ ଗୃହର ସୁଖସମ୍ପଦ ହ୍ରାସ ପାଏ। ଧର୍ମପନତ୍ୀ ହିଁ ସର୍ବଦା ସମ୍ମାନର ଅଧିକାରିଣୀ, ଆମଠାରୁ ଦୁଃଖକଷ୍ଟ ପାଇବା ପାଇଁ ସେ ଗୃହର ଦାୟିତ୍ୱ ମୁଣ୍ଡାଇ ନ ଥାନ୍ତି।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ୍‌, ଭଦ୍ରକ, ମୋ-୯୪୩୮୪୬୫୪୭୮
All Right Reserved By

ସମ୍ପାଦକୀୟ |

ନେତାଗିରି ଲୋଭ

ନେତାଗିରି ଲୋଭ


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଆଜିକାଲି ବାବୁମାନଙ୍କର ନେତାଗିରି ପ୍ରତି ଲୋଭ ବଢ଼ିଯାଇଛି। ରାଜସ୍ଥାନରେ ବିଧାନସଭା ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବାବେଳେ ଟିକେଟ୍‌ ପାଇଁ ନେତାମାନଙ୍କୁ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍‌ ବାବୁମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ୁଛି। ଉଭୟ ଜାତୀୟ ଦଳ ଭାଜପା ଓ କଂଗ୍ରେସରେ ଯୋଗଦେବା ଓ ଟିକେଟ୍‌ ପାଇବା ପାଇଁ ପୂର୍ବତନ ବାବୁମାନେ ଧାଡ଼ି ଲଗାଇଥିବା ...

କଶ୍ମୀର ମିଶ୍ରଣର ଅଜଣା ତଥ୍ୟ

କଶ୍ମୀର ମିଶ୍ରଣର ଅଜଣା ତଥ୍ୟ

ଡ. ବାଞ୍ଛାନିଧି ପଣ୍ଡା

କଶ୍ମୀର ମହାରାଜା ହରି ସିଂ କଶ୍ମୀରକୁ ଭାରତ କିମ୍ବା ପାକିସ୍ତାନରେ ବିଲୟ କରାଇବେ ଏ ନେଇ ଦ୍ୱିଧାରେ ଥିଲେ। କଶ୍ମୀରକୁ ଭାରତରେ ବିଲୟ କରିବା ପାଇଁ ଆରଏସ୍‌ଏସ୍‌ କାର୍ଯ୍ୟକର୍ତ୍ତାମାନେ ରାଜାଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କଲେ। କଶ୍ମୀରର ସଂଘଚାଳକ ପ୍ରେମନାଥ ଡୋଗ୍ରା ଏବଂ ପଞ୍ଜାବର ସଂଘଚାଳକ ରାୟବାହାଦୁର ଶ୍ରୀ ବଦ୍ରିନାଥ ମହାରାଜାଙ୍କ ସହିତ ଭାରତରେ ମିଶ୍ରଣ ସଂକ୍ରାନ୍ତରେ କଥାବାର୍ତ୍ତା କରିଥିଲେ। ଇତିମଧ୍ୟରେ ୧୯୪୭ ଅକ୍ଟୋବର ୧୧ ତାରିଖରେ ପାକିସ୍ତାନ ଭାରତବର୍ଷ ଉପରେ ଆକ୍ରମଣ ...

ୟୁ.ଏସ୍‌. କନ୍‌ସୁଲେଟ୍‌ର ସେବା

ୟୁ.ଏସ୍‌. କନ୍‌ସୁଲେଟ୍‌ର ସେବା

କାଥେରିନ ହଡ୍ଡା 

ଦଶବର୍ଷ ତଳେ ୨୦୦୮ରେ ଆମେରିକୀୟ ଧ୍ୱଜା ହାଇଦ୍ରାବାଦସ୍ଥିତ ୟୁ.ଏସ୍‌. କନ୍‌ସୁଲେଟ (ବାଣିଜ୍ୟ ଦୂତାବାସ)ରେ ପ୍ରଥମଥର ଉତ୍ତୋଳନ ହୋଇଥିଲା। ଆମେରିକା ସରକାରଙ୍କ ଦ୍ୱାରା ଏଭଳି ବୈଦେଶିକ କେନ୍ଦ୍ର ସ୍ଥାପନ କରିବା ବିରଳ ହୋଇଥିବା ବେଳେ, ହାଇଦ୍ରାବାଦ ଟେକ୍ନୋଲୋଜି ଓ ସମୃଦ୍ଧିର କେନ୍ଦ୍ର ହୋଇଥିବାରୁ, ଆମ ସରକାର ଆମେରିକା ଓ ଭାରତ ମଧ୍ୟରେ ବୈଦେଶିକ ଓ ...

ଏଇ ଭାରତରେ

ଏଇ ଭାରତରେ

କେତେକ ରୋଗ ଔଷଧ ଦ୍ୱାରା ଆରୋଗ୍ୟ ହୋଇ ନ ପାରିଲେ ଅସ୍ତ୍ରୋପଚାର ଦରକାର ପଡେ। ନ ହେଲେ ବଞ୍ଚତ୍ବା ମୁସ୍କିଲ। ଏପରି ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇଥିବା ଏକ ୩ମାସର ଶିଶୁକନ୍ୟାର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏପରି...

ଆଜିର ଅର୍ଥନୀତି/ କୃଷିକୁ ଅଣଦେଖା

ଆଜିର ଅର୍ଥନୀତି/ କୃଷିକୁ ଅଣଦେଖା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଏହି ଅବସରରେ ୧୮୩ଟି ପ୍ରସ୍ତାବ ମାଧ୍ୟମରେ ୪.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି। ଯଦି ପ୍ରତିଶ୍ରୁତି ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହୁଏ, ତେବେ ଏହାଦ୍ୱାରା ପାଞ୍ଚଲକ୍ଷରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ଉକ୍ତ ଚାରିଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହ ଅଂଶୀଦାର ଭାବେ ଏହି ପ୍ରଚେଷ୍ଟାରେ ସାମିଲ ହେବା ପାଇଁ ଭାରତର ୨୧ଟି ରାଜ୍ୟ ଏବଂ ଭାରତ ବାହାରୁ ୨୦ରୁ ଊର୍ଦ୍ଧ୍ୱ ଦେଶର ଅଂଶଗ୍ରହଣକାରୀ ଯୋଗ ...

ଖବରକାଗଜର ଅନବଦ୍ୟ ସେବା

ଖବରକାଗଜର ଅନବଦ୍ୟ ସେବା

ବୈକୁଣ୍ଠନାଥ ମିଶ୍ର

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଖବରକାଗଜ ଏକ ବଳିଷ୍ଠ ତଥା ଲୋକପ୍ର୍ରିୟ ଗଣମାଧ୍ୟମ। ଅଧୁନା ଖବରକାଗଜଗୁଡିକ ପାଠକୀୟ ଆଦୃତି ସହ ବ୍ୟବସାୟିକ ସଫଳତା ହାସଲ କରିଛନ୍ତି। ସହରଠାରୁ ଗ୍ରାମାଞ୍ଚଳ ଓ ଧନୀଠାରୁ ଦରିଦ୍ର ସବୁଠାରେ ଖବରକାଗଜର ଜନପ୍ରିୟତା ପରିଦୃଷ୍ଟ। ବେତାର ଓ ଦୂରଦର୍ଶନରେ ଖବର ପ୍ରସାରିତ ହେଉଥିଲେ ମଧ୍ୟ ଏଗୁଡିକର ସମୟାନୁବର୍ତ୍ତିତା ବହୁ ସମୟରେ ଖବର ଶ୍ରବଣରେ ବ୍ୟାଘାତ ଉପୁଜାଏ। ନିର୍ଦ୍ଧାରିତ ସମୟରେ ଟିଭି ପାଖରେ ନ ବସିଲେ ଖବର ହାତଛଡ଼ା ହୋଇଯାଏ। ବିଦ୍ୟୁତ୍‌ ବିଭ୍ରାଟ କି...

ବୋଝର ଛାଇ

ବୋଝର ଛାଇ

ଡ. ସୁବାସ ଚନ୍ଦ୍ର ପାତ୍ର

କୁହାଯାଏ ବୋଝର ଓଜନ ବୋଝଟିକୁ ଓଜନିଆ କରିଦିଏନି ବରଂ ତାକୁ ଓଜନିଆ କରିଦିଏ ବହନ କରିବାର ଶୈଳୀ ବା କୌଶଳ। ମୁଣ୍ଡରେ ବୁହାଯାଉଥିବା ବୋଝ ହୁଏ ତ କାନ୍ଧକୁ ହାଲୁକା ଲାଗିପାରେ, ଖାଲିକାନ୍ଧରେ ବୁହାଯାଉଥିବା ବୋଝକୁ ବାହୁଙ୍ଗିରେ ବହନ କଲେ ତାହା ଅପେକ୍ଷାକୃତ ହାଲୁକା ଲାଗିପାରେ; କାନ୍ଧ ବା ମୁଣ୍ଡରେ ବୁହାଯାଉଥିବା ବୋଝକୁ ଗୋଟିଏ ଚକଲଗା ଠେଲାରେ ନେଲେ ତାହା ଆହୁରି ହାଲୁକା ଲାଗିବ ଏବଂ ସେଥିରେ ଆଉ ଟିକିଏ ଅଧିକ ବୋଝ ଲଦିଦେବାକୁ ହୁଏ ତ ଲୋଭ ବି ଆସିପାରେ। ...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ସ୍ଥଳରେ ଦେଖାଯାଏ ଶାଶୁ-ବୋହୂଙ୍କ ମଧ୍ୟରେ ପଡେନାହିଁ। ନିତିଦିନ କଳିକଜିଆ ଲାଗେ। ଏପରି କି ଶାଶୁବୋହୂ ମଧ୍ୟରେ ଅହି-ନକୁଳ ସମ୍ପର୍କ ଦେଖିବାକୁ ମିଳେ। କିନ୍ତୁ କେତେକ ସ୍ଥଳରେ ବୋହୂ ଜଣକ ଶାଶୁଙ୍କ ଆଜ୍ଞାଧୀନ ହୋଇ ଚଳିଥାଆନ୍ତି। ...

କୁକୁଡ଼ା ମାଂସରେ ବିଷ

କୁକୁଡ଼ା ମାଂସରେ ବିଷ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

”ଆମ ଘରକୁ କିଛି ଅତିଥି ଆସିଛନ୍ତି। ପ୍ରିୟେ! ସେମାନଙ୍କ ପାଇଁ ଆର୍ସେନିକ୍‌ ବିଷଯୁକ୍ତ ସ୍ବାଦିଷ୍ଠ କୁକୁଡ଼ାମାଂସ ତରକାରି ତିଆରି କର। କ’ଣ, କରିପାରିବନି? ତା’ହେଲେ ଚାଲ ସେମାନଙ୍କୁ ଏକ ଭଲ ହୋଟେଲକୁ ନେଇ ଆର୍ସେନିକ୍‌ ବିଷଯୁକ୍ତ ତନ୍ଦୁରି ଚିକେନ୍‌ ଖାଇବାକୁ ଦେବା।“- ଏହା କୌଣସି ସଦ୍ୟ ବଲିଉଡ୍‌ ହତ୍ୟାରହସ୍ୟ ସ୍କ୍ରିପ୍ଟର ପଂକ୍ତି ନୁହେଁ। ଏହା ବାସ୍ତବ ଜୀବନର ଘଟଣା। ଆର୍ସେନିକ୍‌ ଏପରି ଏକ ମାରାତ୍ମକ ବିଷ, ଯାହାଦ୍ୱାରା ବିଭିନ୍ନ ନାଟକ, ଉପନ୍ୟାସ ଓ ଚଳଚ୍ଚିତ୍ର ପ୍ରଭୃତିର କେତେ ଚରିତ୍ରଙ୍କୁ ହତ୍ୟା କରାଯାଇଛି...

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଅଚ୍ୟୁତ ସାମନ୍ତ

ମୋର ମନେପଡ଼େ ଆମ ବିଦ୍ୟାଳୟରେ ଶ୍ରେଣୀପ୍ରତିନିଧି ବା ମନିଟର ଚୟନ କରାଯାଏ। ଶ୍ରେଣୀ ପ୍ରତିନିଧି ବ୍ୟତୀତ ସମଗ୍ର ବିଦ୍ୟାଳୟର ଛାତ୍ରପ୍ରତିନିଧି ମଧ୍ୟ ଚୟନ କରାଯାଏ। ମୁଁ କଟକ ଜିଲା ରଘୁନାଥପୁର ଅନ୍ତର୍ଗତ କଲରାବାଙ୍କ ପ୍ରାଥମିକ ବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରରେ ମାଧ୍ୟମିକ ଶିକ୍ଷା ଲାଭ କରିଥିଲି। ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ସମୟରେ ମଧ୍ୟ ମୋତେ ଶ୍ରେଣୀପ୍ରତିନିଧିର ଦାୟିତ୍ୱ ଦିଆଯାଇଥିଲା। ବିଦ୍ୟାଳୟରେ ଅନେକ ସ୍ବଚ୍ଛଳ ଓ ସ୍ବାସ୍ଥ୍ୟବାନ୍‌ ପିଲା ଥାଉଥାଉ ମୋତେ କାହିଁକି ମନିଟର କରାଯାଉଛି ବୋଲି ଜାଣିପାରୁ ନ ଥିଲି। ପରେ ଜାଣିବାକୁ ପାଇଲି, ମୁଁ ଶ୍ରେଣୀରେ ଓ ସ୍କୁଲ୍‌ରେ ଭଲ ପାଠ ପଢ଼ୁଥିବାରୁ ...

ମିଛ ଭିକାରି, ମିଛ ଭେକ

ମିଛ ଭିକାରି, ମିଛ ଭେକ

ଛନ୍ଦା ମିଶ୍ର

କୁହାଯାଏ, ଭେକ ଥିଲେ ଭିକ ମିଳେ। କୋଟ୍‌, ଟାଇ ପିନ୍ଧା ଭଦ୍ରବ୍ୟକ୍ତିଟି ପାଇଁ ଆପଣଙ୍କ ପକେଟରୁ ଦୁଇଟଙ୍କିଆଟିଏ ବାହାରିବ କି? ତେଣୁ ଭିକ ମାଗିବାକୁ ଆସୁଥିବା ଲୋକେ ଚିରାଫଟା ପିନ୍ଧି, ଆଲୁରୁବାଲୁରୁ ମୁଣ୍ଡ କରି, ଛିଣ୍ଡାଚପଲ ଓ କଣା ଟିଣଡବା ଧରି ଆପଣଙ୍କ ନିକଟରେ ହାତ ପତାନ୍ତି। ତାଙ୍କ ଦୟନୀୟ ଅବସ୍ଥା ଦେଖି ଆପଣଙ୍କ ପାଖରେ ଥିବା ଖୁଚୁରାଗୁଡ଼ିକ ଟିଣଡବା ଭିତରକୁ ଡେଇଁପଡିବାକୁ ବିକଳ ହୋଇଉଠନ୍ତି। ଆଉ ଭିକ୍ଷାପ୍ରାର୍ଥୀ ଯଦି ବିକଳାଙ୍ଗ ବା ସାଥିରେ ଥାଏ ଲଙ୍ଗଳା ଶିଶୁଟିଏ, ତେବେ ଆପଣଙ୍କ ମୁଣାରେ ଥିବା କାଗଜ ନୋଟ୍‌ଗୁଡ଼ିକ ବି ହୋଇଉଠନ୍ତି ଚଞ୍ଚଳ। ମନ୍ଦିରଗୁଡ଼ିକରେ ଆମଠାରୁ ଦାନ ଗ୍ରହଣ କରିବା ପାଇଁ ଯେଉଁ ଜୁଲମ ହୁଏ, ...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନର ଯୁଗକୁ ଇଣ୍ଟରନେଟ୍‌ ଯୁଗ କୁହାଯାଉଥିବା ବେଳେ ଏବକାର ପିଲାମାନେ ମଧ୍ୟ କୌଣସି ଗୁଣରେ କମ୍‌ ନୁହନ୍ତି। ସହଜାତ ଗୁଣ ଯୋଗୁ କେତେକ ପିଲା ଖୁବ୍‌ କମ୍‌ ବୟସରେ ଅସାଧ୍ୟ ସାଧନ କରିପାରନ୍ତି ଯାହା ଜଣେ ବୟସ୍କ ଲୋକ ପକ୍ଷରେ ସମ୍ଭବ ହୋଇ ନ ଥାଏ। ଏପରି ଜଣେ ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ମୁମ୍ବାଇର ୧୩ ବର୍ଷ ବୟସ୍କା ପିଙ୍ଗ୍‌ଲା ରାହୁଲ। ତାଙ୍କୁ ବୁଧବାର ‘ଡୁଡଲ୍‌ ଫର୍‌...