ଫୁରସତ |

ଦୁଷ୍ଟ ଆତ୍ମାଙ୍କୁ ଦୂର କରିବାକୁ ଦୀପାବଳୀରେ ବାଲାଜୀଙ୍କ ବିଶେଷ ପୂଜା

ଦୁଷ୍ଟ ଆତ୍ମାଙ୍କୁ ଦୂର କରିବାକୁ ଦୀପାବଳୀରେ ବାଲାଜୀଙ୍କ ବିଶେଷ ପୂଜା
ଜୟପୁର: ରାଜସ୍ଥାନର ଦୌସା ଜିଲା ଘାଟା ମେହେନ୍ଦିପୁରର ପ୍ରଭୁ ବାଲାଜୀଙ୍କ ମହିମା ଅବର୍ଣ୍ଣନୀୟ। ଦୁଷ୍ଟ ଆତ୍ମାଙ୍କ ଦାଉରୁ ରକ୍ଷା କରିବା ପାଇଁ ମେହେନ୍ଦିପୁରର ବାଲାଜୀ ଦିବ୍ୟଶକ୍ତିଙ୍କ ଦ୍ୱାରା ପ୍ରେରିତ ଶକ୍ତିଶାଳୀ ହନୁମାନ ବୋଲି ବିଶ୍ୱାସ କରାଯାଏ। ଏଠାରେ କେତେକ ଲୋକଙ୍କୁ ଲୁହା ଜଞ୍ଜିରରେ ବାନ୍ଧି ଓଲଟା ଓହଳାଇ ଦିଆଯିବାର ଦେଖିବାକୁ ମିଳେ। ସନ୍ଧ୍ୟାରେ ବାଲାଜୀଙ୍କ ଆଳତୀ ସମୟରେ ଦୁଷ୍ଟ ଆତ୍ମାଙ୍କ ଦ୍ୱାରା କବଳିତ ବ୍ୟକ୍ତିମାନଙ୍କୁ ଝୁଲୁଥିବାର ଦେଖିବାକୁ ମିଳିଥାଏ। ଏହି ମନ୍ଦିର ସମ୍ବନ୍ଧିତ ଚମତ୍କାରିତା ବିଶ୍ୱାସନୀୟ ନ ହେଲେ ମଧ୍ୟ ସତ୍ୟ। ଦୀପାବଳୀରେ ଏଠାରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଭୂତପ୍ରେତଙ୍କ ଦ୍ୱାରା କବଳିତ ଲୋକଙ୍କୁ ଦୀପାବଳୀ ଦିନ ଏଠାକୁ ଅଣାଯାଇଥାଏ। ଏହିଦିନ ପ୍ରଭୁ ହନୁମାନ ଓ ପ୍ରେତ ରାଜା ଆରାବଳୀ ପର୍ବତ ଉପରେ ପ୍ରକଟ ହୋଇଥିଲେ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଭୂତପ୍ରେତ ଓ ଗୁଣିଗାରେଡ଼ିର ଶିକାର ହୋଇଥିବା ଲୋକ ଏଠାରେ ଆରୋଗ୍ୟଲାଭ କରିଥାନ୍ତି। ଶନିବାର ଏବଂ ମଙ୍ଗଳବାର ଏଠାରେ ଲମ୍ବା ଭିଡ଼ ଜମିଥାଏ।
All Right Reserved By

ଫୁରସତ |

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ବିବାହିତ ଦମ୍ପତିମାନଙ୍କ ମଧ୍ୟରେ ଅନେକ ଛୋଟ ବଡ଼ କାରଣକୁ ନେଇ ମନୋମାଳିନ୍ୟ ହୋଇଥାଏ। ଏଥିପାଇଁ କେତେକ ସମୟରେ ବିବାହ ବିଚ୍ଛେଦ ହୋଇଥାଏ। ତେବେ ଏହି ବିବାହ ବିଚ୍ଛେଦର କେତେକ କାରଣ ମଧ୍ୟରୁ ଅଫିସ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଜଣାପଡ଼ିଛି। ନିକଟରେ ୧୯୮୧ରୁ ୨୦୦୨ ମଧ୍ୟରେ ବିବାହ କରିଥିବା ଦମ୍ପତି ମାନଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। 

ଦାମୀ ଚକୋଲେଟ୍‌

ଦାମୀ ଚକୋଲେଟ୍‌

ଛୋଟରୁ ବଡ ସଭିଙ୍କର ପ୍ରିୟ ଚକୋଲେଟ୍‌। ଦୋକାନରେ ଦେଖିଦେବା ମାତ୍ରେ ପିଲାଟିଏ ଜିଦ୍ଦି କରେ ତାକୁ ନେବା ପାଇଁ। ହେଲେ କିଛି ଚକୋଲେଟ୍‌ ଅଛି ଯଦି ତା’ ପାଇଁ ପିଲାଟିଏ ଜିଦ୍ଦି କରେ ତେବେ ତାକୁ କିଣିବା ଅସମ୍ଭବ ମନେ ହେବ। କାରଣ ସେସବୁ ହେଉଛି ପୃଥିବୀର ସବୁଠୁ ଦାମୀ ଚକୋଲେଟ୍‌...

ଶ୍ରୁତିରୁ ପ୍ରାମାଣିକ

ଶ୍ରୁତିରୁ ପ୍ରାମାଣିକ

ବେଦକୁ ପବିତ୍ର ବୋଲି କୁହାଯାଇଥାଏ। ଏହାର ଆଉ ଏକ ନାମ ଶ୍ରୁତି। କାରଣ, ଏହାକୁ ଶୁଣିଶୁଣି ମନେ ରଖାଯାଇଥାଏ। 

ରାଶି ଅନୁଯାୟୀ ବୃତ୍ତି

ରାଶି ଅନୁଯାୟୀ ବୃତ୍ତି

ମେଷ: ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ସାହସୀ ଏବଂ ବୀର ସ୍ବଭାବର ହୋଇଥାନ୍ତି। 

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ବଡୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ମେକାନିକାଲ୍‌ ଇଞ୍ଜିନିୟରିଂ ଷ୍ଟ୍ରିମ୍‌ ଶେଷବର୍ଷର ଦୁଇ ଛାତ୍ର କୁକୁରଙ୍କ ନିମନ୍ତେ ସ୍ବଳ୍ପ ମୂଲ୍ୟର ଆଡଜଷ୍ଟେବଲ୍‌ ହୁଇଲଚେୟାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି। 

ଇଣ୍ଟରଭ୍ୟୁ ଗେଟ୍‌ଅପ୍‌

ଇଣ୍ଟରଭ୍ୟୁ ଗେଟ୍‌ଅପ୍‌

ସବୁ ଆଶାୟୀ ପ୍ରାର୍ଥୀ ଜବ୍‌ ଇଣ୍ଟରଭ୍ୟୁରେ ଭଲ କରିବାକୁ ଚାହାନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ   ପ୍ରସ୍ତୁତ ହୋଇ ନିଜର ବେଷ୍ଟ ଦେବା ସତ୍ତ୍ୱେ କେବେ କେବେ ସଫଳତା ମିଳି ନ ଥାଏ ।  ଏହା ପଛରେ ଅନ୍ୟ ଏକ କାରଣ ହେଉଛି ଗେଟ୍‌ଅପ୍‌ । କାରଣ ଏହା  ମଧ୍ୟ  ପର୍ସନାଲିଟିକୁ ପ୍ରଭାବିତ କରିଥାଏ । ତେଣୁ ଜବ୍‌ ଇଣ୍ଟରଭ୍ୟୁ ପାଇଁ ଯାଉଥିଲେ କିପରି ଗେଟ୍‌ଅପ୍‌ ନେବେ ଜାଣି ରଖନ୍ତୁ ...

ଫେଷ୍ଟିଭ୍‌ ଅଫର୍‌

ଫେଷ୍ଟିଭ୍‌ ଅଫର୍‌

ଫେଷ୍ଟିଭ୍‌ ସିଜନ୍‌ । ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ଦୋକାନ ତଥା ମଲ୍‌ଗୁଡିକରେ ପ୍ରତ୍ୟେକ ସାମଗ୍ରୀରେ ମିଳୁଛି ଆକର୍ଷଣୀୟ ଅଫର। ଯଦିଓ ଏହା ସବୁ ବର୍ଗଙ୍କ ଲାଗି ଉପଲବ୍ଧ ହେଲେ ବିଶେଷ କରି ଏହାର ଭରପୁର ଫାଇଦା ନେଉଛନ୍ତି ଯୁବପିଢି.... 

ଫାଇଭ୍‌ ଷ୍ଟାର ଜେଲ

ଫାଇଭ୍‌ ଷ୍ଟାର ଜେଲ

ଜେଲ ନାଁ ଶୁଣିଲା ମାତ୍ରେ ମନରେ ଆସେ ଏକ ଅନ୍ଧାରୁଆ କୋଠରୀ, ଅସନା ଚଟାଣ, ଚାରିପଟ ଘେରା ଏକ ବିରାଟ ପାଚେରି ଏବଂ ଏହା ଭିତରେ କଏଦୀମାନେ ବନ୍ଦି ଜୀବନ ଅତିବାହିତ କରୁଥିବାର ଦୃଶ୍ୟ।

ଗଛ ଗୋଟିଏ, ଫଳ ୪୦ ପ୍ରକାର

ଗଛ ଗୋଟିଏ, ଫଳ ୪୦ ପ୍ରକାର

ଫଳ ଅନେକଙ୍କର  ପ୍ରିୟ ହୋଇଥାଏ। କାହାକୁ ସେଓ ଭଲ ଲାଗେ ତ କାହାକୁ କମଳା, ଆମ୍ବ, ନାସପାତି, ଲିଚୁ ଓ ଷ୍ଟ୍ରବେରୀ। କେହି କେହି ତ ମନପସନ୍ଦର ଫଳ ଗଛ ନିଜ ବାଡ଼ିରେ ଲଗାଇ ଦିଅନ୍ତି। ଯେମିତି କି ବଜାରକୁ ଯାଇ ସେହି ଫଳ ଖୋଜି କିଣିବାକୁ ନ ପଡ଼େ।

ଅଜବ ଅଟୋ

ଅଜବ ଅଟୋ

ବିବିଧତାର ଦେଶ ଭାରତ।  ଏଠି ଜାତି, ଧର୍ମ, ବର୍ଣ୍ଣ ସବୁଥିରେ ରହିଛି ବିବିଧତା। ଏହି ବିବିଧତା ମଧ୍ୟରେ ଅନେକ କିଛି ଅଜବ ବି ଦେଖିବାକୁ ମିଳେ।

ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ

ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ

ପୃଥିବୀରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ଅଜବ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଡାକ୍ତର ଓ ଗବେଷକମାନେ ଏଭଳି ରୋଗ ଉପରେ ଅନେକ ଗବେଷଣା କରନ୍ତି।