ଫୁରସତ |

ଏବେ କ’ଣ କରୁଛନ୍ତି କେବିସିର ବିଜେତା

ଏବେ କ’ଣ କରୁଛନ୍ତି କେବିସିର ବିଜେତା
ଲୋକପ୍ରିୟ ରିଆଲିଟି ଟେଲିଭିଜନ ଶୋ’ କୌନ ବନେଗା କରୋଡ଼ପତି(କେବିସି)ର ୧୦ମ ସିଜନ୍‌ ସେପ୍ଟେମ୍ବର ୩ରୁ ଆରମ୍ଭ ହୋଇଛି। ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ଶୋ’ ୨୦୧୪ ପର୍ଯ୍ୟନ୍ତ ଚାଲିଥିଲା। ୨୦୧୭ରେ ପୁଣିଥରେ ନୂଆ ସିଜନ୍‌ ଆରମ୍ଭ ହୋଇଥିଲା। ଏହି ଶୋ’ ବହୁ ସାଧାରଣ ଲୋକଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଛି। ତେବେ ଜାଣନ୍ତୁ ଆଜି ପର୍ଯ୍ୟନ୍ତ କେବିସିରେ କୋଟିପତି ହୋଇଥିବା ବିଜେତାମାନେ କ’ଣ କରୁଛନ୍ତି। 

ହର୍ଷବର୍ଦ୍ଧନ ନଓ୍ବାଥେ: ୨୦୦୦ମସିହାରେ କେବିସି  ଆରମ୍ଭ ହେବା ପରେ ଏହାର ପ୍ରଥମ ବିଜେତା ହୋଇଥିଲେ ହର୍ଷବର୍ଦ୍ଧନ ନଓ୍ବାଥେ। ସେତେବେଳକୁ ତାଙ୍କୁ ୨୭ ବର୍ଷ ହୋଇଥିଲା ଆଉ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିଲେ। କେବିସି ଜିତିବା ପରେ କମ୍ପିଟିଟିଭି ଛାଡି ଆମେରିକାରେ ଏମ୍‌ବିଏ କଲେ। ଏବେ ହର୍ଷବର୍ଦ୍ଧନ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀରେ କାମ କରୁଛନ୍ତି।

ଅନାମିକା ମଜୁମଦାର: କେବିସି-୯ର ପ୍ରଥମ କୋଟିପତି  ହେଉଛନ୍ତି ଜାମସେଦପୁରର ଅନାମିକା ମଜୁମଦାର। ସେ ୧ କୋଟି ଟଙ୍କା ଜିତିବା ସହ ୭ କୋଟିର ଜ୍ୟାକପଟ ପ୍ରଶ୍ନର ଉତ୍ତରଦେବାଲାଗି ବିବେଚିତ ହୋଇ ମଧ୍ୟ ଆଗକୁ ନ ଖେଳି ଏଥିରୁ ଓହରି ଯାଇଥିଲେ। ୨ ପିଲାର ମା’ ଅନାମିକା ଏବେ ଜଣେ ସମାଜସେବୀ।

ରବି ମୋହନ ଶଇନୀ: ୨୦୦୧ରେ କେବିସି ଜୁନିୟର ଆରମ୍ଭ ହୋଇଥିଲା। ଏହାର ବିଜେତା ସାଜିଥିଲେ ରବି ମୋହନ ଶାସ୍ତ୍ରୀ। ଏହି ସମୟରେ ରବିଙ୍କୁ ୧୪ ବର୍ଷ ହୋଇଥିଲା ଓ ସେ ୧୦ମ ଶ୍ରେଣୀରେ ପଢ଼ୁଥିଲେ। ବର୍ତ୍ତମାନ ରବି ଜଣେ ଆଇପିଏସ୍‌ ଅଫିସର।

ରାହତ ତସ୍‌ଲିମ୍‌: ରାହତ ତସ୍‌ଲିମ୍‌। କେବିସି-୪ର ଏହି ବିଜେତା ଝାଡ଼ଖଣ୍ଡର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମେଡିକାଲ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ତାଙ୍କୁ କେବିସିରେ ସୁଯୋଗ ମିଳିଲା ଓ ସେ ବିଜେତା ମଧ୍ୟ ସାଜିଥିଲେ। ବର୍ତ୍ତମାନ ସେ ଗାର୍ମେଣ୍ଟ ବ୍ୟବସାୟ କରୁଛନ୍ତି।
 
ସୁଶୀଲ କୁମାର: ବିହାରର ପୂର୍ବ ଚମ୍ପାରଣ ଜିଲାରେ ରହୁଥିବା ସୁଶୀଲ ୨୦୧୧ରେ କେବିସି ସିଜନ୍‌-୫ରେ ୫ କୋଟି ଟଙ୍କା ଜିତିଥିଲେ। ସୁଶୀଲ କେବିସି ଜିତିବା ପରେ ଭାଇମାନଙ୍କ ସହ ମିଶି ବିଜ୍‌ନେସ୍‌ କରିବା ସହ ଗାଁରେ ୧୦ ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି। କେବିସିରେ ଭାଗ ନେବା ପୂର୍ବରୁ ଏମ୍‌ଏ କରିଥିବା ସୁଶୀଲ ମନରେଗାରେ କମ୍ପ୍ୟୁଟର ଅପରେଟର ଭାବେ କାମ କରୁଥିଲେ। ମାସକୁ ତାଙ୍କୁ ୬ ହଜାର ଟଙ୍କା ମିଳୁଥିଲା। ପରେ ସେ ଊର୍ଦ୍ଦୁ ଶିଖିବା ସହ ମ୍ୟୁଜିକ୍‌  ଟ୍ରେନିଂ ମଧ୍ୟ ନେଇଥିଲେ।

ସୁନମୀତ କୌର: ଫ୍ୟାଶନ ଡିଜାଇନିଂରେ ଡିଗ୍ରୀ କରିବା ପରେ ସୁନମୀତଙ୍କୁ ତାଙ୍କ ଶାଶୁ ଘର ଲୋକେ ସେଥିରେ କ୍ୟାରିୟର କରିବା ପାଇଁ ଅନୁମତି ଦେଇ ନ ଥିଲେ। ମାତ୍ର ସୁନମିତ୍‌ଙ୍କ ଆଶା ଭାଙ୍ଗି ନ ଥିଲା। ସେ ପିଲାମାନଙ୍କୁ ଟ୍ୟୁଶନ୍‌ କରିବା ଆରମ୍ଭ କରିଦେଇଥିଲେ। ଏହାପରେ ସେ କେବିସି ସିଜନ୍‌-୬ର ବିଜେତା ମଧ୍ୟ ହୋଇପାରିଥିଲେ। ବର୍ତ୍ତମାନ ସେ ନିଜର ଫ୍ୟାଶନ ହାଉସ ଚଲାଉଛନ୍ତି। 

ତାଜ୍‌ ମହମ୍ମଦ ରଙ୍ଗରେଜ: ରାଜସ୍ଥାନର ଶିକ୍ଷକ ତାଜ୍‌ ମହମ୍ମଦ ରଙ୍ଗରେଜ କେବିସି ସିଜନ୍‌-୭ର ବିଜେତା। ତାଜ୍‌ ଶୋ’ରେ ୫ କୋଟି ଟଙ୍କା ଜିତି ପାରିଥାନ୍ତେ। ମାତ୍ର ସେ ୧ କୋଟି ଜିତିବା ପରେ ଶୋ’ ଛାଡିଥିଲେ। ଏହି ଟଙ୍କାରେ ସେ ନିଜ ଦୃଷ୍ଟିହୀନ ଝିଅର ଚିକିତ୍ସା କରାଇଥିଲେ। ଏଥିସହ ନିଜ ଗାଁର ୨ ଅନାଥ ଝିଅଙ୍କର ବିବାହ ମଧ୍ୟ କରାଇଥିଲେ। 

ଅଚିନ ଓ ସାର୍ଥକ ନରୁଲା: ଅଚିନ ନରୁଲା ଏବଂ ସାର୍ଥକ ନରୁଲା କେବିସିର ଶେଷ ବିଜେତା। ଦିଲ୍ଲୀରେ ରହୁଥିବା ଅଚିନ ଓ ସାର୍ଥକ ହେଉଛନ୍ତି ୨ ଭାଇ। ଏହି ୨ ଭାଇ ଶୋ’ରେ ୭ କୋଟି ଟଙ୍କା ଜିତିବାରେ ସଫଳ ହୋଇଥିଲେ। ସେମାନେ ଏହି ଟଙ୍କାରେ ନିଜ ମା’ଙ୍କର କ୍ୟାନ୍‌ସର ଚିକିତ୍ସା କରାଇବା ସହ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଆଜି ମଧ୍ୟ ସେମାନେ ଏହି ବ୍ୟବସାୟ ଚଳାଉଛନ୍ତି।
All Right Reserved By

ଫୁରସତ |

ବୟସର ବ୍ୟବଧାନ ୪୫ ବର୍ଷ କିନ୍ତୁ ସୁଖୀ ଦମ୍ପତି

ବୟସର ବ୍ୟବଧାନ ୪୫ ବର୍ଷ କିନ୍ତୁ ସୁଖୀ ଦମ୍ପତି

ଦମ୍ପତିଙ୍କ ମଧ୍ୟରେ ବୟସର ତାରତମ୍ୟ କମ୍‌ ରହିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି ଅନେକ ମତ ଦିଅନ୍ତି। ହେଲେ ଏହାକୁ ଭୁଲ୍‌ ପ୍ରମାଣ କରିଛନ୍ତି କଲମ୍ବିଆର ଦମ୍ପତି

ମୟୂର ସମ୍ପର୍କରେ ଜାଣିଛନ୍ତି କି ଏସବୁ କଥା

ମୟୂର ସମ୍ପର୍କରେ ଜାଣିଛନ୍ତି କି ଏସବୁ କଥା

ମୟୂର ଆମର ଜାତୀୟ ପକ୍ଷୀ। ପୁଚ୍ଛ ପାଇଁ ଏହା ଖୁବ୍‌ ସୁନ୍ଦର ଦେଖାଯାଏ। ବର୍ଷା ଦେଖିଲେ ପୁଚ୍ଛ ମେଲାଇ ନୃତ୍ୟ କରିଥାଏ। ଆମେ ଏତିକି ଜାଣିଛେ ମାତ୍ର ମୟୂର କ’ଣ ଖାଏ? ଏହା ପୁଚ୍ଛରେ କେତୋଟି ଚନ୍ଦ୍ରିକା ରହିଛି ଜାଣନ୍ତି କି? ଯଦି ନା ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ...


ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ସ୍ବର ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ। କୁହାଯାଏ ଯେ, ଛାତ ଉପରେ ଯଦି କୌଣସି କାଉ ବସିଯାଏ ତେବେ ଘରକୁ କୁଣିଆଙ୍କ ଆଗମନ ହୋଇଥାଏ। 

ସ୍ବାମୀଙ୍କ ପୋଷାକ ଶୁଙ୍ଘିଲେ ଦୂର ହେବ ଚିନ୍ତା

ସ୍ବାମୀଙ୍କ ପୋଷାକ ଶୁଙ୍ଘିଲେ ଦୂର ହେବ ଚିନ୍ତା

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ମହିଳାମାନେ ଚିନ୍ତାରେ ରହିବା ଏକ ସାଧାରଣ କଥା। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏକ ସହଜ ଉପାୟ ସମ୍ମୁଖକୁ ଆସିଛି। ସ୍ବାମୀ ତଥା ପ୍ରେମିକଙ୍କ ପୋଷାକ ଶୁଙ୍ଘିବା ଦ୍ୱାରା ମହିଳାମାନେ ଚିନ୍ତାମୁକ୍ତ ହୋଇପାରିବେ।

ଦାଢ଼ି ଥିବା ପୁଅଙ୍କଠାରୁ ଅଧିକ ସଫା କୁକୁର

ଦାଢ଼ି ଥିବା ପୁଅଙ୍କଠାରୁ ଅଧିକ ସଫା କୁକୁର

ଅଧିକାଂଶ ପୁଅଙ୍କୁ ଦାଢ଼ି ରଖିବାକୁ ଭଲ ଲାଗେ। ଆଜିକାଲି ତ ଏହା ଏକ ଫ୍ୟାଶନ୍‌ ଟ୍ରେଣ୍ଡ ପାଲଟିଲାଣି ବୋଲି କହିଲେ ଭୁଲ ହେବ ନାହିଁ।  

ବାପାଙ୍କ ଲାଗି ନିଜ ଲିଭର୍‌ର ୬୫% ଦାନ କଲେ ଝିଅ

ବାପାଙ୍କ ଲାଗି ନିଜ ଲିଭର୍‌ର ୬୫% ଦାନ କଲେ ଝିଅ

ପରିବାରର ଖୁସି ଲାଗି ଝିଅଟିଏ କିଛି ବି କରିପାରେ। ବିଶେଷକରି ମା’ବାପାଙ୍କ ମଧ୍ୟରୁ ବାପାଙ୍କ ଅତି ନିକଟତର ଥାଏ ଝିଅ। ପୂର୍ବରୁ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଥିବା ବେଳେ ଏବେ କୋଲ୍‌କାତାର ଜଣେ ୧୯ ବର୍ଷୀୟା ଝିଅ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ଶ୍ୱଶୁର ଧୀରୁଭାଇଙ୍କ ଫୋନ୍‌ କାହିଁକି କାଟିଥିଲେ ନୀତା ଜାଣନ୍ତୁ

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଜୀବନୀ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଚାହିଁଥାନ୍ତି। ଏପ୍ରିଲ ୧୯ ଅର୍ଥାତ ଆଜି ମୁକେଶଙ୍କ ଜନ୍ମଦିନରେ ନୀତାଙ୍କ ସହ ଯୋଡ଼ି ହୋଇଥିବା କିଛି ଖାସ୍‌ କଥା ଜାଣନ୍ତୁ। 

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ ଯଦି ଚାକିରିଟିଏ ମିଳିଗଲା ତେବେ ଖୁସି ବହୁଗୁଣିତ ହୋଇଯାଏ।

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ଦେଢ ବର୍ଷ ବୟସରେ ହରାଇଥିଲେ ଆଖି: ଆଜି ୟୁପିଏସସିରେ ପାଇଲେ ସଫଳତା

ନୂଆଦିଲ୍ଲୀ, ୧୯।୪: ଇଚ୍ଛାଶକ୍ତି ଥିଲେ, ପଙ୍ଗୁ ଗିରି ଲଂଘି ପାରେ। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି ସତ୍ୟେନ୍ଦ୍ର। 

 ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ  ଆଶ୍ଚର୍ଯ୍ୟ

ଯେଉଁଠି ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତି ନାହିଁ ପୁଅ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏମିତି ଏକ ଗାଁ ଅଛି ଯେଉଁଠି ଝିଅମାନଙ୍କ ଲାଗି ବିବାହ କରିବା ସବୁଠାରୁ ଜଟିଳ ସମସ୍ୟା। ସେଠାରେ ଝିଅମାନେ ସୁନ୍ଦରୀ ହୋଇଥିଲେ ସୁଦ୍ଧା ସେମାନଙ୍କୁ ବିବାହ ନିମନ୍ତେ ପୁଅ ମିଳନ୍ତି ନାହିଁ।

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାଣି ବଦଳାଇ ଦିଏ ଏହି ଫୁଲର ରୂପ

ପାହାଡ଼ିଆ ଅଞ୍ଚଳ ବୁଲିବା ପାଇଁ ଗଲେ ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ନଜରକୁ ଆସିବ। ମାତ୍ର ଏମିତି ଏକ ଫୁଲ ଅଛି ଯାହା ଦେଖିଲେ ଆଖିକୁ ଆଉ ଫେରାଇ ପାରିବେନି। ଏହି ଫୁଲର ନାଁ ହେଉଛି ‘ଡିପ୍‌ହିଲ୍‌ନେୟା ଗ୍ରେ’। 

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରି ଆସେ ଜୀବନ...

ମୃତ୍ୟୁ ପରେ ଶରୀରରେ କେତେକ ଜୈବିକ ପରିବର୍ତ୍ତନ ଘଟିଥାଏ। ମୃତ୍ୟୁ ପରେ ହୃଦୟର ସ୍ପନ୍ଦନ ବନ୍ଦ ହେବା ଯୋଗୁ ରକ୍ତ ସଞ୍ଚାଳନ ସମ୍ଭବ ହୋଇ ନ ଥାଏ। ଫଳରେ ଶରୀରର ସମସ୍ତ କୋଷିକା ଅମ୍ଲଜାନ ଅଭାବରୁ ମରି ଯାଇଥାନ୍ତି। 


Model This Week

କ୍ରିଷ୍ଣା
Why Dharitri