ମନୋରଞ୍ଜନ |

ୟଶ୍‌ଙ୍କ ସଫଳତାର ରାଜ୍‌ ଧଳା ପୋଷାକ

ୟଶ୍‌ଙ୍କ ସଫଳତାର ରାଜ୍‌ ଧଳା ପୋଷାକ
ବଲିଉଡ୍‌ର ଜଣେ ଆଗଧାଡ଼ିର ନିର୍ମାତା, ନିର୍ଦ୍ଦେଶକ ଏବଂ କାହାଣୀ ଲେଖକ ଥିଲେ ୟଶ୍‌ ଚୋପ୍ରା। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ସିନେମା ଅନେକ କଳାକାରଙ୍କ ଭାଗ୍ୟ ବଦଳାଇ ଦେଇଥିଲା, ଯେଉଁଥିପାଇଁ ସେ ୫୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବଲିଉଡ୍‌ରେ ବେଶ୍‌ ସକ୍ରିୟ ରହିଥିଲେ। ବର୍ତ୍ତମାନ ସେ ଆଉ ଆମ ଗହଣରେ ନାହାନ୍ତି ସତ, ହେଲେ ସେ ଏବଂ ତାଙ୍କ ସିନେମାଗୁଡିକ ଏବେ ବି ଦର୍ଶକଙ୍କ ମନରେ ବସାବାନ୍ଧି ରହିଛି। ଭାଇ ବି. ଆର. ଚୋପ୍ରାଙ୍କ ସହ ୧୯୫୯ରୁ ‘ଧୂଲ୍‌ କେ ଫୁଲ’ ମାଧ୍ୟମରେ ପ୍ରଥମ ଥର ପାଇଁ ବଲିଉଡ୍‌ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଡ୍ରାମା ସିନେମାରେ ମାଲା ସିହ୍ନା, ରାଜେନ୍ଦ୍ର କୁମାର ଓ ଲୀଲା ପ୍ରମୁଖ ଅଭିନୟ କରିଥିଲେ। ହେଲେ ୟଶ୍‌ଙ୍କୁ ସଫଳତା ମିଳିଥିଲା ୧୯୭୩ରେ ମୁକ୍ତିଲାଭ କରିଥିବା ସିନେମା ‘ଦାଗ: ଏ ପୋଏମ୍‌ ଅଫ୍‌ ଲଭ୍‌’ରୁ। ଏହା ପରେ ଦିଓ୍ବାର, କଭି କଭି, ତ୍ରିଶୁଲ, ସିଲ୍‌ସିଲା, ବିଜୟ, ଚାନ୍ଦ୍‌ନୀ, ଲମ୍‌ହେ, ପରମ୍ପରା, ଦିଲ୍‌ ତୋ ପାଗଲ୍‌ ହୈ, ବୀର୍‌ ଜାରା, ଜବ୍‌ ତକ୍‌ ହୈ ଜାନ୍‌ ପରି ଅନେକ ସୁପରହିଟ୍‌ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଜବ୍‌ ତକ୍‌ ହୈ ଜାନ୍‌ ୟଶ୍‌ଙ୍କ କ୍ୟାରିୟରର ଶେଷ ସିନେମା ଥିଲା। ଏହି ସିନେମାକୁ ପରଦା ଉପରେ ଦେଖିବା ପୂର୍ବରୁ ହିଁ ସେ ଚାଲି ଯାଇଥିଲେ ପରପାରିକୁ।

ମାତ୍ର ୟଶ୍‌ଙ୍କ ସିିନେମାଗୁଡ଼ିକର ଗୋଟିଏ ବିଶେଷତ୍ୱ ରହିଛି। ତାହା ହେଉଛି ନିଜ ସିନେମାରେ ସେ ହିରୋଇନ୍‌ମାନଙ୍କୁ ଧଳା ରଙ୍ଗର ପୋଷାକ ପିନ୍ଧାଉଥିଲେ। ଏହା ହିଁ ତାଙ୍କ ସିନେମାର ସଫଳତାର ରାଜ୍‌ ଥିଲା ବୋଲି ସେ ବିଶ୍ୱାସ କରୁଥିଲେ। ସିନେମାର ସଫଳତା ପାଇଁ କଳା ଯାଦୁ ନୁହେଁ ବରଂ ଧଳା ମ୍ୟାଜିକ୍‌ ବ୍ୟବହାର କରୁଥିଲେ ୟଶ୍‌। ଐଶ୍ୱର୍ଯ୍ୟା ରାୟଙ୍କୁ ମୋହବତେଁ, ଶ୍ରୀଦେବୀଙ୍କୁ ଚାନ୍ଦ୍‌ନୀ ଓ ଲମ୍‌ହେ, ଜୁହି ଚାଓ୍ବଲାଙ୍କୁ ଡର୍‌, ମାଧୁରୀଙ୍କୁ ଦିଲ୍‌ ତୋ ପାଗଲ୍‌ ହୈ, ପ୍ରୀତି ଜିଣ୍ଟାଙ୍କୁ ବୀର୍‌ ଜାରା, ରେଖାଙ୍କୁ ସିଲ୍‌ସିଲା, ରାଣୀ ମୁଖାର୍ଜୀଙ୍କ ସାଥିୟା, କ୍ୟାଟ୍ରିକା କୈଫଙ୍କୁ ଜବ୍‌ ତକ୍‌ ହୈ ଜାନ୍‌ ଓ ମେରେ ବ୍ରଦର କି ଦୁଲ୍‌ହନ୍‌, ଅନୁଷ୍କା ଶର୍ମାଙ୍କୁ ରବ୍‌ ନେ ବନା ଦି ଯୋଡି, ବ୍ୟାଣ୍ଡ ବାଜା ବାରାତ, କାଜଲଙ୍କୁ ଫନା ଆଦିରେ ଧଳା ପୋଷାକ ପିନ୍ଧାଇବା ପାଇଁ ୟଶ୍‌ ଆଦୌ ଭୁଲି ନ ଥିଲେ। ଏହି ସିନେମାଗୁଡ଼ିକ ଦର୍ଶକଙ୍କ ନିଟକରେ ବେଶ୍‌ ଆଦୃତ ହେବା ସହ ୟଶ୍‌ଙ୍କୁ ଅନେକ ସଫଳତା ଆଣିଦେଇଥିଲା।
All Right Reserved By

ମନୋରଞ୍ଜନ |

କାନ୍ଦିଲେ ସଲମାନ ଖାନ୍‌

କାନ୍ଦିଲେ ସଲମାନ ଖାନ୍‌

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଆଖିରେ ଲୁହ! ରିଲ୍‌ରେ ନୁହେଁ, ରିୟଲ୍‌ ଲାଇଫରେ। ଇଣ୍ଡଷ୍ଟ୍ରୀରେ ସମସ୍ତେ ଜାଣନ୍ତି ସଲମାନଙ୍କ ହୃଦୟ ବେଶ୍‌ ଉଦାର।

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ଧାରାବାହିକ ‘ତୁଳସୀ’ରେ କ୍ରିଷ୍ଣା ଚରିତ୍ରରେ ପ୍ରଥମ କରି  ପରଦାକୁ ଓହ୍ଲାଇଥିଲେ ଅଭିନେତା ଶୁଭାଶିଷ୍‌ ଶର୍ମା (ଡାକ ନାମ ମଣ୍ଟୁ)। ପରେ ସେ ‘ଅପା’, ‘ଆଇନା’ ଭଳି ଅନେକ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇବାର ସୁଯୋଗ ପାଇଥିଲେ।

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

୮୦ଟି ଫିଲ୍ମ, ୫୦୦ ଆଲବମ୍‌ ଓ ୧୫ଟି ଟେଲି ସିରିଏଲ୍‌ର ଟାଇଟଲ ଟ୍ରାକ୍‌। କେବଳ ଏତିକି ନୁହେଁ, ୮୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। 

ଗୋଟିଏ ସିନେମା, ଦୁଇଟି ଇଣ୍ଟରଭାଲ

ଗୋଟିଏ ସିନେମା, ଦୁଇଟି ଇଣ୍ଟରଭାଲ

ସାଧାରଣତଃ ଗୋଟିଏ ସିନେମାରେ ଗୋଟିଏ ହିଁ ଇଣ୍ଟରଭାଲ ଥାଏ। କାହାଣୀ ଏକ ନିର୍ଣ୍ଣାୟକ ମୋଡରେ ଗତି କରୁଥିବା ବେଳେ ହଠାତ୍‌ ପରଦା ଉପରେ ଲେଖି ହୋଇଯାଏ ‘ଇଣ୍ଟରଭାଲ’। 

ଟାଇଗର ଶ୍ରଫ

ଟାଇଗର ଶ୍ରଫ

ବଲଉଡ୍‌ର ‘ଲଙ୍ଗ୍‌ ରେସ୍‌ର ଘୋଡା’ ଭାବରେ ତାଙ୍କୁ ବିବେଚନା କରାଯାଏ । ହିନ୍ଦୀ ସିନେମାରେ କ୍ୟାରିୟର ଆରମ୍ଭ କରୁ କରୁ ସେ ଦର୍ଶକଙ୍କ ମନ ଜିଣିବାରେ ସମର୍ଥ ହୋଇଛନ୍ତି । ପ୍ରଥମ ସିନେମା ‘ହେରୋପନ୍ଥୀ’ ବ୍ୟତୀତ ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ‘ବାଗୀ’, ‘ଏ ଫ୍ଲାଇଙ୍ଗ ଜ୍ୟାଟ୍‌’, ‘ବାଗୀ-୨’କୁ ତାଙ୍କ ଅଭିନୟ ଦକ୍ଷତାର ମାପକାଠି ଭାବରେ ନିଆଯାଇପାରେ। ସେ ହେଲେ ଅନ୍ୟତମ ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର।

ଷ୍ଟାଇଲିଶ୍‌ ସିଙ୍ଗରଙ୍କ ଅକୁହା କଥା

ଷ୍ଟାଇଲିଶ୍‌ ସିଙ୍ଗରଙ୍କ ଅକୁହା କଥା

ଜଲିଉଡ୍‌ର ଷ୍ଟାଇଲିଶ୍‌ ସିଙ୍ଗର ଦିନେଶ। ତାଙ୍କର ଷ୍ଟାଇଲ୍‌ ଆଉ ସିଙ୍ଗିଙ୍ଗ ନିଆରା। ତେବେ ତାଙ୍କର ଯାତ୍ରାକୁ ଆସିବାର କାହାଣୀ ଯେତିକି ନାଟକୀୟ; ସେତିକି ରୋମାଞ୍ଚକର। 

ଆଶାରେ ଏଲସା

ଆଶାରେ ଏଲସା

ବଙ୍ଗୀୟ ଅଭିନେତ୍ରୀ ଏଲସା ଘୋଷ। କେବଳ ଓଡିଆ ନୁହେଁ, ଛତିଶଗଡି, ତେଲୁଗୁ ସିନେମାରେ ଅଭିନୟ କରିବା ପରେ ଏବେ ତାଙ୍କୁ ବଲିଉଡ୍‌ରେ ସୁଯୋଗ ମିଳିଛି।  ଓଡ଼ିଆ ଚଳଚ୍ଚିତ୍ର ‘ଦିପୁ : ଦି ଡ୍ୟାନ୍ସିଙ୍ଗ ବୟ’ରେ। ତା’ପରେ ଛତିଶଗଡି ଫିଲ୍ମ ‘ମାୟାରୁ ଗଙ୍ଗା’ରେ ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେଇଥିଲେ ଏହି ଅଭିନେତ୍ରୀ। 

ମୌନ ଅବତାର

ମୌନ ଅବତାର

ଦୀପିକା ପାଦୁକୋନଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳୁଛି। କାହା ସହ ଅଧିକ କଥାବାର୍ତ୍ତା କରୁନାହାନ୍ତି। କାହା ସହ କଥା ହେଲେ ମାପିଚୁପି କଥା ହେଉଛନ୍ତି। ହେଲେ ହଠାତ୍‌ ତାଙ୍କର ଏଭଳି ମୌନ ଅବତାର କାହିଁକି ?

ଯେତିକି ଖୁସି ସେତିକି ଦୁଃଖୀ

ଯେତିକି ଖୁସି ସେତିକି ଦୁଃଖୀ

ଅନୁଷ୍କା ଶର୍ମାଙ୍କ ମନ ଏବେ ଭଲ ନାହିଁ। ବଲିଉଡ୍‌ରେ ଏଣ୍ଟ୍ରି କଲେ। କେତୋଟି ସିନେମାରେ ଆକ୍ଟିଂ କରିବା ପରେ ନିଜେ ପ୍ରଯୋଜିକା ସିଟ୍‌ରେ ବସିଲେ।

କାହାକୁ ବାହାହେବେ ରିୟା

କାହାକୁ ବାହାହେବେ ରିୟା

ଅଭିନେତ୍ରୀ ରିୟା କାହା ହାତ ଧରି ଘର ସଂସାର କରିବେ। ଏହାକୁ ନେଇ ସେ ଗୋଲକ ଧନ୍ଦାରେ ପଡିଯାଇଛନ୍ତି। ଏହାକୁ ନେଇ ସେ ଖୁସି ହେବେ କ’ଣ ତାଙ୍କର ଟେନସନ ବଢ଼ିଯାଇଛି।

ଡରିଗଲେ ସଲମାନ

ଡରିଗଲେ ସଲମାନ

ଏମିତି ତ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଇଣ୍ଡଷ୍ଟ୍ରିରେ ସମସ୍ତେ ଡରନ୍ତି। କିନ୍ତୁ ଏଥର ସଲୁ ନିଜେ ଡରିଯାଇଛନ୍ତି। ଲାଗୁଛି କୋର୍ଟ କଚେରି ମାମଲା ସଲୁଙ୍କ ପିଛା ଛାଡୁନି।

ମହିଳାମାନେ ନିଜ ଅଧିକାର ପାଇଁ ସ୍ବର ଉଠାନ୍ତୁ: ସନ୍ନି ଲିଓନ୍‌

ମହିଳାମାନେ ନିଜ ଅଧିକାର ପାଇଁ ସ୍ବର ଉଠାନ୍ତୁ: ସନ୍ନି ଲିଓନ୍‌

ନୂଆଦିଲ୍ଲୀ: ମହିଳାମାନେ ନିଜ ଅଧିକାର ହାସଲ ପାଇଁ ସ୍ବର ଉଠାନ୍ତୁ ବୋଲି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ ପ୍ରକାଶ କରିଛନ୍ତି। ତରୁଣ ନ ହେଲେ ବି ପ୍ରାପ୍ତ ବୟସରେ ବଲିଉଡ୍‌ ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ସନ୍ନି ନିଜ ଅଧିକାର ହାସଲ ପାଇଁ ଦୃଢ଼ ଭାବରେ ଛିଡା ହେବାକୁ ସେ ମହିଳାମାନଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ଜୀବନରେ ଅନେକ ପ୍ରତିବନ୍ଧକ ଦେଇ ଗତିକରିଥିବା ସେ କହିଛନ୍ତି।