ଅନଗୁଳ-ଢେଙ୍କାନାଳ

ପୁରୁଣାମାଣତ୍ରୀ ଉପ୍ରା ବିଦ୍ୟାଳୟ:ସ୍କୁଲ ଚଟାଣ ଖାଲଖମା

ପୁରୁଣାମାଣତ୍ରୀ ଉପ୍ରା ବିଦ୍ୟାଳୟ:ସ୍କୁଲ ଚଟାଣ ଖାଲଖମା
ଆଠମଲ୍ଲିକ, ୭ା୯(ଡି.ଏନ.ଏ.):ସରକାରୀ ଉଦାସୀନତା ତଥା ଶିକ୍ଷା ବିଭାଗର ଅବହେଳାର ଶିକାର ହୋଇଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପୁରୁଣାମାଣତ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଶିକ୍ଷା ବିଭାଗର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ବିଦ୍ୟାଳୟରେ ଶ୍ରେଣୀଗୃହ, ପାଚେରି, ମୁଖଶାଳା ଆଦି ଭାଙ୍ଗିରୁଜି ଗଲାଣି। ମରାମତି ଅଭାବ ତଥା ନୂତନ ନିର୍ମାଣ ହେଉ ନ ଥିବାରୁ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ସେଠାରେ ପାଠ ପଢୁଛନ୍ତି। ଅବସ୍ଥା ଏପରି ହୋଇଛି ଯେ ଶ୍ରେଣୀଗୃହର ଚଟାଣ ଖାଲଖମାରେ ଭର୍ତ୍ତି ହୋଇଛି। ଅନେକ ସମୟରେ ଛାତରୁ ସିମେଣ୍ଟ ଚିପ୍ସ ଖସୁଛି। ଏ ନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।  
୧୯୪୩ରୁ ସ୍ଥାପିତ ଏହି ବିଦ୍ୟାଳୟ ଉପରେ ପୁରୁଣାମାଣତ୍ରୀ ପଞ୍ଚାୟତର ନୂଆମାଣତ୍ରୀ ଓ ପୁରୁଣାମାଣତ୍ରୀ, କୁଦଗାଁ ପଞ୍ଚାୟତର କୁଦୁଗାଁ ଓ ଖଡରାପଡାର ୪ ଖଣ୍ଡ ଗ୍ରାମବାସୀ ନିର୍ଭର କରନ୍ତି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ଥିବାବେଳେ ମୋଟ ୧୨୪ ଛାତ୍ରୀଛାତ୍ରଙ୍କ ପାଇଁ ୬ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ହେଲେ ଶ୍ରେଣୀଗୃହ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଭାବକ ତଥା ଅଞ୍ଚଳମାସୀ ଅଭିଯୋଗ କରିଛନ୍ତି। ଚତୁର୍ଥ, ପଞ୍ଚମ, ଷଷ୍ଠ ଶ୍ରେଣୀର ଛାତ୍ରୀଛାତ୍ର ପାଠ ପଢୁଥିବା ଶ୍ରେଣୀଗୃହରୁ ବର୍ଷା ହେଲେ ପାଣି ଝରିବା ସହିତ ଛାତରୁ ସିମେଣ୍ଟ ଚିପ୍ସ ଖସୁଛି। ଏପରିକି ସିମେଣ୍ଟ ଚଟାଣ ଉଠିଯାଇ ଖାଲଖମାରେ ଭର୍ତ୍ତି ହୋଇଛି। ୨୦୦୩-୦୪ ମସିହାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୨ଟି ଶ୍ରେଣୀଗୃହ ନିର୍ମାଣ ଆରମ୍ଭ ହୋଇ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ କରିବାକୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଦ୍ୟାଳୟଟି ପୂର୍ତ୍ତ ବିଭାଗ ରାସ୍ତା କଡରେ ରହିଥିଲେ ମଧ୍ୟ ଏହାର ଚତୁଃପାର୍ଶ୍ୱରେ ପାଚେରି ନାହିଁ। ରାସ୍ତା ନିର୍ମାଣ ସମୟରେ ସମ୍ମୁଖ ଭାଗରେ ଥିବା ପାଚେରି ଭାଙ୍ଗିଯାଇଥିବା ଜଣାପଡିଛି। ଏହି ରାସ୍ତା ଯୋଗୁ ବିଦ୍ୟାଳୟର ମୁଖଶାଳା ପ୍ରଭାବିତ ହୋଇଛି। ସ୍କୁଲ ସମସ୍ୟା ନେଇ ଗ୍ରାମବାସୀ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଜଣାଇଥିଲେ ମଧ୍ୟ ସୁଫଳ ମିଳି ନ ଥିବା ସେମାନେ ପ୍ରକାଶ କରିଛନ୍ତି। ସେହିପରି ଗ୍ରାମବାସୀ ଶିକ୍ଷାବିଭାଗ, ପୁର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପକ୍ଷରୁ ମଧ୍ୟ ଶିକ୍ଷା ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ପ୍ରଧାନ ଶିକ୍ଷକ ସଦାଶିବ ଦଳବେହେରା କହିଛନ୍ତି। ତୁରନ୍ତ ଏହି ସମସ୍ୟାଗୁଡିକର ସମାଧାନ କରାଯିବାକୁ ପଞ୍ଚାୟତର ଉଦୀପ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ଶୂନ୍ୟବାସୀ ଦଳବେହେରା, ଅରୁଣ ଭୋକ୍ତା, ସତ୍ୟାନନ୍ଦ ପ୍ରଧାନ, ଅନ୍ତର୍ଯ୍ୟାମୀ ଦେହୁରୀ, ପ୍ରଶାନ୍ତ କ୍ଷେତୀ, ହେମନ୍ତ କୁମ୍ଭାର, ଫକୀର ମହାନନ୍ଦିଆ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ଚନ୍ଦ୍ର ଦାସ କୁହନ୍ତି, ଶ୍ରେଣୀଗୃହ ନିର୍ମାଣ ନ ହେବା ମୋ ଦୃଷ୍ଟିକୁ ଆସିନି। ଏହାର ତଦନ୍ତ କରି ପଦକ୍ଷେପ ନିଅଯିବ। ଏହାଛଡା ସର୍ବଶିକ୍ଷା ଅଭିଯାନ ଆଦିରୁ ସ୍କୁଲ ମେଣ୍ଟେନାନ୍ସ ପାଇଁ ଆସୁଥିବା ଟଙ୍କାରେ ସ୍କୁଲ କର୍ତ୍ତୃପକ୍ଷ ମରାମତି କାମ କରିପାରିବେ ବୋଲି ସେ କହିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

 ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର,   ସମ୍ମାନର ସହ ନାକଚ କରୁଛି: ତଥାଗତ

ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର, ସମ୍ମାନର ସହ ନାକଚ କରୁଛି: ତଥାଗତ

ପାଲଲହଡା,୧୮।୨(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ନୋ-ଏଣ୍ଟ୍ରି ଛକଠାରେ ଆଇଓସିଏଲ ପକ୍ଷରୁ ନିର୍ମିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ସ୍ଥାନୀୟ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ପେଟ୍ରୋଲିୟମ୍‌ ମନ୍ତ୍ରୀ ପ୍ରଧାନ   ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କୁ କଟାକ୍ଷ କରିଥିଲେ। 

ଆଦର୍ଶ ଗୃହସ୍ଥ ଜୀବନ ଉପରେ ଗୁରୁତ୍ୱ

ଆଦର୍ଶ ଗୃହସ୍ଥ ଜୀବନ ଉପରେ ଗୁରୁତ୍ୱ


ଢେଙ୍କାନାଳ ଅଫିସ, ୧୮ା୨-ଢେଙ୍କାନାଳସ୍ଥିତ ମହିଷାପାଟ କୃଷି ବିଜ୍ଞାନକେନ୍ଦ୍ର ନିକଟ ପଡ଼ିଆରେ ସୋମବାରଠାରୁ ଆରମ୍ଭ ହୋଇଛି ପରମହଂସ ସ୍ବାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ। ପ୍ରଥମ ଦିବସ ପ୍ରାତଃରୁ ପ୍ରତୀକ୍ଷା, ଠାକୁରଙ୍କ ଷୋଡ଼ଶ ଉପଚାର ପୂଜା, ମଙ୍ଗଳ ଆଳତି ହେବା ପରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମୂହିକ ପ୍ରାର୍ଥନା ସଭାରେ ଯୋଗଦେଇଥିବାବେଳେ ଏହାକୁ ନେଇ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ଏହାପରେ ଆୟୋଜିତ ହୋଇଥିଲା ଅନ୍ତରଙ୍ଗ ଏବଂ ଉଦ୍‌ବୋଧନୀ ସଭା।

ଏକାଠି ହେଲେ ପୁରାତନ ଛାତ୍ରୀଛାତ୍ର  : ଅସହାୟଙ୍କୁ ସହଯୋଗ କରିବାକୁ ସଂକଳ୍ପ

ଏକାଠି ହେଲେ ପୁରାତନ ଛାତ୍ରୀଛାତ୍ର : ଅସହାୟଙ୍କୁ ସହଯୋଗ କରିବାକୁ ସଂକଳ୍ପ

ଭୁବନ, ୧୮।୨(ଡି.ଏନ.ଏ.)-ଭୁବନ ବାଜି ରାଉତ ସ୍ମୃତି କଲେଜର ୧୯୮୪ ଆଇଏ ବ୍ୟାଚ୍‌ ଛାତ୍ରୀଛାତ୍ରଙ୍କ ପକ୍ଷରୁ ରବିବାର ସ୍ଥାନୀୟ ବାଜି ରାଉତ ଶହୀଦ ପୀଠ ନିକଟରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୬୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରୀଛାତ୍ର ଯୋଗଦେଇ ଗରିବ, ଅସହାୟଙ୍କୁ ସହାୟତାର ହାତ ବଢ଼ାଇବାକୁ ସଂକଳ୍ପବଦ୍ଧ ହୋଇଥିଲେ। ସେହିପରି ଅଞ୍ଚଳର ସମସ୍ୟା ସମାଧାନ ଲାଗି ୭ଜଣିଆ କମିଟି ଗଠିତ ହୋଇଛି। 

ପାନୀୟ  ଜଳ  ଯୋଗାଣ  ଉପରେ ଗୁରୁତ୍ୱ

ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ବଇଣ୍ଡା,୧୮।୨(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ସୋମବାର  ଜଳଯୋଗାଣ ପ୍ରକଳ୍ପ ଉଦଘାଟିତ ହୋଇଛି। ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବାସହ ଆୟୋଜିତ ସଭାରେ ଯୋଗଦେଇ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କୁ କିଭଳି ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପ୍ରତି ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତପ୍ରକାଶ କରିଥିଲେ।

କୂଅରେ ଖସି ପଡ଼ିଥିବା ହାତୀ ଶାବକ ଉଦ୍ଧାର

କୂଅରେ ଖସି ପଡ଼ିଥିବା ହାତୀ ଶାବକ ଉଦ୍ଧାର

ଢେଙ୍କାନାଳ ଅଫିସ,୧୮।୨-ଢେଙ୍କାନାଳ ଜିଲା ହିନ୍ଦୋଳ ରୋଡ଼ ଫାଣ୍ଡି ବାଙ୍ଗୁରିସିଂହା ନିକଟ ଚାଷ ଜମିରେ ଥିବା ଏକ କୂଅରେ ଖସିପଡ଼ିଥିବା ୨ବର୍ଷର ହାତୀ ଶାବକକୁ  ସୋମବାର ସକାଳେ ଗ୍ରାମବାସୀ ଉଦ୍ଧାର କରିଛନ୍ତି। 

ନାଲ୍‌କୋଠାରେ ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ନାଲ୍‌କୋଠାରେ ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ବଅଁରପାଳ,୧୮।୨(ଡି.ଏନ.ଏ.)-ଅନୁଗୋଳ ଜିଲା ନାଲ୍‌କୋଠାରେ ସୋମବାର ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। 

ଶହୀଦଙ୍କ ପାଇଁ ଶୋକ

ଶହୀଦଙ୍କ ପାଇଁ ଶୋକ

ମାଧପୁର, ୧୮।୨(ଡି.ଏନ.ଏ.): ଅନୁଗୋଳ ଜିଲା ମାଧପୁର  ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ବ୍ୟବସାୟୀ ସଂଘ ଏବଂ ବୁଦ୍ଧିଜୀବୀଙ୍କୁ ନେଇ  ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା

ଅନୁଗୋଳ ଅଫିସ୍‌, ୧୮।୨: ଅନୁଗୋଳ ଥାନା ଶାବଳ ଭଙ୍ଗା ସଡକ ସାହିର ଅରୁଣ ପରିଡ଼ା(୩୦) ସୋମବାର ଭୋର ସମୟରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। 

ଶିକ୍ଷା ବିଭାଗ ପାଖରେ ଖବର ନାହିଁ: ମାଟ୍ରିକ୍‌ ନିରୀକ୍ଷକ ତାଲିକାରେ ମୃତ ଶିକ୍ଷକଙ୍କ ନାଁ

ଶିକ୍ଷା ବିଭାଗ ପାଖରେ ଖବର ନାହିଁ: ମାଟ୍ରିକ୍‌ ନିରୀକ୍ଷକ ତାଲିକାରେ ମୃତ ଶିକ୍ଷକଙ୍କ ନାଁ

ଛେଣ୍ଡିପଦା,୧୮।୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପରିଚାଳନାରେ ମୃତ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ଦେଖିବାକୁ ମିଳିଛି। 

ଆଜିଠୁ ଯୋରନ୍ଦା ମାଘମେଳା

ଆଜିଠୁ ଯୋରନ୍ଦା ମାଘମେଳା

ଢେଙ୍କାନାଳ ଅଫିସ, ୧୮।୨: ବିଶ୍ୱପ୍ରସିଦ୍ଧ ମହିମାଧର୍ମ ପୀଠସ୍ଥଳୀ ଯୋରନ୍ଦାରେ ସୋମବାରଠାରୁ ଆରମ୍ଭ ହେଉଛି ମାଘମେଳା। ଏହାକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ  ରବିବାରଠାରୁ ଲାଗିଲାଣି ସାଧୁ, ସନ୍ନ୍ୟାସୀ, ଶ୍ରଦ୍ଧାଳୁଙ୍କ ଭିଡ଼। 

ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା: ନିର୍ଦ୍ଧାରିତ ସମୟ ପୂର୍ବରୁ ଦାଖଲ ହେବ ଚାର୍ଜଶିଟ

ଅନୁଗୋଳ ଅଫିସ, ୧୮।୨: ଅନୁଗୋଳ ସହର ଉପକଣ୍ଠରେ ଜାନୁୟାରୀ ୨୦ରେ ଘଟିଥିବା ବହୁ ଚର୍ଚ୍ଚିତ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାକୁ ଆଉ ଦୁଇଦିନ ପରେ ମାସେ ପୂରିଯିବ। 

ମେଗା ଆଇନ ସଚେତନତା ଶିବିର: ଯୋଗ୍ୟଙ୍କୁ ମିଳୁ ସୁଫଳ

ଅନୁଗୋଳ ଅଫିସ, ୧୮।୨: ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲା ଆଇନ ସେବା ପ୍ରାଧିକରଣ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ବିଜୁ ମଇଦାନ ଠାରେ ରବିବାର ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।