ରାଜ୍ୟ |

ରିଲିଜ୍‌ ହେଲା ନୀଳମାଧବ ପଣ୍ଡାଙ୍କ ‘ହାଲ୍‌କା’

ରିଲିଜ୍‌ ହେଲା ନୀଳମାଧବ ପଣ୍ଡାଙ୍କ ‘ହାଲ୍‌କା’
ଭୁବନେଶ୍ୱର,୭।୯(ବ୍ୟୁରୋ)- ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଓ ପ୍ରଶଂସା ସାଉଣ୍ଟିଥିବା ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହାଲ୍‌କା’ ଗୁରୁବାର ରିଲିଜ୍‌ ହୋଇଛି। ଭୁବନେଶ୍ୱରର ମହାରାଜା ହଲ୍‌ରେ ଫିଲ୍ମର ପ୍ରିମିୟର ତଥା ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଏଥିରେ ଫିଲ୍ମ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ କଳାକାର, ଟେକ୍ନିସିଆନ, ପ୍ରଯୋଜକ ଅକ୍ଷୟ ପରିଜା, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଆର୍‌. ଭିନିଲ୍‌ କ୍ରୀଷ୍ଣା, ଓପେପାର ସ୍ପେଶାଲ ଡାଇରେକ୍ଟର ଶାଲିନି ପଣ୍ଡିତ ପ୍ରମୁଖ ଯୋଗଦେଇଥିଲେ। ଏକ ଭିନ୍ନସ୍ବାଦର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ରହିଛି ଜଣେ ୮ବର୍ଷ ବାଳକର କଥା ଓ ଜୀବନଚିତ୍ର। ଦିଲ୍ଲୀର ଏକ ପୁରୁଣା ବସ୍ତିରେ ବଢ଼ିଥିବା ଏହି ବାଳକ ହଠାତ୍‌ ନିଜକୁ ବଡ଼ ହୋଇଯାଇଥିବା ଅନୁଭବ କରେ। ଜୀବନ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବେ। ବସ୍ତିର ଅନ୍ୟପିଲାଙ୍କଠାରୁ ଭିନ୍ନ ହୋଇଥିବାରୁ କାହା ସହ ନ ମିଶି ଏକା ଏକା ରହିବାକୁ ଚେଷ୍ଟା କରେ। ଜୀବନକୁ ବଦଳାଇବାକୁ କୌଣସି ବିସ୍ମୟର ଆଶା ନ କରି ନିଜ ପ୍ରଚେଷ୍ଟାରେ କିଛି କରିବାକୁ ଚେଷ୍ଟା କରେ, ଯାହାକି କେବଳ ତା’ ଜୀବନ ନୁହେଁ, ପୂରା ବସ୍ତିବାସିନ୍ଦାଙ୍କ ଜୀବନକୁ ବଦଳାଇଦିଏ। ଶିଶୁ ମନସ୍ତତ୍ତ୍ୱ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ପ୍ରମୁଖ ଚରିତ୍ରରେ ପାଓଲି ଦମ୍‌ ଓ ରଣବୀର ଶୋରେ ଅଭିନୟ କରିଛନ୍ତି। ସେହିଭଳି ମୁଖ୍ୟଚରିତ୍ର ପିଚ୍‌କୁ ତଥା ଶିଶୁ କଳାକାର ଭୂମିକାରେ ଅଭିନୟ କରିଛନ୍ତି ତଥାସ୍ତୁ। ବଲିଉଡ୍‌ର ଖ୍ୟାତନାମା ସଙ୍ଗୀତଜ୍ଞ ଶଙ୍କର-ଏହଶାନ-ଲୟ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାଟୋଗ୍ରାଫିରେ ପ୍ରତାପ ରାଉତ, ସାଉଣ୍ଡ୍‌ରେ ନୀହାର ରଞ୍ଜନ ସାମଲ ଏବଂ ସମ୍ପାଦନାରେ ଅର୍ଚ୍ଚିତ ଡି. ରସ୍ତୋଗୀ କାମ କରିଛନ୍ତି।
All Right Reserved By

ରାଜ୍ୟ |

ଦମନକୁ ଦମନ

ଦମନକୁ ଦମନ

ଭୁବନେଶ୍ୱର ବ୍ୟୁରୋ/ଓଡ଼ାପଡ଼ା (ଡି.ଏନ.ଏ.),୧୯ା୧୧ :ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଗ୍ରାମରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ଲାଗି ହେଉଥିବା ଗଛକଟା ଉପରେ ଲାଗିଛି ରୋକ୍‌। ତୁରନ୍ତ ଗଛକଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ଦ୍ଦେଶ ଦେଇଛନ୍ତି। 

ଆଶ୍ରୟସ୍ଥଳକୁ ଆସିଲେ ୧୬ ନୂଆ ହବିଷିଆଳି:୯ ଅସୁସ୍ଥ, ହସ୍ପିଟାଲରେ ଜଣେ ଭର୍ତ୍ତି

ଆଶ୍ରୟସ୍ଥଳକୁ ଆସିଲେ ୧୬ ନୂଆ ହବିଷିଆଳି:୯ ଅସୁସ୍ଥ, ହସ୍ପିଟାଲରେ ଜଣେ ଭର୍ତ୍ତି

ପୁରୀ ଅଫିସ, ୧୯ା୧୧: ସୋମବାରଠାରୁ ଆରମ୍ଭ ହେଉଛି ପଞ୍ଚୁକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଗହଳି ଆରମ୍ଭ ହୋଇଗଲାଣି। ବିଭିନ୍ନ ମଠ, ମନ୍ଦିର ଏବଂ ଧର୍ମଶାଳାରେ ଶ୍ରଦ୍ଧାଳୁ ଏବଂ ହବିଷିଆଳିଙ୍କ ଭିଡ଼ ଦେଖିବାକୁ ମିଳିଛି।

ପରିବାରର ମଙ୍ଗଳ ପାଇଁ ନିଜ କଥା ଭୁଲିଯାନ୍ତି ସରସ୍ବତୀ

ପରିବାରର ମଙ୍ଗଳ ପାଇଁ ନିଜ କଥା ଭୁଲିଯାନ୍ତି ସରସ୍ବତୀ

ପୁରୀ ଅଫିସ, ୧୯ା୧୧: ପବିତ୍ର କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବେ। ନୀତି କାଳିଆ ଠାକୁରଙ୍କୁ ଦର୍ଶନ କରି ପରିବାରର ଶୁଭ ମନାସିବେ। ଏମିତି କିଛି କାମନା ଏବଂ ପୂଣ୍ୟ ଅର୍ଜନ ଲକ୍ଷ୍ୟରେ ପୁରୀକୁ ଆସିଛନ୍ତି ହଜାର ହଜାର ହବିଷିଆଳି। 

ଆଜିଠୁ ପଞ୍ଚୁକ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ଆଜିଠୁ ପଞ୍ଚୁକ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ ଅଫିସ, ୧୯।୧୧: ସୋମବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚୁକ ବ୍ରତ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚୁକ ବେଶ ଅନୁଷ୍ଠିତ ହେବ। ଆସନ୍ତା ୧୯ ତାରିଖରେ ହରି ଉତ୍‌ଥାପନ ଏକାଦଶୀ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ସମ୍ପନ୍ନ ହେବା ସହିତ ମହାପ୍ରଭୁଙ୍କ ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ସେହିପରି ୨୦ ତାରିଖରେ ମହାପ୍ରଭୁଙ୍କ ବାଙ୍କଚୂଡ, ୨୧ରେ ତ୍ରିବିକ୍ରମ, ୨୨ରେ ଲକ୍ଷ୍ମୀନୃସିଂହ ଏବଂ ୨୩ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ।

ଘରୋଇ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହ ଖେଳ:ବ୍ୟବହୃତ ଗ୍ଲୋଭ୍‌ସରେ ରୋଗୀ ଚିକିତ୍ସା

ଘରୋଇ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହ ଖେଳ:ବ୍ୟବହୃତ ଗ୍ଲୋଭ୍‌ସରେ ରୋଗୀ ଚିକିତ୍ସା

କଟକ ଅଫିସ, ୧୯।୧୧- ରୋଗୀଙ୍କୁ ଚିକିତ୍ସା କଲାବେଳେ ବ୍ୟବହୃତ ଗ୍ଲୋଭ୍‌ସକୁ ଧୋଇଧାଇ ସଫା ଚିକ୍କଣ କରାଯାଉଛି।  ଏହାପରେ ଏଥିରେ ଏକ ପାଉଡର ଲଗାଯାଇ ଅନ୍ୟ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ କରାଯାଉଛି। ଉକ୍ତ ଗ୍ଲୋଭ୍‌ସକୁ ଡାକ୍ତର ଓ ନର୍ସମାନେ ହାତରେ ପିନ୍ଧି ଅପରେଶନଠାରୁ ଆରମ୍ଭ କରି ବିଭିନ୍ନ ଚିକିତ୍ସା କରୁଛନ୍ତି।

ପ୍ରସବ ପରେ ଟଙ୍କା ଦେଇପାରିଲେନି ମହିଳା:ଘରୋଇ ହସ୍ପିଟାଲରେ ବନ୍ଧାପଡ଼ିଛି ନବଜାତ ଶିଶୁ

ପ୍ରସବ ପରେ ଟଙ୍କା ଦେଇପାରିଲେନି ମହିଳା:ଘରୋଇ ହସ୍ପିଟାଲରେ ବନ୍ଧାପଡ଼ିଛି ନବଜାତ ଶିଶୁ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ)- ପ୍ରସବ ପରେ ମହିଳା ହସ୍ପିଟାଲ ଫି ଦେଇପାରିନେଲି। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ନବଜାତ ଶିଶୁଟିକୁ ବନ୍ଧା ରଖିଛନ୍ତି। ଟଙ୍କା ଧରି ଆସିଲେ ଶିଶୁକୁ ନେଇଯିବ ବୋଲି ମା’କୁ କହିଛନ୍ତି।

ଶିଶୁ ଜନ୍ମର ୬ ଘଣ୍ଟା ସ୍ବାସ୍ଥ୍ୟ ପାଇଁ ବିପଦ

ଶିଶୁ ଜନ୍ମର ୬ ଘଣ୍ଟା ସ୍ବାସ୍ଥ୍ୟ ପାଇଁ ବିପଦ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ)- ଶିଶୁ ମା’ ଗର୍ଭରେ ରହିବା ଦିନଠାରୁ ୩୭ ସପ୍ତାହ ପୂର୍ବରୁ ଜନ୍ମ ଗ୍ରହଣ କଲେ ଜନ୍ମିତ ଶିଶୁର ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ଜନ୍ମ ପରବର୍ତ୍ତୀ ପ୍ରଥମ ୬ ଘଣ୍ଟା ସେମାନଙ୍କ ପାଇଁ ଅତି ବିପଦପୂର୍ଣ୍ଣ। 

ପଦାରେ ପଡିଲା ପୋଲିସର ଢିଲା ସୁରକ୍ଷା: ମାଜିଷ୍ଟ୍ରେଟ୍‌ଙ୍କ ଘର ଆଗରୁ ଚମ୍ପଟ ମାରିଲେ ଅଭିଯୁକ୍ତ

ପଦାରେ ପଡିଲା ପୋଲିସର ଢିଲା ସୁରକ୍ଷା: ମାଜିଷ୍ଟ୍ରେଟ୍‌ଙ୍କ ଘର ଆଗରୁ ଚମ୍ପଟ ମାରିଲେ ଅଭିଯୁକ୍ତ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ)- ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସମୟରେ ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥା ପୁଣି ଥରେ ପଦାରେ ପଡ଼ିଛି। ଏହି କାରଣ ପାଇଁ ରବିବାର ଜଣେ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି। ଜିଆରପି ରବିବାର ୨ ଅଭିଯୁକ୍ତଙ୍କୁ କ୍ୟାପିଟାଲ ଥାନା ୟୁନିଟ୍‌-୨ସ୍ଥିତ ମାଜିଷ୍ଟ୍ରେଟଙ୍କ ଘରକୁ ହାଜର କରିବାକୁ ନେଇଥିବାବେଳେ ଏହି ଘଟଣା ଘଟିଛି।

ଦାରୁ ଫିକ୍ସିଂ ଅଭିଯୋଗ: ସିବିଆଇ ତଦନ୍ତ ଦାବି କଲା ସିଭିଲ ସୋସାଇଟି

ଦାରୁ ଫିକ୍ସିଂ ଅଭିଯୋଗ: ସିବିଆଇ ତଦନ୍ତ ଦାବି କଲା ସିଭିଲ ସୋସାଇଟି

ଭୁବନେଶ୍ୱର, ୧୮ା୧୧(ବ୍ୟୁରୋ)- ଗୋଟିଏ ଜିଲାରୁ ମହାପ୍ରଭୁଙ୍କ ତିନୋଟି ଦାରୁ ଚୟନ କରାଯିବା ପ୍ରସଙ୍ଗକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏହାକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଚୁପ ରହିବା ନେଇ ପ୍ରଶ୍ନ ଉଠାଇଛି ସିଭିଲ ସୋସାଇଟି। 

ଜଳିଗଲା ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଳିଗଲା ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବଇଣ୍ଡା,୧୮।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତ ଖଇରାମୁଣ୍ଡା ନିକଟସ୍ଥ ଭାଲୁମୁଣ୍ଡା ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟି ଅମିତାଭ ମୁଣ୍ଡାଙ୍କ ୩ ବଖରା ଜଳିଯାଇଛି।

ଚାଷଜମିରେ ହାତୀପଲ

ଚାଷଜମିରେ ହାତୀପଲ

ସଜନାଗଡ଼, ୧୮।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୫୮ରୁ ଊର୍ଦ୍ଧ୍ୱ ହାତୀପଲ ଆସିବାର ଆଜକୁ ୫ଦିନ ବିତିଗଲାଣି।  ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଗତ ରାତିରେ ହାତୀଗୁଡ଼ିକ କୌଣସି ଧନଜୀବନ ନଷ୍ଟ ନ କରିଥିଲେ ମଧ୍ୟ ଜଙ୍ଗଲକୁ ଲାଗି ରହିଥିବା ଏକର ଏକର ଚାଷଜମିର କ୍ଷୟକ୍ଷତି ଘଟାଇଛନ୍ତି।

୨ ବର୍ଷ ଧରି ମିଳିନି ଦରମା: ବାସୁଦେବପୁର ଜଳସେଚନ କର୍ମଚାରୀଙ୍କ ଧାରଣା ଚେତାବନୀ

୨ ବର୍ଷ ଧରି ମିଳିନି ଦରମା: ବାସୁଦେବପୁର ଜଳସେଚନ କର୍ମଚାରୀଙ୍କ ଧାରଣା ଚେତାବନୀ

ବାସୁଦେବପୁର, ୧୮।୧୧(ଡି.ଏନ.ଏ.) -ଭଦ୍ରକ ଜିଲା ବାସୁଦେବପୁର ଜଳସେଚନ ବିଭାଗରେ କାର୍ଯ୍ୟରତ ୫ ଅସ୍ଥାୟୀ କର୍ମଚାରୀଙ୍କୁ ୨ ବର୍ଷ ଧରି ମିଳି ନାହିଁ। ସେମାନେ ନିୟମିତ କାର୍ଯ୍ୟ କରିଆସୁଥିବାବେଳେ ବିଭାଗ ପକ୍ଷରୁ ସେମାନଙ୍କୁ ଦରମା ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି।