ବାଣିଜ୍ୟ |

୨୩ ବ୍ୟାଙ୍କକୁ ଜରିମାନା ଭୟ

୨୩ ବ୍ୟାଙ୍କକୁ ଜରିମାନା ଭୟ
ନୂଆଦିଲ୍ଲୀ,୬-୯: ନଭେମ୍ବର ପହିଲାରୁ ପିଛିଲା ଭାବେ ପ୍ରତି ଶାଖାରେ ୮ଟି ଆଧାର ପଞ୍ଜୀକରଣ ଅଥବା ସଂଶୋଧନ ନ କଲେ ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫଡି ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ବରୋଦା ସହ ଦେଶର ୨୩ ବ୍ୟାଙ୍କ ବିରୋଧରେ ଆଧାର ପଞ୍ଜୀକରଣ ଏଜେନ୍ସି ୟୁଆଇଏଡିଆଇ ଜରିମାନା ଆଦାୟ କରିବ ବୋଲି ଚେତାବନୀ ଶୁଣାଇ ସାରିଛି। ଏହାକୁ ନେଇ ବ୍ୟାଙ୍କଗୁଡିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରିଜର୍ଭ ବ୍ୟାଙ୍କକୁ ବାଦ୍‌ ଦେଇ ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) କିପରି ଜରିମାନା ଆଦାୟ କରିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଚଳିତ ବର୍ଷ ଜୁଲାଇ ପହିଲାରୁ ପ୍ରତି ଶାଖାରେ ୮, ଅକ୍ଟୋବର ପହିଲାରୁ ୧୨ ଏବଂ ଆସନ୍ତା ବର୍ଷ ଜାନୁୟାରୀ ପହିଲାରୁ ୧୬ଟି ଆଧାର ପଞ୍ଜୀକରଣ ଅଥବା ସଂଶୋଧନ କରିବାକୁ ୟୁଆଇଡିଏଆଇ ପକ୍ଷରୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମୟସୀମାକୁ ଏବେ ନଭେମ୍ବର ପହିଲାକୁ ଘୁଞ୍ଚାଇ ଦିଆଯାଇଛି। ସମୟ ବୃଦ୍ଧି ପୂର୍ବରୁ ଜୁଲାଇରେ ଲକ୍ଷ୍ୟପୂରଣ କରି ନ ଥିବାରୁ  ଆଇସିଆଇସିଆଇ ବ୍ୟାଙ୍କ ଉପରେ ୮୨ ଲକ୍ଷ ଟଙ୍କା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ୬୮ ଲକ୍ଷ ଟଙ୍କା,କାନାରା ବ୍ୟାଙ୍କ ୬୪.୨ ଲକ୍ଷ ଟଙ୍କା ଏବଂ ୟୁକୋ ବ୍ୟାଙ୍କ ଉପରେ ୫୭ଲକ୍ଷ ଟଙ୍କାର ଜରିମାନା ବକେୟା ପଡିଛି। ବ୍ୟାଙ୍କମାନଙ୍କ ପ୍ରଶ୍ନ ଉପରେ ଉତ୍ତର ଦେଇ ୟୁଆଇଡିଏଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆଧାର ଆଇନାନୁସାରେ ଏହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।
All Right Reserved By

ବାଣିଜ୍ୟ |

ଅଢ଼େଇ ଟଙ୍କା ହ୍ରାସ ବେକାର;ଡିଜେଲ ଦର ପୁଣି ବଢ଼ିଲା

ଅଢ଼େଇ ଟଙ୍କା ହ୍ରାସ ବେକାର;ଡିଜେଲ ଦର ପୁଣି ବଢ଼ିଲା

ନୂଆଦିଲ୍ଲୀ,୧୬-୧୦: ନିକଟରେ କେନ୍ଦ୍ର ସରକାର ଡିଜେଲ ମୂଲ୍ୟ ୨.୫୦ ଟଙ୍କା କମାଇଥିଲେ। ଏହାପର ଠାରୁ କ୍ରମାଗତ ୧୦ ଦିନ ଧରି ଡିଜେଲ ଦର ବଢ଼ିଚାଲିଛି। ସରକାର ହ୍ରାସ କରିଥିବା ଦର ସୋମବାର ଦିଲ୍ଲୀରେ ଟପିଯାଇଛି। 

୧୦୦ କୋଟି ଆଧାର ରେକର୍ଡ ସହ ସାଲିସ୍‌ କରାଯାଇଛି:ଗିମାଲ୍ଟୋ

୧୦୦ କୋଟି ଆଧାର ରେକର୍ଡ ସହ ସାଲିସ୍‌ କରାଯାଇଛି:ଗିମାଲ୍ଟୋ

ନୂଆଦିଲ୍ଲୀ,୧୬-୧୦: ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ପ୍ରାୟ ୧୦୦ କୋଟି ଆଧାର ରେକର୍ଡ ସହ ସାଲିସ କରାଯାଇଛି। ଆଧାର ଧାରକଙ୍କ ନାମ, ଠିକଣା ଏବଂ ଅନ୍ୟ ବ୍ୟକ୍ତିଗତ ପରିଚୟ ସମ୍ବଳିତ ସୂଚନା ପ୍ରକାଶ ପାଇଛି ବୋଲି ଅନ୍ତର୍ଜାତୀୟ ଡିଜିଟାଲ ସିକ୍ୟୁରିଟି କମ୍ପାନୀ ଗିମାଲ୍ଟୋ ଦାବି କରିଛି। 

ପିଏନ୍‌ବି ୮୬୦୦ କୋଟିର ସମ୍ପତ୍ତି ବିକିବ

ପିଏନ୍‌ବି ୮୬୦୦ କୋଟିର ସମ୍ପତ୍ତି ବିକିବ

ନୂଆଦିଲ୍ଲୀ,୧୬-୧୦: ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଚଳିତ ଆର୍ଥିକ ବଷର୍ର୍ରେ ଅଣ ମହତ୍ତ୍ୱପୂର୍ଣ୍ଣ ସମ୍ପତ୍ତିକୁ ବିକ୍ରି କରି ୮୬୦୦ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି। 

ବାଣିଜ୍ୟ ନିଅଣ୍ଟ ୫ ମାସର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୬-୧୦: ପାଞ୍ଚ ମାସ ପରେ ସେପ୍ଟେମ୍ବରରେ ଭାରତର ରପ୍ତାନି ହ୍ରାସ ପାଇଛି। ତେବେ ଦେଶର ବାଣିଜ୍ୟ ନିଅଣ୍ଟ ଏହି ସମୟରେ ୫ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ ୧୩.୯୮ ବିଲିୟନ ଡଲାର ଛୁଇଁଛି। ସେପ୍ଟେମ୍ବରରେ ଦେଶର ରପ୍ତାନି ୨.୧୫% ରହିଥିବା ବେଳେ ଆମଦାନୀ ୧୦.୪୫% ଅର୍ଥାତ୍‌ ୪୧.୯ ବିଲିୟନ ଡଲାର ରହିଛି। 

ଭୁବନେଶ୍ୱବର ସେଣ୍ଟ୍ରାଲରେ ପୂଜା ସ୍ପେଶାଲ ଅଫର

ଭୁବନେଶ୍ୱବର ସେଣ୍ଟ୍ରାଲରେ ପୂଜା ସ୍ପେଶାଲ ଅଫର

ଭୁବନେଶ୍ୱର,୧୬-୧୦: ସହରର ପ୍ରମୁଖ ସପିଂ ଡେଷ୍ଟିନେଶନ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ପାର୍ବଣ ଅବସରରେ ସ୍ପେଶାଲ ଅଫ୍‌ର ‘ପୂଜା ସଜବାଜରେ ଭୁବନେଶ୍ୱର’ ସମ୍ପର୍କରେ ଘୋଷଣା କରାଯାଇଛି।

ରାଜ ଇଲେକଟ୍ରୋନିକ୍ସର ୨୨ତମ ଶୋ’ରୁମ ଶୁଭାରମ୍ଭ

ରାଜ ଇଲେକଟ୍ରୋନିକ୍ସର ୨୨ତମ ଶୋ’ରୁମ ଶୁଭାରମ୍ଭ

ଭୁବନେଶ୍ୱର,୧୬-୧୦: ଇଲେକଟ୍ରୋନିକ୍ସର ପ୍ରମୁଖ ରିଟେଲ ଚେନ୍‌ ରାଜ ଇଲେକଟ୍ରୋନିକ୍ସ ପକ୍ଷରୁ ଏହାର ୨୨ତମ ମେଗା ଶୋ’ରୁମ ଯାଜପୁର ରୋଡ୍‌ଠାରେ ଖୋଲିଛି। ନୂଆ ଷ୍ଟୋରକୁ ଟାଟା ଷ୍ଟିଲର ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ମଲ୍ଲିକ ଏବଂ ଶୋ’ରୁମର ସ୍ବତ୍ୱାଧିକାରୀ  ପ୍ରକାଶ ବିଶ୍ୱାଳ ଶୁଭାରମ୍ଭ କରିଛନ୍ତି। 

ସୌଭାଗ୍ୟ ଯୋଜନାରେ ରାଜ୍ୟଗୁଡିକୁ ମିଳିବ ୧୦୦ କୋଟି ପୁରସ୍କାର

ସୌଭାଗ୍ୟ ଯୋଜନାରେ ରାଜ୍ୟଗୁଡିକୁ ମିଳିବ ୧୦୦ କୋଟି ପୁରସ୍କାର

ନୂଆଦିଲ୍ଲୀ,୧୬-୧୦: କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌.କେ.ସିଂ ସୋମବାର ଏଠାରେ ଘରୋଇ ବିଦ୍ୟୁତୀକରଣ କାର୍ଯ୍ୟ ନେଇ ରାଜ୍ୟଗୁଡିକର ପ୍ରତିନିଧିଙ୍କ ସହ ଏକ ସମୀକ୍ଷା ବୈଠକରେ ବସିଥିଲେ। ଘରୋଇ ବିଦୁ୍ୟୁତୀକରଣ କାର୍ଯ୍ୟରେ ଶତପ୍ରତିଶତ ସଫଳତା ହାସଲ କରିଥିବା ରାଜ୍ୟଗୁଡିକୁ ସୌଭାଗ୍ୟ ଯୋଜନା ଅଧୀନରେ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାର ପୁରସ୍କାର ଦେବେ ବୋଲି ସେ ଘୋଷଣା କରିଛନ୍ତି। 

ପାଇକାରୀ ମୁଦ୍ରାସ୍ଫୀତି ୫.୧୩%କୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୧୦: ପେଟ୍ରୋଲ ଓ ଡିଜେଲର ଦାମ୍‌ ବଢ଼ିବା ତଥା ଖାଦ୍ୟ ପଦାର୍ଥ ମହଙ୍ଗା ହେବା କାରଣରୁ ପାଇକାରୀ ମୂଲ୍ୟ ସୂଚକାଙ୍କ(ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ପୀତି ସେପ୍ଟେମ୍ବରରେ ବୃଦ୍ଧି ପାଇ ଦୁଇ ମାସର ସର୍ବୋଚ୍ଚ ସ୍ତର ୫.୧୩%ରେ ପହଞ୍ଚତ୍ ଯାଇଛି।

ଇରାନ ତେଲ ନ ମିଳିଲେ ଚିନ୍ତା ନାହିଁ

ଇରାନ ତେଲ ନ ମିଳିଲେ ଚିନ୍ତା ନାହିଁ

ନୂଆଦିଲ୍ଲୀ,୧୬-୧୦: ନଭେମ୍ବର ୪ରୁ ଇରାନ ବିରୋଧରେ ଆମେରିକାର କଟକଣା ଲାଗୁ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ଭାରତ ବିକଳ୍ପ ବ୍ୟବସ୍ଥା କରିସାରିଛି। କଟକଣା ପରେ ଟଙ୍କା ମାଧ୍ୟମରେ ଇରାନରୁ ତେଲ କିଣିବା ଲାଗି ଭାରତ ପ୍ରସ୍ତୁତ ହେଉଛି। 

ପିସି ଜୁଏଲର୍ସର ଉତ୍ସବ ଅଫର

ପିସି ଜୁଏଲର୍ସର ଉତ୍ସବ ଅଫର

ନୂଆଦିଲ୍ଲୀ,୧୫-୧୦: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ପିସି ଜୁଏଲର୍ସ ପକ୍ଷରୁ ଉତ୍ସବ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ମାଧ୍ୟମରେ ଗ୍ରାହକ ହୀରା, ସୁନା ଏବଂ ରୂପା ଗହଣାର ଗଢାମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। 

ଏସରର ମ୍ୟାଜିକ୍‌ ବକ୍ସ ଅଫର

ଏସରର ମ୍ୟାଜିକ୍‌ ବକ୍ସ ଅଫର

ନୂଆଦିଲ୍ଲୀ,୧୫-୧୦: ପ୍ରମୁଖ ଟେକ୍ନୋଲୋଜି ବ୍ରାଣ୍ଡ ଏସର ଇଣ୍ଡିଆ ପକ୍ଷରୁ ପାର୍ବଣକୁ ଧ୍ୟାନରେ ରଖି ମ୍ୟାଜିକ ବକ୍ସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। 

ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେ ଉନ୍ମୋଚିତ

ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେ ଉନ୍ମୋଚିତ

ନୂଆଦିଲ୍ଲୀ,୧୫-୧୦: ପାର୍ବଣକୁ ଦୃଷ୍ଟିରେ ରଖି ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେକୁ ଉନ୍ମୋଚନ କରାଯାଇଛି। ଏହା ଜୁପିଟରର ସ୍ବତନ୍ତ୍ର ଏଡିଶନ ହୋଇଥିବା ବେଳେ ଏଥିରେ ଅନେକ ନୂଆ ବୈଶିଷ୍ଟ୍ୟ ସାମିଲ କରାଯାଇଛି।