ଅନଗୁଳ-ଢେଙ୍କାନାଳ

ଚୌରାଶୀ ଗଜଲଷ୍ମୀ ପୂଜା ପ୍ରସ୍ତୁତି

ଚୌରାଶୀ ଗଜଲଷ୍ମୀ ପୂଜା ପ୍ରସ୍ତୁତି
ମାଧପୁର, ୬ା୯- ଚୌରାଶୀ ଗଜଲକ୍ଷ୍ମୀ ପୂଜା ପାଇଁ ଆଠମଲ୍ଲିକ ବ୍ଲକ ମାଧପୁର ହାଟ ପଡିଆଠାରେ ଚୌରାଶି ଗଜଲଷ୍ମୀ ପୂଜା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ବୁଧବାର ବସିଥିଲା। ରାମ ରତନ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ  ଗତବର୍ଷ ପୂଜାର ବିବରଣୀ ପାଠ କରାଯାଇଥିଲା। ପରେ ଚଳିତ ବର୍ଷ ପାଇଁ ଏକ ୧୧ ଜଣିଆ କମିଟି ଗଠନ କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ରାମଚନ୍ଦ୍ର ମହାକୁଡ, ଉପସଭାପତି ଭାବେ ଜ୍ଞାନରଞ୍ଜନ ପ୍ରଧାନ, ସମ୍ପାଦକ ଦୁଃଶାସନ ମେଣ୍ଡୁଲି, ସହସମ୍ପାଦକ ଉପେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଅନନ୍ତ ଚରଣ ମେହେରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଚଳିତ ବର୍ଷ ଧୁମ୍‌ଧାମରେ ପୂଜା ପାଳନ ସହ ଲଷ୍ମୀଙ୍କ ଏକ ସ୍ଥାୟୀ ମନ୍ଦିର ନିର୍ମାଣ ପାଇଁ  ପ୍ରସ୍ତାବ ଗୃହୀତ ହୋଇଥିଲା।
All Right Reserved By

ଅନଗୁଳ-ଢେଙ୍କାନାଳ

କେନାଲ, ଘାଇ ମରାମତି ହେଉନି; ୩୦ରେ ଜଳସେଚନ କାର୍ଯ୍ୟାଳୟ ଘେରାଉ

କେନାଲ, ଘାଇ ମରାମତି ହେଉନି; ୩୦ରେ ଜଳସେଚନ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୧୫।୧୦(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଦନପୁର କଟାବନ୍ଧର କେନାଲରେ ସୃଷ୍ଟି ହୋଇଥିବା ଘାଇ ମରାମତି ହେଉନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ମଦନପୁର ସୋରିଷପଙ୍କ, ସରଗିସେଣୀ ଆଦି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 

ସେଣ୍ଟ୍ରାଲ ପୂଜା କମିଟି ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ

ସେଣ୍ଟ୍ରାଲ ପୂଜା କମିଟି ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୧୫।୧୦: ଆଗାମୀ ଦୁର୍ଗା ଓ ଲକ୍ଷ୍ମୀ ପୂଜାକୁ ସୂଚାରୁରୂପେ ପାଳନ ନିମନ୍ତେ ଅନୁଗୋଳ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ରବିବାର ଏକ ପ୍ରସ୍ତୁତି ବୈଠକ ଜିଲା କଳାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳା ଉପରେ ପୂଜା ଆୟୋଜନ କରିବାକୁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। 

ରାବଣ ପାଇଁ ଖୋଜା ପଡ଼େ ରାକେଶଙ୍କୁ

ରାବଣ ପାଇଁ ଖୋଜା ପଡ଼େ ରାକେଶଙ୍କୁ

(ଉପେନ୍ଦ୍ର ରାଉତ) ବଅଁରପାଳ,୧୫।୧୦: ଡିପ୍ଲୋମା ଇଞ୍ଜିନିୟର ହୋଇଥିଲେ ବି ତାଙ୍କର ଏକ ନିଆରା ସଉକ ରହିଛି। ପ୍ରତିବର୍ଷ ଦଶହରା ଅବସରରେ ଗଁାରେ ହେଉଥିବା ରାବଣପୋଡ଼ି ଉତ୍ସବ ପାଇଁ ସେ ରାବଣଙ୍କ ଆତସବାଜି ସଜ୍ଜିତ ପୁତ୍ତଳିକା ତିଆରି କରିଥାନ୍ତି। ଗତ ୭ ବର୍ଷ ହେଲା ସେ ଏହି କାମ୍‌ ବେଶ୍‌ ନିଖୁଣତାର ସହ ସମ୍ପନ୍ନ କରି ଆସୁଛନ୍ତି।

ମୁଖ୍ୟ ଅଭିଯୁକ୍ତଙ୍କୁ ମିଶାଇ ୩ ଗିରଫ

ମୁଖ୍ୟ ଅଭିଯୁକ୍ତଙ୍କୁ ମିଶାଇ ୩ ଗିରଫ

ଅନୁଗୋଳ ଅଫିସ,୧୫।୧୦: ୫୫ ନଂ. ଜାତୀୟ ରାଜପଥର ଅନୁଗୋଳ ବଡ଼କେରାସ୍ଥିତ ମୂଷାପାପୁଲି ଠାରୁ ଗତ ୩ ତାରିଖରେ ଚାଳକଙ୍କୁ ଆକ୍ରମଣ କରି ଏକ କଣ୍ଟେନର ଲୁଟ୍‌ କରାଯାଇଥିଲା। ରବିବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି ଅନୁଗୋଳ ପୋଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ ରନ୍ତଲେଇ ଅଞ୍ଚଳର ଜଗନ ଓରଫ ଜଗନ୍ନାଥ ସେନାପତି(୨୧), ଦୁଇ ସହଯୋଗୀ ନୟାଗଡ ଫତେଗଡ ଥାନା ଭାପୁର ଗ୍ରାମର ବିନୋଦ ଓରଫ ସୋମନାଥ ନାୟକ(୨୨) ଓ ଚୋରି ସାମଗ୍ରୀ କିଣିଥିବା କଟକ ଚାଉଳିଆଗଞ୍ଜ ଥାନା ଶିଖରପୁର ଉପରସାହିର ଦିଲୀପ ସଙ୍କୁ ପୋଲିସ ଗିରଫ କରିଛି। ନଂ.୬୨୩/୧୮ରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବିପଦସଙ୍କୁଳ ଅବସ୍ଥାରେ ୧୦ ବର୍ଷର ପୋଲ

ବିପଦସଙ୍କୁଳ ଅବସ୍ଥାରେ ୧୦ ବର୍ଷର ପୋଲ

ଢେଙ୍କାନାଳ ଅଫିସ,୧୫ା୧୦: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଲେଥକା ପଞ୍ଚାୟତରେ ଗମନାଗମନ ସମସ୍ୟା ଜଟିଳ ହୋଇଛି ା ପଞ୍ଚାୟତର ଟୋଲଙ୍କଲୁଣ୍ଡି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ଥିବା ପୋଲ ଏବଂ ଏହାର ଆପ୍ରୋଚ୍‌ରୋଡ ଦୀର୍ଘଦିନ ହେବ ମରାମତି ଅଭାବରୁ ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି ା 

ପାଣି ପାଉଚ୍‌ ଫ୍ୟାକ୍ଟ୍ରି ମାଲିକଙ୍କୁ ଆକ୍ରମଣ

ପାଣି ପାଉଚ୍‌ ଫ୍ୟାକ୍ଟ୍ରି ମାଲିକଙ୍କୁ ଆକ୍ରମଣ

ଢେଙ୍କାନାଳ ଅଫିସ,୧୫ା୧୦: ଢେଙ୍କାନାଳ ସହରସ୍ଥିତ ଶକ୍ତିସୁଗାର ନିକଟସ୍ଥ ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜର୍ସ ନାମକ ଏକ ପାଣି ପାଉଚ୍‌ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ରାକେଶ ଆଚାର୍ଯ୍ୟଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଛି। ପ୍ରାୟ ୪ ଜଣ ଲୋକ ତାଙ୍କୁ ପଛପଟୁ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି। 

ପୁରୁଷୋତ୍ତମପୁର ଗ୍ରାମରେ ଜମି ବିବାଦରୁ ମାର୍‌ପିଟ, ୩ କୋର୍ଟଚାଲାଣ

ପୁରୁଷୋତ୍ତମପୁର ଗ୍ରାମରେ ଜମି ବିବାଦରୁ ମାର୍‌ପିଟ, ୩ କୋର୍ଟଚାଲାଣ

ଭୁବନ,୧୪ା୧୦(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଥାନା ପୁରୁଷୋତ୍ତମପୁର ଗ୍ରାମରେ ଜମିଜମା ବିବାଦରୁ ଶନିବାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି। ଏଥିରେ ୭ଜଣ ଗୁରୁତର ହୋଇଛନ୍ତି । ଘଟଣାକୁ ନେଇ ଉଭୟ ପକ୍ଷରୁ ଅଭିଯୋଗ କ୍ରମେ ଥାନାରେ ପୃଥକ ଭାବେ ୨ଟି ମାମଲା ରୁଜୁ କରାଯାଇଛି। ଏଥିସହ ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। 

ପାଣିରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ, ଏକମାତ୍ର ପୁତ୍ରଙ୍କ ମୃତ୍ୟୁରେ ଶୋକାକୂଳ ପରିବେଶ

ପାଣିରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ, ଏକମାତ୍ର ପୁତ୍ରଙ୍କ ମୃତ୍ୟୁରେ ଶୋକାକୂଳ ପରିବେଶ

ରାସୋଳ,୧୪ା୧୦(ଡି.ଏନ.ଏ)- ଢେଙ୍କାନାଳ ଜିଲା ରାସୋଳ ଥାନା ଗିରିଧରପ୍ରସାଦ ପଞ୍ଚାୟତ ଖଣ୍ଡତିରି ଗ୍ରାମରେ ରବିବାର ତପେଶ୍ୱର ଦେହୁରୀ(୧୪) ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। 

ଛେଣ୍ଡିପଦା ବ୍ଲକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା,  ତୃଣମୂଳସ୍ତରରୁ ସଙ୍ଗଠନକୁ ମଜଭୁତ କରିବାକୁ ଆହ୍ବାନ

ଛେଣ୍ଡିପଦା ବ୍ଲକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା, ତୃଣମୂଳସ୍ତରରୁ ସଙ୍ଗଠନକୁ ମଜଭୁତ କରିବାକୁ ଆହ୍ବାନ

ଛେଣ୍ଡିପଦା,୧୪।୧୦(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ବିଜେଡି ପକ୍ଷରୁ ରବିବାର ଦୁର୍ଗାପୁର, ଜେରଙ୍ଗ ଦେହୁରୀ ସାହି, କତଡା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଦୁର୍ଗାପୁର ଗ୍ରାମଠାରୁ ବାହାରି ପ୍ରତ୍ୟେକ ଗ୍ରାମ ସାହି ବସ୍ତି ପରିକ୍ରମା କରିଥିଲା। 

୮ ଶହ କଦଳୀ ଗଛ ଭାଙ୍ଗିଦେଲେ ହାତୀପଲ

୮ ଶହ କଦଳୀ ଗଛ ଭାଙ୍ଗିଦେଲେ ହାତୀପଲ

ବଇଣ୍ଡା,୧୪।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜର ଗୋଳାସର ଗ୍ରାମରେ ଗତକିଛି ଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ ନିକଟସ୍ଥ ଜଙ୍ଗଲରୁ ଗ୍ରାମାଭିମୁଖୀ ହୋଇ ଧାନ ଗଛ, ପନିପରିବା ଚାଷ, କଦଳୀ ଗଛ ଗୁଡ଼ିକ ନଷ୍ଟ କରି ଦେଉଛନ୍ତି। ଶୁକ୍ରବାର ଓ ଶନିବାର ରାତିରେ ହାତୀମାନେ ବାଲେଶ୍ୱର ସାହୁଙ୍କ ବଗିଚାରେ ପଶି ୮ଶହ କଦଳୀ ଗଛ ଭାଙ୍ଗିବା ସହ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି।

 ଏକ୍ସପ୍ରେସ୍‌ ରହଣି ଦାବି: ନଭେମ୍ବର ୩ରେ ବିକ୍ଷୋଭ

ଏକ୍ସପ୍ରେସ୍‌ ରହଣି ଦାବି: ନଭେମ୍ବର ୩ରେ ବିକ୍ଷୋଭ

ବଇଣ୍ଡା,୧୪।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ଷ୍ଟେଶନ ନିକଟରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌ ଟ୍ରେନ ରହୁନାହିଁ।

କଣ୍ଟେନର ଚୋରି ଘଟଣାର ପର୍ଦ୍ଦାଫାଶ: ୩ ଗିରଫ, ୩୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

କଣ୍ଟେନର ଚୋରି ଘଟଣାର ପର୍ଦ୍ଦାଫାଶ: ୩ ଗିରଫ, ୩୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଅନୁଗୋଳ ଅଫିସ,୧୪।୧୦-ଅନୁଗୋଳରୁ ଗତ ୩ରେ ଜାତୀୟ ରଜପଥରୁ କଣ୍ଟେନର ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଅନୁଗୋଳ ପୋଲିସ କଟକ ଟାଙ୍ଗିରୁ ୩ ଜଣଙ୍କୁ  ଗିରଫ କରି କୋର୍ଟଚାଲାଣ କରିଛି।