ଅନଗୁଳ-ଢେଙ୍କାନାଳ

ବଜ୍ରପାତରେ ଶ୍ରମିକ ମୃତ

ବଜ୍ରପାତରେ ଶ୍ରମିକ ମୃତ

କାମାକ୍ଷାନଗର,୬।୯(ଡି.ଏନ.ଏ.)- କାମାକ୍ଷାନଗର ବ୍ଲକ ସାରୁଆଳି ଗ୍ରାମର ଶ୍ରମିକ ବିମଳ ପରିଡା(୨୪) ଗୁରୁବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେ ନୂଆଆଳତୁମା ପାଣିଟାଙ୍କି ପାଖରେ  ଏକ ନବ ନିର୍ମିତ ଛାତ ଉପରେ କାମ କରୁଥିବାବେଳେ ବଜ୍ରପାତ ଘଟିଥିଲା। ପରେ  ସେ ଛାତରୁ ତଳକୁ ପଡି ଯାଇଥିଲେ। ତାଙ୍କୁ  ଚିକିତ୍ସାପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ କାମାକ୍ଷାନଗର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଏ ନେଇ ନଂ.୨୪/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

‘ଶିକ୍ଷା ହିଁ ଜୀବନର ଆଲୋକବର୍ତ୍ତିକା’

‘ଶିକ୍ଷା ହିଁ ଜୀବନର ଆଲୋକବର୍ତ୍ତିକା’

ସାତମାଇଲ, ୧୬।୧୨(ଡି.ଏନ୍‌.ଏ.)-ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ଇଂ. ଅଭିରାମ ସାହୁ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ପଣ୍ଡିତ କର, ମୁଖ୍ୟବକ୍ତା ଇଂ. ଅରୁଣ ସାହୁ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରାଇଥିଲେ। ଶିକ୍ଷା ବିନା ଜୀବନ ମୂଲ୍ୟହୀନ। ଶିକ୍ଷା ମନୁଷ୍ୟ ଜୀବନର ଆଲୋକବର୍ତ୍ତିକା ବୋଲି ମଞ୍ଚାସୀନ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ। 

ଖଲାରୀ ପଞ୍ଚାୟତରେ  ‘ପିଠା’ କାର୍ଯ୍ୟକ୍ରମ

ଖଲାରୀ ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ,୧୬।୧୨- ଅନୁଗୋଳ ବ୍ଲକ ଖଲାରୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ଓଡିଶା ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ କନ୍ଦର୍ପ ମହାରଣାଙ୍କ ନେତୃତ୍ୱରେ ମୁଖ୍ୟଅତିଥି ଭାବେ ଜିଲାପାଳ ଅନିଲ କୁମାର ସାମଲ ଯୋଗ ଦେଇଥିଲେ।

ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ ପାଇଁ  ବନ ବିଭାଗର ଉଦ୍ୟମ

ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ ପାଇଁ ବନ ବିଭାଗର ଉଦ୍ୟମ

ପରଜଙ୍ଗ,୧୬।୧୨(ଡି.ଏନ.ଏ.)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ ଗତ ଏକ ମାସ ହେବ ଉତ୍ପାତ ଚଳାଇଥିବା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍‌  କରିବାକୁ  ବନ ବିଭାଗ ପକ୍ଷରୁ ଆରମ୍ଭ  ହୋଇଛି  ଉଦ୍ୟମ। ରବିବାର ବନ ବିଭାଗର ଏକ  ସ୍ବତନ୍ତ୍ର ଟିମ୍‌ ଖାଲପାଳ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦନ୍ତାଙ୍କୁ  ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ହାତୀ ଆକ୍ରମଣରେ ଜଣେ ଆହତ

ହାତୀ ଆକ୍ରମଣରେ ଜଣେ ଆହତ

ତାଳଚେର, ୧୬।୧୧(ନି.ପ୍ର): ତାଳଚେର ବ୍ଲକ ଧରମପୁର ପଞ୍ଚାୟତର କିଶୋରୀପାଳ ଗ୍ରାମର ରାକେଶ ବେହେରା (୨୦ବର୍ଷ) ହାତୀ ଆକ୍ରମଣରେ ଆହତ ହୋଇଛନ୍ତି।

କୁଶାସିଂହାରେ ଡମ୍ପିଂୟାର୍ଡକୁ ବିରୋଧ:ଫେରିଲା ଅଳିଆ ଗାଡ଼ି, ନିର୍ମାଣ କାର୍ଯ୍ୟ ବନ୍ଦ

କୁଶାସିଂହାରେ ଡମ୍ପିଂୟାର୍ଡକୁ ବିରୋଧ:ଫେରିଲା ଅଳିଆ ଗାଡ଼ି, ନିର୍ମାଣ କାର୍ଯ୍ୟ ବନ୍ଦ

ଅନୁଗୋଳ ଅଫିସ, ୧୬।୧୨ଅନୁଗୋଳ ସହରର ଅଳିଆ କୁଶାସିଂହାରେ ପକାଯିବା ସହ ସେଠାରେ ଡମ୍ପିଂୟାର୍ଡ ପାଇଁ ପୌର ପରିଷଦ ପକ୍ଷରୁ ପାଚେରି ନିର୍ମାଣ କରାଯାଉଥିଲା। ହେଲେ ଶନିବାର ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। 

ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି:୧୭ରେ ଆଠମଲ୍ଲିକ ବନ୍ଦ

ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି:୧୭ରେ ଆଠମଲ୍ଲିକ ବନ୍ଦ

ଆଠମଲ୍ଲିକ, ୧୬ା୧୨(ଡି.ଏନ.ଏ.)ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ସମେତ ପଶ୍ଚିମ ଓଡ଼ିଶାକୁ ନେଇ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ରାଜ୍ୟ ସମନ୍ବୟ ସମିତି ଆହ୍ବାନ କ୍ରମେ ଆସନ୍ତା ୧୭ରେ ଆଠମଲ୍ଲିକ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ସମିତି ଆବାହକ ଆଇନଜୀବୀ ଭବାନୀ ପ୍ରସାଦ ଜ୍ୟୋତିଷରାୟଙ୍କ ସଭାପତିତ୍ୱରେ ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। 

କାଦୁଆ ମଣ୍ଡିରୁ ଉଠୁନି ଧାନ:ଶୀତକାକରରେ ଜଗିଛନ୍ତି ଚାଷୀ

କାଦୁଆ ମଣ୍ଡିରୁ ଉଠୁନି ଧାନ:ଶୀତକାକରରେ ଜଗିଛନ୍ତି ଚାଷୀ

କାମାକ୍ଷାନଗର, ୧୬।୧୨(ଡି.ଏନ୍‌.ଏ.)ଢେଙ୍କାନାଳ ଜଲା କାମାକ୍ଷାନଗର ବ୍ଲକ୍‌ କାଦୁଆ ସେବା ସମବାୟ ସମିତି ମଣ୍ଡିରୁ ଧାନ ଉଠୁନାହିଁ। ମିଲରଙ୍କ ଦେଖା ମିଳୁ ନ ଥିବାବେଳେ ଦୁଇଦିନ ହେଲା ଚାଷୀ ଶୀତକାକରରେ ଧାନ ଜଗି ରହିଛନ୍ତି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଆଶଙ୍କା ଥିବାରୁ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ଚାଷୀ। ମଣ୍ଡିରେ ଏପରି ଅବ୍ୟବସ୍ଥାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ଜିଏମ୍‌ଆରକୁ ଶକ୍ତି ସଂରକ୍ଷଣ ପୁରସ୍କାର

ଜିଏମ୍‌ଆରକୁ ଶକ୍ତି ସଂରକ୍ଷଣ ପୁରସ୍କାର

ଓଡ଼ାପଡ଼ା, ୧୫ା୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗସ୍ଥିତ ଜିଏମ୍‌ଆର କମଳାଙ୍ଗ ଏନର୍ଜି ଲିମିଟେଡ୍‌ (ଜିକେଇଏଲ)କୁ ଶୁକ୍ରବାର ଚଳିତବର୍ଷ ପାଇଁ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି। 

ରାଜ୍ୟସ୍ତରକୁ ୨୧ ପ୍ରକଳ୍ପ ଚୟନ

ରାଜ୍ୟସ୍ତରକୁ ୨୧ ପ୍ରକଳ୍ପ ଚୟନ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ୍‌ ପଞ୍ଚାୟତିରାଜ ହାଇସ୍କୁଲରେ ୨ଦିନ ଧରି ଚାଲିଥିବା ଜିଲାସ୍ତରୀୟ ବିଜ୍ଞାନମେଳା ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ପ୍ରଦର୍ଶିତ ହୋଇଥିବା ୨୪୭ ପ୍ରକଳ୍ପ ମଧ୍ୟରୁ ୧୬ଟି ଏବଂ ବିଜ୍ଞାନ, ଗଣିତ ଓ ପରିବେଶଭିତ୍ତିକ ୫ ପ୍ରକଳ୍ପ ରାଜ୍ୟସ୍ତରକୁ ଚୟନ ହୋଇଛି।  

କାଦୁଆ ମଣ୍ଡିରୁ ଉଠୁନି ଧାନ: ଶୀତକାକରରେ ଜଗିଛନ୍ତି ଚାଷୀ

କାଦୁଆ ମଣ୍ଡିରୁ ଉଠୁନି ଧାନ: ଶୀତକାକରରେ ଜଗିଛନ୍ତି ଚାଷୀ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜଲା କାମାକ୍ଷାନଗର ବ୍ଲକ୍‌ କାଦୁଆ ସେବା ସମବାୟ ସମିତି ମଣ୍ଡିରୁ ଧାନ ଉଠୁନାହିଁ। ମିଲରଙ୍କ ଦେଖା ମିଳୁ ନ ଥିବାବେଳେ ଦୁଇଦିନ ହେଲା ଚାଷୀ ଶୀତକାକରରେ ଧାନ ଜଗି ରହିଛନ୍ତି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଆଶଙ୍କା ଥିବାରୁ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ଚାଷୀ। ମଣ୍ଡିରେ ଏପରି ଅବ୍ୟବସ୍ଥାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଧୋକୁଟାରେ ବିଜେଡିର ସଚେତନତା  ବୈଠକ

ଧୋକୁଟାରେ ବିଜେଡିର ସଚେତନତା ବୈଠକ

ଅନୁଗୋଳ ଅଫିସ, ୧୫।୧୨- ଅନୁଗୋଳ ବ୍ଲକ ଧୋକୁଟା ପଞ୍ଚାୟତ ମା’ ବନଦୁର୍ଗା ପୀଠ ପରିସରରେ  ଶନିବାର  ବିଜେଡି ପକ୍ଷରୁ ଏକ  ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। 

ବାଲ୍ୟାମ୍ବା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ

ବାଲ୍ୟାମ୍ବା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ

ଭାପୁର,୧୫।୧୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ବାଲ୍ୟାମ୍ବା ପଞ୍ଚାୟତରେ ଶନିବାର ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।