ଅନଗୁଳ-ଢେଙ୍କାନାଳ

‘ଆମେ ସଂଗ୍ରାମୀ ସ୍ମରଣିକା’ ଉନ୍ମୋଚିତ

‘ଆମେ ସଂଗ୍ରାମୀ ସ୍ମରଣିକା’ ଉନ୍ମୋଚିତ

କଣିହାଁ,୬।୯(ଡି.ଏନ.ଏ.)- ତାଳଚେର ସ୍ବାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ ତରଫରୁ ଗୁରୁବାର କଣିହାଁ ଗାନ୍ଧୀ ସ୍ମୃତି ପୀଠଠାରେ ୮୧ତମ ତାଳଚେର ପ୍ରଜାମଣ୍ଡଳ ଦିବସ ପାଳିତ ହୋଇଯାଇଛି।  ଅତିଥି ଭାବେ ଏମ୍‌ସିଏଲ, ଏନ୍‌ଟିପିସିର ପଦାଧିକାରୀ, କଣିହାଁ ତହସିଲଦାର, ବିଡିଓ ଯୋଗ ଦେଇଥିଲେ। ଏହି ଅବସରରେ ‘ଆମେ ସଂଗ୍ରାମୀ ସ୍ମରଣିକା’ ଉନ୍ମୋଚିତ  କରାଯାଇ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟ୍ରଷ୍ଟ ସଭାପତି ସୁଧାକର ପ୍ରଧାନ, ସମ୍ପାଦକ ଉକାଳୁ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ କୃତୀ ଛାତ୍ରୀଛାତ୍ରଙ୍କୁ  ଅତିଥିମାନେ ପୁରସ୍କୃତ କରିଥିଲେ। 
All Right Reserved By

ଅନଗୁଳ-ଢେଙ୍କାନାଳ

ଚାଷୀଙ୍କୁ ‘ପେଥାଇ’ ଚଡ଼କ

ଚାଷୀଙ୍କୁ ‘ପେଥାଇ’ ଚଡ଼କ

ଢେଙ୍କାନାଳ ଅଫିସ, ୧୯ା୧୨: ଚାଷୀଙ୍କ ବର୍ଷକର ହାଡ଼ଭଙ୍ଗା ପରିଶ୍ରମକୁ ମାତ୍ର କେଇଘଣ୍ଟା ମଧ୍ୟରେ ସ୍ବାହା କରିଦେଇଛି ସାମୁଦ୍ରିକ ଝଡ଼ ‘ପେଥାଇ’। ଫସଲ ଅମଳ ସମୟରେ ଲଗାଣ ବର୍ଷା ଦୋହଲାଇ ଦେଇଛି ଚାଷୀଙ୍କ ମେରୁଦଣ୍ଡ। ଜମିରେ ବର୍ଷାପାଣି ଲହଡ଼ି ଭାଙ୍ଗୁଥିବାବେଳେ ଭିଜିଯାଇଥିବା ଧାନ ଦେଖି ହତାଶ ହୋଇପଡ଼ିଛନ୍ତି ଢେଙ୍କାନାଳ ଜିଲାର ଚାଷୀ।

କୃଷି ଉପନିର୍ଦ୍ଦେଶକ ଦେଲେ ରିପୋର୍ଟ: ଜିଲାରେ ପ୍ରଭାବ ପକାଇନି ଅଦିନିଆ ବର୍ଷା

କୃଷି ଉପନିର୍ଦ୍ଦେଶକ ଦେଲେ ରିପୋର୍ଟ: ଜିଲାରେ ପ୍ରଭାବ ପକାଇନି ଅଦିନିଆ ବର୍ଷା

ଅନୁଗୋଳ ଅଫିସ, ୧୯।୧୨: ସାମୁଦ୍ରିକ ଝଡ଼ ପିଥାଇ ପ୍ରଭାବରେ ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲେ ବି ଏଥିରେ ଚାଷ କ୍ଷତିଗ୍ରସ୍ତ ହୋଇନାହିଁ। ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଏପରି ରିପୋର୍ଟ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। 

ମାର୍କେଟ କମ୍ପେକ୍ସ ଉଦ୍‌ଘାଟିତ

ମାର୍କେଟ କମ୍ପେକ୍ସ ଉଦ୍‌ଘାଟିତ

ବଇଣ୍ଡା,୧୮।୧୨(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତଠାରେ ନିର୍ମାଣ  ହୋଇଥିବା ନୂତନ ମାର୍କେଟ କମ୍ପେକ୍ସ  ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। 

ପେଥାଇ ଆଣିଲା ଦୁଃଖ:  ଧାନ ଜମିରେ ଆଣ୍ଠୁଏ ପାଣି

ପେଥାଇ ଆଣିଲା ଦୁଃଖ: ଧାନ ଜମିରେ ଆଣ୍ଠୁଏ ପାଣି


କାମାକ୍ଷାନଗର, ୧୮।୧୨(ଡି.ଏନ୍‌.ଏ.)-ଘୂର୍ଣ୍ଣିଝଡ଼ ‘ପେଥାଇ’ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଚାଷୀଙ୍କ ପାଇଁ ଦୁଃଖ ଆସିଛି। ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଛି ହଜାର ହଜାର ଏକର ଜମିର ଧାନ ଚାଷ। ଆଣ୍ଠୁଏ ପାଣିରେ ବୁଡ଼ିରହିଛି ପାଚିଲା ଧାନ। ଅମଳବେଳକୁ ଏପରି ଦୁର୍ଦ୍ଦଶା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇଦେଇଛି।

 ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ଘଟଣା:   କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ.)- ମଙ୍ଗୁଳିରୁ ସମ୍ବଲପୁର ପର୍ଯ୍ୟନ୍ତ ନିର୍ମାଣଧୀନ ୫୫ ନଂ. ଜାତୀୟ ରାଜପଥ କାମରେ ନିୟୋଜିତ ଶ୍ରମିକ ଛେଣ୍ଡିପଦା ବ୍ଲକ ଜରପଡ଼ା ଅଞ୍ଚଳ ତୁକୁଡ଼ା ଗ୍ରାମର ଦୀପକ କୁମାର ସାହୁ(୧୯) ସୋମବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ମଙ୍ଗଳବାର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉକ୍ତ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ ଠିକାସଂସ୍ଥାର ଅନୁଗୋଳ ଜିଲା ଜରପଡା ଥାନା ଲକ୍ଷ୍ମୀଧରପୁର ଗ୍ରାମ ନିକଟସ୍ଥ ଗୋବିନ୍ଦ ପାଣସାହିସ୍ଥିତ କ୍ୟାମ୍ପ ଅଫିସ ପରିସରରେ ତୁକୁଡା ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି। 

ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର,୧୮।୧୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ଉର୍ବେଙ୍ଗି ନାଳ ଭିତରୁ  ମଙ୍ଗଳବାର  ବ୍ରାହ୍ମଣିଆ ଗ୍ରାମର ଶ୍ରୀକାନ୍ତ ନାୟକ(୪୦)ଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ପେଥାଇ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଦିନରାତି ଝିପିଝିପି ଲାଗି ରହିଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଏହି ବର୍ଷା ପ୍ରଭାବରେ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଛନ୍ତି। 

ସାଲୁଇଖମଣ ଗ୍ରାମରେ ଦନ୍ତାହାତୀ ଉପଦ୍ରବ

ସାଲୁଇଖମଣ ଗ୍ରାମରେ ଦନ୍ତାହାତୀ ଉପଦ୍ରବ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଛେଣ୍ଡିପଦା ପଞ୍ଚାୟତ ସାଲୁଇଖମଣ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦନ୍ତାହାତୀ ଉତ୍ପାତ କରିଥିବା ଜଣାପଡିଛି।

ସନ୍ଧ୍ୟା ୬ରୁ ସକାଳ ୬ ବିଦ୍ୟୁତ୍‌ କାଟ

ସନ୍ଧ୍ୟା ୬ରୁ ସକାଳ ୬ ବିଦ୍ୟୁତ୍‌ କାଟ

ବଇଣ୍ଡା, ୧୮।୧୨(ଡି.ଏନ.ଏ.)ସଞ୍ଜ ନଇଁବା କ୍ଷଣି ବିଦ୍ୟୁତ୍‌ କାଟ୍‌ କରିଦେଉଛି ବିଭାଗ। ଦିନେ କି ସପ୍ତାହେ ନୁହେଁ ମାସେ ହେଲାଣି ଅନ୍ଧାରରେ ହନ୍ତସନ୍ତ ହେଉଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବା ୫ ପଞ୍ଚାୟତବାସୀ। 

ଘର, ଜମି ବଞ୍ଚାଇବାକୁ ପ୍ରଶାସନର ଦ୍ୱାରସ୍ଥ ଶିଥିରାସାହିବାସୀ:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଘର, ଜମି ବଞ୍ଚାଇବାକୁ ପ୍ରଶାସନର ଦ୍ୱାରସ୍ଥ ଶିଥିରାସାହିବାସୀ:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଅନୁଗୋଳ ଅଫିସ, ୧୮।୧୨ଅନୁଗୋଳ ପଞ୍ଚମହଲାରେ ଥିବା ଶିଥିରାସାହିର ଲୋକଙ୍କ ଜାଗା ହଡ଼ପ କରାଯାଇଥିବା ନେଇ ଅଞ୍ଚଳବାସୀ ସୋମବାର ଜିଲାପାଳଙ୍କ ସହଯୋଗ ଲୋଡ଼ିଛନ୍ତି।

ବିଦ୍ୟୁତ୍‌ ସଂସ୍ପର୍ଶରେ ହେଲ୍‌ପର ମୃତ

ବିଦ୍ୟୁତ୍‌ ସଂସ୍ପର୍ଶରେ ହେଲ୍‌ପର ମୃତ

ଓଡ଼ାପଡ଼ା, ୧୮ା୧୨(ଡି.ଏନ.ଏ.ଢେଙ୍କାନାଳ ଜିଲା ବାଲିମୀ ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ନିମବାହାଳି ନିକଟ କାର୍ଯ୍ୟରତ ଏସ୍କାଭେଟର (ମାଟିଖୋଳା ମେଶିନ) ହେଲ୍‌ପର ଦୀପକ ସାହୁ (୨୩)  ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ପାଲଲହଡା,୧୮।୧୨(ଡି.ଏନ.ଏ.)ରାସ୍ତା ମରାମତି ଦାବିରେ ପାଲଲହଡା ନୋ-ଏଣ୍ଟ୍ରି ଛକଠାରେ ଏକ ଠିକାସଂସ୍ଥା ପକ୍ଷରୁ ଚାଲିଥିବା ଓଭରବ୍ରିଜ କାମକୁ ଗ୍ରାମବାସୀ ସୋମବାର ବନ୍ଦ କରିଛନ୍ତି।