ରାଜ୍ୟ | ଅନଗୁଳ-ଢେଙ୍କାନାଳ

୯ ଶ୍ରମିକଙ୍କୁ କାର୍ଯ୍ୟବନ୍ଦ ଆଦେଶ ଅଶାନ୍ତ ନର୍ଭେରାମ, କମ୍ପାନୀରେ ଅଚଳାବସ୍ଥା

୯ ଶ୍ରମିକଙ୍କୁ କାର୍ଯ୍ୟବନ୍ଦ ଆଦେଶ ଅଶାନ୍ତ ନର୍ଭେରାମ, କମ୍ପାନୀରେ ଅଚଳାବସ୍ଥା
ଓଡ଼ାପଡ଼ା, ୬ା୯(ଡି.ଏନ.ଏ.) ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚାପଡ଼ାସ୍ଥିତ ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ କମ୍ପାନୀରେ କାର୍ଯ୍ୟରତ ୯ଜଣ ଠିକା ଶ୍ରମିକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ କାର୍ଯ୍ୟବନ୍ଦ ନୋଟିସ ଦେବା ପରେ ଅଶାନ୍ତ ହୋଇଉଠିଛି କାରଖାନା। କାର୍ଯ୍ୟରତ ଶ୍ରମିକଙ୍କୁ ମାରପିଟ୍‌ କରାଯାଇଥିବା ନେଇ ଠିକାଦାର ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ କମ୍ପାନୀରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଅଚଳାବସ୍ଥା ଜାରି ରହିଛି।
କାରଖାନାର ଏସ୍‌ଏମ୍‌ଏସ୍‌ (ଷ୍ଟିଲ ମେକିଂ ଶପ୍‌) ବନ୍ଦ ଥିବାରୁ ସେଠାରେ କାର୍ଯ୍ୟରତ ୯ ଠିକା ଶ୍ରମିକଙ୍କୁ କାର୍ଯ୍ୟବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ନେଇ ଆରମ୍ଭ ହୋଇଥିଲା ଶ୍ରମିକ ଅଶାନ୍ତି। ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କାରଖାନା ଭିତରକୁ ଧସେଇ ପଶିବା ସହ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ କାମ ବନ୍ଦ କରିବାକୁ କହିଥିଲେ। ଏହାପରେ ଗଣ୍ଡଗୋଳ ହୋଇ ମାରପିଟ୍‌ ଯାଏ କଥା ଯାଇଥିଲା। ସୂଚନା ପାଇ ସଦର ଏସ୍‌ଡିପିଓ ଶେଖ୍‌ ଅବଦୁଲ କରିମ, ଥାନାଧିକାରୀ ମଳୟ ନାୟକ, ଜିଲା ଶ୍ରମ ଅଧିକାରୀ ମାନଭଞ୍ଜନ ପ୍ରଧାନ ପ୍ରମୁଖ ପହଞ୍ଚତ୍ କମ୍ପାନୀ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସମାଧାନର କୌଣସି ସୂତ୍ର ବାହାରି ପାରିନାହିଁ।  ଏହି ଘଟଣାକୁ ନେଇ କାରଖାନା ପରିସର ଓ ବାହାରେ ଉତ୍ତେଜନା ବଢିବାରେ ଲାଗିଛି। କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଆଇନ ଅନୁଯାୟୀ ସମାଧାନ କରିବା ପରିବର୍ତ୍ତେ ଗଣ୍ଡଗୋଳକୁ ଉସକାଉଥିବା ଚର୍ଚ୍ଚା ହେଉଛି। ଫଳରେ ବଡ଼ଧରଣର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଇଛି। ଉତ୍ତେଜନାକୁ ନେଇ କାରଖାନାର ସମସ୍ତ ବିଭାଗର କାର୍ଯ୍ୟ ବନ୍ଦ ରହିଛି।
ଅନ୍ୟପଟେ ବୁଧବାର ନବଗଠିତ ନର୍ଭେରାମ ଏମ୍ପ୍ଲୟିଜ୍‌ ୟୁନିୟନ ପକ୍ଷରୁ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ୯ଦଫା ଦାବିପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟାନ୍ତର ହୋଇଥିବା ୯ ଠିକା ଶ୍ରମିକଙ୍କୁ ପୁନର୍ବାର କାମ କରିବାକୁ ଅନୁମତି ଦେବା, ଇଏସ୍‌ଆଇ ଓ ପିଏଫ୍‌ ସରକାରୀ ନିୟମ ଅନୁସାରେ ଜମା କରିବା, ନର୍ଭେରାମ ଏମ୍ପ୍ଲୟିଜ୍‌ ୟୁନିୟନକୁ ସ୍ବୀକୃତି ପ୍ରଦାନ, ପୂର୍ବ ୬ବର୍ଷର ଦୁଇଟି ଏଗ୍ରିମେଣ୍ଟ ଓ ୨୦୧୪-୨୦୧୬ ବାର୍ଷିକ ଦରମା ବୃଦ୍ଧି କରିବା, ଦୁର୍ଘଟଣା ସହାୟତା ସହ ଥଇଥାନ ଯୋଜନା କାର୍ଯ୍ୟକାରୀ କରିବା, ଚଳିତବର୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ସଂଶୋଧନ, ପାଇପ୍‌ ଲାଇନ ଲୋକଙ୍କୁ ୯ମାସର ଦରମା ପ୍ରଦାନ ଏବଂ ପଞ୍ଚତ୍ଂ ମେଶିନକୁ ମୁଖ୍ୟ ଗେଟ୍‌କୁ ସ୍ଥାନାନ୍ତର କରିବା ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି।

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

 ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର,   ସମ୍ମାନର ସହ ନାକଚ କରୁଛି: ତଥାଗତ

ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର, ସମ୍ମାନର ସହ ନାକଚ କରୁଛି: ତଥାଗତ

ପାଲଲହଡା,୧୮।୨(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ନୋ-ଏଣ୍ଟ୍ରି ଛକଠାରେ ଆଇଓସିଏଲ ପକ୍ଷରୁ ନିର୍ମିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ସ୍ଥାନୀୟ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ପେଟ୍ରୋଲିୟମ୍‌ ମନ୍ତ୍ରୀ ପ୍ରଧାନ   ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କୁ କଟାକ୍ଷ କରିଥିଲେ। 

ଧାନର ଅଭାବୀ ବିକ୍ରି ଚିନ୍ତା  ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ଧାନର ଅଭାବୀ ବିକ୍ରି ଚିନ୍ତା ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର କୋ-ଅପରେଟିଭ୍‌ ସୋସାଇଟିର ସମ୍ପାଦକ ଏବଂ ସଭାପତି ଧାନର ଅଭାବୀ ବିକ୍ରି ନେଇ ସୋମବାର ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ବୌଦ୍ଧ,୧୮।୨(ସ୍ବ.ପ୍ର): କାଳିଆ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟରେ ଜଣେ ହେଲେ ଯୋଗ୍ୟ ଚାଷୀ ଯେପରି ବଞ୍ଚତ୍ତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ   ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର

ବେଲପାହାଡ଼,୧୮ା୨(ଡ଼ି.ଏନ୍‌.ଏ.): ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ା ଏଥିପାଇଁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରାଞ୍ଚଳସ୍ଥିତ ନୋଡ଼ାଲ କେନ୍ଦ୍ର ଗିରିଧରଲାଲ ଉଚ୍ଚ ବିଦ୍ୟାଳୟକୁ ପ୍ରଶ୍ନପତ୍ର ପହଞ୍ଚତ୍ ସାରିଛି ା ପ୍ରଶ୍ନପତ୍ରଗୁଡିକ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ା

ଜାତୀୟସ୍ତରକୁ ମନୋନୀତ କମଲଙ୍କ ପ୍ରକଳ୍ପ:  ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌

ଜାତୀୟସ୍ତରକୁ ମନୋନୀତ କମଲଙ୍କ ପ୍ରକଳ୍ପ: ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌

ତିହିଡ଼ି, ୧୮।୨(ଡି.ଏନ.ଏ.) - ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌। ଏଭଳି ଏକ ପ୍ରକଳ୍ପ କରି ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ସାଲପୁର ଗ୍ରାମର ଛାତ୍ର କମଲ କିଶୋର ମାଝୀ।

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

ପାରାଦୀପ,୧୮।୨(ସ୍ବ.ପ୍ର.):  ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା  ଯବାନଙ୍କ ଉଦ୍ଦେଶ୍ୟରେ ପାରାଦୀପ ଡମ୍ଫର ମାଲିକ ସଂଘ ପକ୍ଷରୁ ସୋମବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

୫ ଦଫା ଦାବିରେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

୫ ଦଫା ଦାବିରେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପୁରୁଷୋତ୍ତମପୁର,୧୮।୨(ଡି.ଏନ୍‌.ଏ.): ୫ ଦଫା ଦାବିରେ ଗଞ୍ଜାମ ଜିଲା   ପୁରୁଷୋତ୍ତମପୁର ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଅବସରପ୍ରାପ୍ତ କର୍ମଚାରୀମାନେ  ଧାରଣା ଦେଇଛନ୍ତି। 

ସର୍ବଭାରତୀୟ ବାଣିଜ୍ୟ ସଂଗଠନର ବନ୍ଦ ଡାକରା: ମୁନିଗୁଡ଼ାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାଇକ୍‌ ରାଲି

ସର୍ବଭାରତୀୟ ବାଣିଜ୍ୟ ସଂଗଠନର ବନ୍ଦ ଡାକରା: ମୁନିଗୁଡ଼ାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାଇକ୍‌ ରାଲି

ମୁନିଗୁଡ଼ା,୧୮।୨(ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ପଟ୍ଟାମୁଣ୍ତାଇ,୧୮।୨(ସ୍ବ.ପ୍ର.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍‌ ନୀରବ ପ୍ରାର୍ଥନା

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍‌ ନୀରବ ପ୍ରାର୍ଥନା

ଜି. ଉଦୟଗିରି,୧୮।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା  ଜି. ଉଦୟଗିରି ସହରର ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ଜମ୍ମୁ-କଶ୍ମୀର ପୁୁଲୱାମାଠାରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋମବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। 

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

 ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ଖୋର୍ଦ୍ଧା ଅଫିସ,୧୮।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ବ୍ୟବସାୟ ପ୍ରତିଷ୍ଠାନ ସୋମବାର ବନ୍ଦ ରହଛି।