ରାଜ୍ୟ | ଅନଗୁଳ-ଢେଙ୍କାନାଳ

ରାଫେଲ ଦୁର୍ନୀତିରେ କଂଗ୍ରେସର କେନ୍ଦ୍ରକୁ ଟାର୍ଗେଟ , ପୁଞ୍ଜିପତିଙ୍କ ପ୍ରଧାନ ସେବକ ମୋଦି

ରାଫେଲ ଦୁର୍ନୀତିରେ କଂଗ୍ରେସର କେନ୍ଦ୍ରକୁ ଟାର୍ଗେଟ , ପୁଞ୍ଜିପତିଙ୍କ ପ୍ରଧାନ ସେବକ ମୋଦି
ଢେଙ୍କାନାଳ ଅଫିସ, ୬।୯ ଢେଙ୍କାନାଳ କମଳା ମଣ୍ଡପରେ ବୁଧବାର ଜିଲା କଂଗ୍ରେସ ପକ୍ଷରୁ ରାଫେଲ ଦୁର୍ନୀତିକୁ ନେଇ ଖବରଦାତା ସମ୍ମିଳନୀ କରାଯାଇଛି। ଏଥିରେ ଯୋଗଦେଇ ଏଆଇସିସି ସମ୍ପାଦକ ଶେଖ୍‌ ମସ୍ତାନ ଭାଲି  ରାଫେଲ ଦୁର୍ନୀତି ଅଭିଯୋଗକୁ ନେଇ ଏନ୍‌ଡିଏ ସରକାର ଉପରେ ବର୍ଷିଥିଲେ। ନିଜ ଅଭିଭାଷଣରେ ସେ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନୁହେଁ, ପୁଞ୍ଜିପତିଙ୍କ ପ୍ରଧାନ ସେବକ। ୨୦୧୨ରେ ଉପା ସରକାରଙ୍କ ସମୟରେ ଫ୍ରାନ୍ସ ନିର୍ମିତ ୧୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ଲାଗି ଚୁକ୍ତି ହୋଇଥିଲା। ପ୍ରତି ବିମାନ ପିଛା ୫୨୬ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ତନ୍ମଧ୍ୟରୁ ୧୮ଟି ବିମାନ ଫ୍ରାନ୍ସରୁ କିଣାଯାଇଥାନ୍ତା। ଅନ୍ୟ ୧୦୮ଟି ପାଇଁ ଫ୍ରାନ୍ସ ସରକାର ମାଗଣା ଟେକ୍ନୋଲୋଜି ଦେଇଥାନ୍ତେ। ଏହାକୁ ଉପଯୋଗ କରି ବାଙ୍ଗାଲୋର, ସୁନାବେଡ଼ାରେ ବିମାନ ନିର୍ମାଣ କରାଯାଇଥାନ୍ତା। ଏହାଦ୍ୱାରା ବିମାନଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ମରାମତି କାର୍ଯ୍ୟ ସହଜ ହୋଇଥାନ୍ତା। ହେଲେ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ପୁଞ୍ଜିପତିଙ୍କୁ   ସୁହାଇବା ପାଇଁ ଉକ୍ତ ଚୁକ୍ତି ବାତିଲ କରିଦେଇଛନ୍ତି। ୩୬ଟି ରାଫେଲ ବିମାନ କିଣାଯିବାକୁ ଅନ୍ୟ ଏକ ଚୁକ୍ତି କରାଯାଇଛି। ଏଥିରେ ପ୍ରତି ବିମାନକୁ ୧୬୭୦ କୋଟି ଟଙ୍କାରେ କିଣିବା ପାଇଁ ସ୍ଥିର କରାଯାଇଛି। ନୂତନ ଚୁକ୍ତି କରି ମୋଦିଙ୍କ ସରକାର ଜନସାଧାରଣଙ୍କ ୪୧ ହଜାର ୨୦୦ କୋଟି ଟଙ୍କା ଲୁଟିଛନ୍ତି ବୋଲି ଏଆଇସିସି ସମ୍ପାଦକ ଅଭିଯୋଗ କରିଥିଲେ। ଉକ୍ତ ବିମାନ କିଣାରେ ରିଲାଏନ୍ସ କମ୍ପାନୀକୁ ଅତ୍ୟଧିକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ଏହା ଏକ ଗୋପନୀୟ ପ୍ରସଙ୍ଗ କହି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ପ୍ରଶ୍ନ ଏଡ଼ାଇ ଯାଉଛନ୍ତି। ଏହାର ପ୍ରତିବାଦରେ ସାରା ରାଜ୍ୟରେ ଦଳ ଆନ୍ଦୋଳନ କରିବ। ଏହିକ୍ରମରେ ଆସନ୍ତା ୧୧ ତାରିଖରେ ଜିଲା କଂଗ୍ରେସ ପକ୍ଷରୁ ଢେଙ୍କାନାଳରେ ଆନ୍ଦୋଳନ କରାଯିବ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳସ୍ତରରୁ ଦଳକୁ ସଙ୍ଗଠିତ କରାଯାଉଛି। ୪ ମାସ ମଧ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା ଚୂଡ଼ାନ୍ତ ହେବ। ବୁଥ୍‌ ତାଲିକା ପ୍ରସ୍ତୁତ କରିବାକୁ ଜିଲା ପଦାଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ।
ଖବରଦାତା ସମ୍ମିଳନୀରେ ଜିଲା ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେର, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, କାର୍ଯ୍ୟକାରୀ ସଭାପତି ସରୋଜ ପଟ୍ଟନାୟକ, ପ୍ରବାଳକାନ୍ତି ସାହୁ, ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ର, ପ୍ରକାଶ କୁଅଁର, ଏଆଇସିସି ସଭ୍ୟା ସୁବାସିନୀ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

 ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର,   ସମ୍ମାନର ସହ ନାକଚ କରୁଛି: ତଥାଗତ

ଏମ୍‌ପିଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର, ସମ୍ମାନର ସହ ନାକଚ କରୁଛି: ତଥାଗତ

ପାଲଲହଡା,୧୮।୨(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ନୋ-ଏଣ୍ଟ୍ରି ଛକଠାରେ ଆଇଓସିଏଲ ପକ୍ଷରୁ ନିର୍ମିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ସ୍ଥାନୀୟ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ପେଟ୍ରୋଲିୟମ୍‌ ମନ୍ତ୍ରୀ ପ୍ରଧାନ   ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କୁ କଟାକ୍ଷ କରିଥିଲେ। 

ଧାନର ଅଭାବୀ ବିକ୍ରି ଚିନ୍ତା  ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ଧାନର ଅଭାବୀ ବିକ୍ରି ଚିନ୍ତା ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର କୋ-ଅପରେଟିଭ୍‌ ସୋସାଇଟିର ସମ୍ପାଦକ ଏବଂ ସଭାପତି ଧାନର ଅଭାବୀ ବିକ୍ରି ନେଇ ସୋମବାର ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ବୌଦ୍ଧ,୧୮।୨(ସ୍ବ.ପ୍ର): କାଳିଆ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟରେ ଜଣେ ହେଲେ ଯୋଗ୍ୟ ଚାଷୀ ଯେପରି ବଞ୍ଚତ୍ତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ   ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର

ବେଲପାହାଡ଼,୧୮ା୨(ଡ଼ି.ଏନ୍‌.ଏ.): ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ା ଏଥିପାଇଁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରାଞ୍ଚଳସ୍ଥିତ ନୋଡ଼ାଲ କେନ୍ଦ୍ର ଗିରିଧରଲାଲ ଉଚ୍ଚ ବିଦ୍ୟାଳୟକୁ ପ୍ରଶ୍ନପତ୍ର ପହଞ୍ଚତ୍ ସାରିଛି ା ପ୍ରଶ୍ନପତ୍ରଗୁଡିକ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ା

ଜାତୀୟସ୍ତରକୁ ମନୋନୀତ କମଲଙ୍କ ପ୍ରକଳ୍ପ:  ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌

ଜାତୀୟସ୍ତରକୁ ମନୋନୀତ କମଲଙ୍କ ପ୍ରକଳ୍ପ: ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌

ତିହିଡ଼ି, ୧୮।୨(ଡି.ଏନ.ଏ.) - ପେଟ୍ରୋଲ ପରିବର୍ତ୍ତେ ହାଇଡ୍ରୋଜେନରେ ଚାଲିବ କାର୍‌। ଏଭଳି ଏକ ପ୍ରକଳ୍ପ କରି ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ସାଲପୁର ଗ୍ରାମର ଛାତ୍ର କମଲ କିଶୋର ମାଝୀ।

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ଡମ୍ଫର ମାଲିକ ସଂଘ ପକ୍ଷରୁ ସହାୟତା

ପାରାଦୀପ,୧୮।୨(ସ୍ବ.ପ୍ର.):  ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା  ଯବାନଙ୍କ ଉଦ୍ଦେଶ୍ୟରେ ପାରାଦୀପ ଡମ୍ଫର ମାଲିକ ସଂଘ ପକ୍ଷରୁ ସୋମବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

୫ ଦଫା ଦାବିରେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

୫ ଦଫା ଦାବିରେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପୁରୁଷୋତ୍ତମପୁର,୧୮।୨(ଡି.ଏନ୍‌.ଏ.): ୫ ଦଫା ଦାବିରେ ଗଞ୍ଜାମ ଜିଲା   ପୁରୁଷୋତ୍ତମପୁର ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଅବସରପ୍ରାପ୍ତ କର୍ମଚାରୀମାନେ  ଧାରଣା ଦେଇଛନ୍ତି। 

ସର୍ବଭାରତୀୟ ବାଣିଜ୍ୟ ସଂଗଠନର ବନ୍ଦ ଡାକରା: ମୁନିଗୁଡ଼ାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାଇକ୍‌ ରାଲି

ସର୍ବଭାରତୀୟ ବାଣିଜ୍ୟ ସଂଗଠନର ବନ୍ଦ ଡାକରା: ମୁନିଗୁଡ଼ାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାଇକ୍‌ ରାଲି

ମୁନିଗୁଡ଼ା,୧୮।୨(ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ପଟ୍ଟାମୁଣ୍ତାଇ,୧୮।୨(ସ୍ବ.ପ୍ର.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍‌ ନୀରବ ପ୍ରାର୍ଥନା

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍‌ ନୀରବ ପ୍ରାର୍ଥନା

ଜି. ଉଦୟଗିରି,୧୮।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା  ଜି. ଉଦୟଗିରି ସହରର ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ଜମ୍ମୁ-କଶ୍ମୀର ପୁୁଲୱାମାଠାରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋମବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। 

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

 ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ଖୋର୍ଦ୍ଧା ଅଫିସ,୧୮।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ବ୍ୟବସାୟ ପ୍ରତିଷ୍ଠାନ ସୋମବାର ବନ୍ଦ ରହଛି।