ଜୀବନଚର୍ଯ୍ୟା |

ଶାଢ଼ି ପିନ୍ଧୁଥିଲେ...

ଶାଢ଼ି ପିନ୍ଧୁଥିଲେ...
ଶାଢ଼ିକୁ ସଜାଡ଼ି ପିନ୍ଧି ଜାଣିଲେ ଏହା ପ୍ରତ୍ୟେକ ନାରୀଙ୍କୁ ଖୁବ୍‌ ସୁନ୍ଦର ମାନିଥାଏ। ତେଣୁ ଶାଢ଼ି ପିନ୍ଧିବା ବେଳେ କେଉଁ କଥା ପ୍ରତି ନଜର ଦେଲେ ଆପଣ ଅଧିକ ସୁନ୍ଦର ଲାଗିବେ ଜାଣିରଖନ୍ତୁ ଟିପ୍ସ...

ଯଦି ଆପଣ ଖୁବ୍‌ ଡେଙ୍ଗା ଏବଂ ପତଳା ତେବେ ଅନ୍ୟ ଶାଢ଼ି ତୁଳନାରେ ହେଭି ବର୍ଡର ଥିବା ବଡ଼ ବୋଲ୍ଡ ପ୍ରିଣ୍ଟ ଥିବା ଶାଢ଼ି ଚୟନ କରନ୍ତୁ, ଏହା ଆପଣଙ୍କୁ ସୁନ୍ଦର ମାନିବ। କିନ୍ତୁ ଡେଙ୍ଗା ହୋଇଥିଲେ ହେଁ ଯଦି ଆପଣ ମୋଟା ତେବେ ଏପରି ଶାଢ଼ି ନ ବାଛି ଜର୍ଜେଟ, ସିଫନ୍‌, ନେଟ୍‌ ଶାଢ଼ି ଭଳି ପତଳା ଏବଂ ହାଲୁକା ଶାଢ଼ି ପିନ୍ଧନ୍ତୁ ।

ଯଦି ଆପଣଙ୍କୁ ଲାଇଟ୍‌ କଲର ଶାଢ଼ିରେ ହେଭି ଏମ୍ବ୍ରୋଏଡରି କାମ ଥିବା ଶାଢ଼ି ପସନ୍ଦ ତେବେ ଜାଣିରଖନ୍ତୁ ପତଳା ବା ସ୍ଲିମ୍‌ ଫିଗରକୁ ଏହା ଭଲ ମାନିଥାଏ। ସେହିପରି  ଆପଣ ପତଳା ହୋଇଥିଲେ ପାଟ, ମଠା, କଟନ୍‌, ଅର୍ଗାଞ୍ଜା ବାଛନ୍ତୁ, ଆକର୍ଷଣୀୟ ଲାଗିବେ। 

ମୋଟା ହୋଇଥିବାରୁ କେଉଁଭଳି ଶାଢ଼ି ଆପଣଙ୍କୁ ମାନିବ ବୋଲି ଚିନ୍ତା କରୁଛନ୍ତି ତେବେ ଡାର୍କ କଲରର ସିଫନ୍‌, ସିଲ୍କ ଭଳି ଶାଢ଼ି ସହ ଫୁଲ୍‌ସ୍ଲିଭ୍‌ ଲଙ୍ଗ୍‌ ବ୍ଲାଉଜ୍‌ ବାଛନ୍ତୁ। ମନେରଖନ୍ତୁ, କଟନ କିମ୍ବା ଅନ୍ୟ ହେଭି ଶାଢ଼ି ଆଦୌ ବାଛନ୍ତୁ ନାହିଁ । ଆବଶ୍ୟକରୁ ଅଧିକ ମୋଟା ଲାଗିବେ।

ଅନେକଙ୍କର ଶରୀରର ଉପରଭାଗ ତୁଳନାରେ ତଳଭାଗ ସାଧାରଣତଃ ମୋଟା ଥାଏ। ତେଣୁ ଆପଣଙ୍କ ଫିଗର ଏପରି ହୋଇଥିଲେ ହେଭି ଶାଢ଼ି ନ ବାଛି ଜର୍ଜେଟ, ସିଫନ୍‌ କିମ୍ବା ବର୍ଡର ଓ୍ବାର୍କ, ଏମ୍ବ୍ରୋଏଡରି ଓ୍ବାର୍କ ଥିବା ପ୍ଲେନ୍‌ ଶାଢ଼ି ପିନ୍ଧନ୍ତୁ, ସୁନ୍ଦର ଲାଗିବେ। ମନେରଖନ୍ତୁ, ଯଦି ଆପଣଙ୍କର କେବଳ ଶରୀରର ମଧ୍ୟଭାଗ ଅର୍ଥାତ୍‌ ପେଟ, ଅଣ୍ଟା ଆଦି ଅପେକ୍ଷାକୃତ ମୋଟା ତେବେ ନେଟ୍‌ କିମ୍ବା ପତଳା ସିଫନ୍‌ ଭଳି ଶାଢ଼ି ନ ପିନ୍ଧି ପାଟ ଏବଂ ଅନ୍ୟ ହେଭି ଶାଢ଼ି ବିଶେଷକରି ଏମ୍ବ୍ରୋଏଡରି ଓ୍ବାର୍କ ଥିବା ଶାଢ଼ି ବାଛନ୍ତୁ, ଭଲ ମାନିବ। 
All Right Reserved By

ଜୀବନଚର୍ଯ୍ୟା |

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ଶରୀର ପାଇଁ ବିଶ୍ରାମ ନିହାତି ଆବଶ୍ୟକ। ଅତିବେଶିରେ ରାତିରେ ୬-୭ ଘଣ୍ଟା ବିଶ୍ରାମ ନେବା ଶରୀର ପାଇଁ ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହାସହ ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ବ୍ୟକ୍ତିଙ୍କଠାରେ ଶାରୀରିକ ସମସ୍ୟା ଖୁବ୍‌କମ ଦେଖାଯାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।

ଏପରି ପିଅନ୍ତୁନି ପାଣି

ଏପରି ପିଅନ୍ତୁନି ପାଣି

ପାଣି ମଣିଷ ଶରୀର ପାଇଁ ଅତି  ଜରୁରୀ । ଶରୀରରେ ପାଣିର ପରିମାଣ ଠିକ୍‌ ନ ରହିଲେ ସ୍ବାସ୍ଥ୍ୟକ୍ଷେତ୍ରରେ ସୃଷ୍ଟି ହୋଇଥାଏ ନାନା ସମସ୍ୟା।

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଆଜିକାଲି ସମୟରେ ମୋବାଇଲ୍‌ ଫୋନ୍‌ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ଅବିଚ୍ଛେଦିୟ ଅଙ୍ଗ ପାଲଟିଛି କହିଲେ ଚଳେ। ଫୋନ୍‌ଠାରୁ ଗୋଟେ ମୁହୁର୍ତ୍ତ ଅଲଗା ହେବା କଷ୍ଟକର ବ୍ୟାପାର। ଯେକୌଣସି କାମ କରୁଥାଉ ନା କାହିଁକି, ଫୋନ୍‌କୁ ସାଙ୍ଗରେ ନେଇକରି ଯିବା ଅନେକଙ୍କ ପସନ୍ଦ। ଅନେକ ଲୋକ  ଫୋନ୍‌କୁ ଟୟଲେଟ ବା ଶୌଚାଳୟକୁ ନେଇ ଯାଇଥାନ୍ତି। 

ଖାଇବା ସମୟରେ ପାଣି ପିଇବା ହିତକର

ଖାଇବା ସମୟରେ ପାଣି ପିଇବା ହିତକର

ଅନେକ କୁହନ୍ତି ଖାଇବା ସମୟରେ ପାଣି ପିଇବା ଅନୁଚିତ। ଏହାଦ୍ୱାରା ସ୍ବାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ମାତ୍ର ଏହା ଭୁଲ। ଖାଇବା ମଝିରେ ମଝିରେ ପାଣି ପିଇବା ଲାଭଦାୟକ। ଏହାଦ୍ୱାରା ଖାଦ୍ୟ ଶିଘ୍ର ହଜମ ହୋଇଥାଏ। ତେଣୁ ଖାଇବା ସମୟରେ ପାଣି ପିଇବା ଦରକାର। ଏହା ଶରୀରକୁ ସତେଜ ମଧ୍ୟ ରଖିଥାଏ। 

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି  ସହଜ ଉପାୟ

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି ସହଜ ଉପାୟ

ପରିବର୍ତ୍ତିତ ଜୀବନଶ୍ରେଳୀରେ ଏବେ ପ୍ରାୟତଃ କେତେକ ମହିଳାଙ୍କଠାରେ ବନ୍ଧ୍ୟାଦୋଷ ଦେଖାଯାଉଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। 

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ମଣିଷ ତଥାକଥିତ ପ୍ରଗତି ପଛରେ ଅନ୍ଧ ଭାବେ ଧାଇଁବା ଏବଂ ଯନ୍ତ୍ର ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେବାର ପରିଣାମ ସ୍ବରୂପ ବଢ଼ିଚାଲିଥିବା ସବୁଜଗୃହ ବାଷ୍ପର ନିର୍ଗମନ ହେତୁ ଘଟୁଥିବା ଜାଗତିକ ଉଷ୍ମତା ବୃଦ୍ଧିର ଭୌତିକ ଜଗତ ଉପରେ ପଡୁଛି ଅତି ବ୍ୟାପକ ପ୍ରଭାବ।

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

”ଜ୍ୱର, ଶରୀରରେ ତାପମାତ୍ରା ବୃଦ୍ଧି, ମୁଣ୍ଡ ବିନ୍ଧା, ଆଖି ପଛପଟ ବ୍ୟଥା, ବାନ୍ତି ଲାଗିବା, ଗଣ୍ଠି ବ୍ୟଥା, ମାଂସପେଶୀ ବ୍ୟଥା, ଶରୀରରେ ଲାଲ ଲାଲ ଚକଡା ଦେଖାଦେବା, ଦୁର୍ବଳ ଲାଗିବା, ପାଦ ତଳ ଭାଗ କୁଣ୍ଡାଇ ହେବା ଆଦିକୁ ଡେଙ୍ଗୁର ଲକ୍ଷଣ ଭାବରେ ନିଆଯାଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ରକ୍ତରେ ପ୍ଲେଟଲେଟ୍‌ ପରିମାଣ ଏକଲକ୍ଷରୁ ୪.୫ ଲକ୍ଷ ଥିବା ବେଳେ ଏହା ୪-୫ ହଜାରକୁ କମି ଆସେ।  ରୋଗୀର ନାକ, ମୁହଁ, ତ୍ୱଚା, ପରିସ୍ରାଦ୍ୱାର ଦେଇ ରକ୍ତ କ୍ଷରଣ ହୋଇଥାଏ।’

ବୁଦ୍ଧିମତ୍ତାକୁ  ପ୍ରଭାବିତ କରେ  ଅତ୍ୟଧିକ ଧୂମପାନ

ବୁଦ୍ଧିମତ୍ତାକୁ ପ୍ରଭାବିତ କରେ ଅତ୍ୟଧିକ ଧୂମପାନ

ଧୂମପାନର କୁପ୍ରଭାବ ଶରୀର ଉପରେ ପଡୁଛି ବୋଲି ଜାଣି ମଧ୍ୟ ଅନେକେ ଏହାକୁ ଅଭ୍ୟାସରେ ପରିଣତ କରିଥାଆନ୍ତି। ପରବର୍ତ୍ତୀ ସମୟରେ ଏହା କବଳରୁ ମୁକୁଳିବା କଷ୍ଟକର ହୋଇଥାଏ। 

କିଡ୍‌ନୀ : କିଛି କଥା

କିଡ୍‌ନୀ : କିଛି କଥା

ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ କିଡ୍‌ନୀ ଅନ୍ୟତମ। ଏଥିରେ କିଛି ସମସ୍ୟା ଦେଖାଦେଲେ ତାହାକୁ ଅବହେଳା କରିବା ଉଚିତ ନୁହେଁ। ଶରୀର ଭିତରେ ପ୍ରବାହିତ ହେଉଥିବା ରକ୍ତକୁ କିଡ୍‌ନୀ ବିଶୋଧନ କରି ସେଥିରୁ ବିଷାକ୍ତ ତତ୍ତ୍ୱକୁ  ନିଷ୍କାସନ କରିଥାଏ। ତେବେ ଏଥିରେ କିଛି ସମସ୍ୟା ଦେଖାଦେଲେ ଜାଣିବେ କିପରି ? 

ବର୍ଷାଦିନେ ସକ୍ରିୟ ରହିବ ପାଚନକ୍ରିୟା

ବର୍ଷାଦିନେ ସକ୍ରିୟ ରହିବ ପାଚନକ୍ରିୟା

ସନ୍ତୁଳିତ ତଥା ପୋଷକତତ୍ତ୍ୱଯୁକ୍ତ ଖାଦ୍ୟ ଖାଆନ୍ତୁ।

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। ପ୍ରତିଦିନ ନୀଳଗିରି ତେଲ ମୁଣ୍ଡରେ ମାଲିସ କଲେ ବିନ୍ଧାରୁ ମିଳିଥାଏ ମୁକ୍ତି।

ପ୍ରଥମ ଥର ପାଇଁ ମା’ହୋଇଛନ୍ତି କି.. ଜାଣନ୍ତୁ କିପରି ନେବେ ପିଲାର ଯତ୍ନ

ପ୍ରଥମ ଥର ପାଇଁ ମା’ହୋଇଛନ୍ତି କି.. ଜାଣନ୍ତୁ କିପରି ନେବେ ପିଲାର ଯତ୍ନ

କୁହାଯାଏ ସନ୍ତାନ ଜନ୍ମ ପରେ ନାରୀଟିଏ ପୂର୍ଣ୍ଣତ୍ୱ ଲାଭ କରେ। ନାରୀକୁ ଯେତେବେଳେ ତା’ର ସନ୍ତାନ ମା’ ବୋଲି ଡ଼ାକିଥାଏ, ସେତେବେଳେ ସେ ସବୁଠୁ ବେଶି ଖୁସି ହୋଇଥାଏ। ମା’ ଡାକରେ ଅବ୍ୟକ୍ତ ଆନନ୍ଦ ଭରି ରହିଥାଏ। ତେବେ ମା’ ଡାକ ଶୁଣିବା ଯେତିକି ସହଜ ହୋଇଥାଏ ଶିଶୁଟିର ଯତ୍ନ ନେଇ ତାକୁ ବଡ଼ କରିବା କିନ୍ତୁ ଅନେକ କଷ୍ଟ ହୋଇଥାଏ। ଯେଉଁମାନେ ପ୍ରଥମ ଥର ପାଇଁ ମା’ ହୋଇଥାନ୍ତି ସେମାନେ ସନ୍ତାନର ଲାଳନପାଳନକୁ ନେଇ ସବୁଠୁ ବେଶି ଚିନ୍ତିତ ଥାନ୍ତି।