ଜୀବନଚର୍ଯ୍ୟା |

ଆପଣଙ୍କ ହୃତ୍‌ପିଣ୍ଡ କେତେ ସୁସ୍ଥ

ଆପଣଙ୍କ ହୃତ୍‌ପିଣ୍ଡ କେତେ ସୁସ୍ଥ
ଆପଣଙ୍କ ହୃତ୍‌ପିଣ୍ଡ ବେଶ୍‌ ସୁସ୍ଥ ଅଛି କି ନାହିଁ, ପରଖି ନେବାକୁ ଚାହୁଁଛନ୍ତି? ଏହା ପରଖି ନେବା ପାଇଁ ଆପଣଙ୍କୁ ନିମ୍ନରେ ଦିଆଯାଇଥିବା  ପ୍ରଶ୍ନଗୁଡିକର ଉତ୍ତର ଦେବାକୁ ପଡ଼ିବ । ତେବେ ଉତ୍ତର ଦେବାରେ ମିଥ୍ୟାର ଆଶ୍ରୟ ନେବେ ନାହିଁ । ଆପଣଙ୍କ ଅଭିଜ୍ଞତାର ସବୁଠାରୁ ବେଶି ପାଖାପାଖି ହୋଇଥିବା ଉତ୍ତରକୁ ନିର୍ବାଚନ କରିବେ ।  
ପଣଙ୍କ ହୃତ୍‌ପିଣ୍ଡ ବେଶ୍‌ ସୁସ୍ଥ ଅଛି କି ନାହିଁ, ପରଖି ନେବାକୁ ଚାହୁଁଛନ୍ତି? ଏହି ପରଖି ନେବା ପାଇଁ ଆପଣଙ୍କୁ ନିମ୍ନରେ ଦିଆଯାଇଥିବା  ପ୍ରଶ୍ନଗୁଡିକର ଉତ୍ତର ଦେବାକୁ ପଡ଼ିବ। ତେବେ ଉତ୍ତର ଦେବାରେ ମିଥ୍ୟାର ଆଶ୍ରୟ ନେବେ ନାହିଁ। ଆପଣଙ୍କ ଅଭିଜ୍ଞତାର ସବୁଠାରୁ ବେଶି ପାଖାପାଖି ହୋଇଥିବା ଉତ୍ତରକୁ ନିର୍ବାଚନ କରିବେ। ମନେରଖିବେ ଯେ, ଏହି ପରୀକ୍ଷାଟିରେ ପାସ୍‌ କି ଫେଲ୍‌ର ପ୍ରଶ୍ନ ନାହିଁ। ଆପଣ ପରୀକ୍ଷା ଦେଉଛନ୍ତି କେବଳ ନିଜ ପାଇଁ, ପୁଣି ନିଜ ଇଚ୍ଛାରେ।
ଆପଣ କେତେ ଧୂମପାନ କରିଥାନ୍ତି
-ମୁଁ ଆଦୌ ଧୂମପାନ କରେନି।
-ମୁଁ ଦିନକୁ ୨୦ ଖଣ୍ଡରୁ ବେଶି କି ୨୦ ଖଣ୍ଡ ପାଖାପାଖି ସିଗାରେଟ୍‌/ବିଡ଼ି ଟାଣିଥାଏ। ଯେତେ ଚେଷ୍ଟା କଲେ ବି ଧୂମପାନ ଛାଡିପାରୁନି।
-ଧୂମପାନ କରୁଥିଲି, କିନ୍ତୁ ଏକ ବର୍ଷରୁ ଊର୍ଦ୍ଧ୍ୱହେବ, ତାହା ଛାଡ଼ିସାରିଲିଣି।
-ଛାଡ଼ିଦେବା ପାଇଁ ଚେଷ୍ଟା କରିଛି, ତଥାପି କେତେବେଳେ କେମିତି ଧୂମପାନ କରିଥାଏ। 
ନିଜ ମାନସିକ ଚାପର ସ୍ତର ବା ଷ୍ଟ୍ରେସ୍‌ ଲେଭଲ୍‌
-ମୁଁ ସବୁଥିରେ ଟିକିଏ ଉତ୍କଣ୍ଠିତ ହୋଇପଡ଼େ। କିନ୍ତୁ ମନର ଉଦ୍‌ବେଗ ବିଷୟକୁ ପରିବାର କିମ୍ବା ବନ୍ଧୁମାନଙ୍କ ନିକଟରେ ପ୍ରକାଶ କରିଦିଏ।
-ମୁଁ ଜାଣିନେଇ ସାରିଲିଣି ଯେ ସବୁକିଛି ମୁଁ ନିୟନ୍ତ୍ରଣ କରିପାରିବିନି। ତେଣୁ ପରିସ୍ଥିତିକୁ ଚାହିଁ କାମ ଚଳେଇ ନେଉଛି। 
-ଟିକିଏ ଟିକିଏ କଥାରେ ମୁଁ ଚାପଗ୍ରସ୍ତ ହୋଇପଡ଼େ ଓ ରାଗିଯାଏ।
-ମୁଁ ସର୍ବଦା ଚାପଗ୍ରସ୍ତ ରହିଛି, ମୋ ପାଖରେ ଏହାର କୌଣସି ପ୍ରତିକାର ନାହିଁ। 
ଆପଣଙ୍କ ରକ୍ତରେ କୋଲେଷ୍ଟରଲ୍‌ର ମାତ୍ରା ଜାଣନ୍ତି
-କୋଲେଷ୍ଟରଲ୍‌ ସମ୍ପର୍କରେ ମୋର କୌଣସି ଆଗ୍ରହ ନାହିଁ(କିମ୍ବା ମୁଁ ଜାଣିଛି ଯେ ମୋ ରକ୍ତରେ କୋଲେଷ୍ଟରଲ୍‌ର ମାତ୍ରା ଅଧିକ। ମାତ୍ର ମୁଁ ଏଥିରେ ବିଶେଷ ମୁଣ୍ଡ ଖେଳେଇ ନ ଥାଏ।)
-ମୁଁ ମୋ ରକ୍ତରେ କୋଲେଷ୍ଟରଲ୍‌ର ପରୀକ୍ଷା କରେଇଥିଲି। ଏହା ପ୍ରାୟତଃ ଭଲ ରହିଥିଲା। ତଥାପି ଏଥିରେ ଅଧିକ ଉନ୍ନତି ଅଣାଯାଇପାରିବ।
-ହଁ। ମୁଁ ଜାଣେ ଯେ ମୋ ରକ୍ତରେ ମୋଟ କୋଲେଷ୍ଟରଲ୍‌ (ଟୋଟାଲ୍‌ କୋଲେଷ୍ଟରଲ୍‌) ର ମାତ୍ରା ଅନୁମୋଦିତ ସ୍ତରରେ ରହିଛି।
-କୋଲେଷ୍ଟରଲ୍‌ ପରୀକ୍ଷା କରେଇ ନେବାପାଇଁ ମୁଁ ମନସ୍ଥ କରିଛି। 
ଆପଣଙ୍କ ନିଦ କେମିତି
-ମୋତେ ଭଲ ନିଦ ହୁଏନି। ତେଣୁ ସମ୍ଭବ ହେଲେ ସକାଳେ ଡେରି ପର୍ଯ୍ୟନ୍ତ ଶୋଇଥାଏ।
-ମୋ ନିଦରେ କିଛି ଠିକ୍‌ ଠିକଣା ନ ଥାଏ। କିନ୍ତୁ ମୁଁ ପ୍ରାୟତଃ ଅନୁଭବ କରିଥାଏ ଯେ ମୋର ଯଥେଷ୍ଟ ନିଦ ହେଉଛି। 
-ପ୍ରତ୍ୟେକ ରାତ୍ରିରେ ମୋର ସୁନିଦ୍ରା ହୋଇଥାଏ ଏବଂ ବେଶ୍‌ ଆରାମ୍‌ ଅନୁଭବ କରି ଶଯ୍ୟାତ୍ୟାଗ କରିଥାଏ। 
-ନିଦ ହେବା ମୋ ପାଇଁ ବଡ଼ କଷ୍ଟ। ରାତିରେ ବି ବାରମ୍ବାର ନିଦ ଭାଙ୍ଗିଯାଏ। ତେଣୁ ସକାଳେ ଶଯ୍ୟାତ୍ୟାଗ କରିବାରେ ବଡ଼ ଅସ୍ବସ୍ତି ଲାଗେ।
ଆପଣ କେତେ ପରିମାଣରେ ସାଚୁରେଟଡ୍‌ ଫ୍ୟାଟ୍‌ ଖାଇଥାନ୍ତି
- ମଁୁ ସରକଢ଼ା କ୍ଷୀର, ସରକଢ଼ା କ୍ଷୀରରୁ ପ୍ରସ୍ତୁତ ଦହି, ଛେନା, ଯଥେଷ୍ଟ ପରିମାଣରର ମାଛ, କାଜୁ, ଆଲମଣ୍ଡ, ଅଖରୋଟ ଏବଂ ସୋରିଷ ତେଲ ଓ ସୋୟାବିନ୍‌ ତେଲରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଥାଏ। ତେଲରେ ଛଣାଛଣି ଓ ଭଜାଭଜି ଖାଦ୍ୟ ଏବଂ ମାଂସର ଚର୍ବିରୁ ଯଥା ସମ୍ଭବ ଦୂରେଇ ରହେ।
 - ମଁୁ ପ୍ରାୟତଃ ମାଂସ ଓ ଛେନା ଖାଇଥାଏ, କିନ୍ତୁ ସବୁଦିନେ ନ ଖାଇବା ପାଇଁ ଚେଷ୍ଟା କରିଥାଏ।
- ଖାଇବାକୁ ମଁୁ ଏତେ ଭଲପାଇଥାଏ ଯେ ଫ୍ୟାଟ୍‌ କଥା ମୁଣ୍ଡକୁ ନିଏନି।
- ଅଳ୍ପ ଟିକିଏ ଛେନା ଖାଏ। ସୋରିଷ ତେଲ ଖାଏ। କଦବା କେମିତି ଅଲିଭ ତେଲ ଖାଇଥାଏ। ସପ୍ତାହରେ ଥରେ କି ଦୁଇଥର ମାଂସ ଓ ଅନ୍ତତଃ ଥରେ ମାଛ ଖାଇଥାଏ।
ହସାହସି, ଥଟ୍ଟାମଜା, ରସିକତା କରିବା ଇତ୍ୟାଦି କେମିତି
- ମୋ’ ପକ୍ଷେ ଏ ସବୁ ବଡ଼ କଷ୍ଟ। କିନ୍ତୁ ସପ୍ତାହରେ ଅନ୍ତତଃ ଥରେ କୌତୁକ, ହସାହସି ଓ ମଉଜ ମଜଲିସ କରିଥାଏ।
- ଏସବୁ କରିବା ପାଇଁ ମୋତେ ଭଲ ଲାଗେ ଓ ସବୁଦିନେ ଏହା ଉପଭୋଗ କରିଥାଏ।
- ନିଜ ପାଇଁ ଉପଭୋଗୀ ହେବା ଭଳି କିଛି କରିବା ନିମନ୍ତେ ମୋ ପାଖରେ ବିଶେଷ ସମୟ ନ ଥାଏ। କିନ୍ତୁ ମଁୁ ଜାଣେ ଯେ ମୋର ଏହା କରିବା ଉଚିତ।
- ନିଜକୁ ଉପଭୋଗ୍ୟ ହେବା ଭଳି କାମ ମଁୁ କେବେ କରିଥିଲି, ତାହା ମଁୁ ମନେ ପକାଇପାରୁନି।
ଆପଣଙ୍କ ବ୍ଲଡ ପ୍ରେସର୍‌ କେତେ
- ହଁ, ଏହା ଅନୁମୋଦିତ ସ୍ତର-୧୨୦/୮୦ (mm of Hg)ରେ ରହିଛି।
-ହଁ, ଏହା ବେଶ୍‌ ବଢ଼ି ଯାଇଛି। କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ମଁୁ ପରାମର୍ଶ ନେଉଛି।
-ମୋ’ର ରକ୍ତଚାପ ଅଧିକ। ଡାକ୍ତର ମୋତେ ଔଷଧ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି। କିନ୍ତୁ ମୁଁ ପ୍ରାୟତଃ ତାହା ଖାଇ ନ ଥାଏ।
- ନା, ମଁୁ ଜାଣିନି। ମଁୁ ଜାଣେ ଯେ ମୋର ରକ୍ତଚାପ ପରୀକ୍ଷା କରେଇନେବା ଉଚିତ। ତେବେ ତୁରନ୍ତ ପରୀକ୍ଷା କରେଇନେବାକୁ କୌଣସି ଯୋଜନା ନାହିଁ।
 ଆପଣଙ୍କ ଅଣ୍ଟାର ଗୋଲେଇ 
- ଆପଣଙ୍କ ଅଣ୍ଟାର ଗୋଲେଇ ୮୦ ସେଣ୍ଟିମିଟର ( ୩୧.୫ ଇଞ୍ଚ)ରୁ ଅଧିକ କି (ମହିଳା ହୋଇଥିଲେ) ଏବଂ ୯୪ସେଣ୍ଟିମିଟର ( ୩୭ ଇଞ୍ଚ)ରୁ   ଅଧିକ  କି (ପୁରୁଷ ହୋଇଥିଲେ)।
- ହଁ , ଏହାଠାରୁ ବି ଯଥେଷ୍ଟ ଅଧିକ। ତେବେ ବ୍ୟାୟାମ  କରିବା କି ଜିମ୍‌ ଯିବା ପାଇଁ ଯୋଜନା କରୁଛି।
-ହଁ । ପୁରୁଣା ପୋଷାକପତ୍ରକୁ ଏବେ ଆଉ ପିନ୍ଧିପାରୁନି। କିନ୍ତୁ ମୋର ଏଇ ବୟସରେ ଖାଦ୍ୟ କଟକଣାରେ ରହିବା ବା ଡାଏଟିଂ କରିବାର ପ୍ରଶ୍ନ ହିଁ ଉଠୁନାହିଁ।
-ନା, ତଥାପି ମଁୁ ଏହା ଉପରେ କଡ଼ା ନିଘା ରଖିଛି।
-ହଁ , ଟିକିଏ ଅଧିକା ଅଛି। କିନ୍ତୁ ଏହାକୁ  କମେଇବାପାଇଁ ମଁୁ ପଦକ୍ଷେପ ନେଇ ସାରିଲିଣି।
ଆପଣ ବେଶି ଫଳ ଓ ପନିପରିବା ଖାଇଥାନ୍ତି କି
- ଅଧିକାଂଶ ଦିନରେ ଫଳ ଓ ପନିପରିବାକୁ ଅନ୍ତତଃ ପାଞ୍ଚଥର ଖାଇବା ନିମନ୍ତେ ମଁୁ ଚେଷ୍ଟା କରିଥାଏ। ହେଲେ ସବୁବେଳେ ଏହା ସମ୍ଭବ ହୋଇପାରେନି।
-କିଛି ଫଳ ଓ ପନିପରିବା ଖାଇଥାଏ, କିନ୍ତୁ ସବୁଦିନେ ନୁହେଁ।
-ହଁ, ଫଳ ଓ ପନିପରିବା ଖାଇବା ପାଇଁ ମଁୁ ଭଲପାଏ ଏବଂ ଦିନରେ ଅନ୍ତତଃ ପାଞ୍ଚଥର ଏହା ଖାଇଥାଏ।
- ନା, ମୁଁ ବିଶେଷ ଫଳ ଓ ପନିପରିବା ଖାଇ ନ ଥାଏ। ଏହା ବି ମୋତେ ମିଳିପାରିବା କଷ୍ଟ। ତେବେ ମୋର ଏବକର ସ୍ବାସ୍ଥ୍ୟ ଯାହା, ବେଶି ଫଳ ଓ ପନିପରିବା ଖାଇଲେ ବିଶେଷ କିଛି ଫରକ ପଡ଼ିବ ବୋଲି ମଁୁ ନିଶ୍ଚିତ ନୁହେଁ।
(କ୍ରମଶଃ...)
ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,  ପ୍ଲଟ ନଂ- ୧୧୩୧, ଅଭିନବ ବିଡ଼ାନାସୀ, କଟକ, ମୋ: ୯୪୩୭୭୬୬୧୧୭

All Right Reserved By

ଜୀବନଚର୍ଯ୍ୟା |

ଶୀତଦିନେ ସ୍ମାର୍ଟଲୁକ୍‌ ପାଇଁ କିଛି ଶୀତ ପୋଷାକ

ଶୀତଦିନେ ସ୍ମାର୍ଟଲୁକ୍‌ ପାଇଁ କିଛି ଶୀତ ପୋଷାକ

ଶୀତଋତୁରେ ଥଣ୍ଡାର ପ୍ରକୋପ ବଢ଼ିଥାଏ। ତ୍ୱଚା ଅଧିକ ଶୁଷ୍କ ହୋଇଯାଏ। ତେବେ ଏହି ଦିନରେ ଆକର୍ଷଣ ଓ ସ୍ମାର୍ଟ ଦେଖାଯିବା ପାଇଁ  ଅନେକ ପୋଷାକ ବ୍ୟବହାର କରିଥାଉ।  ତେବେ ଜାଣନ୍ତୁ ଥଣ୍ଡାଦିନେ ସ୍ମାର୍ଟ ଦେଖାଯିବା ପାଇଁ କିଛି ଥଣ୍ଡା ପୋଷାକର ବ୍ୟବହାର।

କାଜୁ ପନିର

କାଜୁ ପନିର

ଆବଶ୍ୟକ ସାମଗ୍ରୀ:ପନିର ୨୦୦ଗ୍ରାମ୍‌, ଅଧା ଛୋଟ ଗିନା କାଜୁ ପେଷ୍ଟ, ଦୁଇଟି ପିଆଜ(ମୋଟା ଆକାରରେ କଟା ହୋଇଥିବ),ଏକ ଛୋଟ ଚାମଚ ଅଦା ଓ କଞ୍ଚାଲଙ୍କା ପେଷ୍ଟ, ଅଧା ଛୋଟ ଚାମଚ ରସୁଣ ପେଷ୍ଟ,ଏକ ବଡ଼ ଚାମଚ ଟମାଟୋ ପ୍ୟୁରି, ଏକ ଛୋଟ ଚାମଚ ହଳଦୀ,ଏକ ଛୋଟ ଚାମଚ ଧନିଆ ପାଉଡର, ଏକ ଛୋଟ କାଶ୍ମୀରୀ ମିର୍ଚ୍ଚ ପାଉଡର, ଏକ ବଡ଼ ଚାମଚ କ୍ରିମ୍‌,ଏକ ଛୋଟ ଚାମଚ ଜିରା, ଏକ ଛୋଟ ଚାମଚ ଗରମମସଲା, ଲୁଣ ସ୍ବାଦ ଅନୁସାରେ,ଏକ ଛୋଟ ଚାମଚ ଧନିଆପତ୍ର, ଭଜା ହୋଇଥିବା କାଜୁ ୫-୬ଟି।  

ଗୃହିଣୀଙ୍କ ପାଇଁ ଟିପ୍ସ

ଗୃହିଣୀଙ୍କ ପାଇଁ ଟିପ୍ସ

ରୋଷେଇ କରିବା ସମୟରେ ଯଦି ତରକାରୀ ପୋଡିଯାଇଛି ତେବେ ସେଥିରେ ଅଳ୍ପ ମାତ୍ରାରେ ଦହି ମିଶାଇ ଦିଅନ୍ତୁ। ଏହାଦ୍ୱାରା ପୋଡା ଗନ୍ଧ ଦୂର ହୋଇଯିବ। 

ବିନା ଖର୍ଚ୍ଚରେ କରନ୍ତୁ ନେଲ୍‌ଆର୍ଟ ଡଟିଂ

ବିନା ଖର୍ଚ୍ଚରେ କରନ୍ତୁ ନେଲ୍‌ଆର୍ଟ ଡଟିଂ

ଆଜିର ସମୟରେ କିଏ ନ ଚାହେଁ ଫ୍ୟାଶନ ସହ ଆଗକୁ ବଢ଼ିବା ପାଇଁ। ଖାସ୍‌କରି ମହିଳାମାନେ ଫ୍ୟାଶନ ଦେଖାଯିବାକୁ ହେଲେ କେତେ ଉପାୟ ଆପଣାଇଥାନ୍ତି। ସେଥିମଧ୍ୟରୁ ନେଲ୍‌ଆର୍ଟ ଡଟିଂ ଗୋଟିଏ। ଏଥିରେ ନଖଗୁଡିକୁ ଡିଜାଇନ୍‌ ସହ ତାକୁ ଆକର୍ଷକ ମଧ୍ୟ କରାଯାଇଥାଏ। ଏଥିପାଇଁ ମହିଳାମାନେ ସାଧାରଣତଃ ପାର୍ଲର ଯାଇଥାନ୍ତି କିମ୍ବା ଦାମୀ ଟୁଲ୍ସ କିଣିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଟୁଲ୍ସ ବିଷୟରେ ସୂଚନା ଦେବୁ, ଯାହା ଆପଣଙ୍କୁ ସହଜରେ ଘରେ ମିଳିଯିବ। ଆପଣ ଘରେ ଥାଇ ମଧ୍ୟ ନେଲ୍‌ଆର୍ଟ ଡଟିଂ କରିପାରିବେ। ଆସନ୍ତୁ ଜାଣିବା ଏହି ଟୁଲ୍ସ ବିଷୟରେ..

ଛୋଟପିଲାଙ୍କ ଡ୍ରେସ୍‌  କିଣିବା ସମୟରେ...

ଛୋଟପିଲାଙ୍କ ଡ୍ରେସ୍‌ କିଣିବା ସମୟରେ...

ଛୋଟ ପିଲାଙ୍କ ଡ୍ରେସ କିଣିବା ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି। 


ଡ୍ରାଏ ସ୍କିନ୍‌ର ଘରୋଇ ଉପଚାର

ଡ୍ରାଏ ସ୍କିନ୍‌ର ଘରୋଇ ଉପଚାର

ଏବେ ଶୀତଦିନ । ଏହି ଋତୁରେ ଶରୀର ଏବଂ ତ୍ୱଚା ଶୁଖିଲା ଶୁଖିଲା ଲାଗିଥାଏ। ତ୍ୱଚାରୁ ଡ୍ରାଏନେସ୍‌ ଦୂର କରିବାକୁ ହେଲେ ମଶ୍ଚରାଇଜର ଏବଂ ଲୋଶନ ଅଧିକ ସମୟ ପର୍ଯ୍ୟନ୍ତ ରହି ନ ଥାଏ। ଏଥିପାଇଁ ଘରୋଇ ଉପଚାର ଆପଣାନ୍ତୁ, ଯାହା ଆପଣଙ୍କୁ ଡ୍ରାଏ ସ୍କିନ୍‌ରୁ ମୁକ୍ତି ଦେବ। ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର ସମ୍ପର୍କରେ...

ଶୀତଦିନେ ତ୍ୱଚାର ଘରୋଇ ଉପଚାର

ଶୀତଦିନେ ତ୍ୱଚାର ଘରୋଇ ଉପଚାର

ସାଧାରଣତଃ ଶୀତଦିନେ ତ୍ୱଚା ରୁକ୍ଷ ଲାଗିଥାଏ। ତ୍ୱଚାର ଚମକ ନଷ୍ଟ ହୋଇଥାଏ। ସୁନ୍ଦର ତ୍ୱଚା ପାଇଁ ଅନେକେ ବିୟୁଟିପାର୍ଲର ଦୌଡ଼ିବା ସହ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଫଳ ବିପରୀତ ହୋଇଥାଏ। ଏହା ସାମୟିକ ଭାବେ ତ୍ୱଚାରେ ଚମକ ଦେଉଥିଲେ ମଧ୍ୟ ପରେ ବହୁତ କ୍ଷତି କରିଥାଏ। ଏଥିରେ ଚମକ ଆଣିବା ପାଇଁ ଆସନ୍ତୁ ଜାଣିବା ତ୍ୱଚାର ଉପଚାର ବିଷୟରେ।

ସପ୍ତାହ  ୨ ଥର କରନ୍ତୁ ଉଷୁମ ତେଲ ମସାଜ ମିଳିବ ଏସବୁ ଫାଇଦା...

ସପ୍ତାହ ୨ ଥର କରନ୍ତୁ ଉଷୁମ ତେଲ ମସାଜ ମିଳିବ ଏସବୁ ଫାଇଦା...

ଶରୀରରେ ଉଷୁମ ତେଲ ମସାଜ୍‌ କଲେ ମିଳିଥାଏ ଅନେକ ଉପକାର। ଏହା ଦ୍ୱାରା ରାକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ଆନିମିଆ : କିଛି କଥା

ଆନିମିଆ : କିଛି କଥା

ଆମ ଶରୀରରେ ହିମୋଗ୍ଲୋବିନ ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର।  ଏହା ରକ୍ତକୋଷିକାରେ ରହିଥାଏ ଏବଂ କୋଷିକାଗୁଡିକୁ ଅମ୍ଳଜାନ ଯୋଗାଇଥାଏ। 

ନୀରୋଗ ରହିବା ପାଇଁ ନିୟନ୍ତ୍ରିତ ଆହାର

ନୀରୋଗ ରହିବା ପାଇଁ ନିୟନ୍ତ୍ରିତ ଆହାର

ରୋଗ ପାଇଁ ଅନିୟମିତ ଆହାର ଦାୟୀ। ତେଣୁ ଶରୀର ସୁସ୍ଥ ନୀରୋଗ ଓ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଦୈନିକ ମାତ୍ରା ଅନୁଯାୟୀ ପୌଷ୍ଟିକ ଆହାର ସେବନ ଆବଶ୍ୟକ। ଯେପରି ରୋଗୀ ପାଇଁ ବୟସ, କାଳ, ପରିସ୍ଥିତି ଦେଖି ଔଷଧ ମାତ୍ରା ନିର୍ଦ୍ଧାରଣ କରାଯାଏ, ସେହିପରି ଶରୀରକୁ ଦେଖି ଖାଦ୍ୟକୁ ଔଷଧ ପରି ମାତ୍ରା ଅନୁଯାୟୀ ଠିକ୍‌ ସମୟରେ ଗ୍ରହଣ କରିବା ଉଚିତ, ନଚେତ୍‌ ଭବିଷ୍ୟତରେ ଔଷଧକୁ ଆହାର ରୂପେ ଖାଇବେ।  ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୧୫୦୦ ରୁ ୨୫୦୦ କ୍ୟାଲୋରୀ ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଆବଶ୍ୟକ। 

ମାଇକ୍ରୋପ୍ଲାଷ୍ଟିକ

ମାଇକ୍ରୋପ୍ଲାଷ୍ଟିକ

ମଣିଷ ମାଛରୁ ମୂଲ୍ୟବାନ ପ୍ରୋଟିନ୍‌ ପାଏ । ସମୁଦ୍ର ଓ ନଦୀ ପାଣି ମାଇକ୍ରୋପ୍ଲାଷ୍ଟିକରେ ପ୍ରଦୂଷିତ ହେବା ଫଳରେ ମାଛ ଦେହରେ ଜମିଥିବା ପ୍ଲାଷ୍ଟିକ ବିଷ ମଣିଷ ଶରୀରକୁ ଯାଇ ବିଭିନ୍ନ ରୋଗ ସୃଷ୍ଟି କରେ। ଜୀବକୋଷ ଭିତରେ ଥିବା ଡିଏନ୍‌ଏକୁ ନଷ୍ଟ କରିଦିଏ। କ୍ୟାନସର ହୁଏ। ଗର୍ଭବତୀ ମହିଳାଙ୍କଠାରୁ ବିକଳାଙ୍ଗ ଶିଶୁ ଜନ୍ମ ହୁଏ। ମାଇକ୍ରୋପ୍ଲାଷ୍ଟିକ ମଇଳା ପାଣି ସଫା କରିବା ଯନ୍ତ୍ରରୁ ରୋଗ ଜୀବାଣୁକୁ ନେଇ ରକ୍ତ ମାଧ୍ୟମରେ ବିଭିନ୍ନ ଅଙ୍ଗରେ ରୋଗ ସୃଷ୍ଟି କରେ।

ବିଳମ୍ବିତ ଭୋଜନ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଏ

ବିଳମ୍ବିତ ଭୋଜନ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଏ

କେତେକ ବ୍ୟକ୍ତିଙ୍କର ବିଳମ୍ବିତ ଭୋଜନ ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ। ଏହାର କେତେକ ପ୍ରଭାବ ମଧ୍ୟ ଶରୀର ଉପରେ ପଡିଥାଏ। ଯଦି ଜଣେ ବ୍ୟକ୍ତି ନିୟମିତ ବିଳମ୍ବରେ ଭୋଜନ କରନ୍ତି ତେବେ ତାହା ତାଙ୍କର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି।