ଜୀବନଚର୍ଯ୍ୟା |

ଫଟା ଓଠର ଘରୋଇ ଉପଚାର

ଫଟା ଓଠର ଘରୋଇ ଉପଚାର
ଓଠ ବାରମ୍ବାର ଫାଟୁଥିଲେ ଏହାର ମୁଖ୍ୟ କାରଣ ଭିଟାମିନ୍‌ର ଅଭାବ । ଯଦି ଏଥିରୁ ରକ୍ଷା ପାଇବାକୁ ଚାହାନ୍ତି ତେବେ ଆପଣ ଭିଟାମିନ୍‌ ବି’ଯୁକ୍ତ ଖାଦ୍ୟ ଖାଆନ୍ତୁ। ଉଦାହରଣ ସ୍ବରୂପ ଖାଦ୍ୟରେ ବ୍ରାଉନ୍‌ ରାଇସ୍‌ ଏବଂ ଅଣ୍ଡାକୁ ସାମିଲ କରିପାରିବେ। ଏଥିସହ କିଛି ଘରୋଇ ଉପଚାରକୁ ଆପଣାଇ ପାରିବେ... ଶୋଇବା ପୂର୍ବରୁ ମଲାଇରେ ଅଳ୍ପ ହଳଦୀ ମିଶାଇ ଓଠକୁ ପ୍ରତିଦିନ ମାଲିଶ୍‌ କରନ୍ତୁ। ଏହା ବ୍ୟତୀତ ଶୋଇବା ପୂର୍ବରୁ ଓଠରେ କାକୁଡିରସକୁ ୨୦ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହା ପରେ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଓଠ ଫାଟିବନି। ଗୋଲାପଫୁଲର ପାଖୁଡାକୁ ଭଲଭାବେ ଧୋଇ କ୍ଷୀରରେ ଦୁଇଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। ଏହାପରେ ତା’ର ଏକ ପେଷ୍ଟ ପ୍ରସ୍ତୁତ କରି ଓଠରେ ଲଗାନ୍ତୁ। ୧୫ରୁ ୨୦ମିନିଟ୍‌ ପରେ ଓଠକୁ ଭଲଭାବେ ଧୋଇ ଦିଅନ୍ତୁ। ଶୀତଦିନରେ ଯଦି ଓଠ ଆପଣଙ୍କର ଅଧିକ ଶୁଖିଲା ହୋଇଯାଉଛି ତେବେ ପ୍ରତିଦିନ ଏହି ପେଷ୍ଟକୁ ଲଗାନ୍ତୁ। ଶୀତଦିନରେ ଅନେକେ କମ୍‌ ପାଣି ପିଅନ୍ତି। ଏହାଦ୍ୱାରା ଡିହାଇଡ୍ରେଶନ୍‌ ହେବାର ଆଶଙ୍କା ଥାଏ, ଯାହା ଓଠ ଫାଟିବାର କାରଣ ସାଜେ। ଏହି ସମସ୍ୟାକୁ ଏଡାଇବା ପାଇଁ ଦିନକୁ ୨ରୁ ୩ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ। ଏଥିସହ ସବୁଜ ପନିପରିବା ଖାଆନ୍ତୁ। ଗାଜର, ଟମାଟୋ ଖାଇବା ଦ୍ୱାରା ଓଠ ଫାଟି ନ ଥାଏ। ଆଲୋଭେରା ଗଛରୁ ବାହାରୁଥିବା ସେମିଲିକୁଇଡ୍‌ ଜେଲ୍‌ କେବଳ ତ୍ୱଚା ନୁହେଁ ଓଠ ପାଇଁ ବି ବେଶ୍‌ ଲାଭଦାୟକ। ଏହା ଉପଲବ୍ଧ ନ ଥିଲେ ବଜାରରେ ମିଳୁଥିବା ଆଲୋଭେରା ଜେଲ୍‌କୁ ବି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଓଠ ଉପରେ ମସାଜ୍‌ କରିପାରିବେ। ଏହାଦ୍ୱାରା ଓଠ ମୁଲାୟମ ରହିବ।
All Right Reserved By

ଜୀବନଚର୍ଯ୍ୟା |

ଖାଦ୍ୟ ଶେଷରେ ଗୁଡ଼, କ’ଣ ମିଳେ ଫାଇଦା...

ଖାଦ୍ୟ ଶେଷରେ ଗୁଡ଼, କ’ଣ ମିଳେ ଫାଇଦା...

ଗୁଡ଼ ଅନେକ ପୋଷକ ତତ୍ତ୍ୱରେ ଭରପୁର। ପ୍ରତିଦିନ ଖାଇସାରିବା ପରେ ଅଭ୍ୟାସ କରି ଫାଳେ ଗୁଡ଼ ଖାଇଲେ ମିଳିଥାଏ ଅନେକ ଫାଇଦା। 

ଓଜନ କମ କରିବ ଜିରା ପାଣି

ଓଜନ କମ କରିବ ଜିରା ପାଣି

ଜିରା ଯେପରି ଖାଦ୍ୟର ସ୍ବାଦ ବଢାଇଥାଏ ସେହିପରି ଦେହପାଇଁ ମଧ୍ୟ ଉପକାରୀ ହୋଇଥାଏ।   ଶରୀରର ଓଜନ କମାଇବାରେ ଜିରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସକାଳୁ ଖାଲିପେଟରେ ଜିରାପାଣି ପଇବା ଦ୍ୱାରା ଓଜନ କମ୍‌ହୋଇଥାଏ। ଆପଣ ଯଦି ଏହି ସମସ୍ୟାର ସମାଧାନ କରିବାକୁ ଚାହାନ୍ତି ତେବେ ଜିରାପାଣିକୁ ନିୟମିତ ସକାଳେ ପିଅନ୍ତୁୁ।

ସକାରାତ୍ମକ ଚିନ୍ତାଧାରା  ବଢ଼ାଏ ଭିଡିଓଗେମ୍‌

ସକାରାତ୍ମକ ଚିନ୍ତାଧାରା ବଢ଼ାଏ ଭିଡିଓଗେମ୍‌

ସାଧାରଣତଃ ଛୋଟ ପିଲାମାନେ ଭିଡିଓଗେମ୍‌ ଖେଳିବାକୁ ପସନ୍ଦ କରିଥାଆନ୍ତି। କେତେକଙ୍କର ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ। 

ସୁସ୍ଥ ରହିବ ହୃତ୍‌ପିଣ୍ଡ

ସୁସ୍ଥ ରହିବ ହୃତ୍‌ପିଣ୍ଡ

ଆଜିକାଲି ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ହୃତପିଣ୍ଡ (ହାର୍ଟ)କୁ ସୁସ୍ଥ ତଥା ନୀରୋଗ ରଖିବା ପାଇଁ ନିମ୍ନୋକ୍ତ  ଟିପ୍ସ ଆପଣେଇ ପାରନ୍ତି...

ବ୍ୟାକ୍ଟେରିଆକୁ  ପ୍ରତିରୋଧ କରିବ ଲାଳ

ବ୍ୟାକ୍ଟେରିଆକୁ ପ୍ରତିରୋଧ କରିବ ଲାଳ

ପାଟି ଭିତରେ ଥିବା ଲାଳ ଅନେକ ସମୟରେ ଆମ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହି ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି। 

ଔଷଧ: କିଛି କଥା

ଔଷଧ: କିଛି କଥା

ଆମକୁ କୌଣସି ରୋଗ ହେଲେ ଆମେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇଥାଉ। ଆରୋଗ୍ୟ ଲାଭ କରିବା ପରେ କେତେକ ମନକୁ ମନ ଔଷଧ ଖାଇବା ବନ୍ଦ କରିଦିଅନ୍ତି।

ମାନସିକ ସ୍ବାସ୍ଥ୍ୟ ଓ ଯୁବପିଢ଼ି

ମାନସିକ ସ୍ବାସ୍ଥ୍ୟ ଓ ଯୁବପିଢ଼ି

”ପ୍ରତି ୪ ଜଣରେ ଜଣେ ମାନସିକସ୍ତରରେ କୌଣସି ପ୍ରକାରର ଅସୁସ୍ଥ ଥାଆନ୍ତି। ଆକଳନ ଅନୁଯାୟୀ, ସାରା ପୃଥିବୀରେ ୫୦କୋଟି ଲୋକ ମାନସିକ ରୋଗର ଶିକାର ହୋଇଥାଆନ୍ତି। ଏହାମଧ୍ୟରୁ ୧୫କୋଟି ଲୋକ ‘ମାନସିକ ବିଷାଦ’ ବା ଡିପ୍ରେସନ୍‌ ରୋଗରେ ପୀଡ଼ିତ ଓ ଏହି ୧୫ କୋଟି ଲୋକଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ। ଅନ୍ୟ ରୋଗଗୁଡ଼ିକର ଚିକିତ୍ସା ସୁବିଧା ପରି ‘ମାନସିକ ରୋଗର ଚିକିତ୍ସା’ ସବୁ ସ୍ଥାନରେ ଉପଲବ୍ଧ ନୁହେଁ।“

ବିବର୍ତ୍ତନର ଅନୁକରଣ

ବିବର୍ତ୍ତନର ଅନୁକରଣ

”ଗୋଟିଏ ଜୀବଜାତିଠାରେ ଜୈବିକ ପରିବର୍ତ୍ତନ ହେତୁ ନୂତନ ଜୀବଜାତିର ସୃଷ୍ଟି ସମ୍ଭବ ହୋଇଥାଏ। ଏହି ପରିବର୍ତ୍ତନ ମୁଖ୍ୟତଃ ଜିନୀୟ ଧ୍ରୁବୀକରଣ ଫଳରେ ଘଟୁଥିବାର ଏବେ ସଚରାଚର ବିଶ୍ୱାସ କରାଯାଉଛି। ତେବେ, ତାହା ଘଟୁଥିଲା ପ୍ରାକୃତିକ ରୂପେ। ଏହି ଚିନ୍ତାଧାରାକୁ ଆଧାରକରି ବିଜ୍ଞାନାଗାରରେ ତାହାର ଅନୁକରଣ କରିବା ଏବଂ ତାହାକୁ ମାନବ ଜାତିର କଲ୍ୟାଣରେ ଲଗାଇବାର ପଥ ଉନ୍ମୁକ୍ତକରିବା ହେତୁ ଚଳିତ ୨୦୧୮ ମସିହାରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି ତିନିଜଣ କୃତବିଦ୍ୟ ରସାୟନ ବିଜ୍ଞାନୀ- ଆମେରିକାର ଫ୍ରାନ୍‌ସେସ୍‌ ଏଚ୍‌. ଆର୍‌ନୋଲ୍ଡ  ଓ  ଜର୍ଜ ପି. ସ୍ମିଥ୍‌ ଏବଂ ଇଂଲଣ୍ଡର ସାର୍‌ ଗ୍ରେଗୋରି ପି. ଉଇଣ୍ଟର।“

ସକାଳେ ଖାଇଲେ ଖାଇବା ସୋଡ଼ା  କ’ଣ  ମିଳିବ ଉପକାର...

ସକାଳେ ଖାଇଲେ ଖାଇବା ସୋଡ଼ା କ’ଣ ମିଳିବ ଉପକାର...

ଶରୀରକୁ ସୁସ୍ଥ ରଖିବା ପାଇଁ ପାକସ୍ଥଳୀରେ ଥିବା ଏସିଡ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ବେଳେବେଳେ କୌଣସି କାରଣରୁ ଏହା ସ୍ବାଭାବିକ ଭାବେ କାମ କରିନ ଥାଏ।

ଶୋଇବାର ୨ ଘଣ୍ଟା ପୂର୍ବରୁ କରନ୍ତୁ ଭୋଜନ...

ଶୋଇବାର ୨ ଘଣ୍ଟା ପୂର୍ବରୁ କରନ୍ତୁ ଭୋଜନ...

ଶୋଇବା ଏବଂ ଭୋଜନ ସମୟ ମଧ୍ୟରେ କିଛି ପାର୍ଥକ୍ୟ ରହିବାର ଆବଶ୍ୟକ। ସେନେଇ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। ଏଥିରେ ଅନିୟମିତତା ହେଲେ ବ୍ରେଷ୍ଟ ଓ ପ୍ରୋଷ୍ଟେଟ୍‌ କ୍ୟାନସର ହେବାର ଆଶଙ୍କା ରହିଥାଏ। ପ୍ରାତଃଭୋଜନ, ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ଗ୍ରହଣ ସମୟରେ ନିୟନ୍ତ୍ରଣ ଅଣାଗଲେ ଅନେକ ରୋଗରୁ ମିଳିଥାଏ ମୁକ୍ତି। ତେବେ ମଧ୍ୟାହ୍ନ ଓ ରାତ୍ର ଭୋଜନ ପରେ ସ୍ନାକ୍ସ ଖାଇବାକୁ ଆୟୁର୍ବେଦରେ ବାରଣ କରାଯାଇଛି। ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଶୋଇଲେ ଖାଦ୍ୟ ଅଧା ହଜମ ଅବସ୍ଥାକୁ ଆସିଯାଇଥାଏ। ଏହାପରେ ଶୋଇଲେ ସ୍ବାସ୍ଥ୍ୟ ପାଇଁ ଭଲ। ଏପରି କଲେ ମେଦବହୁଳତା ମିଳିଥାଏ ମୁକ୍ତି। ସେହିପରି ରକ୍ତଶର୍କରା ଓ କୋଲେଷ୍ଟରଲସ୍ତର ମଧ୍ୟ ସ୍ବାଭାବିକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ନିରାମିଷ ମାଛ

ନିରାମିଷ ମାଛ

ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ନିରାମିଷ ମାଛ ମିଳୁଛି। ଯାହାର ସ୍ବାଦ ଚାଖିବା ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଲଣ୍ଡନର ଡାନିଏଲ ସଟନ ନାମକ ଜଣେ ବ୍ୟକ୍ତି ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ। ନିରାମିଷ ଲୋକଙ୍କ ଚାହିଦା ପୂରଣ କରିବା ପାଇଁ ସେ ମାଛ କଦଳୀ ଫୁଲ ଓ ସାମୁଦ୍ରିକ ବୃକ୍ଷ ସୋଫାମାୟାର ବ୍ୟବହାର କରି ତିଆରି କରିଥିଲେ ଏହି ଖାଦ୍ୟ। ଏହାର ସ୍ବାଦ ମାଛ ଭଳି ଲାଗିଥାଏ। ରେଷ୍ଟୁରାଣ୍ଟ୍‌ରେ ପ୍ରସ୍ତୁତ ଏହି ଖାଦ୍ୟକୁ ନେଇ ଏବେ ସୋସିଆଲ୍‌ ମିଡ଼ଆରେ ଜାରି ରହିଛି ଚର୍ଚ୍ଚା।

କିଡ୍‌ନୀ ଷ୍ଟୋନ୍‌ରୁ  ଦୂରେଇ ରହିବା ଲାଗି ଆପଣାଇ ପାରିବେ ଏହି ଘରୋଇ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ଲାଗି ଆପଣାଇ ପାରିବେ ଏହି ଘରୋଇ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟ ଗ୍ରହଣରେ ଅନିୟମିତତା ଯୋଗୁ ଏବେ କେତେକଙ୍କଠାରେ  କିଡ୍‌ନୀ ଷ୍ଟୋନ୍‌ ହେଉଥିବାର ଦେଖିବାକୁ ମିଳୁଛି। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି।