Dharitri News
ଫୁରସତ |

ନିରାପଦ ଦୀପାବଳି

ନିରାପଦ ଦୀପାବଳି ଆଲୋକର ପର୍ବ ଦୀପାବଳି। ଏହି ସମୟରେ ବାଣ ଫୁଟାଇବାକୁ ଏକରକମ ପ୍ରତିଯୋଗିତା ଚାଲିଥାଏ। ଦୀପାବଳିରେ ସତର୍କ ରହିବା ଜରୁରୀ। କାରଣ ପିଲାମାନେ ବାଣ ଫୁଟାଇବାକୁ ନେଇ ଅଧିକ ଉତ୍ସାହିତ ଥାଆନ୍ତି। ତେବେ ଗୃହିଣୀମାନେ ଏହି ସମୟରେ ଧ୍ୟାନ ଦେବା ଦରକାର ଯେ ପିଲାମାନେ ଦୀପାବଳିରେ କେବଳ ବାଣ ଉପରେ ଗୁରୁତ୍ୱ ନଦେଇ କିପରି ସୁରକ୍ଷିତ ଭାବରେ ଦୀପାବଳି ପର୍ବ ପାଳନ କରିବେ .... ଘରକୁ ଦିଅନ୍ତୁ ନୂଆ ରୂପ : ଦୀପାବଳି ପାଳିବା ପୂର୍ବରୁ ଘରର ବାହ୍ୟ ଅବା ଭିତର ଭାଗକୁ ଭଲ ଭାବରେ ସଜାଇ ପାରନ୍ତି। ଯଦି ସମ୍ଭବ ହୁଏ ତେବେ ଘରର କଲର ବଦଳାଇ ନୂଆ କଲର ଲଗାଇ ପାରନ୍ତି। ଯଦି ଆବବାବପତ୍ର ବଦଳାଉଛନ୍ତି ତେବେ ଘରକୁ ସୁନ୍ଦର ଦେଖାଯିବା ଭଳି ଆବସାବପତ୍ର ଆଣନ୍ତୁ। ଆଜିକାଲି ଦୀପାବଳି ଅବସରରେ ଘରକୁ ଆଲୋକମାଳରେ ସଜାଯାଉଛି। ତେଣୁ ଏଭଳି ଲାଇଟ୍‌ ଡେକୋରେଶନ କରନ୍ତୁ ଯାହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେବ। କାରଣ ଦୀପାବଳି ଅବସରରେ ଯଦି ଆପଣ ଘରେ ଏକ ଗେଟଟୁଗେଦରର କରିବାର ଯୋଜନା ରଖିଛନ୍ତି ତେବେ ଏହି ମାହୋଲକୁ ଘରର ନୂଆ ରୂପ ଖୁସିରେ ଭରିଦେବ। ଘର ସାମନାରେ ଯଦି ଗାର୍ଡେନ ଅଛି ତେବେ ତାହା କିପରି ସୁନ୍ଦର ଦେଖାଯିବ ସେଥିପ୍ରତି ନଜର ଦିଅନ୍ତୁ। ଖାଦ୍ୟପେୟ : ଯେ କୌଣସି ପର୍ବ ହେଉ ଏଥିରେ ଖାଦ୍ୟପେୟ ସ୍ବତନ୍ତ୍ର ମହତ୍ତ୍ୱ ରଖିଥାଏ। ବିଶେଷଭାବରେ ଦୀପାବଳିରେ ନିଜର ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରନ୍ତୁ। ବିଶେଷଭାବରେ ଏହି ସମୟରେ ପିଠାପଣାର ଆସର ଜମିଥାଏ। ତେଣୁ ନୂଆ ଭେରାଇଟିର ପିଠା ପ୍ରସ୍ତୁତ କରନ୍ତୁ। ତା’ସହ ନୂଆ ନୂଆ ସ୍ବାଦଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବାର ଯୋଜନା ଥିଲେ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ସେଥିପାଇଁ ଶପିଂ କରିନିଅନ୍ତୁ। ବାହାର ଖାଦ୍ୟଠାରୁ ଦୂରେଇ ରହନ୍ତୁ: ଦୀପାବଳି ଅବସରରେ ବାହାରେ ବିଭିନ୍ନ ପ୍ରକାରର ମନୋଲୋଭା ଖାଦ୍ୟ ମିଳିଥାଏ। ସେଗୁଡିକ ମଧ୍ୟରୁ କେତେକ ଖାଦ୍ୟ ସ୍ବାସ୍ଥ୍ୟପଯୋଗୀ ନୁହେଁ। ତେଣୁ ସେଭଳି ଖାଦ୍ୟ ନିଜେ ଖାଆନ୍ତୁ ନାହିଁ କମ୍ବା ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଘରେ ମନଲୋଭା ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ ଏବଂ ପିଲାମାନଙ୍କୁ ଖୁଆନ୍ତୁ। ପିଲାଙ୍କ ପାଇଁ ପାର୍ଟି ଆୟୋଜନ କରନ୍ତୁ : ସାଧାରଣତଃ ଛୁଟିଦିନରେ ପିଲାଙ୍କର ଦୃଷ୍ଟାମି ଟିକେ ବଢ଼ିଯାଇଥାଏ। ଏମିତିରେ ପର୍ବପର୍ବାଣୀଦିନରେ ସେମାନଙ୍କୁ ନିୟନ୍ତ୍ରଣରେ ରଖିବା ବହୁତ ଜରୁରୀ। କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସବୁ ସମୟରେ ତାଙ୍କ ଉପରେ ନଜର ରଖିବା ସମ୍ଭବ ପର ହୁଏ ନାହିଁ। ବାସ୍‌, ଦୀପାବଳି ଅବସରରେ ସେମାନଙ୍କ ପାଇଁ ଘରେ ଏକ ପାର୍ଟି ଆୟୋଜନ କରିପାରନ୍ତି। ଏଥିରେ ସେମାନଙ୍କୁ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିବାକୁ କୁହନ୍ତୁ। ଏହାଦ୍ୱାରା ସେମାନଙ୍କ ଭିତରେ ଥିବା ସୃଜନଶୀଳତା ଆହୁରି ବିସ୍ତାରିତ ହୋଇଥାଏ। ପିଲାମାନଙ୍କର ସାଙ୍ଗଙ୍କୁ କିଛି ଉପହାର ମଧ୍ୟ ଦେଇପାରନ୍ତି। ବାଣ କିଣୁଥିଲେ : ଦୀପାବଳିକୁ ଆହୁରି ରଙ୍ଗୀନ କରିବାକୁ ଆଜିକାଲି ବଜାରେ ବିଭିନ୍ନ ପ୍ରକାର ବାଣ ମିଳୁଛି। କିନ୍ତୁ ସେଗୁଡିକ ମଧ୍ୟରୁ ଅଧିକାଂଶ ଆମ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଥାଏ। ବାଣ ଫୁଟାଇବା ସମୟରେ ଅସାବଧାନତାରୁ ଦୁର୍ଘଟଣା ଘଟିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ପିଲାଙ୍କ ପାଇଁ ହେଉ ଅବା ନିଜ ପାଇଁ ବାଣ କିଣିବା ସମୟରେ ଏଭଳି ବାଣ କିଣନ୍ତୁ ଯାହାଦ୍ୱାରା ଦୁର୍ଘଟଣା ହେବାର ଆଶଙ୍କା ଆଦୌ ନ ଥିବ। ସ୍ଥାନ ନିରୂପଣ କରନ୍ତୁ : ଦୀପାବଳିରେ କେଉଁ ସ୍ଥାନରେ ବେଶ୍‌ ନିରାପଦରେ ବାଣ ଫୁଟାଇ ପାରିବେ ତାହା ନିରୂପଣ କରନ୍ତୁ। ଯଦି ପାଖରେ ଜନବସତି ଅଛି ତେବେ ବେଶ୍‌ ସତର୍କତାର ସହ ବାଣ ଫୁଟାନ୍ତୁ। କୌଣସି ବାଣ ଫୁଟାଇବା ପୂର୍ବରୁ ତାହାକୁ କିପରି ଫୁଟାଇବେ ସେ ବିଷୟରେ ଅବଗତ ହୁଅନ୍ତୁ। ବିଶେଷଭାବରେ ପିଲାମାନେ ବିସ୍ଫୋରକ ବାଣ ଫୁଟାଇବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି। ସେମାନଙ୍କୁ ଏଥିରୁ ବିରତ ରଖିବାକୁ ଚେଷ୍ଟା କରନ୍ତୁ। କାରଣ ହୁଏତ ଅସାବଧାନତାରୁ ଦୁର୍ଘଟଣା ଘଟିପାରେ। ବାଣ ଫୁଟାଇବା ସମୟରେ ପାଖରେ ପାଣି ବାଲ୍‌ଟିି ରଖନ୍ତୁ। ଏହି ସମୟରେ ପିନ୍ଧିଥିବା ଡ୍ରେସ୍‌ରେ ନିଅଁା ଲାଗିବାର ଆଶଙ୍କା ଥାଏ। ତେଣୁ ଏଥିପାଇଁ ସତର୍କ ରହନ୍ତୁ। ଆଦୌ ତରତର ହୋଇ ବାଣ ଫୁଟାନ୍ତୁ ନାହିଁ। ପିଲାମାନେ ଯଦି ବାଣ ଫୁଟାଉଛନ୍ତି ତେବେ ସେମାନଙ୍କ ପାଖେ ପାଖେ ରୁହନ୍ତୁ। ସେମାନଙ୍କୁ କଦାପି ଏକୁଟିଆ ବାଣ ଫୁଟାଇବାକୁ ଛାଡନ୍ତୁ ନାହିଁ। ଆଉ ଏକ କଥା-ବାଣ ଫୁଟାଇବା ପୂର୍ବରୁ ଘରେ ଫାଷ୍ଟ ଏଡ୍‌ ବକ୍ସ ପ୍ରସ୍ତୁତ କରିରଖନ୍ତୁ। ମନକୁ ନିୟନ୍ତ୍ରଣରେ ରଖନ୍ତୁ : ବିଶେଷଭାବରେ ଦୀପାବଳିକୁ ଧୁମଧାମରେ ପାଳିବାକୁ କିଏ ବା ନ ଚାହେଁ ? ସେହି ସମୟରେ କେତୋଟି କଥାକୁ ଅନେକେ ଭୁଲି ଯାଇଥାଆନ୍ତି। ତାଙ୍କ ଘର ଲୋକ ବହୁତ ବାଣ ଫୁଟାଇବେ, ଆମେ ତାଙ୍କ ତୁଳନାରେ ବେଶି ବାଣ ଫୁଟାଇ ତାହାର ମଜା ନେବା। ଏଭଳି ଧାରଣା ମନରେ ଆଣନ୍ତୁ ନାହିଁ। କାରଣ ଏପରି ପ୍ରତିଯୋଗିତାମୂଳକ ମନୋଭାବ ଦ୍ୱାରା ନିଜର ମନ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥାଏ। ଫଳରେ ବାଣ ଫୁଟାଇବା ସମୟରେ ଦୁର୍ଘଟଣା ଘଟିଥାଏ। ତେଣୁ ଏହି ସମୟରେ ନିଜ ଆଶାକୁ ନିୟନ୍ତ୍ରଣରେ ରଖନ୍ତୁ। ଅଧିକ ବାଣ ଫୁଟାଇବା ପାଇଁ ନିଜ ପିଲା କିମ୍ବା ଅନ୍ୟ କାହାକୁ ପ୍ରଲୋଭିତ କରନ୍ତୁ ନାହିଁ। ଦୀପ-କ୍ୟାଣ୍ଡେଲରେ ଘରକୁ ସଜାନ୍ତୁ : ବାଣର ଶବ୍ଦ କିମ୍ବା ଆଲୋକ ସିନା ମନକୁ ଆନନ୍ଦ ଦେଇଥାଏ, ହେଲେ ଥରେ ସଜା ଯାଇଥିବା ଦୀପଗୁଡିକୁ ଲକ୍ଷ୍ୟ କରନ୍ତୁ ନା! ଘର ବାହାରେ, ଛାତ ଉପରେ, ବାଲକୋନିରେ ଦୀପ ସଜାଇ ଦିଅନ୍ତୁ। ଦେଖିବେ ଦୀପର ଆଲୋକରେ ଆପଣଙ୍କ ଘର କେତେ ସୁନ୍ଦର ଦେଖାଯାଉଛି। ଦୀପ ବ୍ୟତୀତ କ୍ୟାଣ୍ଡେଲକୁ ଧାଡି ଧାଡି କରି ସଜାଇ ଲଗାନ୍ତୁ। ଆଜିକାଲ ବିଭିନ୍ନ କଲରଯୁକ୍ତ କ୍ୟାଣ୍ଡେଲ ବଜାରରେ ମିଳୁଛି। ହେଲେ ତାହାକୁ କିପରି ସଜାଇବେ ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ। ଘରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏବେ ବିଭିନ୍ନ କଲର୍‌ର ଏଲଇଡି ଲାଇଟ୍‌ ମାଳ ମିଳୁଛି। ଏହାକୁ ଛାତ ଉପରୁ ତଳକୁ ଲମ୍ବାଇ ଦେଇ ସେଥିରେ ବିଦ୍ୟୁତ୍‌ ସଂଯୋଗ କରନ୍ତୁ। ଧୂଅଁାଠାରୁ ଦୂରେଇ ରୁହନ୍ତୁ : ସନ୍ଧ୍ୟା ଆସିବା ମାତ୍ରେ ବାଣଫୁଟା ଆସର ଆରମ୍ଭ ହୋଇଯାଏ। ସମୟ ଗଡିଚାଲିବା ସହ ଏହାର ମାହୋଲ ବେଶ୍‌ ସୁନ୍ଦର ଦେଖାଯାଏ। ହେଲେ ବାଣ ଫୁଟିବା ଦ୍ୱାରା ପରିବେଶ ହୋଇଉଠେ ଧୂଅଁାମୟ। ଏପରି କି ଏଭଳି ପରିବେଶରେ ଅଧିକ ସମୟ ରହିଲେ ଅଣନିଃଶ୍ୱାସୀ ଲାଗେ। ତେଣୁ ଯଦି ପରିବେଶ ଅଧିକ ପ୍ରଦୂଷିତ ହୋଇଯାଇଛି ତେବେ ସେଠାରୁ ନିଜକୁ ଏବଂ ନିଜ ପିଲାମାନଙ୍କୁ ଦୂରେଇ ରଖନ୍ତୁ। ଘରର ଝରକା, କବାଟ ବନ୍ଦ କରିଦିଅନ୍ତୁ। କାରଣ ଏଭଳି ଧୂଆଁା ସଂସ୍ପର୍ଶରେ ଆସିଲେ ବିିଭିନ୍ନ ରୋଗ ସୃଷ୍ଟିହେବାର ଆଶଙ୍କା ରହିଛି।

ଫୁରସତ |

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବେଜିଂ,୨୧।୧: ଚାଇନାର ରାଜଧାନୀ ବେଜିଂରେ ନିର୍ମାଣ ହେଉଥିବା ବିମାନ ବନ୍ଦରକୁ ଦେଖିବା ଲାଗି ଲୋକେ କିଛି ସମୟ ଅଟକି ଯାଉଛନ୍ତି।

ଅସ୍ତିତ୍ୱ  ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଅସ୍ତିତ୍ୱ ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଓଡ଼ିଶାର ଉପକୂଳବର୍ତ୍ତୀ ସାତଭାୟା ଏବେ ଦରିଆ ଆଁ ଭିତରେ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛି । ଅତୀତରେ ଘଟିଥିବା ଏକ ଭୟଙ୍କର ବାତ୍ୟାର ବିଭିଷିକା ସେଠାର ସ୍ଥାୟୀବାସିନ୍ଦାମାନେ ସର୍ବସ୍ବାନ୍ତହୋଇ ଅନେକ ନାହିଁ ନଥିବା ସମସ୍ୟା ଭିତରେ ଦୀର୍ଘ ୪୮ବର୍ଷ ଧରି ଜୀବନ ବିତାଇ ସାରିଲେଣି । ଏମିତିକି ଦୁଇଟି ଗାଁ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି । ଦରିଆ ସେମାନଙ୍କ ପିଲାଛୁଆ ସଭିଙ୍କୁ ଭସେଇ ନେଇଛି। ମାତ୍ର ଆଶ୍ରୟପାଇଁ ସେମାନଙ୍କ ଲାଗି ଆଉ ଏକ ସ୍ଥାନ ଖୋଜା ସରିଛି। କିନ୍ତୁ ଭିଟାମାଟି ଛାଡ଼ିବାର ଦୁଃଖ ଅନ୍ୟପଟେ ନୂଆଜାଗାରେ ଥଇଥାନ ଯୋଗୁ ବଦଳିଯିବ ପରିଚୟ । ପୁଣି ଆରମ୍ଭହେବ ନିଆରା ଜୀବନଶୈଳୀ । ସେହି ଗାଁ ସମ୍ପର୍କରେ ....

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ଚଳଚ୍ଚିତ୍ର ‘ ପ୍ୟାର କିୟା ତୋ ଡରନା କ୍ୟା’ରେ ବଲିଉଡ ଅଭିନେତା ଅରବାଜ ଖାନ ସଲମାନଙ୍କୁ ଦଣ୍ଡ ଦେଉଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। ଦୃଶ୍ୟରେ ଅରବାଜ୍‌ ସଲମାନଙ୍କୁ ଘୋଡା ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଠିକ୍‌ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାର ଦକ୍ଷିଣ-ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳ ଜାଓଟାଙ୍ଗ ସହର ରାସ୍ତାରେ। ଗୁରୁବାର ଚାଇନାର ଜଣେ ମା’ ନିଜ ଶିଶୁକୁ ଦଣ୍ଡ ଦେବାପାଇଁ ନିଜ ସ୍କୁଟର ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଥରେ ଅଥବା ଦିନେ ନୁହେଁ ବରଂ ମା’ ଲଗାତାର ତିନିଦିନ ଧରି ଏପରି କରିଆସୁଥିଲେ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ଓ୍ବାଶିଂଟନ: ପୁରୁଷଙ୍କ ତୁଳନାରେ ମହିଳା ସ୍ବାସ୍ଥ୍ୟରେ ସମ୍ପ୍ରତି ଏକ ନିଦ୍ଦିଷ୍ଟ ବୟସ ପରେ ଅବନତି ଦେଖାଯାଉଛି। ଏସମ୍ପର୍କରେ ଗବେଷକ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ୨୫ରୁ ୩୦ ବର୍ଷ ପରେ ମହିଳାଙ୍କ ସ୍ବାସ୍ଥ୍ୟ କ୍ରମଶଃ ଖରାପ ହେଉଥିବାରୁ ଗବେଷକ ସୂଚିତ କରିଛନ୍ତି।

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।