
ଅନୁଗୋଳ ଅଫିସ, ୧୭।୮: ଅନୁଗୋଳ ଜିଲା ବନ୍ତଳା ବଜାର ଗାଁରେ ଗୁରୁବାର ଭୋର ପ୍ରାୟ ୫ଟାରେ ଘଟିଛି ଏକ ଅଭାବନୀୟ ଘଟଣା। ଘରେ ନିଆଁ ଲାଗିଯିବାରୁ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବିମଳା ଗାହାଣ (୫୦)ଓ ଉଜ୍ଜ୍ୱଳ ଗାହାଣ।(୪୦)। ଡିବିରିରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ଅନୁଗୋଳ ଦମକଳ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।