ଅନଗୁଳ-ଢେଙ୍କାନାଳ

ଜଗନ୍ନାଥ ଦର୍ଶନ ଆଶା

ଜଗନ୍ନାଥ ଦର୍ଶନ ଆଶା

ଭାପୁର, ୧୭ା୮(ଡି.ଏନ୍‌.ଏ.): ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ, ମନରେ ଭକ୍ତି ଏବଂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆଗ୍ରହ ସେମାନଙ୍କୁ ଟାଣି ଆଣିଛି ସୁଦୂର ମଧ୍ୟପ୍ରଦେଶରୁ। ପଦଯାତ୍ରା କରି ମହାପ୍ରଭୁଙ୍କୁ କ୍ଷଣିକ ପାଇଁ ଦେଖିବା ଅଭିଳାଷ ନେଇ ଦୁଇ ବନ୍ଧୁ ୧୦୦୦ କିମି ପଥ ଅତିକ୍ରାନ୍ତ କରିସାରିଲେଣି। ଆଉ ଦିନ କେଇଟାରେ ସେମାନେ ପହଞ୍ଚତ୍ବେ ପୁରୀ ଶ୍ରୀକ୍ଷେତ୍ରରେ। ଏହାକୁ ନେଇ ସେମାନଙ୍କ ଖୁସି କହିଲେ ନ ସରେ। ଜଗନ୍ନାଥ ପ୍ରେମରେ ବାନ୍ଧି ହୋଇଯାଇଥିବା ଏହି ଦୁଇ ବନ୍ଧୁ ହେଲେ ମଧ୍ୟପ୍ରଦେଶ ରାଜ୍ୟ ସାଗର ଜିଲା ବରୋଦିୟା ଅଞ୍ଚଳର ବାହୋରିଲାଲ ଗ୍ରାମର ଲଖନଲାଲ (୫୦) ଏବଂ ଅଜୁଦୀ ଚଢ଼ାଉ (୫୨)। ହାତରେ ନିତ୍ୟ ବ୍ୟବହାର୍ଯ୍ୟ ଆସବାବପତ୍ର ଭର୍ତ୍ତି ଛୋଟ ବ୍ୟାଗ୍‌ ଏବଂ କାନ୍ଧରେ ବାନା ଧରି ଦୁହେଁ ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି।
ଜୁଲାଇ ୨୦ରୁ ସେମାନେ ଯାତ୍ରା ଆରମ୍ଭ କରିଥିବାବେଳେ ମଙ୍ଗଳବାର ଅପରାହ୍ନରେ ଉଭୟେ ପହଞ୍ଚତ୍ଥିଲେ ଢେଙ୍କାନାଳ ଜିଲା ଭାପୁର ବଜାରରେ। ରାସ୍ତାକଡ଼ରେ ଥିବା ମଠ, ମନ୍ଦିର, ବିଶ୍ରାମାଗାରରେ ଦୁଇ ବନ୍ଧୁ ରାତି ବିତାଉଛନ୍ତି। ତେବେ ଏଯାଏ ଜଗନ୍ନାଥଙ୍କ କୃପାରୁ ଖାଇବା ପିଇବାରେ କୌଣସି ଅସୁବିଧା ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଛି। ବର୍ଷା ଯାତ୍ରାରେ ସାମାନ୍ୟ ବାଧକ ସାଜିଛି। ଜଗନ୍ନାଥଙ୍କୁ ଦର୍ଶନ ପରେ ପୁରୀରେ ୪ ଦିନ ବିତାଇବେ। ଏହାପରେ ଟ୍ରେନ୍‌ ଯୋଗ ପୁଣି ଘରକୁ ଫେରିଯିବେ ବୋଲି ସେମାନେ ପ୍ରକାଶ କରିଛନ୍ତି।
ଭାପୁର ବଜାରରେ ଅଟକିଥିବାବେଳେ ଏହି ଦୁଇ ବନ୍ଧୁ ଭାବବିହ୍ବଳ ହୋଇ ଜଗନ୍ନାଥ ଦର୍ଶନର ଅଭିଳାଷ ଏବଂ ସେମାନଙ୍କ ସୁଦୂରଯାତ୍ରା ସମ୍ପର୍କରେ ଅଙ୍ଗେ ନିଭାଇଥିବା ଅନୁଭୂତି ବଖାଣିଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ଜୁଆ ଆଡ୍ଡା ଉପରେ ଚଢ଼ାଉ: ବାଇକ୍‌ ଜବତ, ଜଣେ ଅଟକ

ପରଜଙ୍ଗ, ୧୮।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଜୁଆ ଖେଳ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଡ୍ଡା ଖୋଲି ଲକ୍ଷାଧିକ ଟଙ୍କାର ଖେଳ ହେଉଛି।

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୧୮ା୭- ଅନୁଗୋଳସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଲୁଟ୍‌ ଘଟଣାରେ ବିହାରର ଗୟାରୁ ଗିରଫ ହୋଇଥିବା ଦୁଇ ଡକାୟତ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ମଙ୍ଗଳବାର ରିମାଣ୍ଡରେ ନେଇଛି ଅନୁଗୋଳ ପୋଲିସ। ଏ ନେଇ କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା।

ଶ୍ରୀହର୍ଷ ନାୟକ ଭୁବନ ବିଇଓ

ଶ୍ରୀହର୍ଷ ନାୟକ ଭୁବନ ବିଇଓ

ଭୁବନ, ୧୮ା୭(ଡି.ଏନ୍‌.ଏ.)-ଭୁବନ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଭାବେ ସୋମବାର ଶ୍ରୀହର୍ଷ ନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ଚିଲିକା ବ୍ଲକ ଲକ୍ଷ୍ମୀଧର ନୋଡାଲ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଏଥିପୂର୍ବରୁ ବିଇଓ ଅଜୟ କୁମାର ପାତ୍ର ଭୁବନ ଏବଂ କାମାକ୍ଷାନଗର ବ୍ଲକର ଯୁଗ୍ମ ଦାୟିତ୍ୱରେ ଥିଲେ। କାର୍ଯ୍ୟରେ ଯୋଗଦେବା ପରେ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

ମାଫିଆ ବିକ୍ରି କରୁଛନ୍ତି ସରକାରୀ ଜମି

ମାଫିଆ ବିକ୍ରି କରୁଛନ୍ତି ସରକାରୀ ଜମି

ଢେଙ୍କାନାଳ ଅଫିସ, ୧୮।୭: ଭୂମିହୀନଙ୍କୁ ଥଇଥାନ, ଘର ଡିହପଟ୍ଟା ସାଙ୍ଗକୁ ଚାଷ ପାଇଁ ଜମି ପ୍ରଦାନ କରିବାକୁ ଦାବି କରିଛନ୍ତି ଭୂମିହୀନ ପ୍ରଜା ସଂଘ। ଏ ନେଇ ମଙ୍ଗଳବାର ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଶତାଧିକ ଭୂମିହୀନ ପରିବାର ସ୍ଥାନୀୟ ବାଜିଚୌକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ନାରାବାଜି କରିଥିଲେ।

ରେଙ୍ଗାଳି କେନାଲରୁ ହାତୀଛୁଆ ଉଦ୍ଧାର

ରେଙ୍ଗାଳି କେନାଲରୁ ହାତୀଛୁଆ ଉଦ୍ଧାର

ଢେଙ୍କାନାଳ ଅଫିସ,୧୮।୭: ଢେଙ୍କାନାଳ ବନଖଣ୍ଡ ଗଦାଶିଳା ଫରେଷ୍ଟ ସେକ୍ସନ ଅଧୀନ ଗଇଲୋ ନିକଟ ରେଙ୍ଗାଳି କେନାଲରେ ଖସିପଡ଼ିଥିବା ଏକ ହାତୀ ଶାବକକୁ ବନ ବିଭାଗ ଉଦ୍ଧାର କରିଛି।

ବର୍ଷା ଆଣିଲା ହରଷ

ଢେଙ୍କାନାଳ ଅଫିସ, ୧୮।୭: ଲଘୁଚାପଜନିତ ଲଗାଣବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଆଣିଛି ଖୁସି। ଅନିୟମିତ ବର୍ଷାକୁ ନେଇ ଚିନ୍ତିତ ଚାଷୀକୁଳ ପାଇଁ ଜୁଲାଇ ମାସ ଶୁଭ ସାବ୍ୟସ୍ତ ହୋଇଛି। ମଙ୍ଗଳବାର (୧୭ ତାରିଖ) ସୁଦ୍ଧା ଜିଲାରେ ୩୫୪.୪ ମିଲିମିଟର ବର୍ଷା ହୋଇଛି। ଜିଲାରେ ଏହି ସମୟ ମଧ୍ୟରେ ୨୦୦ ମିମି ବର୍ଷାର ଆବଶ୍ୟକ ରହିଥିବାବେଳେ ଏହା ତା’ଠାରୁ ଯଥେଷ୍ଟ ଅଧିକ। ବର୍ଷାର ପରିମାଣ ୪୪.୩% ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ମହିଳା କମିଶନର ଆଇନ ସଚେତନତା କାର୍ଯ୍ୟକ୍ରମ: ଅଧିକାର ସମ୍ପର୍କରେ ସଚେତନ ହେବାକୁ ଆହ୍ବାନ

ମହିଳା କମିଶନର ଆଇନ ସଚେତନତା କାର୍ଯ୍ୟକ୍ରମ: ଅଧିକାର ସମ୍ପର୍କରେ ସଚେତନ ହେବାକୁ ଆହ୍ବାନ

ଅନୁଗୋଳ ଅଫିସ, ୧୮ା୭: ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡ. ଲୋପାମୁଦ୍ରା ବକ୍ସିପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ମହିଳାଙ୍କଠାରୁ ସୁନାଚେନ ଲୁଟ୍‌

ମହିଳାଙ୍କଠାରୁ ସୁନାଚେନ ଲୁଟ୍‌

ତାଳଚେର,୧୭ା୭(ନି.ପ୍ର.)- କଲିୟାରୀ ଥାନା ନିକଟରେ ମଙ୍ଗଳବାର ଅପରାହ୍ନରେ ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ସ୍ବାମୀଙ୍କୁ ମାଡ଼ମାରି ତାଙ୍କଠାରୁ ସୁନାଚେନ ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଭରତପୁର କୋଇଲା ଖଣିରେ ତାଳଚେର ସହରର ଭରତ ଚନ୍ଦ୍ର ସାମଲ ଫୋରମ୍ୟାନ ଭାବେ କାମ କରନ୍ତି।

ବାଇକ ଧକ୍କାରେ ଯୁବକ ମୃତ

ତାଳଚେର,୧୭ା୭(ନି.ପ୍ର.)- ଟିଟିପିଏସ୍‌ ଭେଲ କଲୋନୀ ମାର୍କେଟ ନିକଟରେ ମଙ୍ଗଳବାର ଅପରାହ୍ନରେ ବାଇକ୍‌ ଧକ୍କାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେ ହଲେ ତାଳଚେର ବ୍ଲକ କଜଗନ୍ନାଥପୁରା ଗ୍ରାମର ବାବୁଲାଲ ପାତ୍ର (୪୨)। ବାବୁଲାଲ ନିଜ ଅଟୋକୁ ଭେଲ କଲୋନୀ ମାର୍କେଟ ନିକଟରେ ରଖି ଛିଡା ହୋଇଥିଲେ।

 ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି  ଫାଟୁଆ

ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି ଫାଟୁଆ

ବଇଣ୍ଡା,୧୭।୭(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପଶୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଶୁ ଡାକ୍ତର ଓ ଅନ୍ୟାନ କର୍ମଚାରୀ ନିଯୁକ୍ତି କରାଯାଉ ନ ଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଠାକୁରଗଡ଼, ପାଇକସାହି, ସାନହୁଲା ଆଦି ପଶୁ ଡାକ୍ତରଖାନାରେ ପଶୁ ଡାକ୍ତର ପଦବୀ ଖାଲି ପଡ଼ିଛି। ଦୀର୍ଘଦିନ ଧରି ଏହି ପଦବୀ ପୂରଣ କରାଯାଉ ନ ଥିବା ଯୋଗୁ ଉକ୍ତ ଅଞ୍ଚଳରେ ପଶୁ ଗୁଡ଼ିକ ଚିକିତ୍ସା ପାଇପାରୁ ନାହାନ୍ତି। ଫଳରେ ଅନେକ ଗ୍ରାମରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି।

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

ଛେଣ୍ଡିପଦା,୧୭।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ କାଦୁଅ ପୂର୍ଣ୍ଣ ହୋଇଯାଉଛି। କଣଲୋଇ-ଭଟପାଳ ମୁଖ୍ୟ ରାସ୍ତାଠାରୁ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଛି।

ବିପର୍ଯ୍ୟସ୍ତ ଟ୍ରାଫିକ୍‌, ଅସୁରକ୍ଷିତ ଲୋକେ

ବିପର୍ଯ୍ୟସ୍ତ ଟ୍ରାଫିକ୍‌, ଅସୁରକ୍ଷିତ ଲୋକେ

ବଅଁରପାଳ, ୧୭ା୭(ଡି.ଏନ.ଏ.)- ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଘେରରେ ବଅଁରପାଳ ବଜାର। ଭିଡ଼ ନିୟନ୍ତ୍ରଣ ପାଇଁ ନା ଅଛନ୍ତି ଟ୍ରାଫିକ ପୋଲିସ ନା ଜଳୁଛି ଲାଇଟ୍‌। ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ସହ ସଂଯୋଗ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଛକ ପୋଲିସ ପ୍ରଶାସନ ଅବହେଳାର ଶିକାର ହୋଇଛି। ଫଳରେ ଦିନକୁ ଦିନ ଏଠାରେ ଯାତାୟାତ ସମସ୍ୟା ବଢିବା ସହ ଦୈନିକ ଛୋଟବଡ ଦୁର୍ଘଟଣାମାନ ଘଟୁଛି। ଏପରିକି ୨ ଦିନ ତଳେ ବଜାରରେ ଥିବା ଏକ ଟ୍ରାଫିକ୍‌ ପୋଷ୍ଟଟି ଗାଡ଼ି ଧକ୍କାରେ ଭାଙ୍ଗି ଯାଇଛି। ଏପରିସ୍ଥିତିରେ ବିପଦପୂର୍ଣ୍ଣ ଭାବେ ସେଠାରେ ଯାନବାହାନ ଚଳାଚଳକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Model This Week

ରୂପେଶ