Plastic Free Odisha |

ପ୍ଲାଷ୍ଟିକ ମୁକ୍ତ ଆହ୍ବାନ ଦେଲେ ସ୍କୁଲ ଛାତ୍ରୀଛାତ୍ର

ପ୍ଲାଷ୍ଟିକ ମୁକ୍ତ ଆହ୍ବାନ ଦେଲେ ସ୍କୁଲ ଛାତ୍ରୀଛାତ୍ର
ଖୋର୍ଦ୍ଧା ଅଫିସ,୨୮।୮: ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ସହରସ୍ଥିତ ସିଗ୍ମା ପବ୍ଲିକ ସ୍କୁଲର ଛାତ୍ରୀଛାତ୍ର। ସୋମବାର ସ୍କୁଲ ପରିସରରେ ଏକ ମିଟିଂ କରି ପ୍ଲାଷ୍ଟିକର  ଭୟାବହତା ଓ କୁପ୍ରଭାବ ବିଷୟ ଉପରେ ଶିକ୍ଷୟିତ୍ରୀଶିକ୍ଷକମାନେ ବିଭିନ୍ନ ପ୍ରକାରର ଉଦାହରଣ ଦେଇ ଛାତ୍ରୀଛାତ୍ରଙ୍କୁ ଟିପ୍ପଣୀ ଦେଇଥିଲେ। ମଣିଷର ମାତ୍ରାଧିକ ପ୍ଲାଷ୍ଟିକର ମୋହ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି। ଏଣୁ ଗଣେଶପୂଜା ଓ ସରସ୍ବତୀପୂଜା ସମୟରେ ପଲିଥିନରେ ଭୋଗ ଓ ପୂଜା ସାମଗ୍ରୀ ନ ଆଣି ପିତଳ ଥାଳି, ବାଉଁଶ ଓ ବେତର ଡାଲାରେ ଆଣିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷେ ଛାତ୍ରୀଛାତ୍ରମାନେ ଶପଥ କରି କହିଥିଲେ, ପ୍ଲାଷ୍ଟିକ ବନ୍ଦ କରିବା ଦିଗରେ ଆମ୍ଭେମାନେ ସଚେତନ ହେଲୁ। ପରିବାରର ସଦସ୍ୟଙ୍କୁ ମଧ୍ୟ ସଚେତନତା କରାଇବୁ। ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ବନ୍ଦ କରିବାକୁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବା ସହ ସଚେତନତା ସୃଷ୍ଟିରେ ସାହାଯ୍ୟ କରିବୁ। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ମମତାଞ୍ଜଳି ପଟ୍ଟନାୟକ କୁହନ୍ତି, ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ଯୋଗୁ ଜଳ, ସ୍ଥଳ, ପରିବେଶ ବିପଦରେ। ପ୍ଲାଷ୍ଟିକ ଓ ପଲିଥିନ ନାଳ, ନର୍ଦ୍ଦମାରେ ଜମି ରହି ଜଳ ପ୍ରବାହରେ ବାଧା ଉପୁଯାଉଛି। ପ୍ଲାଷ୍ଟିକ, ପଲିଥିନ ମାଟିରେ ମିଶୁ ନ ଥିବାରୁ ଏହା ମଧ୍ୟରେ ବାୟୁ ରହୁ ଥିବାରୁ ଆଗାମୀଦିନରେ ଭୂକମ୍ପକୁ ଆମନ୍ତ୍ରଣ କରିବ। ଏଥିସହ ପଲିଥିନ ଓ ପ୍ଲାଷ୍ଟିକରେ ଖାଦ୍ୟ ପଦାର୍ଥ ରଖିଲେ ତାହା ବିଶାକ୍ତ ହୋଇଯାଏ। ଏଥିପ୍ରତି ସମସ୍ତେ ସଚେତନ ହେବା ଦରକାର। ଏ ନେଇ ପ୍ରାର୍ଥନା କ୍ଲାସ୍‌ ଓ ଶିକ୍ଷାଦାନ ସମୟରେ ପିଲାମାନଙ୍କୁ ସଚେତନତା ମଙ୍ଗଳବାରଠାରୁ ଆରମ୍ଭ ହେବ। ଶିକ୍ଷକ ଜ୍ୟୋତିର୍ମୟ ବଳିଆଳରସିଂ ଓ ଶିକ୍ଷୟିତ୍ରୀ ବର୍ଣ୍ଣାଳି ମାଜି କୁହନ୍ତି, ନିଜେ ସଚେତନ ହେଲେ ଅନ୍ୟକୁ ସଚେତନ କରିବା ସହଜ ହେବ। ନିଜେ ବ୍ୟବହାର କରି ଅନ୍ୟକୁ ଉପଦେଶ ଦେଲେ ସଚେତନତାର ସୁଫଳ ମିଳିବ ନାହିଁ। ଏହାଦ୍ୱାରା ଏକ ବଡ଼ଧରଣର ପରିବର୍ତ୍ତନ ଆସିପାରିବ। ସପ୍ତମ ଶ୍ରେଣୀ ଛାତ୍ରୀ ଦିବ୍ୟ ଚିରନ୍ତନୀ ପଣ୍ଡାଙ୍କୁ ପଚାରିବାରେ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ଏତେମାତ୍ରାରେ ବଢ଼ିଯାଇଛି ଯେ ଏ ଦିଗରେ ହଠାତ ସୁଫଳ ମିଳିବ ନାହିଁ। ସଚେତନତାକୁ ତ୍ୱରାନ୍ବିତ କରାଗଲେ ବିଳମ୍ବରେ ନିଶ୍ଚିତ ସୁଫଳ ମିଳିବ। ତେବେ ସେ ସମୟକୁ ଅପେକ୍ଷା କରି କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ।
All Right Reserved By

Plastic Free Odisha |

Ben Johnson, Olympic Player

Ben Johnson, Olympic Player

Ben Johnson support a Plastic Free Odisha. Do you? *Visit our website dharitri.com. Like,Share,Subscribe,Recommend our Facebook Page Dharitri(@DharitriNews)

Srikant Sekhar, karate player

Srikant Sekhar, karate player

Srikant Sekharl support a Plastic Free Odisha. Do you? 
*Visit our website dharitri.com. Like,Share,Subscribe,Recommend our Facebook Page Dharitri(@DharitriNews)

Payal Baral, karate player

Payal Baral, karate player

Payal Baral support a Plastic Free Odisha. Do you? 
*Visit our website dharitri.com. Like,Share,Subscribe,Recommend our Facebook Page Dharitri(@DharitriNews)

Anupama Swain, karate player

Anupama Swain, karate player

Anupama Swain support a Plastic Free Odisha. Do you? 
*Visit our website dharitri.com. Like,Share,Subscribe,Recommend our Facebook Page Dharitri(@DharitriNews)

Dillip Jena, karate player

Dillip Jena, karate player

Dillip Jena support a Plastic Free Odisha. Do you? 
*Visit our website dharitri.com. Like,Share,Subscribe,Recommend our Facebook Page Dharitri(@DharitriNews)

ଧରିତ୍ରୀ,ଓଡ଼ିଶା ପୋଷ୍ଟ ପ୍ଲାଷ୍ଟିକମୁକ୍ତ ଅଭିଯାନକୁ ସମର୍ଥନ

ଧରିତ୍ରୀ,ଓଡ଼ିଶା ପୋଷ୍ଟ ପ୍ଲାଷ୍ଟିକମୁକ୍ତ ଅଭିଯାନକୁ ସମର୍ଥନ

ଦାରିଙ୍ଗବାଡ଼ି,୬।୧୦(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷକ କଲ୍ୟାଣ ମହାସଂଘ ପକ୍ଷରୁ  ଅଞ୍ଚଳରେ ପ୍ଲାଷ୍ଟିକ ସମେତ ପଲିଥିନ ବ୍ୟବହାରକୁ ବିରୋଧ କରାଯାଇଛି। ନିଜ ବିଦ୍ୟାଳୟ ପରିସରକୁ ସଫା କରିବା ସହ  ବିଦ୍ୟାଳୟ ପାଖରେ ଥିବା ଗ୍ରାମଗୁଡ଼ିକୁ ସଫାକରି ସ୍ବଚ୍ଛ ପରିବେଶ ରଖିବା, ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କୁ ଏ ଦିଗରେ ସଚେତନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗୁରୁବାରରୁ ଏକ ବୈଠକ  ମହାସଂଘ ସଭାପତି ଯାମିନୀକାନ୍ତ ପଡ୍ରାଙ୍କ ଅଧ୍ୟକ୍ଷତାରେ କରାଯାଇ ନିଷ୍ପତ୍ତି ନିଆଯାଇଛି। ଏଥି ସହ ଧରିତ୍ରୀ, ଓଡ଼ିଶା ପୋଷ୍ଟ ପ୍ଲାଷ୍ଟିକମୁକ୍ତ ଅଭିଯାନକୁ ମହାସଂଘ ସମର୍ଥନ ଜଣାଇବା ସହିତ ଏହା ପାଳନ କରାଯିବାକୁ ସମସ୍ତ  ପ୍ରାୟ ୧୨ଶହ ସଦସ୍ୟ ଶପଥ ନେଇଛନ୍ତିି।  ସାଧାରଣ ସମ୍ପାଦକ ବିଦେଶୀ ନାୟକ କହିଛନ୍ତି, ଓଡ଼ିଶାକୁ  ପ୍ଲାଷ୍ଟିକମୁକ୍ତ କରିବା ପଦକ୍ଷେପ ଧରିତ୍ରୀ, ଓଡ଼ିଶାପୋଷ୍ଟ ଅଭିଯାନ ଆରମ୍ଭ କରି ଆମମାନଙ୍କୁ ସଚେତନ କରାଇପାରିଛି। 

ପ୍ଲାଷ୍ଟିକ୍‌ ଫ୍ରି ଓଡ଼ିଶା କ୍ୟାମ୍ପେନକୁ ସମର୍ଥନ

ପ୍ଲାଷ୍ଟିକ୍‌ ଫ୍ରି ଓଡ଼ିଶା କ୍ୟାମ୍ପେନକୁ ସମର୍ଥନ

ଧରିତ୍ରୀ ଓ ଓଡିଶା ପୋଷ୍ଟ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ଲାଷ୍ଟିକ୍‌ ଫ୍ରି ଓଡ଼ିଶା କ୍ୟାମ୍ପେନକୁ ଦାମୋଦର ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀଶିକ୍ଷକଙ୍କ ପକ୍ଷରୁ ସମର୍ଥନ କରାଯାଇଛି।

ଧରିତ୍ରୀ, ଓଡ଼ିଶାପୋଷ୍ଟ ପ୍ଲାଷ୍ଟିକମୁକ୍ତ ଓଡ଼ିଶା ଅଭିଯାନ  ସାମିଲ ହେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

ଧରିତ୍ରୀ, ଓଡ଼ିଶାପୋଷ୍ଟ ପ୍ଲାଷ୍ଟିକମୁକ୍ତ ଓଡ଼ିଶା ଅଭିଯାନ ସାମିଲ ହେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

ଦାରିଙ୍ଗବାଡ଼ି,୪।୧୦(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ସୁଲୁମାହାରେ ବୁଧବାର  ୧୩ ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ପ୍ରଗତି ଉପତ୍ାଦନ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାନେତ୍ରୀ ସୁନୀତା ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।

ଦୈନିକ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ‘ପ୍ଲାଷ୍ଟିକ ମୁକ୍ତ ଅଭିଯାନ’ରେ ସାମିଲ ହେଲେ ହିଞ୍ଜିଳି ଥାନାର ପୋଲିସ କର୍ମଚାରୀ।

ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଓ ସ୍ବଚ୍ଛତା ପାଇଁ ଶପଥ

ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଓ ସ୍ବଚ୍ଛତା ପାଇଁ ଶପଥ

କର୍ଲାମୁଣ୍ଡା,୨।୧୦ (ଡି.ଏନ.ଏ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗାନ୍ଧୀଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସଦର ସ୍ଥିତ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନୋଡାଲ ୟୁପି ସ୍କୁଲ ଛାତ୍ରୀଛାତ୍ର ମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯିବା ସହ ସଭା କାର୍ଯ୍ୟ କରାଯାଇଥିଲା। ଏଥିରେ ଜନସ୍ବାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାସ, ଡାକ୍ତର ଶୀଖିଧ୍ୱଜ ପଟେଲ, ବିପିଏମ ଅଜିତ ସିଂ କୁମାର, ଆମହାଲଚାଲ ପତ୍ରିକାର ମୁଖ୍ୟ ସମ୍ପାଦକ ନରୋତ୍ତମ ସେଲମା, ସାମାଜିକ କର୍ମୀ 

ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ଗ୍ରାମସଭା ସାମିଲ

ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ଗ୍ରାମସଭା ସାମିଲ

ବଡ଼ଗାଁ, ୨।୧୦(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବଡ଼ଗାଁ ପଞ୍ଚାୟତର ଗ୍ରାମସଭା ( ସ୍ବତନ୍ତ୍ର)ରେ ମଙ୍ଗଳବାର ଯୋଗଦେଇଥିବା ପଞ୍ଚାୟତବାସୀ ଧରିତ୍ରୀ ଓ ଓଡ଼ିଶାପୋଷ୍ଟର ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ସାମିଲ ହୋଇଛନ୍ତି। ଏହି ଅବସରରେ ସରପଞ୍ଚ ଶୁଶିଲା ଡ଼ନସନା, ନାଏବ ସରପଞ୍ଚ କେଶବ କର୍ସେଲ, ବ୍ଲକ  ସାମାଜିକ ସୁରକ୍ଷା ଅଧିକାରୀ ଅମ୍ବିକା ନାଏକ ଉପସ୍ଥିତ ଥିଲେ।

ଧରିତ୍ରୀ ଓ ଓଡିଶା ପୋଷ୍ଟକୁ ସମର୍ଥନ କରି ପ୍ଲାଷ୍ଟିକ୍‌ ମୁକ୍ତ ଓଡ଼ିଶା ଗଠନ ପାଇଁ ଶପଥ ପାଠ

ଧରିତ୍ରୀ ଓ ଓଡିଶା ପୋଷ୍ଟକୁ ସମର୍ଥନ କରି ପ୍ଲାଷ୍ଟିକ୍‌ ମୁକ୍ତ ଓଡ଼ିଶା ଗଠନ ପାଇଁ ଶପଥ ପାଠ

ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ୱର ବାର ଆସୋସିଏସନ ଲୟର୍‌ ଲିବର୍ଟି ଟ୍ରଷ୍ଟ୍‌ ପକ୍ଷରୁ ଧରିତ୍ରୀ ଓ ଓଡିଶା ପୋଷ୍ଟକୁ ସମର୍ଥନ କରି ପ୍ଲାଷ୍ଟିକ୍‌ ମୁକ୍ତ ଓଡ଼ିଶା ଗଠନ ପାଇଁ ଗାନ୍ଧୀ ମୂର୍ତ୍ତି ସମ୍ମ୍‌ୁଖରେ ସମୂହ ଶପଥ ପାଠ।