ଜାତୀୟ |

୧୯ବର୍ଷ ପରେ ନିଖୋଜ ଭାଇକୁ ଭେଟି ଭଉଣୀ ବାନ୍ଧିଲେ ରାଖୀ

୧୯ବର୍ଷ ପରେ ନିଖୋଜ ଭାଇକୁ ଭେଟି ଭଉଣୀ ବାନ୍ଧିଲେ ରାଖୀ
ସୁରଟ,୨୬।୮: ରାଖୀ ପୂର୍ଣ୍ଣିମା ପାଟନାର ପ୍ରେମାଦେବୀଙ୍କ ପାଇଁ ନେଇ ଆସିଛି ଖୁସିର ଖବର। ୧୯ ବର୍ଷ ତଳେ ହଜିଯାଇଥିବା ତାଙ୍କ ଭାଇଙ୍କ ହାତରେ ବାନ୍ଧିଛନ୍ତି ସେ ରାଖୀ। ୧୯୯୯ରେ ତାଙ୍କ ଭାଇ ରବୀଶ ୧୩ ବର୍ଷ ବୟସରେ ହଜିଯାଇଥିଲା। ତାଙ୍କ ପିତା ଉମେଶ କୁମାର ଶିବମ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଚେନ୍‌ର ସଞ୍ଚାଳକ ଥିଲେ। ପରିବାର ସଦସ୍ୟ ରବୀଶଙ୍କୁ ଅନେକ ଖୋଜାଖୋଜି କରି ଶେଷରେ ତାଙ୍କର ମୃତ୍ୟୁ ଘଟିଥିବା ମାନିନେଇଥିଲେ। ପୋଲିସ ମଧ୍ୟ ଏହି କେସର ଫାଇଲ୍‌ ବନ୍ଦ କରିଦେଇଥିଲା। ମାତ୍ର ଭଉଣୀ ପ୍ରେମାଦେବୀ ତାଙ୍କ ଭାଇ ଜୀବିତ ଥିବା ଜିଦ୍‌ ଧରିଥିଲେ। ୨୦୦୧ରେ ରବୀଶ ସୁରଟରେ ଥିବା ଖବର ମିଳିଥିଲା। ପ୍ରେମାଦେବୀଙ୍କ ଜିଦ୍‌ ଯୋଗୁ ପରିବାର ସଦସ୍ୟ ୨୦୧୨ ମଧ୍ୟରେ ୩ ଥର ସୁରଟରେ ଅନେକ ଖୋଜାଖୋଜି କରିଥିଲେ। ତେବେ କୌଣସି ସୁଫଳ ମିଳି ନ ଥିଲା। ଏହାପରେ ପିତା ଉମେଶଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ରବୀଶ କୁମାର ହଜିଯିବା ପରେ ଘରକୁ ଫେରି ନ ପାରି କିଛି ଦିନ ଭୋକ ଉପାସରେ ରହିଥିଲେ। ଏହାପରେ ସୁରଟରେ ବିଭିନ୍ନ କାମ ଧନ୍ଦା କରିବା ଆରମ୍ଭ କରିଥିଲେ। ପରେ ଏକ ଫ୍ୟାକ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ପାଟନାର ଅନ୍ୟ ଜଣେ ଯୁବକ ରୋହିତ ମଧ୍ୟ କାମ କରୁଥିଲେ। ସେ ରବୀଶଙ୍କ ବିଷୟରେ ତାଙ୍କ ଛୋଟ ଭାଇ ରିତେଶ ଏବଂ ପୁତୁରା ରାଜକୁମାରଙ୍କ କହିଥିଲା। ପରେ ରବୀଶଙ୍କ ଖବର ମିଳିଥିଲା। ଏବେ ରବୀଶଙ୍କୁ ୩୨ ବର୍ଷ। ସେ ପରିବାର ସଦସ୍ୟଙ୍କୁ ଦୀର୍ଘ ସମୟ ପରେ ଭେଟି ବେଶ୍‌ ଆନନ୍ଦିତ।
All Right Reserved By

ଜାତୀୟ |

କ୍ଷୀର ପିଆଇ ସ୍ବାମୀଙ୍କୁ ବେହୋସ କଲେ ଆଉ ତା’ପରେ...

କ୍ଷୀର ପିଆଇ ସ୍ବାମୀଙ୍କୁ ବେହୋସ କଲେ ଆଉ ତା’ପରେ...

ନୂଆଦିଲ୍ଲୀ, ୧୪।୧୧: ନବବିବାହିତ ସ୍ବାମୀଙ୍କୁ କ୍ଷୀରରେ ନିଶା ଦେଇ ବେହୋସ କରିବା ପରେ ତାଙ୍କଠାରୁ ସବୁ ଲୁଟି ନେଇଛନ୍ତି ସ୍ତ୍ରୀ। 

ଡିସେମ୍ବର ୧୧ରୁ ସଂସଦର ଶୀତକାଳୀନ ଅଧିବେଶନ

ଡିସେମ୍ବର ୧୧ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ, ୧୪।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧୧ରୁ ଆରମ୍ଭ ହୋଇ ଜାନୁଆରୀ ୮ ପର୍ଯ୍ୟନ୍ତ ଚାଲିବ ବୋଲି ବୁଧବାର କେନ୍ଦ୍ର ମନ୍ତ୍ରୀ ପିୟୁଷ୍‌ ଗୋଏଲ ସୂଚନା ଦେଇଛନ୍ତି। 

ଭାରତର ବାହୁବଳୀ ଉପଗ୍ରହ ଜିସାଟ୍‌-୨୯ ସଫଳ ଉତ୍‌କ୍ଷେପଣ

ଭାରତର ବାହୁବଳୀ ଉପଗ୍ରହ ଜିସାଟ୍‌-୨୯ ସଫଳ ଉତ୍‌କ୍ଷେପଣ

ଶ୍ରୀହରିକୋଟା, ୧୪।୧୧: ଭାରତର ସବୁଠୁ ଶକ୍ତିଶାଳୀ ଉପଗ୍ରହ ଜିସାଟ୍‌-୨୯ର ସଫଳ ଉତ୍‌କ୍ଷେପଣ କରାଯାଇଛି।

ଆସୁଛି ବାତ୍ୟା ‘ଗାଜା’: ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା

ଆସୁଛି ବାତ୍ୟା ‘ଗାଜା’: ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା

ଚେନ୍ନାଇ, ୧୪।୧୧: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଡିପ୍‌ ଡିପ୍ରେସନର ରୂପ ନେଇଛି।

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦିପିକା-ରଣବୀର

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦିପିକା-ରଣବୀର

ନୂଆଦିଲ୍ଲୀ/ରୋମ, ୧୪।୧୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଦିପିକା ପାଦ୍ୟୁକୋନ ଓ ଅଭିନେତା ରଣବୀର ସିଂ। ସୁଦୂର ଇଟାଲୀ ଲେକ୍‌ କୋମୋରେ ଦୁହିଁଙ୍କ ବିବାହ ଖୁବ୍‌ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଦଳରୁ ପୁଅକୁ ବହିଷ୍କାର କଲେ ଓମ୍‌ ପ୍ରକାଶ ଚୌତାଲା

ଦଳରୁ ପୁଅକୁ ବହିଷ୍କାର କଲେ ଓମ୍‌ ପ୍ରକାଶ ଚୌତାଲା

ଚଣ୍ଡିଗଡ, ୧୪।୧୧: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲା ଆଇଏନଏଲ୍‌ଡି ଦଳରୁ ବଡ ପୁଅ ଅଜୟ ସିଂହ ଚୌତାଲାଙ୍କୁ ବହିଷ୍କାର କରିଛନ୍ତି। 

ଅନଲାଇନ୍‌ରେ ମିଳୁଛି ଶୁଦ୍ଧ ବାୟୁ

ଅନଲାଇନ୍‌ରେ ମିଳୁଛି ଶୁଦ୍ଧ ବାୟୁ

ନୂଆଦିଲ୍ଲୀ/ସିଡନୀ, ୧୪।୧୧: ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢିଛି ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି। 

ନେହେରୁଙ୍କ ପାଇଁ ଚା’ବାଲା ଆଜି ପ୍ରଧାନମନ୍ତ୍ରୀ: ଶଶୀ ଥରୁର୍‌

ନେହେରୁଙ୍କ ପାଇଁ ଚା’ବାଲା ଆଜି ପ୍ରଧାନମନ୍ତ୍ରୀ: ଶଶୀ ଥରୁର୍‌

ନୂଆଦିଲ୍ଲୀ, ୧୪।୧୧: ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍‌।

ମୋଦି, କେଜ୍‌ରିଓ୍ବାଲ ଶୁଣିଲେନି, ଟମ୍ଫଙ୍କ ପାଖରେ ପହଞ୍ଚିଲା ଅଭିଯୋଗ

ମୋଦି, କେଜ୍‌ରିଓ୍ବାଲ ଶୁଣିଲେନି, ଟମ୍ଫଙ୍କ ପାଖରେ ପହଞ୍ଚିଲା ଅଭିଯୋଗ

ନୂଆଦିଲ୍ଲୀ/ନ୍ୟୁୟର୍କ, ୧୪।୧୧: ଭାରତୀୟ ରେଳ ବିଭାଗର ଅଭିଯୋଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ଙ୍କ ପାଖରେ ପହଞ୍ଚିଛି। ପାଲମ୍‌ ଷ୍ଟେଶନରେ ଚେତକ ଏକ୍ସପ୍ରେସର ଏକ ରହଣିସ୍ଥଳ ନିର୍ମାଣ ପାଇଁ ରେଳ ଯାତ୍ରୀ ସଂଗଠନ ପକ୍ଷରୁ ବହୁ ଦିନରୁ ଦାବି ହୋଇଆସୁଥିଲା।

ସ୍ତ୍ରୀଙ୍କ ପାଇଁ ୧୭ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ସ୍ବାମୀ

ସ୍ତ୍ରୀଙ୍କ ପାଇଁ ୧୭ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ସ୍ବାମୀ

ନୂଆଦିଲ୍ଲୀ, ୧୪।୧୧: ସ୍ତ୍ରୀଙ୍କ ପାଇଁ ୧୭ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ।

ଭାଜପା ସାଂସଦ ହରିଶ୍‌ ମୀନା କଂଗ୍ରେସରେ ଯୋଗ ଦେଲେ

ଭାଜପା ସାଂସଦ ହରିଶ୍‌ ମୀନା କଂଗ୍ରେସରେ ଯୋଗ ଦେଲେ

ଜୟପୁର, ୧୪।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍‌କା ଲାଗିଛି। ଦଳର ସାଂସଦ ହରିଶ୍‌ ମୀନା କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜସ୍ଥାନର କଂଗ୍ରେସ ମୁଖ୍ୟ ସଚିନ ପାଇଲଟ ଓ ପୂର୍ବତନ ମଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପସ୍ଥିତିରେ ହରିଶ୍‌ କଂଗ୍ରେସର ହାତ ଧରିଛନ୍ତି। 

ରାଫେଲ୍‌ ମାମଲା: ବାୟୁସେନାର ମତ ଲୋଡିଲେ ସୁପ୍ରିମ୍‌କୋର୍ଟ

ରାଫେଲ୍‌ ମାମଲା: ବାୟୁସେନାର ମତ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୧: ରାଫେଲ୍‌ ଯୁଦ୍ଧ ବିମାନ ମାମଲାରେ ବାୟୁସେନାର ମତ ଲୋଡିଛନ୍ତି ସୁପ୍ରିମ୍‌କୋର୍ଟ। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦ ଲଫାପାରେ ତଥ୍ୟ ଦାଖଲ କରାଯାଇଥିଲା।