ରକ୍ଷା ବନ୍ଧନ | ବାଲେଶ୍ୱର

ରାଖୀ ପାଇଁ ମନ୍ଦିର, ମିଠା ଦୋକାନରେ ଭିଡ

ରାଖୀ ପାଇଁ ମନ୍ଦିର, ମିଠା ଦୋକାନରେ ଭିଡ
ବାରିପଦା ଅଫିସ,୨୬।୮: ବାରିପଦା ସହରରେ ରବିବାର ରାଖୀ ପୂର୍ଣ୍ଣିମା ପାଇଁ ବିଭିନ୍ନ ମନ୍ଦିର ଓ ମିଠା ଦୋକାନ ଗୁଡିକରେ ଭିଡ଼ ପରିଲକ୍ଷିତ ହୋଇଛି। ଅମ୍ବିକା ମନ୍ଦିର, ଜଗନ୍ନାଥ ମନ୍ଦିର, ମଦନମୋହନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ବିଶେଷ କରି ଭଉଣୀମାନେ ରାଖୀକୁ ମନ୍ଦିରରେ ପୂଜା କରିବା ପରେ ନିଜ ଭାଇଙ୍କ ହାତରେ ବନ୍ଧୁଛନ୍ତି। ସେହିପରି ସହରର ମିଠା ଦୋକାନ ଗୁଡିକରେ ମଧ୍ୟ ଲୋକ ଭିଡ ଜମାଉଛନ୍ତି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମିଠା ଦୋକାନୀ ମାନେ ଭଳିକି ଭଳି ମିଠା ସଜାଇ ରଖିଛନ୍ତି। ବାରିପଦା ଟ୍ରାଫିକ ଛକସ୍ଥିତ ଅନ୍ତର୍ଜାତୀୟ ଫ୍ରାଞ୍ଚାଇଜ ମିଷ୍ଟର ଇଡିଲି ଓ ସ୍ବିଟ୍ସରେ ରାଜଭୋଗ, ରାଣୀଭୋଗ, ରସଗୋଲା, ଖୁଆପେଡା ସ୍ବତନ୍ତ୍ର ଭାବେ ତିଆରି କରି ଗ୍ରାହକଙ୍କୁ ବିକ୍ରି କରାଯାଉଛି। ସବୁ ବର୍ଷ ଅପେକ୍ଷା ଚଳିତ ବର୍ଷ ଅପେକ୍ଷାକୃତ ଅଧିକ ମିଠା ବିକ୍ରି ହୋଇଥିବା ଦୋକାନୀମାନେ କହିଛନ୍ତି। 
All Right Reserved By

ରକ୍ଷା ବନ୍ଧନ | ବାଲେଶ୍ୱର

ଭାଇ ହାତରେ ରାକ୍ଷୀ ପିନ୍ଧେଇଲେ ଭଉଣୀ

ଭାଇ ହାତରେ ରାକ୍ଷୀ ପିନ୍ଧେଇଲେ ଭଉଣୀ

ଗୁଡ଼ଭେଲା,୨୬।୮(ଡ଼ିଏନଏ)-ଶନିବାର ଗହ୍ମା ପୁନେଇ ତଥା ବଳଭଦ୍ରଙ୍କ ଜନ୍ମଦିନ ଥିଲା। ଏହା ସହ ଭାଇ ଭଉଣୀଙ୍କ ସମ୍ପର୍କକୁ ମଜଭୁତ କରୁଥିବା ରାକ୍ଷୀ ପୂର୍ଣ୍ଣିମା ମଧ୍ୟ। ଏହି ଅବସରରେ ସବୁଆଡେ ଆନନ୍ଦ ଆଉ ଖୁସି ଖେଳି ଯାଇଛି। ସକାଳୁ ସକାଳୁ ଭଉଣୀମାନେ ନିତ୍ୟକର୍ମ ସମାପନ ଅନ୍ତେ ନୂଆ ଡେସ୍‌ ପିନ୍ଧି ଭାଇର ହାତରେ ରାକ୍ଷୀ ପିନ୍ଧେଇଛନ୍ତି। 

ବସ୍ତି ପିଲାଙ୍କ ହାତରେ ରାଖୀ ବାନ୍ଧିଲେ

ବସ୍ତି ପିଲାଙ୍କ ହାତରେ ରାଖୀ ବାନ୍ଧିଲେ

ସିମୁଳିଆ, ୨୬ା୮(ଡି.ଏନ୍‌.ଏ.)-ପବିତ୍ର ରକ୍ଷାବନ୍ଧନ ଅବସରରେ ମାର୍କୋଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁ ଭଉଣୀ, ଭାଇ, ଗୁରୁମା ଓ ଗୁରୁଜୀମାନେ ନିକଟସ୍ଥ ବସ୍ତିକୁ ଯାଇ ରାଖୀ ବାନ୍ଧିବା ସହିତ ମିଠା ଖୁଆଇ ନିଆର ପରିଚୟ ସୃଷ୍ଟି କରିଛନ୍ତି ।  ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ସାଧାରଣ ସଭା ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା । 

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଖୀ ବନ୍ଧନ ଉତ୍ସବ

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଖୀ ବନ୍ଧନ ଉତ୍ସବ

କେନ୍ଦୁଝର,୨୬।୮(ସ୍ବ.ପ୍ର.): ସ୍ଥାନୀୟ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ରକ୍ଷା ବନ୍ଧନ ଉତ୍ସବ ଭଉଣୀ ବିନ୍ଦୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆତ୍ମା ଓ ପରମାତ୍ମାଙ୍କୁ ସଂଯୋଗ କରିବା ଲକ୍ଷ୍ୟ ଏବଂ ଭାଇ ଭଉଣୀର ସମ୍ପର୍କ ଯୋଡି ଏକ ଆଧ୍ୟାତ୍ମିକ ବିଶ୍ୱ ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛି ପ୍ରଜାପିତା ବ୍ରହ୍ମ କୁମାରୀ। 

ରକ୍ଷାବନ୍ଧନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନର ବାର୍ତ୍ତା ଦେଲା ଉତ୍କଳ ବାଳାଶ୍ରମ

ରକ୍ଷାବନ୍ଧନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନର ବାର୍ତ୍ତା ଦେଲା ଉତ୍କଳ ବାଳାଶ୍ରମ

ପୁରୀ ଅଫିସ,୨୬।୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଭାଇ ଓ ଭଉଣୀଙ୍କ ସ୍ନେହ ଶ୍ରଦ୍ଧାର ପର୍ବ। ଏହି ପବିତ୍ର ଉତ୍ସବ ଅବସରରେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଗଠନ ଲାଗି ଆହ୍ବାନ ଦେଇଛନ୍ତି।  ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସାମିଲ ହୋଇଛନ୍ତି ବାଳାଶ୍ରମର କୁନି କୁନି ଭାଇଭାଉଣୀମାନେ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ

ଭଣ୍ଡାରିପୋଖରୀ,୨୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶିଶୁ ମନ୍ଦିର ମାନଙ୍କରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଷୋଳମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ତଥା ବଳଦେବଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା।

୧୯ବର୍ଷ ପରେ ନିଖୋଜ ଭାଇକୁ ଭେଟି ଭଉଣୀ ବାନ୍ଧିଲେ ରାଖୀ

୧୯ବର୍ଷ ପରେ ନିଖୋଜ ଭାଇକୁ ଭେଟି ଭଉଣୀ ବାନ୍ଧିଲେ ରାଖୀ

ସୁରଟ,୨୬।୮: ରାଖୀ ପୂର୍ଣ୍ଣିମା ପାଟନାର ପ୍ରେମାଦେବୀଙ୍କ ପାଇଁ ନେଇ ଆସିଛି ଖୁସିର ଖବର। ୧୯ ବର୍ଷ ତଳେ ହଜିଯାଇଥିବା ତାଙ୍କ ଭାଇଙ୍କ ହାତରେ ବାନ୍ଧିଛନ୍ତି ସେ ରାଖୀ। ୧୯୯୯ରେ ତାଙ୍କ ଭାଇ ରବୀଶ ୧୩ ବର୍ଷ ବୟସରେ ହଜିଯାଇଥିଲା।

ବୃକ୍ଷରେ ରାଖୀ ବାନ୍ଧିଲେ ସବୁଜ ବାହିନୀ

ବୃକ୍ଷରେ ରାଖୀ ବାନ୍ଧିଲେ ସବୁଜ ବାହିନୀ

ବ୍ରହ୍ମପୁର ଅଫିସ,୨୬।୮: ବୃକ୍ଷକୁ ରାଖୀ ବାନ୍ଧି ନିଆରା ଢଙ୍ଗରେ ରାଖୀ ପୂର୍ଣ୍ଣିମା ପାଳନ କରିଛି ସବୁଜ ବାହିନୀ। ରବିବାର ସକାଳେ ବ୍ରହ୍ମପୁର ସହର ଗାନ୍ଧୀ ନଗର ମୁଖ୍ୟ ରାସ୍ତାରେ ଥିବା ବୃକ୍ଷ ଗୁଡିକରେ ସବୁଜ ବାହିନୀର କର୍ମକର୍ତ୍ତାମାନେ ରାଖୀ ବାନ୍ଧିଥିଲେ।

୪ ବର୍ଷ ଧରି ଶୁଖିନି ଲୁହ କି ଥମୁନି କୋହ: ଶହୀଦ୍‌ ଭାଇଙ୍କ ମୂର୍ତ୍ତିରେ ରାଖୀ ବାନ୍ଧିଲେ ଭଉଣୀ

୪ ବର୍ଷ ଧରି ଶୁଖିନି ଲୁହ କି ଥମୁନି କୋହ: ଶହୀଦ୍‌ ଭାଇଙ୍କ ମୂର୍ତ୍ତିରେ ରାଖୀ ବାନ୍ଧିଲେ ଭଉଣୀ

ରାୟପୁର,୨୬।୮: ଚାରି ବର୍ଷ ତଳେ ଭାଇ ହରାଇଛନ୍ତି ଭଉଣୀ ଶାନ୍ତି ଉଡକେ। ତାଙ୍କ ଭାଇ ରାଜେଶ ଗାଇକ୍ୱାଡ୍‌ ୨୦୧୪ ମାର୍ଚ୍ଚ ୧୧ରେ ସୁକୁମାର ଟୋଙ୍ଗପାଲ ଅଞ୍ଚଳରେ ମାଓବାଦୀଙ୍କ ସହିତ ଲଢ଼େଇ କରୁଥିବା ସମୟରେ ଶହୀଦ୍‌ ହୋଇଥିଲେ। 

ବିଏସ୍‌ଏଫ୍‌ ଯବାନଙ୍କୁ ରାଖୀ ବାନ୍ଧିଲେ ଜମ୍ମୁ-କଶ୍ମୀର ମହିଳା

ବିଏସ୍‌ଏଫ୍‌ ଯବାନଙ୍କୁ ରାଖୀ ବାନ୍ଧିଲେ ଜମ୍ମୁ-କଶ୍ମୀର ମହିଳା

ଶ୍ରୀନଗର,୨୬।୮: ପବିତ୍ର ରକ୍ଷା ବନ୍ଧନ ଅବସରରେ ଜମ୍ମୁ-କଶ୍ମୀର ସୀମାରେ ନିୟୋଜିତ ବିଏସ୍‌ଏଫ୍‌ ଯବାନଙ୍କୁ ସ୍ଥାନୀୟ ମହିଳା ରାଖୀ ବାନ୍ଧିଛନ୍ତି। 

କେରଳରେ ନିୟୋଜିତ ଯବାନଙ୍କ ପାଇଁ ୨୦ ଫୁଟ ଲମ୍ବ ରାଖୀ ପ୍ରସ୍ତୁତ କଲେ ଛାତ୍ରୀଛାତ୍ର

କେରଳରେ ନିୟୋଜିତ ଯବାନଙ୍କ ପାଇଁ ୨୦ ଫୁଟ ଲମ୍ବ ରାଖୀ ପ୍ରସ୍ତୁତ କଲେ ଛାତ୍ରୀଛାତ୍ର

ଲକ୍ଷ୍ନୌ, ୨୬।୮: ଉତ୍ତରପ୍ରଦେଶ ମୁରାଦବାଦର ବୋନୀ ଏନୀ ପବ୍ଲିକ୍‌ ସ୍କୁଲର ଛାତ୍ରୀଛାତ୍ର କେରଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଯବାନମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ବୃହତ୍‌ ରାଖୀ। ଏହାର ଲମ୍ବ ୨୦ ଫୁଟ ରହିଛି। 

ଭଉଣୀଭାଇ ଦୁହେଁ ଦୁହିଁଙ୍କ ପାଇଁ

ଭଉଣୀଭାଇ ଦୁହେଁ ଦୁହିଁଙ୍କ ପାଇଁ

ଭଉଣୀଭାଇର ସମ୍ପର୍କ ଯେତିକି ଆପଣାର ସେତିକି ଗଭୀର । ଏଥିରେ ସ୍ନେହ, ଶ୍ରଦ୍ଧା, ତ୍ୟାଗ ଯେମିତି ଥାଏ, ମିଠାମିଠା ମାନ ଅଭିମାନ ବି ସେମିତି ଥାଏ । ମା’ବାପାଙ୍କ ପାଖେ ଥିଲେ ଛୋଟ ଛୋଟ କଥାରେ ଏମାନେ ଅଝଟ ହୁଅନ୍ତି । 

     ଗାଁ- ଯେଉଁଠି ଗଛରେ ବନ୍ଧାଯାଏ ରାଖୀ

ଗାଁ- ଯେଉଁଠି ଗଛରେ ବନ୍ଧାଯାଏ ରାଖୀ

ଜଙ୍ଗଲ ସୁରକ୍ଷା ଓ ପ୍ରକୃତିକୁ ରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ତାହା ସୁଫଳ ହୋଇପାରୁନାହିଁ।