ଜାତୀୟ |

ବିଏସ୍‌ଏଫ୍‌ ଯବାନଙ୍କୁ ରାଖୀ ବାନ୍ଧିଲେ ଜମ୍ମୁ-କଶ୍ମୀର ମହିଳା

ବିଏସ୍‌ଏଫ୍‌ ଯବାନଙ୍କୁ ରାଖୀ ବାନ୍ଧିଲେ ଜମ୍ମୁ-କଶ୍ମୀର ମହିଳା
ଶ୍ରୀନଗର,୨୬।୮: ପବିତ୍ର ରକ୍ଷା ବନ୍ଧନ ଅବସରରେ ଜମ୍ମୁ-କଶ୍ମୀର ସୀମାରେ ନିୟୋଜିତ ବିଏସ୍‌ଏଫ୍‌ ଯବାନଙ୍କୁ ସ୍ଥାନୀୟ ମହିଳା ରାଖୀ ବାନ୍ଧିଛନ୍ତି। ଘରଠାରୁ ଦୂରରେ ରହି ଖରା,ବର୍ଷା, ଶୀତ ତଥା ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଭୃକ୍ଷେପ ନ କରି ଦେଶମାତୃକାର ସୁରକ୍ଷା କରୁଥିବା ଏହି ଯବାନଙ୍କ ସୁସ୍ଥ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ମହିଳାମାନେ ଏପରି କରିଛନ୍ତି। ସେହିପରି ଉତ୍ତରପ୍ରଦେଶ ବାରାଣସୀର ମୁସଲମାନ ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଖକୁ ରାଖୀ ପଠାଇଛନ୍ତି।
All Right Reserved By

ଜାତୀୟ |

ରାଜରାସ୍ତାରେ ଗର୍ଜିଲେ ୩୦ହଜାରୁ ଉର୍ଦ୍ଧ୍ୱ ଚାଷୀ

ରାଜରାସ୍ତାରେ ଗର୍ଜିଲେ ୩୦ହଜାରୁ ଉର୍ଦ୍ଧ୍ୱ ଚାଷୀ

ଥାନେ, ୨୧।୧୧: କୃଷି ଋଣ ଛାଡ ଓ ଜଙ୍ଗଲ ଜମି ଅଧିକାର ଦାବିରେ ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ମହାରାଷ୍ଟ୍ର ଥାନେ ଜିଲାର ପାଖାପାଖି ୩୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ନିଜ ଅଧିକାର ପାଇଁ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି। 

ଭାଜପା ମୋତେ ମାରିବାକୁ ଚାହୁଁଛି: କେଜରିଓ୍ବାଲ

ଭାଜପା ମୋତେ ମାରିବାକୁ ଚାହୁଁଛି: କେଜରିଓ୍ବାଲ

ନୂଆଦିଲ୍ଲୀ,୨୧।୧୧(ପିଟିଆଇ)- ଲଙ୍କାଗୁଣ୍ଡ ଫିଙ୍ଗା ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ଯେ ଭାଜପା ମୋତେ ମାରିବାକୁ ଚାହୁଁଛି। ଲଙ୍କାଗୁଣ୍ଡ ଫିଙ୍ଗା ଘଟଣା ପଛରେ ଭାଜପାର ହାତ ଅଛି ବୋଲି କେଜରିଓ୍ବାଲ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ଭିତରେ ତାଙ୍କ ଉପରେ ଚାରିଥର ଆକ୍ରମଣ ହୋଇ ସାରିଛି। ଏମାନେ ମୋତେ ମାରି ଦେବାକୁ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀ ପଦର ଅପବ୍ୟବହାର କରୁଛନ୍ତି ମୋଦି: ମନମୋହନ ସିଂ

ପ୍ରଧାନମନ୍ତ୍ରୀ ପଦର ଅପବ୍ୟବହାର କରୁଛନ୍ତି ମୋଦି: ମନମୋହନ ସିଂ

ଇନ୍ଦୋର,୨୧।୧୧(ପିଟିଆଇ)- ନରେନ୍ଦ୍ର ମୋଦିଙ୍କ ଶାସନରେ ସଂସଦ ଓ ସିବିଆଇ ବଦନାମ ହେବାରେ ଲାଗିଛି। ବିଧିବଦ୍ଧ ଷଡଯନ୍ତ୍ର କରାଯାଇ ଗଣତନ୍ତ୍ରକୁ ଦୁର୍ବଳ କରାଯାଉଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ବୁଧବାର କହିଛନ୍ତି। ମଧ୍ୟପ୍ରଦେଶରେ ନଭେମ୍ବର ୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସିଂହ ଏହା କହିଛନ୍ତି।

ଅଲତାଫ୍‌ ବୁଖାରୀ ହେବେ ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଅଲତାଫ୍‌ ବୁଖାରୀ ହେବେ ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଶ୍ରୀନଗର, ୨୧।୧୧: ଜମ୍ମୁ ଓ କାଶ୍ମୀର ନୂଆ ସରକାର ଗଠନ ହେବାକୁ ଯାଉଛି। ଦୀର୍ଘ ୫ ମାସ ଧରି ରାଜ୍ୟପାଳ ଶାସନ ଜାରି ହେବା ପରେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି), ନ୍ୟାସନାଲ୍‌ କନଫରେନ୍ସ(ଏନସି) ଓ କଂଗ୍ରେସ ମିଳିତ ଭାବେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି। 

ଅଭିନେତା ଆଲୋକ ନାଥଙ୍କ ନାଁରେ ବଳାତ୍କାର ମାମଲା ରୁଜୁ

ଅଭିନେତା ଆଲୋକ ନାଥଙ୍କ ନାଁରେ ବଳାତ୍କାର ମାମଲା ରୁଜୁ

ମୁମ୍ବାଇ, ୨୧।୧୧: ଟିଭି ତଥା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ଆଲୋକ ନାଥଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏକ ବଳାତ୍କାର ମାମଲା ରୁଜୁ କରିଛି। 

ଅମୃତସର ଆତଙ୍କବାଦୀ ଆକ୍ରମଣ ଘଟଣା: ଜଣେ ଗିରଫ

ଅମୃତସର ଆତଙ୍କବାଦୀ ଆକ୍ରମଣ ଘଟଣା: ଜଣେ ଗିରଫ

ଅମୃତସର, ୨୧।୧୧: ପଞ୍ଜାବର ଅମୃତସରରେ ନିକଟ ନିରଙ୍କାରୀ ଭବନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବୁଧବାର ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ସ୍ଥାନୀୟ ନିବାସୀ ବୋଲି ଜଣାପଡିଛି। 

ମହିଳାଙ୍କ ମୃତଦେହକୁ ଖାଇଗଲା ବିଲେଇ

ମହିଳାଙ୍କ ମୃତଦେହକୁ ଖାଇଗଲା ବିଲେଇ

କୋଏମ୍ବାଟୁର୍‌, ୨୧।୧୧: ତାମିଲନାଡୁର କୋଏମ୍ବଟୁର ସରକାରୀ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ମୃତଦେହକୁ ଖାଇଦେଇଛି ବିଲେଇ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି। 

ପିଆଜ କିଲୋ ୧ଟଙ୍କା

ପିଆଜ କିଲୋ ୧ଟଙ୍କା

ବେଙ୍ଗାଲୁରୁ,୨୧।୧୧: କର୍ନାଟକର ପିଆଜ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାରଣ ଏବେ ଏଠି ପିଆଜ କିଲୋ ପ୍ରତି ଦାମ୍‌ ରହିଛି ୧ଟଙ୍କା। ଗତ ସପ୍ତାହେ ତଳେ ଏଠାରେ ପିଆଜ କ୍ୱିଣ୍ଟାଲ ୫ଶହ ଟଙ୍କା ଥିବା ବେଳେ ମାତ୍ର ଗୋଟିଏ ଦିନରେ ଏହା ୨ଶହ ଟଙ୍କାକୁ ଖସି ଆସିଥିଲା।

ଫେରିବେ ତେଜ ପ୍ରତାପ

ଫେରିବେ ତେଜ ପ୍ରତାପ

ପାଟନା,୨୧।୧୧: ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାବଦଙ୍କ ପୁଅ ତେଜ ପ୍ରତାପ ଖୁବ୍‌ଶୀଘ୍ର ଘରକୁ ଫେରିବେ ବୋଲି ଅନୁମାନ କରାଯାଉଛି।

ଜେଲରେ ଥାଇ କଏଦୀ କାଟିଲେ ଯୌନାଙ୍ଗ

ଜେଲରେ ଥାଇ କଏଦୀ କାଟିଲେ ଯୌନାଙ୍ଗ

କୋଚି, ୨୧।୧୧: କେରଳର କୋଚିରେ ଏକ ଅଭାବନୀୟ ଘଟଣା ଘଟିଛି। ଇଦୁକିର ପିରାମିଡ୍‌ ସବଜେଲରେ ଜଣେ କଏଦୀ ବ୍ଲେଡରେ ତାଙ୍କ ଯୌନାଙ୍ଗ କାଟିଦେଇଛନ୍ତି।

ଅକ୍ଷୟଙ୍କୁ ୧୦୮ ମିନିଟ୍‌ରେ ୪୨ ପ୍ରଶ୍ନ

ଅକ୍ଷୟଙ୍କୁ ୧୦୮ ମିନିଟ୍‌ରେ ୪୨ ପ୍ରଶ୍ନ

ଚଣ୍ଡିଗଡ, ୨୧।୧୧: ଶିଖ୍‌ ମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବର କଥିତ ଅପମାନ ଅଭିଯୋଗରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ପଞ୍ଜାବ ପୋଲିସର ସ୍ପେଶାଲ୍‌ ଇନଭେଷ୍ଟିଗେଶନ୍‌ ଟିମ୍‌(ଏସଆଇଟି) ଜେରା କରିଛି। 

ଗୋଟିଏ ଥରରେ ୩ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

ଗୋଟିଏ ଥରରେ ୩ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

ମଣ୍ଡି,୨୧।୧୧: ହିମାଚଳପ୍ରଦେଶରେ ଜଣେ ମହିଳା ଗୋଟିଏ ଥରରେ ୩  ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ପୂର୍ବରୁ ଏଠାରେ ଅନେକ ମହିଳା ୩ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।