ଜାତୀୟ |

କେରଳରେ ନିୟୋଜିତ ଯବାନଙ୍କ ପାଇଁ ୨୦ ଫୁଟ ଲମ୍ବ ରାଖୀ ପ୍ରସ୍ତୁତ କଲେ ଛାତ୍ରୀଛାତ୍ର

କେରଳରେ ନିୟୋଜିତ ଯବାନଙ୍କ ପାଇଁ ୨୦ ଫୁଟ ଲମ୍ବ ରାଖୀ ପ୍ରସ୍ତୁତ କଲେ ଛାତ୍ରୀଛାତ୍ର
ଲକ୍ଷ୍ନୌ, ୨୬।୮: ଉତ୍ତରପ୍ରଦେଶ ମୁରାଦବାଦର ବୋନୀ ଏନୀ ପବ୍ଲିକ୍‌ ସ୍କୁଲର ଛାତ୍ରୀଛାତ୍ର କେରଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଯବାନମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ବୃହତ୍‌ ରାଖୀ। ଏହାର ଲମ୍ବ ୨୦ ଫୁଟ ରହିଛି। ଛାତ୍ରୀଛାତ୍ର ମାନେ ଦୀର୍ଘ ୨୪ ଘଣ୍ଟା ପରିଶ୍ରମ କରି ଏହା ତିଆରି କରିଛନ୍ତି। ବନ୍ୟା ପୀଡ଼ିତଙ୍କ ସହାୟତା କରୁଥିବା ଯବାନଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ଏହା ତିଆରି ହୋଇଥିବା ସ୍କୁଲ ଅଧ୍ୟକ୍ଷା ସୁନୀତା ଭଟ୍ଟନାଗର ସୂଚିତ କରିଛନ୍ତି।

All Right Reserved By

ଜାତୀୟ |

ଆଗାମୀ ନିର୍ବାଚନରେ ଲଢିବେ ନାହିଁ ସୁଷମା

ଆଗାମୀ ନିର୍ବାଚନରେ ଲଢିବେ ନାହିଁ ସୁଷମା

ନୂଆଦିଲ୍ଲୀ,୨୦।୧୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଆସନ୍ତା ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି କହିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ସମ୍ମାନ ଦେବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ବୋହୂ ଅଧିକ ଧନୀ

ମୁଖ୍ୟମନ୍ତ୍ରୀଙ୍କ ବୋହୂ ଅଧିକ ଧନୀ

ହାଇଦ୍ରାବାଦ,୨୦।୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ବୋହୂ କେ ଶୈଲିମା ତାଙ୍କ ସ୍ବାମୀ ତଥା ତେଲେଙ୍ଗାନାର ପ୍ରଯୁକ୍ତି ମନ୍ତ୍ରୀ କେଟି ରାମା ରାଓ(କେଟିଆର୍‌)ଙ୍କଠାରୁ ଅଧିକ ଧନୀ ବୋଲି ଜଣାପଡିଛି।

ଭାଜପା ବିଧାୟକଙ୍କୁ ଜୋତାମାଳ: ଭିଡିଓ ଭାଇରାଲ

ଭାଜପା ବିଧାୟକଙ୍କୁ ଜୋତାମାଳ: ଭିଡିଓ ଭାଇରାଲ

ଭୋପାଳ,୨୦।୧୧: ମଧ୍ୟପ୍ରଦେଶର ନଗଡା ସହରରେ ଭାଜପା ବିଧାୟକ ତଥା ବର୍ତ୍ତମାନ ନିର୍ବାଚନର ପ୍ରାର୍ଥୀ ଦିଲ୍ଲୀପ ଶେଖାଓ୍ବତଙ୍କୁ ଜଣେ ବ୍ୟକ୍ତି ଜୋତାମାଳ ପିନ୍ଧାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ହୁରିୟତ ନେତା ହଫିଜୁଲ୍ଲାଙ୍କୁ ଗୁଳି କରି ହତ୍ୟା

ହୁରିୟତ ନେତା ହଫିଜୁଲ୍ଲାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୨୦।୧୧: ଦକ୍ଷିଣ କଶ୍ମୀରରେ ହୁରିୟତ ନେତା ହଫିଜୁଲ୍ଲା ମୀର୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର

ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର

ନୂଆଦିଲ୍ଲୀ,୨୦।୧୧: ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏମବିଏ ସ୍ନାତକ ନିଯୁକ୍ତି ଲାଗି ହେଉଥିବା ପ୍ରତିଯୋଗୀତା ପରୀକ୍ଷାରେ ଆବଶ୍ୟକ ଯୋଗ୍ୟତା ପୂରଣ କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି।

ଆତ୍ମ ସମର୍ପଣ କଲେ ମଞ୍ଜୁ ବର୍ମା

ଆତ୍ମ ସମର୍ପଣ କଲେ ମଞ୍ଜୁ ବର୍ମା

ବେଗୁସରାଇ,୨୦।୧୧: ବିହାରର ପୂର୍ବତନ ମନ୍ତ୍ରୀ ତଥା ବହୁଚର୍ଚ୍ଚିତ ସେଲଟର ହୋମ୍‌ ମାମଲାର ଅଭିଯୁକ୍ତ ମଞ୍ଜୁ ବର୍ମା ମଙ୍ଗଳବାର ବେଗୁସରାଇ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି।

ଗୋଟିଏ ଦିନରେ ୫ ହଜାର ବାହାଘର: ନାକେଦମ ହେଲା ପୋଲିସ

ଗୋଟିଏ ଦିନରେ ୫ ହଜାର ବାହାଘର: ନାକେଦମ ହେଲା ପୋଲିସ

ନୂଆଦିଲ୍ଲୀ,୨୦।୧୧: ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ପାଖାପାଖି ୫ ହଜାର ବାହାଘର ହୋଇଥିବା କହିଛି ପୋଲିସ। ସୋମବାର ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଟ୍ରାଫିକ୍‌ ଜାମ୍‌ ସମସ୍ୟା। 

ତେଲେଙ୍ଗାନା ବିଧାନସଭା ନିର୍ବାଚନ: ଚନ୍ଦ୍ରମୁଖୀ କିନ୍ନର ଦାଖଲ କଲେ ନାମାଙ୍କନ

ତେଲେଙ୍ଗାନା ବିଧାନସଭା ନିର୍ବାଚନ: ଚନ୍ଦ୍ରମୁଖୀ କିନ୍ନର ଦାଖଲ କଲେ ନାମାଙ୍କନ

ହାଇଦ୍ରାବାଦ୍‌,୨୦।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଚନ୍ଦ୍ରମୁଖୀ କିନ୍ନର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସିବିଆଇ ଘରୋଇ କନ୍ଦଳ: ଆଲୋକ ବର୍ମାଙ୍କ ଜବାବ ଲିକ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଜବାବ

ସିବିଆଇ ଘରୋଇ କନ୍ଦଳ: ଆଲୋକ ବର୍ମାଙ୍କ ଜବାବ ଲିକ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୨୦।୧୧: ସିବିଆଇର ଘର କଳି ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହା ଦ୍ୱାରା ସିବିଆଇ ଉପରୁ ଲୋକଙ୍କ ଭରସା ତୁଟୁଥିବା କେତେକ କହୁଛନ୍ତି। 

ବାହାଘର ପାଇଁ ଯାଉଥିବା ବରଙ୍କୁ ଗୁଳି କଲେ ଅଜଣା ବ୍ୟକ୍ତି

ବାହାଘର ପାଇଁ ଯାଉଥିବା ବରଙ୍କୁ ଗୁଳି କଲେ ଅଜଣା ବ୍ୟକ୍ତି

ନୂଆଦିଲ୍ଲୀ,୨୦।୧୧: ଦକ୍ଷିଣ ଦିଲ୍ଲୀର ମଦାନଗିରି ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିମାଡରେ ଜଣେ ବର ଆହତ ହୋଇଥିବା ସୂଚନା ମିଳିଛି। 

ବିବାହ ଦିନ ପରୀକ୍ଷା ହଲରେ କନିଆଁ: ବାହାରେ ଅପେକ୍ଷା କଲେ ବର

ବିବାହ ଦିନ ପରୀକ୍ଷା ହଲରେ କନିଆଁ: ବାହାରେ ଅପେକ୍ଷା କଲେ ବର

ବେଙ୍ଗାଲୁର୍‌,୨୦।୧୧: କର୍ନାଟକ ହାସନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଯୁବତୀ ବିବାହ ଦିନ ପରୀକ୍ଷା ହଲରେ ପହଞ୍ଚିଛନ୍ତି।

ବେଙ୍ଗାଲୁର ବାହାରିଲେ ଦୀପବୀର

ବେଙ୍ଗାଲୁର ବାହାରିଲେ ଦୀପବୀର

ମୁମ୍ବାଇ,୨୦।୧୧: ନବବିବାହିତ ବଲିଉଡ ଯୋଡି ଦୀପିକା ପାଦୁକୋନ ଓ ରଣବୀର ସିଂ ବେଙ୍ଗାଲୁର ଗସ୍ତ କରିଛନ୍ତି। ବୁଧବାର ବେଙ୍ଗାଲୁରରେ ଉଭୟେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟିର ଆୟୋଜନ କରିଥିବାରୁ ମଙ୍ଗଳବାର ସକାଳୁ ସକାଳୁ ଏହି ଦମ୍ପତି ବେଙ୍ଗାଲୁର ଗସ୍ତ କରିଛନ୍ତି।