ଫୁରସତ |

ଭଉଣୀଭାଇ ଦୁହେଁ ଦୁହିଁଙ୍କ ପାଇଁ

ଭଉଣୀଭାଇ ଦୁହେଁ ଦୁହିଁଙ୍କ ପାଇଁ
ଭଉଣୀଭାଇର ସମ୍ପର୍କ ଯେତିକି ଆପଣାର ସେତିକି ଗଭୀର । ଏଥିରେ ସ୍ନେହ, ଶ୍ରଦ୍ଧା, ତ୍ୟାଗ ଯେମିତି ଥାଏ, ମିଠାମିଠା ମାନ ଅଭିମାନ ବି ସେମିତି ଥାଏ । ମା’ବାପାଙ୍କ ପାଖେ ଥିଲେ ଛୋଟ ଛୋଟ କଥାରେ ଏମାନେ ଅଝଟ ହୁଅନ୍ତି । ଆଉ ପରିସ୍ଥିତିରେ ପଡିଲେ ଭଉଣୀଭାଇ, ଦୁହେଁ ଦୁହିଁଙ୍କ ପାଇଁ ଗୋଟିଏ ସୂତ୍ରରେ ବାନ୍ଧି ହୋଇ ପରସ୍ପରର ସାହାଭରସା ସାଜିଥାନ୍ତି...
ଦୁନିଆରେ ସବୁଠୁ ନିଆରା ହେଉଛି ଭଉଣୀଭାଇର ସମ୍ପର୍କ। କାରଣ ଏଥିରେ ନିବିଡତା ଯେତିକି ଥାଏ, ମିଠା ମିଠା ରାଗରୁଷା ବି ସେତିକି ଥାଏ। ମା’ବାପାଙ୍କ ଆଖିର ନୟନପିତୁଳା ସାଜିଥିବା ଏହି ଭଉଣୀଭାଇ ବେଳେବେଳେ ସେମାନଙ୍କ ସ୍ନେହମମତାକୁ ନେଇ ବାଦ କରନ୍ତି। କିଏ କହେ, ମୋତେ ବାପା ବେଶି ଭଲ ପାଉଛନ୍ତି ତ ଆଉ କିଏ କହେ ମୁଁ ମା’ଙ୍କର ବେଶି ଗେହ୍ଲା। ଏ କଥାରେ ମାନ ଅଭିମାନ ହୁଏ ସତ, କିନ୍ତୁ ସେଥିରେ ତିକ୍ତତା ନ ଥାଏ। ସେଥିପାଇଁ ତ ଏହି ସମ୍ପର୍କ ସେତିକି ମିଠା ଆଉ ସେତିକି ଆପଣାର ଲାଗେ। କିନ୍ତୁ ସବୁ ଭଉଣୀଭାଇଙ୍କ ଭାଗ୍ୟରେ ମା’ବାପାଙ୍କର ସ୍ନେହ ଲେଖା ନ ଥାଏ। କାରଣ ବିଧି ସେମାନଙ୍କ କପାଳରେ ମା’ବାପା  ଛେଉଣ୍ଡ ହେବାର କରୁଣ ଦୁଃଖ ଲେଖି ଦେଇଥାଏ। ଏଭଳି ପରିସ୍ଥିତିରେ ସେହି ଭଉଣୀଭାଇ ପରସ୍ପରର ସାହାଭରସା ହୋଇ ଚଳିଥାନ୍ତି...
ଭଉଣୀ ପାଇଁ ଦିନ ବିତୁଛି
କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ପଞ୍ଚାୟତର ଜୁଆଙ୍ଗ ଜନଜାତି ଅଧ୍ୟୁଷିତ ଜନ୍ତାରୀ ଗ୍ରାମର ବାସିନ୍ଦା ଅନ୍ଧାରୁ ଜୁଆଙ୍ଗ। ତାଙ୍କ ସାନଭଉଣୀ ହେଲେ ଦୂର ଜୁଆଙ୍ଗ। ଖୁବ୍‌ କମ୍‌ ବୟସରେ ସେମାନେ ବାପାମା’ ଛେଉଣ୍ଡ ହୋଇଯାଇଥିଲେ। ଫଳରେ ଖେଳକୁଦ ବୟସରେ ସାନ ଭଉଣୀକୁ ନେଇ ବଞ୍ଚତ୍ବା ପାଇଁ ସଂର୍ଘଷ କରିବାକୁ ଲାଗିଲେ ଅନ୍ଧାରୁ। ମୂଲମଜୁରି କରି, ମେଣ୍ଢାଛେଳି ଚରାଇ ସେ ଯାହା ରୋଜଗାର କଲେ, ସେଥିରେ ଭଉଣୀଭାଇ ଦୁହେଁ ଦୁଇଓଳି ଦୁଇମୁଠା ଖାଇଲେ। ଅଭାବ ଅନଟନ ଭିତରେ ରହିଲେ ବି ଭଉଣୀ ଆଖିରେ କେବେ ଲୁହ ଦେଇ ନ ଥିଲେ ଅନ୍ଧାରୁ। ବାପା, ମା’ର ସ୍ନେହ ଦେଇ ଭଉଣୀକୁ ବଡ଼ କରାଉଥିଲେ। ଭଉଣୀ ଦୂର ବି ଟିକେ ଜାଣିବାର ହୋଇଗଲା ପରେ ବିଲବାଡିରେ କାମ କରି ଭାଇକୁ ସାହାଯ୍ୟ କରିବାକୁ ଲାଗିଲେ। କିନ୍ତୁ ହଠାତ୍‌ ସେମାନଙ୍କ ହସଖୁସିର ସଂସାରକୁ କାହାର ନଜର ଲାଗିଗଲା। ଭଉଣୀ ଦୂର ବାତ ରୋଗରେ ଆକ୍ରାନ୍ତ ହେଲେ। ଏହି ରୋଗର ପ୍ରଭାବରେ ତାଙ୍କ ଗୋଡ ଦୁର୍ବଳ ହୋଇଯିବାକୁ ଲାଗିଲା। ଚଲାବୁଲା କରିବାରେ ସମସ୍ୟା ଦେଖାଦେଲା। ଅନ୍ଧାରୁ ନିଜର ସମ୍ବଳ ମୁତାବକ ଭଉଣୀର ଚିକିତ୍ସା କରାଇଥିଲେ ମଧ୍ୟ ରୋଗ ଭଲ ହେଲା ନାହିଁ। ବରଂ ଧୀରେ ଧୀରେ ଗୋଡ ଦୁଇଟି ପତଳା ହୋଇଯିବାରୁ ସେ ଆଉ ଚଲାବୁଲା କରିପାରିଲେ ନାହିଁ। ବାଡି ଖଣ୍ଡେ ତାଙ୍କର ଚିରଦିନର ସାହାରା ପାଲଟିଗଲା। ଭଉଣୀର ଏଭଳି ଅବସ୍ଥାରେ ତା’ର ଦେଖାଚାହାଁ କରିବାକୁ ଘରେ ଜଣେ ସ୍ତ୍ରୀଲୋକ ରହିବା ନିହାତି ଜରୁରୀ ଭାବି ଅନ୍ଧାରୁ ଶେଷରେ ବିବାହ କଲେ। ଅନ୍ଧାରୁଙ୍କ ସ୍ତ୍ରୀ ବି ଦୂରଙ୍କର ଖୁବ୍‌ ଭଲ ଭାବେ ଦେଖାଚାହାଁ କଲେ। ୟା’ ଭିତରେ ଅନ୍ଧାରୁଙ୍କର ୫ଟି ପୁଅଝିଅ ହୋଇସାରିଲେଣି। ତଥାପି ସେ ଭଉଣୀ ଦୂରକୁ ନିଜର ଝିଅ ଭଳି ସ୍ନେହାଦର କରି ତା’ର ଦେଖାଚାହାଁ କରୁଛନ୍ତି ଆଉ ଦୂର ବି ଭାଇଙ୍କୁ ତା’ର ସବୁକିଛି ଭାବି ଦିନ ବିତାଇ ଚାଲିଛନ୍ତି। ସେମାନଙ୍କର ଏହି ସ୍ନେହଭରା ସମ୍ପର୍କକୁ ଦେଖି ଗାଁଲୋକେ ମଧ୍ୟ ବହୁ ପ୍ରଶଂସା କରୁଛନ୍ତି। ତେବେ ପୁରୁଣା କଥାକୁ ମନେପକାଇ ଅନ୍ଧାରୁ କୁହନ୍ତି, ବାପାମା’ଙ୍କ ଦେହାନ୍ତ ପରେ ଦୂରର ସବୁ ଅଳିଅର୍ଦ୍ଦଳି ସହୁଥିଲି। ସେ ଯେବେ କହୁଥିଲା ତାକୁ ହାଟବଜାର, ଯାତ୍ରା, ମେଳା ଦେଖାଇବାକୁ ନେଇଯାଉଥିଲି। ସେ ଯାହା ଚାହୁଁ ଥିଲା ସମ୍ବଳ ମୁତାବକ ତାକୁ କିଣି ଦେଉଥିଲି। ହେଲେ ତା’ର ଏପରି ଅବସ୍ଥାକୁ ଦେଖି ଏବେ ମୋତେ ବହୁତ କଷ୍ଟ ଲାଗୁଛି। ଭଗବାନ ତା’ ପାଇଁ ଏତେ ନିଷ୍ଠୁର ହେଲେ କାହିଁକି ସେ କଥା ମୁଁ ନିଜେ ବି ବୁଝିପାରୁନି। ଏବେ ଅର୍ଥାଭାବ ଯୋଗୁ ତା’ର ସବୁ ଆବଶ୍ୟକତାକୁ ପୂରଣ କରିପାରୁ ନ ଥିବାରୁ ମୋତେ ବହୁତ ଦୁଃଖ ମଧ୍ୟ ଲାଗୁଛି। ତଥାପି ଆଶା ବାନ୍ଧିଛି ଆଉ ପ୍ରତି ମୁହୂର୍ତ୍ତରେ ତାକୁ ସାହସ ବି ଦେଉଛି, ସବୁକିଛି ପୁଣି ଠିକ୍‌ ହୋଇଯିବ ବୋଲି।   
ଭାଇମାନଙ୍କ ଭବିଷ୍ୟତ ପାଇଁ ବାହା ହେଲେନି ଦୁଇ ଭଉଣୀ
ଭଦ୍ରକ ସହର ଅଧୀନ ଜଗନ୍ନାଥପୁର ଗାଁର ରାଧାଗୋବିନ୍ଦ ଓ ଅନୁସୟା ମିଶ୍ରଙ୍କର ଥିଲେ ୬ ଝିଅ ଓ ୨ ପୁଅ। ଝିଅମାନେ ଥିଲେ ବଡ଼ ଓ ପୁଅ ଦୁଇଜଣ ଥିଲେ ସବା ସାନ। ଦୁଇ ପୁଅଙ୍କ ଭିତରୁ ବଡ଼ପୁଅ ଦୀପକଙ୍କୁ ଯେତେବେଳେ ୨୨ ବର୍ଷ ଆଉ ସାନପୁଅ ରୂପକଙ୍କୁ ୨୦ ବର୍ଷ ହୋଇଥିଲା ଅନୁସୟାଙ୍କର ଅକାଳବିୟୋଗ ହେଲା। ତାଙ୍କ ମୃତ୍ୟୁର କିଛିବର୍ଷ ପରେ ସ୍ବାମୀ ରାଧାଗୋବିନ୍ଦଙ୍କର ମଧ୍ୟ ଦେହାନ୍ତ ହେଲା। ପ୍ରଥମେ ମା’ ତା’ପରେ ବାପା ଆରପାରିକୁ ଚାଲିଯିବା ପରେ ଚଡ଼କ ପଡିଥିଲା ଏହି ପରିବାର ଉପରେ। ଅବଶ୍ୟ ସେତେବେଳକୁ ବଡ଼ ଚାରି ଭଉଣୀଙ୍କର ବାହାଘର ହୋଇସାରିଥାଏ। ଅନ୍ୟ ଦୁଇ ଭଉଣୀ ବାହା ନ ହୋଇ ଘରେଥାନ୍ତି, କିନ୍ତୁ ସେମାନେ ସ୍ବାବଲମ୍ବୀ ହୋଇସାରିଥାନ୍ତି। ସେହି ଦୁଇ ଭଉଣୀଙ୍କ ମଧ୍ୟରୁ ବଡ଼ ଭଉଣୀ ବନ୍ଦନା ସ୍ଥାସ୍ଥ୍ୟ ବିଭାଗରେ ଏଏନ୍‌ଏମ୍‌ ଆଉ ସାନ ଭଉଣୀ ଅଞ୍ଜନା ଏକ ବ୍ୟୁଟିପାର୍ଲର୍‌ରେ କାମ କରୁଥାନ୍ତି। ସାନଭାଇ ଦୁଇଜଣ ରୋଜଗାରକ୍ଷମ ହୋଇ ନ ଥିବାରୁ ଏହି ଦୁଇ ଭଉଣୀ ପରିବାରର ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। ଏପରି କି ଭାଇମାନଙ୍କର ଭବିଷ୍ୟତ ପାଇଁ ସେମାନେ ବିବାହ ନ କରିବାକୁ ମଧ୍ୟ ମନସ୍ଥ କରିନେଲେ। ୟା’ ଭିତରେ ବନ୍ଦନାଙ୍କୁ ୫୪ ଏବଂ ଅଞ୍ଜନାଙ୍କୁ ୫୦ ବର୍ଷ ବୟସ ହୋଇସାରିଲାଣି। ଆଜିଯାଏଁ ଭାଇମାନଙ୍କ ପାଖେ ଛାଇ ଭଳି ରହିଆସିଛନ୍ତି ଏହି ଦୁଇ ଭଉଣୀ। ଭାଇମାନଙ୍କୁ ଖୁବ୍‌ ସ୍ନେହମମତା ଦେଇ ବଢାଇଛନ୍ତି। ଦୁଇ ଭାଇଙ୍କୁ କେବେ ବି ବାପାମା’ ଛେଉଣ୍ଡ ହେବାର ଅନୁଭବ କରାଇ ଦେଇନାହାନ୍ତି ଭଉଣୀ ଦୁହେଁ। ଯଦିଓ ଅନ୍ୟ ସମସ୍ତ ଭଉଣୀ ଏହି ଦୁଇ ଭାଇଙ୍କୁ ସ୍ନେହ କରନ୍ତି ତଥାପି ବନ୍ଦନା ଓ ଅଞ୍ଜନାଙ୍କ ସ୍ନେହ ସେମାନଙ୍କଠାରୁ ଟିକେ ନିଆରା ଥାଏ। ଏବେ ଦୀପକଙ୍କୁ ୪୨ ବର୍ଷ ଆଉ ତାଙ୍କର ଏଇ ନିକଟରେ ବାହାଘର ହୋଇସାରିଛି। ଦୀପକ ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ସାନ ଭାଇ ରୂପକ ଠିକାଦାରି କରୁଛନ୍ତି।  
ଭଉଣୀ ପରେ ଭାଇ ନେଲେ ପରିବାରର ଦାୟିତ୍ୱ
ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମପଞ୍ଚାୟତର କୁଡୁମୀସାହିରେ ରହୁଥିଲେ କୃଷ୍ଣ ଦାସ ଓ ସ୍ତ୍ରୀ ଶାନ୍ତି। ୨୦୧୦ ମସିହାରେ ସେମାନେ କାରଖାନାରୁ ଶ୍ରମିକ କାମସାରି ଫେରୁଥିବା ସମୟରେ ହଠାତ୍‌ କୃଷ୍ଣଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଗଲା। କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ତାଙ୍କୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହେଲା। ମୃତ୍ୟୁ ବେଳକୁ କୃଷ୍ଣଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥାଏ। ସ୍ବାମୀଙ୍କ ମୃତ୍ୟୁର ୬ମାସ ପରେ ସ୍ତ୍ରୀ ଶାନ୍ତି ମଧ୍ୟ ଆରପାରିକୁ ଚାଲିଗଲେ। ଅନାଥ ହୋଇଗଲେ ତାଙ୍କର ୪ ପୁଅଝିଅ। ବଡ଼ଝିଅ ସରିତାଙ୍କୁ ସେତେବେଳେ ମାତ୍ର ୧୫ ବର୍ଷ ହୋଇଥାଏ। ତା’ତଳକୁ ଭାଇ ରଘୁନାଥଙ୍କୁ ୧୦ ବର୍ଷ, ଭଉଣୀ ମିତାଙ୍କୁ ୭ ବର୍ଷ ଏବଂ ସବା ସାନ ଭଉଣୀ ଝରଣାଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥାଏ। ଘରର ବଡ଼ଝିଅ ହୋଇଥିବାରୁ ସାନ ଭାଇଭଉଣୀ ଓ ପରିବାରର ସମସ୍ତ ଦାୟିତ୍ୱ ସରିତା ନିଜ କାନ୍ଧକୁ ନେଇଥିଲେ। ମାତ୍ର ୪ର୍ଥ ଶ୍ରେଣୀ ଯାଏଁ ପଢିଥିବା ସରିତା ସ୍ଥାନୀୟ ଏକ ଭିସା ଷ୍ଟିଲ୍‌ କମ୍ପାନୀରେ ସୁଇପର୍‌ କାମ କରି ଭଉଣୀଭାଇଙ୍କୁ ପଢାଇଥିଲେ। ସେମାନେ ବି ପାଠପଢି ଭଲ ମଣିଷ ହୋଇ ସମାଜରେ ନାଁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆର୍ଥିକ ଅନଟନ ସେମାନଙ୍କ ସ୍ବପ୍ନକୁ ସ୍ବପ୍ନରେ ହିଁ ରଖିଦେଲା। ଭାଇ ରଘୁନାଥ ଆଇଟିଆଇ ପଢୁଥିଲେ ହେଁ ଅଭାବ ଯୋଗୁ ପାଠ ସମ୍ପୂର୍ଣ୍ଣ କରିପାରିଲେ ନାହିଁ। ସେହିପରି ସାନ ଦୁଇଭଉଣୀ ମଧ୍ୟ ମାଟ୍ରିକ୍‌ ପାସ୍‌ କରିବା ପରେ ଆଉ ପଢିପାରିଲେ ନାହିଁ। ଏହାପରେ ସରିତାଙ୍କ ବାହାଘର ହେଲା। ତା’ପରେ ପରିବାରର ଦାୟିତ୍ୱ ପଡିଲା ଭାଇ ରଘୁନାଥଙ୍କ ଉପରେ। ସରିତା ଯେମିତି ସ୍ନେହର ଡୋରିରେ ପରିବାରକୁ ବାନ୍ଧି ରଖିଥିଲେ, ରଘୁନାଥ ବି ସେମିତି କଲେ। ବର୍ତ୍ତମାନ ରଘୁନାଥ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରି ଯାହା ରୋଜଗାର କରୁଛନ୍ତି, ସେଥିରେ ପରିବାର ଚଳୁଛି। ବେଳେବେଳେ ମଝିଆ ଭଉଣୀ ମୀତା ବି କୁଲିମଜୁରି କରି ଭାଇକୁ ସାହାଯ୍ୟ କରୁଛନ୍ତି। ବଡ଼ ଭଉଣୀ ସରିତା ମଧ୍ୟ ମଝିରେ ମଝିରେ ଆସି ଭାଇଭଉଣୀଙ୍କ କଥା ବୁଝି ଯାଉଛନ୍ତି। ଏଯାଏଁ ରଘୁନାଥଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଥରେ ମାଗଣାରେ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। କିନ୍ତୁ ୨ ହଜାର ଟଙ୍କା ଇଲେକ୍ଟ୍ରି ବିଲ୍‌ ଆସିବାରୁ ବିଦ୍ୟୁତ୍‌ ସଂଯୋଗକୁ କାଟି ଦିଆଗଲା। ଫଳରେ କିରୋସିନ, ଡିବିରି ଆଲୁଅ ଏବେ ସେମାନଙ୍କ ଭରସା ସାଜିଛି। ଏତେ ଅଭାବ ଅନଟନ ଭିତରେ ଥାଇ ବି ଭାଇଭଉଣୀଙ୍କ ଭିତରେ ଅନାବିଳ ସ୍ନେହ ଭରି ରହିଛି। ସେମାନଙ୍କ ଭିତରେ ଥିବା ଏହି ସ୍ନେହର ଡୋରି ଏମିତି ଯୁଗଯୁଗକୁ ରହିଥାଉ ଏତିକି ହିଁ ଆମର କାମନା। 
ଭାଇମାନଙ୍କ ଭବିଷ୍ୟତ ପାଇଁ ଅଧାରୁ ପାଠ ଛାଡିଲେ ଭଉଣୀ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ଗାଁର ସାହୁ ସାହିରେ ରବୀନ୍ଦ୍ର ସାହୁଙ୍କ ଘର। ସେ ଜଣେ ଟେଲରିଂ ମାଷ୍ଟର। ଆଜକୁ ପ୍ରାୟ ୧୦ ବର୍ଷ ତଳେ ହଠାତ୍‌ ତାଙ୍କ ସ୍ତ୍ରୀଙ୍କର ଦେହାନ୍ତ ହୋଇଗଲା। ମା’ ଛେଉଣ୍ଡ ହୋଇଗଲେ ତାଙ୍କର ତିନି ଝିଅ ଓ ଦୁଇ ପୁଅ। ମା’ ମରିବା ପରେ ବଡ଼ ଝିଅ ଲକ୍ଷ୍ମୀ ପରିବାରର ସମସ୍ତ ଦାୟିତ୍ୱ ହାତକୁ ନେଇଥିଲେ। ପାଠପଢା ଅଧାରୁ ଛାଡି ରୋଷେଇବାସ କରି ଭଉଣୀଭାଇଙ୍କୁ ଖାଇବାକୁ ଦେବାଠାରୁ ଆରମ୍ଭ କରି ଘରର ସବୁ କାମ ସେ କଲେ। କେବଳ ସେତିକି ନୁହେଁ ମଝିରେ ମଝିରେ ବାପାଙ୍କୁ ଟେଲରିଂରେ ସାହାଯ୍ୟ ବି କରୁଥିଲେ। ଏଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ସେମାନଙ୍କ ତେଲଲୁଣ ସଂସାର କଷ୍ଟେମଷ୍ଟେ ଚଳୁଥିଲା। ଅନ୍ୟ ୪ ପିଲାଙ୍କୁ ପଢାଇବା ସହ କିଛି ପଇସା ସଞ୍ଚୟ କରି ରବୀନ୍ଦ୍ର ବଡ଼ଝିଅ ଲକ୍ଷ୍ମୀର ବାହାଘର ମଧ୍ୟ କରାଇଥିଲେ। ବଡ଼ ଭଉଣୀର ବାହାଘର ପରେ ଘରର ସବୁ ଦାୟିତ୍ୱ ମଝିଆ ଭଉଣୀ ପାର୍ବତୀଙ୍କ ଉପରେ ପଡିଲା। ସେତେବେଳେ ପାର୍ବତୀ ଅଷ୍ଟମ ଶ୍ରେଣୀରେ ପଢୁଥାନ୍ତି। ପାଠପଢା ତାଙ୍କର ସେତିକିରେ ବନ୍ଦ ହେଲା। ଘରର ସବୁ ଦାୟିତ୍ୱ ସେ ତୁଲାଇଲେ। ବାପା ଯାହା ରୋଜଗାର କରି ଆଣି ଦେଲେ, ସେଥିରେ ସେ ପନିପରିବା, ସଉଦା କିଣିବାଠାରୁ ସବୁ ଭଲମନ୍ଦ କଥା ଆଜିଯାଏଁ ବୁଝିଆସୁଛନ୍ତି। ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ୟା’ ଭିତରେ ତାଙ୍କ ବଡ଼ ଭାଇ ଅର୍ଜୁନ ଦଶମ ପଢା ପରେ ଆଉ ନ ପଢି ଦୁବାଇରେ ଯାଇ କାମ କରୁଛନ୍ତି। ତା’ ସାଙ୍ଗକୁ ସାନଭାଇ ନକୁଳ ବି ଅଧାରୁ ପାଠଛାଡି ବେଙ୍ଗାଲୁରୁରେ ଯାଇ କାମ କରୁଛନ୍ତି। ଆଉ ସବା ସାନ ଭଉଣୀ ଭଗବତୀ ଏବେ ନବମ ଶ୍ରେଣୀରେ ପଢୁଛନ୍ତି। ଭଗବତୀ ବି ପାର୍ବତୀଙ୍କୁ ଘରକାମରେ ବେଳେବେଳେ ସାହାଯ୍ୟ କରିଥାନ୍ତି। ଅନ୍ୟପକ୍ଷେ ବଡ଼ ଭଉଣୀ ଲକ୍ଷ୍ମୀ ମଧ୍ୟ ମଝିରେ ମଝିରେ ଆସି ଘରର ଭଲମନ୍ଦ କଥା ବୁଝିଯାଇଥାନ୍ତି। ଭାଇମାନେ ବିଦେଶରେ ଥିବାରୁ ଏହି ତିନି ଭଉଣୀ ସବୁବେଳେ ତାଙ୍କର ଶୁଭମନାସି ଠାକୁରଙ୍କ ପାଖେ ଦୀପ ଜାଳିଥାନ୍ତି। ଭଗବାନ କରନ୍ତୁ ସେମାନଙ୍କ ସମ୍ପର୍କ ଚିରଦିନ ଏମିତି ଅତୁଟ ରହିଥାଉ। 
କୋମଳ ବୟସରେ ବି ଭଉଣୀଭାଇ ପରସ୍ପରର ସାହାଭରସା
ମାଲକାନଗିରି ସଦର ମହାକୁମାସ୍ଥିତ ନୂଆଗୁଡ଼ା ଅଞ୍ଚଳର ଦୁଇ କୋମଳମତି ଭାଇଭଉଣୀ ହେଲେ ଶୁକ୍ରା କଚିମ ଓ ଶ୍ରୁତି କଚିମ। ଭାଇ ଶୁକ୍ରାକୁ ନଅ ବର୍ଷ ଚାଲିଥିବାବେଳେ ଭଉଣୀ ଶ୍ରୁତିକୁ ଏବେ ମାତ୍ର ୭ବର୍ଷ। ଆଜକୁ ପ୍ରାୟ ୧୦ ବର୍ଷ ତଳେ ଏମାନଙ୍କ ବାପାମା’ ପରସ୍ପରକୁ ପ୍ରେମବିବାହ କରିଥିଲେ। ପରିବାର ବେଶ୍‌ ହସଖୁସିରେ ଆଗେଇଥିଲା। କ୍ରମେ ସେମାନଙ୍କ କୋଳକୁ ଶୁକ୍ରା ଓ ଶ୍ରୁତି ନାମରେ ଦୁଇ ପୁଅଝିଅ ଆସିଲେ। କିନ୍ତୁ ହଠାତ୍‌ ସେମାନଙ୍କ ଖୁସିର ସଂସାରକୁ କାହାର ନଜର ଲାଗିଗଲା। ଗତ ତିନିବର୍ଷ ପୂର୍ବେ ପିଲାଦୁହିଁଙ୍କର ମା’ ଅନ୍ୟ ଜଣେ ପୁରୁଷଙ୍କ ସହ ପ୍ରେମସମ୍ପର୍କ ରଖି ତାଙ୍କୁ ବିବାହ କରି ଅନ୍ୟତ୍ର ଯାଇ ରହିଲେ। ଏତିକିରେ ସେମାନଙ୍କ ଦୁଃଖ ସରି ନ ଥିଲା। ଏହାପରେ ତାଙ୍କ ବାପା ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ଘର ଛାଡି ପଳାଇଲେ। କ୍ଷଣିକ ମଧ୍ୟରେ ବାପାମା’ ଥାଇ ବି ଅନାଥ ହୋଇଗଲେ ଶୁକ୍ରା ଓ ଶ୍ରୁତି। ଏତେ ବଡ଼ ଦୁନିଆରେ ସେମାନଙ୍କ ସାହାଭରସା କହିଲେ କେବଳ ଜଣେ ଥିଲେ, ସେ ହେଲେ ତାଙ୍କର ଜେଜେମା’ ମଙ୍ଗୁଳି କଚିମ। ପୁଅବୋହୂ ଘରଛାଡି ଯିବା ପରେ ନାତିନାତୁଣୀଙ୍କର ଦାୟିତ୍ୱ ନେବାକୁ ପରିଣତ ବୟସରେ ପଦାକୁ ଗୋଡ କାଢିଥିଲେ ସେ। ପରଘରେ ପାଇଟି କରି ଯାହା ରୋଜଗାର କଲେ, ସେଥିରେ ନାତିନାତୁଣୀଙ୍କୁ ଖାଇବାକୁ ଦେଲେ। ଜେଜେମା’ ସହିତ ବେଳେବେଳେ ପିଲାଦୁଇଟି ବି ପରଘରକୁ ଯାଇ ଜେଜେମା’ଙ୍କୁ କାମରେ ସାହାଯ୍ୟ କରୁଥିଲେ। ଏତେ କମ୍‌ ବୟସରେ ବି ଭାଇଭଉଣୀ ଦୁହେଁ ଘରର ପରିସ୍ଥିତି କଥା ଚିନ୍ତା କରି ଜେଜେମା’ ପାଖେ କୌଣସି କଥାକୁ ନେଇ ଆଦୌ ଅଝଟ କରୁ ନ ଥିଲେ। ସେମାନଙ୍କର ଏପରି ପରିସ୍ଥିତି ବିଷୟରେ ଜିଲା ଶିଶୁ ସୁରକ୍ଷା ସଂସ୍ଥା ଅବଗତ ହେବା ପରେ ଏଇ କିଛିଦିନ ହେବ ଭଉଣୀଭାଇଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ସଦର ମହକୁମାର ବୁଟିଗୁଡା ପ୍ରାଥମିକ ଆବାସିକ ବିଦ୍ୟାଳୟରେ ଛଡାଯାଇଛି। ବିଦ୍ୟାଳୟର ଛାତ୍ରୀନିବାସରେ ଭଉଣୀ ରହୁଥିବାବେଳେ ଭାଇ ଛାତ୍ରନିବାସରେ ରହି ପଢୁଛନ୍ତି। ଘରଠାରୁ ଦୂରରେ ରହୁଥିବାରୁ ଭଲରେ ମନ୍ଦରେ ଭଉଣୀଭାଇ ଏବେ ପରସ୍ପରର ସାହାରା ହୋଇ ଚଳୁଛନ୍ତି। ଏତେ କମ୍‌ ବୟସରେ ବି ସେ ଦୁହେଁ ପରସ୍ପରର ଦୁଃଖ ବୁଝି ପାରୁଛନ୍ତି ଆଉ ଉଭୟ ଉଭୟଙ୍କୁ ସାନ୍ତ୍ୱନା ଦେଇପାରୁଛନ୍ତି, ଯାହାକୁ ଦେଖିଲେ ବେଶ୍‌ ଆଶ୍ଚର୍ଯ୍ୟ ଲାଗେ। 
ଏଠାରେ ଯେଉଁ ଭଉଣୀଭାଇଙ୍କ କଥା କୁହାଗଲା, ସତରେ ଏ ସମାଜ ପାଇଁ ସେମାନେ ଜଣେ ଜଣେ ଉଦାହରଣ। କାରଣ ପ୍ରତିକୂଳ ପରିସ୍ଥିତିରେ ପଡି ଭାଇଟିଏ ହୋଇ ଭଉଣୀର ଭଲ ପାଇଁ କିମ୍ବା ଭଉଣୀଟିଏ ହୋଇ ଭାଇର ମଙ୍ଗଳ ଲାଗି ସେମାନେ ଯାହା ତ୍ୟାଗ କରିଛନ୍ତି କିମ୍ବା କଷ୍ଟ ସହିଛନ୍ତି, ତାହା କ’ଣ ସମସ୍ତଙ୍କ ଦ୍ୱାରା ସମ୍ଭବ ହୋଇପାରେ।
-ଅମ୍ବ୍ରିତା
-ନରେଶ ଚନ୍ଦ୍ର ପଟ୍ଟନାୟକ, ବିଭୁପ୍ରସାଦ ବେହେରା,
ହର୍ଷବର୍ଦ୍ଧନ ବେହେରା,  ଶୁଭାଶିଷ ରାଉତ,
ଭାସ୍କର ରାଉତରାୟ, ଦୁର୍ଯ୍ୟୋଧନ ପାତ୍ର
All Right Reserved By

ଫୁରସତ |

ଯେଉଁଠି ରାତିରେ ହୁଏନାହିଁ ବିବାହ

ଯେଉଁଠି ରାତିରେ ହୁଏନାହିଁ ବିବାହ

ସାଧାରଣତଃ ଭାରତର ଅଧିକାଂଶ ସ୍ଥାନରେ ରାତିରେ ବାହାଘର ହେବାର ପରମ୍ପରା ରହିଛି। ହେଲେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଥିରେ ଦେଖାଯାଏ କିଛି ବ୍ୟତିକ୍ରମ। ଏଠାକାର ଲୋକେ ବିବାହ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି। 

ଯେଉଁଠି  କୁମାରୀ କନ୍ୟା ସାତ ଜଣ ଅଜଣା ପୁରୁଷଙ୍କ ସହ ରଖନ୍ତି ସମ୍ପର୍କ

ଯେଉଁଠି କୁମାରୀ କନ୍ୟା ସାତ ଜଣ ଅଜଣା ପୁରୁଷଙ୍କ ସହ ରଖନ୍ତି ସମ୍ପର୍କ

 ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନଙ୍କର ଅନ୍ଧବିଶ୍ୱାସ ଓ ପରମ୍ପରା କଥା ଶୁଣିଲେ ଲୋମ ଟାଙ୍କୁରି ଉଠିଥାଏ। ହେଲେ ଆଜିବି ଏମାନେ ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି ଭାବିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ।

ଯେଉଁ ମସ୍‌ଜିଦରେ ମହିଳା କରନ୍ତି ନମାଜ ପାଠ

ଯେଉଁ ମସ୍‌ଜିଦରେ ମହିଳା କରନ୍ତି ନମାଜ ପାଠ

ସାଧାରଣତଃ ଭାରତରେ ଥିବା ମୁସଲମାନ ମହିଳାମାନଙ୍କୁ ମସଜିଦ ପ୍ରବେଶ କରିବାକୁ ବାରଣ କରାଯାଇଥାଏ। ତେଣୁ ସେମାନେ ମସ୍‌ଜିଦରେ ନମାଜ ପଢି ପାରନ୍ତି ନାହିଁ। 

ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...

ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...

କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ସୌଭାଗ୍ୟ ମିଳେ ତାହା ବାସ୍ତୁରେ ଉଲ୍ଲେଖ ରହିଛି। ଏହା ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ଶାରୀରିକ ସମସ୍ୟା ଦେଖାଯାଏ।  କୁହାଯାଏ ମୃତ୍ୟୁ ପରେ ଏଭଳି ଉତ୍ତର ମୁହାଁ କରି ଶୁଆ ଯାଇଥାଏ ।

ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ଫୁଲକୋବି  ଏକ ଶୀତ ଦିନିଆ ପରିବା। ଏଥିରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। ତେବେ ଏହାକୁ ତରକାରୀ କରି ଖାଇଲେ ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ଯାଇଥାଏ। 

ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...

ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...

କାଶୀରେ ଗଙ୍ଗା ନଦୀ କୂଳରେ ରହିଛି ୮୪ଟି ଘାଟ । ସମସ୍ତ ଘାଟରେ ସ୍ନାନକଲେ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। 

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଅଫିସ ଟାର୍ଗେଟ ପୂରଣ କରି ନ ପାରିଲେ ବସ୍‌ଙ୍କଠାରୁ ଗାଳି ଶୁଣିବାକୁ ମିଳିଥାଏ। ହେଲେ କର୍ମଚାରୀଙ୍କୁ ରାସ୍ତା ଉପରେ ଆଣ୍ଠେଇବାକୁ ପଡ଼ିବା କେବେ କେହି ଶୁଣି ନ ଥିବେ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଘଟିଛି ଚାଇନାରେ।

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଭାରତୀୟ ସଂସ୍କୃତିରେ ପ୍ରତିଟି ଶୁଭକାର୍ଯ୍ୟରେ ଯଜ୍ଞ ବା ହୋମ କରାଯାଇଥାଏ। ହୋମରେ ପ୍ରତିଟି ମନ୍ତ୍ରରେ ଅଗ୍ନିଙ୍କୁ ସାମଗ୍ରୀ ଅର୍ପଣ ଆହୁତି ଦ୍ୱାରା କରାଯିବା ସହିତ ସ୍ବାହା ଉଚ୍ଚାରଣ କରାଯାଇଥାଏ। 

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣ  ଏକ ଲୋକପ୍ରିୟ ପରିବା। ଭାରତର ତଥା ଦେଶ ବିଦେଶରେ ଏହାର ଚାହିଦା ରହିଛି। ବାଇଗଣରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି।

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଏପରି ଏକ ମନ୍ଦିର ରହିଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଝାଡୁ ଅର୍ପଣ କରିଥାନ୍ତି। 

ଦର୍ପଣ ବି  ଆଣିଥାଏ  ଦାମ୍ପତ୍ୟ ଜୀବନରେ ଝଡ଼...

ଦର୍ପଣ ବି ଆଣିଥାଏ ଦାମ୍ପତ୍ୟ ଜୀବନରେ ଝଡ଼...

ମାନବ ସଭ୍ୟ ହେବା ସହିତ ଏହାର ବିଭିନ୍ନ ଚାହିଦାରେ କାଳକ୍ରମେ ହୋଇଛି ପରିବର୍ତ୍ତନ। ଏହି ମର୍ମରେ ଶୃଙ୍ଗାର ରସର ବିକାଶ ସହିତ ଏହା ସହିତ ସମ୍ପର୍କ ରଖୁଥିବା ସାମଗ୍ରୀର ମଧ୍ୟ ଲୋକପ୍ରିୟତା ବୃଦ୍ଧି ପାଇଛି। 

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ସାଧାରଣତଃ ପୁଅ ପାଇଁ ବୋହୂ ଖୋଜା ହୁଏ, ହେଲେ ପ୍ରେମିକା ଖୋଜିବା କଥା ଶୁଣିଲେ ଅଡୁଆ ଲାଗୁଥାଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଆମେରିକାର ମେରିଲ୍ୟାଣ୍ଡ ଟାଉନ୍‌ସନ୍‌ ବିଶ୍ୱବିଦ୍ୟାଳୟରେ। ଜଣେ ମା’ ତାଙ୍କ ପୁଅଙ୍କର ଏକୁଟିଆ ଅବସ୍ଥାକୁ ନେଇ ଚିନ୍ତାରେ ରହୁଥିଲେ।