ଫୁରସତ |

ଗାଁ- ଯେଉଁଠି ଗଛରେ ବନ୍ଧାଯାଏ ରାଖୀ

     ଗାଁ- ଯେଉଁଠି ଗଛରେ ବନ୍ଧାଯାଏ ରାଖୀ
ଜଙ୍ଗଲ ସୁରକ୍ଷା ଓ ପ୍ରକୃତିକୁ ରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ତାହା ସୁଫଳ ହୋଇପାରୁନାହିଁ। ତେବେ ଏମିତି ଏକ ଗାଁ ଅଛି ଯେଉଁଠିକାର ଲୋକେ ପରିବେଶକୁ ନେଇ ବେଶ୍‌ ସଚେତନ। ସେଇଥିପାଇଁ ତ ନିଜେ ସୃଷ୍ଟି କରିଛନ୍ତି ଏକ ଜଙ୍ଗଲ। ଆଉ ସମୟ ବାହାର କରି ତା’ର  ସେବା, ଯତ୍ନ ବି କରୁଛନ୍ତି। ଏଇ ଗାଁଟି ହେଉଛି ନୟାଗଡ଼ ଜିଲା ସଦର ବ୍ଲକ, କେନ୍ଦୁଢିପି ପଞ୍ଚାୟତର କେନ୍ଦୁଢିପି। ୩୧୪ ପରିବାର ବିଶିଷ୍ଟ  ଏହି ଗାଁର ଲୋକେ ନିଜ ଉଦ୍ୟମରେ ଗାଁ ନିକଟସ୍ଥ ଟାଙ୍ଗରା ପାହାଡ଼କୁ ସବୁଜିମାରେ ଭରିଛନ୍ତି। ଆଉ ନିଜ ହାତରେ ଗଢିଥିବା ଜଙ୍ଗଲକୁ ସେମାନେ ପ୍ରତିଦିନ ଠେଙ୍ଗା ପାଳି କରି ଜଗିବାକୁ ଯାଆନ୍ତି । ୫ରୁ ୬ ଜଣ ଗ୍ରାମବାସୀ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜଗନ୍ତି। ସନ୍ଧ୍ୟା ନଇଁଲେ କାଳେ ଅନ୍ଧାରର ଫାଇଦା ନେଇ ଜଙ୍ଗଲର କେଉଁଠି କାଠ ମାଫିଆଙ୍କ ଲୁଟ ଚାଲିଥିବ ତାକୁ ତଦାରଖ କରିବାକୁ ଗାଁର କିଛି ମୁଖିଆ ଜଙ୍ଗଲକୁ ଯାଆନ୍ତି। ଏମିତି ପ୍ରତିଦିନ ଜାରି ରହେ ଏହି କାର୍ଯ୍ୟ। ଖାଲି ସେତିକି ନୁହେଁ ଗଛ ପ୍ରତି ନିଜର ଭଲ ପାଇବା ଜଣାଇବା ପାଇଁ ପ୍ରତିବର୍ଷ ଗହ୍ମାପୂର୍ଣ୍ଣିମା (ରକ୍ଷାବନ୍ଧନ)ରେ ପାଳନ କରାଯାଏ ନିଆରା ପର୍ବ। ଆଖପାଖ ୫ ଖଣ୍ଡ ଗ୍ରାମରୁ ଲୋକମାନେ ପାହାଡ଼କୁ ଯାଇ ସେଠାରେ ଥିବା ଶୁକ୍ରମଲ୍ଲୀ ଠାକୁରାଣୀଙ୍କୁ ପୂଜା କରନ୍ତି। ଏହା ପରେ ଗଛର ଯତ୍ନ ନେବା ସହ ନିଜର ସ୍ନେହ ଜଣାଇବା ପାଇଁ ଗଛରେ ରାଖୀ ବାନ୍ଧନ୍ତି। ଗ୍ରାମ ସଭାପତି ଅକ୍ରୂର ବେହେରା କହନ୍ତି,”ପ୍ରତିବର୍ଷ ଗହ୍ମାପୂର୍ଣ୍ଣିମାରେ ଦର୍ପନାରାୟଣପୁର, ଖତିଆ, କାକଲମା, ବୁନ୍ଦାପଲ୍ଲୀ, କେନ୍ଦୁଢିପି,  ଖଇରପଟି ପ୍ରଭୃତି ଗ୍ରାମର ଲୋକମାନେ ପାହାଡ଼କୁ ଯାଇ ସେଠାରେ ପର୍ବ ପାଳନ କରନ୍ତି। ଭୋଜି ଭାତ କରି ଖାଇବା ସହ ଗଛରେ ରାଖୀ ବାନ୍ଧନ୍ତି।  ବାଜା ବଜାଇ ପାହାଡ଼କୁ ଯାଆନ୍ତି, ପରିବେଶ ପୂରା ଭକ୍ତିମୟ ହୋଇପଡେ। ଭକ୍ତି ଓ ବୃକ୍ଷ ପ୍ରେମରେ ବନ୍ଧା ଏହି ପର୍ବ ସତରେ ନିଆରା।’  ଗ୍ରାମର ଚରଣ ସାହୁ କହନ୍ତି, ‘ଗାଁ ଲୋକଙ୍କର ଜଙ୍ଗଲ ଓ ପରିବେଶ ପ୍ରତି ଭଲ ପାଇବା ଏହି ପର୍ବରୁ ବାରି ହୋଇପଡେ। ସମସ୍ତେ ଗଛକୁ ରାଖୀ ବାନ୍ଧି ଜଙ୍ଗଲକୁ ସୁରକ୍ଷା ଦେବାର ପ୍ରତିଜ୍ଞା ନିଅନ୍ତି। ଏହି ପର୍ବ ଓ ପାହାଡ ଉପରେ ବିରାଜମାନ ଦେବୀଙ୍କ ମହିମା ଯେମିତି ଅପାର ଏଠାରେ ଥିବା ଏକ ଚମତ୍କାରୀ ପାଣି କୁଣ୍ଡର କଥା ବି ନିଆରା। ଏହା ମଧ୍ୟରେ ସବୁ ଋତୁରେ ପାଣି ରହେ। କେତେବେଳେ ପାଣି କମେ ନାହିଁ କି ପାଣିର ଗଭୀରତା ମାପିବାକୁ ଚେଷ୍ଟା କଲେ ମଧ୍ୟ ଜଣାପଡ଼େ ନାହିଁ। ତେଣୁ ଏହି ସ୍ଥାନ ପ୍ରତି ଯଦି ସରକାରଙ୍କ ନଜର ପଡନ୍ତା ଓ ତା’ର ଉନ୍ନତି ପାଇଁ ପଦକ୍ଷେପ ନିଆଯାଆନ୍ତା ତେବେ ଗ୍ରାମବାସୀ ବେଶ୍‌ ଉପକୃତ ହୁଅନ୍ତେ।’
- ରଞ୍ଜନ କୁମାର ପ୍ରଧାନ 
All Right Reserved By

ଫୁରସତ |

ଯେଉଁଠି ରାତିରେ ହୁଏନାହିଁ ବିବାହ

ଯେଉଁଠି ରାତିରେ ହୁଏନାହିଁ ବିବାହ

ସାଧାରଣତଃ ଭାରତର ଅଧିକାଂଶ ସ୍ଥାନରେ ରାତିରେ ବାହାଘର ହେବାର ପରମ୍ପରା ରହିଛି। ହେଲେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଥିରେ ଦେଖାଯାଏ କିଛି ବ୍ୟତିକ୍ରମ। ଏଠାକାର ଲୋକେ ବିବାହ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି। 

ଯେଉଁଠି  କୁମାରୀ କନ୍ୟା ସାତ ଜଣ ଅଜଣା ପୁରୁଷଙ୍କ ସହ ରଖନ୍ତି ସମ୍ପର୍କ

ଯେଉଁଠି କୁମାରୀ କନ୍ୟା ସାତ ଜଣ ଅଜଣା ପୁରୁଷଙ୍କ ସହ ରଖନ୍ତି ସମ୍ପର୍କ

 ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନଙ୍କର ଅନ୍ଧବିଶ୍ୱାସ ଓ ପରମ୍ପରା କଥା ଶୁଣିଲେ ଲୋମ ଟାଙ୍କୁରି ଉଠିଥାଏ। ହେଲେ ଆଜିବି ଏମାନେ ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି ଭାବିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ।

ଯେଉଁ ମସ୍‌ଜିଦରେ ମହିଳା କରନ୍ତି ନମାଜ ପାଠ

ଯେଉଁ ମସ୍‌ଜିଦରେ ମହିଳା କରନ୍ତି ନମାଜ ପାଠ

ସାଧାରଣତଃ ଭାରତରେ ଥିବା ମୁସଲମାନ ମହିଳାମାନଙ୍କୁ ମସଜିଦ ପ୍ରବେଶ କରିବାକୁ ବାରଣ କରାଯାଇଥାଏ। ତେଣୁ ସେମାନେ ମସ୍‌ଜିଦରେ ନମାଜ ପଢି ପାରନ୍ତି ନାହିଁ। 

ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...

ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...

କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ସୌଭାଗ୍ୟ ମିଳେ ତାହା ବାସ୍ତୁରେ ଉଲ୍ଲେଖ ରହିଛି। ଏହା ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ଶାରୀରିକ ସମସ୍ୟା ଦେଖାଯାଏ।  କୁହାଯାଏ ମୃତ୍ୟୁ ପରେ ଏଭଳି ଉତ୍ତର ମୁହାଁ କରି ଶୁଆ ଯାଇଥାଏ ।

ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ଫୁଲକୋବି  ଏକ ଶୀତ ଦିନିଆ ପରିବା। ଏଥିରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। ତେବେ ଏହାକୁ ତରକାରୀ କରି ଖାଇଲେ ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ଯାଇଥାଏ। 

ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...

ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...

କାଶୀରେ ଗଙ୍ଗା ନଦୀ କୂଳରେ ରହିଛି ୮୪ଟି ଘାଟ । ସମସ୍ତ ଘାଟରେ ସ୍ନାନକଲେ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। 

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଅଫିସ ଟାର୍ଗେଟ ପୂରଣ କରି ନ ପାରିଲେ ବସ୍‌ଙ୍କଠାରୁ ଗାଳି ଶୁଣିବାକୁ ମିଳିଥାଏ। ହେଲେ କର୍ମଚାରୀଙ୍କୁ ରାସ୍ତା ଉପରେ ଆଣ୍ଠେଇବାକୁ ପଡ଼ିବା କେବେ କେହି ଶୁଣି ନ ଥିବେ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଘଟିଛି ଚାଇନାରେ।

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଭାରତୀୟ ସଂସ୍କୃତିରେ ପ୍ରତିଟି ଶୁଭକାର୍ଯ୍ୟରେ ଯଜ୍ଞ ବା ହୋମ କରାଯାଇଥାଏ। ହୋମରେ ପ୍ରତିଟି ମନ୍ତ୍ରରେ ଅଗ୍ନିଙ୍କୁ ସାମଗ୍ରୀ ଅର୍ପଣ ଆହୁତି ଦ୍ୱାରା କରାଯିବା ସହିତ ସ୍ବାହା ଉଚ୍ଚାରଣ କରାଯାଇଥାଏ। 

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣ  ଏକ ଲୋକପ୍ରିୟ ପରିବା। ଭାରତର ତଥା ଦେଶ ବିଦେଶରେ ଏହାର ଚାହିଦା ରହିଛି। ବାଇଗଣରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି।

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଏପରି ଏକ ମନ୍ଦିର ରହିଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଝାଡୁ ଅର୍ପଣ କରିଥାନ୍ତି। 

ଦର୍ପଣ ବି  ଆଣିଥାଏ  ଦାମ୍ପତ୍ୟ ଜୀବନରେ ଝଡ଼...

ଦର୍ପଣ ବି ଆଣିଥାଏ ଦାମ୍ପତ୍ୟ ଜୀବନରେ ଝଡ଼...

ମାନବ ସଭ୍ୟ ହେବା ସହିତ ଏହାର ବିଭିନ୍ନ ଚାହିଦାରେ କାଳକ୍ରମେ ହୋଇଛି ପରିବର୍ତ୍ତନ। ଏହି ମର୍ମରେ ଶୃଙ୍ଗାର ରସର ବିକାଶ ସହିତ ଏହା ସହିତ ସମ୍ପର୍କ ରଖୁଥିବା ସାମଗ୍ରୀର ମଧ୍ୟ ଲୋକପ୍ରିୟତା ବୃଦ୍ଧି ପାଇଛି। 

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ସାଧାରଣତଃ ପୁଅ ପାଇଁ ବୋହୂ ଖୋଜା ହୁଏ, ହେଲେ ପ୍ରେମିକା ଖୋଜିବା କଥା ଶୁଣିଲେ ଅଡୁଆ ଲାଗୁଥାଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଆମେରିକାର ମେରିଲ୍ୟାଣ୍ଡ ଟାଉନ୍‌ସନ୍‌ ବିଶ୍ୱବିଦ୍ୟାଳୟରେ। ଜଣେ ମା’ ତାଙ୍କ ପୁଅଙ୍କର ଏକୁଟିଆ ଅବସ୍ଥାକୁ ନେଇ ଚିନ୍ତାରେ ରହୁଥିଲେ।