ଫୁରସତ |

ରାଖୀ କେଉଁଠି କେମିତି?

ରାଖୀ କେଉଁଠି କେମିତି?
ଭାଇର ଶୁଭ ମନାସି ଭଉଣୀ ଅତି ସରାଗର ସହ ତା’ ହାତରେ ବାନ୍ଧି ଦିଏ ରାଖୀଟିଏ। ଏହା ତା’ଭାଇକୁ ସବୁ ବିପଦଆପଦରୁ ରକ୍ଷା କରିବ। ଏହି ବିଶ୍ୱାସ ନେଇ ଚଳି ଆସିଥିବା ଏହି ପରମ୍ପରା ବହୁ ପୁରାତନ। ତେବେ ଭାରତର ବିଭିନ୍ନ ପ୍ରାନ୍ତରେ ଏହି ପର୍ବକୁ ପାଳନ କରିବାର ବିଭିନ୍ନ ପ୍ରଥା ଏବଂ ଭିନ୍ନ ଭିନ୍ନ ନାଁ ରହିଛି।
* ଭାରତର ପଶ୍ଚିମ ପ୍ରାନ୍ତ  ଅର୍ଥାତ ଗୋଆ, ମହାରାଷ୍ଟ୍ର ଆଦି ଅଞ୍ଚଳରେ ରାଖୀକୁ ‘ନାରିୟଲ ପୂର୍ଣ୍ଣିମା’ ବୋଲି କୁହାଯାଏ। ବିଶେଷ ଭାବେ ଏହି ପର୍ବଟି ଏଠାକାର ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା କେଉଟ ସଂପ୍ରଦାୟର ଲୋକମାନେ ବହୁ ଆଡମ୍ବର ସହ ପାଳନ କରିଥାନ୍ତି। ଏହି ଦିନ ଭଗବାନ ବରୁଣଙ୍କୁ ଧନ୍ୟବାଦ ଦେବା ପୂର୍ବକ ଏମାନେ ସମୁଦ୍ରକୁ ନଡିଆ ଅର୍ପଣ କରିଥାନ୍ତି। 
* ଗୁଜରାଟରେ ଏହି ପର୍ବକୁ ‘ପବିତ୍ରୋପଣ’ ବୋଲି କୁହାଯାଏ। ଏହି ଦିନ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ଏଠାରେ ବିଶ୍ୱାସ ରହିଛି। ଏହିଦିନ କଷ ଘାସ ଏବଂ ତୁଳାକୁ ଏକତ୍ର ଗୁନ୍ଥି ଏକ ଡୋରି ପ୍ରସ୍ତୁତ କରାଯାଏ। ଏହାପରେ ଏହି ଡୋରିକୁ ପଞ୍ଚଗବ୍ୟରେ ବୁଡାଇ ଶିବଲିଙ୍ଗରେ ବାନ୍ଧିବାର ପ୍ରଥା ରହିଛି।
* ପୂର୍ବ ଭାରତ ଅର୍ଥାତ ଓଡିଶା ଏବଂ ପଶ୍ଚିମବଙ୍ଗରେ ଏହାକୁ ଝୁଲଣ ଯାତ୍ରା ଭାବେ ମଧ୍ୟ ପାଳନ କରାଯାଏ। ସପ୍ତାହ ବ୍ୟାପି ପାଳନ କରାଯାଉଥିବା ଏହି ପର୍ବରେ  ରାଧା କୃଷ୍ଣଙ୍କ ମୂର୍ତ୍ତିକୁ ଦୋଳିରେ ଝୁଲାଇ ପୂଜା କରାଯିବାର ପ୍ରଥା ରହିଛି। 
* ଭାରତର ଦକ୍ଷିଣ ପ୍ରାନ୍ତରେ ଏହି ପର୍ବକୁ ‘ଅବନି ଅଭିତ୍ତମ’ ବୋଲି କୁହାଯାଏ। ଏହିଦିନ ଏଠାକାର ବ୍ରାହ୍ମଣ ସମ୍ପ୍ରଦାୟର ଲୋକେ ଜଳରେ ବୁଡ ନେବା ପରେ  ନିଜର ପବିତ୍ର ପଇତା ‘ଜନେୟୁ’ କୁ ପରିବର୍ତ୍ତନ କରି ନୂଆ ଜନେୟୁ ଧାରଣ କରିଥାନ୍ତି। ଏହାଦ୍ୱାରା ପାପର ପ୍ରାୟଶ୍ଚିତ୍ତ ହେବା ସହ ନୂତନ ଭାବେ ଜୀବନ ଅତିବାହିତ କରିବାର ସଂକଳ୍ପ ନେଇଥାନ୍ତି। 
*  ମଧ୍ୟ ପ୍ରାନ୍ତ ଅର୍ଥାତ ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଆଦି ଅଞ୍ଚଳରେ ଏହାକୁ ‘କଜରୀ ପୂର୍ଣ୍ଣିମା’ ଭାବେ ପାଳନ କରାଯାଏ। ଏଠାରେ ଏହି ପର୍ବକୁ ପରିବାରର ମଙ୍ଗଳ କାମନା ସହିତ ଭଲ ଫସଲ ହେବା ଉଦ୍ଦେଶ୍ୟରେ ମା’ ଭଗବତୀଙ୍କୁ ପୂଜା କରାଯାଏ। 
* ଏହା ବ୍ୟତୀତ ଜମ୍ମୁରେ ଏହିଦିନ ଗୁଡି ଉଡେଇ ଏହି ପର୍ବକୁ ଅତି ଆଡମ୍ବର ସହ ପାଳନ କରାଯାଏ।
All Right Reserved By

ଫୁରସତ |

ଯେଉଁଠି ରାତିରେ ହୁଏନାହିଁ ବିବାହ

ଯେଉଁଠି ରାତିରେ ହୁଏନାହିଁ ବିବାହ

ସାଧାରଣତଃ ଭାରତର ଅଧିକାଂଶ ସ୍ଥାନରେ ରାତିରେ ବାହାଘର ହେବାର ପରମ୍ପରା ରହିଛି। ହେଲେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଥିରେ ଦେଖାଯାଏ କିଛି ବ୍ୟତିକ୍ରମ। ଏଠାକାର ଲୋକେ ବିବାହ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି। 

ଯେଉଁଠି  କୁମାରୀ କନ୍ୟା ସାତ ଜଣ ଅଜଣା ପୁରୁଷଙ୍କ ସହ ରଖନ୍ତି ସମ୍ପର୍କ

ଯେଉଁଠି କୁମାରୀ କନ୍ୟା ସାତ ଜଣ ଅଜଣା ପୁରୁଷଙ୍କ ସହ ରଖନ୍ତି ସମ୍ପର୍କ

 ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନଙ୍କର ଅନ୍ଧବିଶ୍ୱାସ ଓ ପରମ୍ପରା କଥା ଶୁଣିଲେ ଲୋମ ଟାଙ୍କୁରି ଉଠିଥାଏ। ହେଲେ ଆଜିବି ଏମାନେ ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି ଭାବିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ।

ଯେଉଁ ମସ୍‌ଜିଦରେ ମହିଳା କରନ୍ତି ନମାଜ ପାଠ

ଯେଉଁ ମସ୍‌ଜିଦରେ ମହିଳା କରନ୍ତି ନମାଜ ପାଠ

ସାଧାରଣତଃ ଭାରତରେ ଥିବା ମୁସଲମାନ ମହିଳାମାନଙ୍କୁ ମସଜିଦ ପ୍ରବେଶ କରିବାକୁ ବାରଣ କରାଯାଇଥାଏ। ତେଣୁ ସେମାନେ ମସ୍‌ଜିଦରେ ନମାଜ ପଢି ପାରନ୍ତି ନାହିଁ। 

ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...

ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...

କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ସୌଭାଗ୍ୟ ମିଳେ ତାହା ବାସ୍ତୁରେ ଉଲ୍ଲେଖ ରହିଛି। ଏହା ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ଶାରୀରିକ ସମସ୍ୟା ଦେଖାଯାଏ।  କୁହାଯାଏ ମୃତ୍ୟୁ ପରେ ଏଭଳି ଉତ୍ତର ମୁହାଁ କରି ଶୁଆ ଯାଇଥାଏ ।

ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ଫୁଲକୋବି  ଏକ ଶୀତ ଦିନିଆ ପରିବା। ଏଥିରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। ତେବେ ଏହାକୁ ତରକାରୀ କରି ଖାଇଲେ ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ଯାଇଥାଏ। 

ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...

ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...

କାଶୀରେ ଗଙ୍ଗା ନଦୀ କୂଳରେ ରହିଛି ୮୪ଟି ଘାଟ । ସମସ୍ତ ଘାଟରେ ସ୍ନାନକଲେ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। 

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଅଫିସ ଟାର୍ଗେଟ ପୂରଣ କରି ନ ପାରିଲେ ବସ୍‌ଙ୍କଠାରୁ ଗାଳି ଶୁଣିବାକୁ ମିଳିଥାଏ। ହେଲେ କର୍ମଚାରୀଙ୍କୁ ରାସ୍ତା ଉପରେ ଆଣ୍ଠେଇବାକୁ ପଡ଼ିବା କେବେ କେହି ଶୁଣି ନ ଥିବେ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଘଟିଛି ଚାଇନାରେ।

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଭାରତୀୟ ସଂସ୍କୃତିରେ ପ୍ରତିଟି ଶୁଭକାର୍ଯ୍ୟରେ ଯଜ୍ଞ ବା ହୋମ କରାଯାଇଥାଏ। ହୋମରେ ପ୍ରତିଟି ମନ୍ତ୍ରରେ ଅଗ୍ନିଙ୍କୁ ସାମଗ୍ରୀ ଅର୍ପଣ ଆହୁତି ଦ୍ୱାରା କରାଯିବା ସହିତ ସ୍ବାହା ଉଚ୍ଚାରଣ କରାଯାଇଥାଏ। 

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣ  ଏକ ଲୋକପ୍ରିୟ ପରିବା। ଭାରତର ତଥା ଦେଶ ବିଦେଶରେ ଏହାର ଚାହିଦା ରହିଛି। ବାଇଗଣରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି।

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଏପରି ଏକ ମନ୍ଦିର ରହିଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଝାଡୁ ଅର୍ପଣ କରିଥାନ୍ତି। 

ଦର୍ପଣ ବି  ଆଣିଥାଏ  ଦାମ୍ପତ୍ୟ ଜୀବନରେ ଝଡ଼...

ଦର୍ପଣ ବି ଆଣିଥାଏ ଦାମ୍ପତ୍ୟ ଜୀବନରେ ଝଡ଼...

ମାନବ ସଭ୍ୟ ହେବା ସହିତ ଏହାର ବିଭିନ୍ନ ଚାହିଦାରେ କାଳକ୍ରମେ ହୋଇଛି ପରିବର୍ତ୍ତନ। ଏହି ମର୍ମରେ ଶୃଙ୍ଗାର ରସର ବିକାଶ ସହିତ ଏହା ସହିତ ସମ୍ପର୍କ ରଖୁଥିବା ସାମଗ୍ରୀର ମଧ୍ୟ ଲୋକପ୍ରିୟତା ବୃଦ୍ଧି ପାଇଛି। 

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ସାଧାରଣତଃ ପୁଅ ପାଇଁ ବୋହୂ ଖୋଜା ହୁଏ, ହେଲେ ପ୍ରେମିକା ଖୋଜିବା କଥା ଶୁଣିଲେ ଅଡୁଆ ଲାଗୁଥାଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଆମେରିକାର ମେରିଲ୍ୟାଣ୍ଡ ଟାଉନ୍‌ସନ୍‌ ବିଶ୍ୱବିଦ୍ୟାଳୟରେ। ଜଣେ ମା’ ତାଙ୍କ ପୁଅଙ୍କର ଏକୁଟିଆ ଅବସ୍ଥାକୁ ନେଇ ଚିନ୍ତାରେ ରହୁଥିଲେ।