ରାଜ୍ୟ |

ରକ୍ଷା ବନ୍ଧନ ଉପଲକ୍ଷେ ଶୁଭେଚ୍ଛା: ଭଉଣୀମାନଙ୍କୁ ଦକ୍ଷତା ପ୍ରଶିକ୍ଷଣର ଉପହାର ଦେବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର

ରକ୍ଷା ବନ୍ଧନ ଉପଲକ୍ଷେ ଶୁଭେଚ୍ଛା:  ଭଉଣୀମାନଙ୍କୁ ଦକ୍ଷତା  ପ୍ରଶିକ୍ଷଣର ଉପହାର ଦେବାକୁ ଅନୁରୋଧ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୫।୮(ବ୍ୟୁରୋ): ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ ଉଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଭଉଣୀମାନଙ୍କୁ ଦକ୍ଷତା ପ୍ରଶିକ୍ଷଣର ଉପହାର ଦେବା ପାଇଁ ସେ ସମସ୍ତ ଭାଇମାନଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଅପଲୋଡ କରି ପ୍ରଧାନ ଏହି ଅନୁରୋଧ କରିଛନ୍ତି। 
ସେ କହିଛନ୍ତି ଯେ, ରକ୍ଷା ବନ୍ଧନ ଭଉଣୀକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ରତିଜ୍ଞା। ଏହା କେବଳ ପାରମ୍ପରିକ ଉତ୍ସବ ପାଳନରେ  ସୀମିତ ନ ହେଉ। ପରିବର୍ତ୍ତିତ ସମୟରେ ଭଉଣୀର ସୁରକ୍ଷା କ’ଣ ଏହା ମଧ୍ୟ ନୂଆକରି  ଚିନ୍ତା କରିବା ପାଇଁ ସମୟ ଆସିଛି ବୋଲି ପ୍ରଧାନ କହିଛନ୍ତି। ଏଥର ରକ୍ଷ ବନ୍ଧନରେ ପାରମ୍ପରିକ ଉପହାର ବଦଳରେ ଉଭଣୀର ଭବିଷ୍ୟତକୁ  ସୁରକ୍ଷିତ କରିବା ପାଇଁ ଦକ୍ଷତା ବିକାଶର ତାଲିମ ପାଇଁ ଫିସ୍‌ ଭରି ଦେବାର ଉପହାର ଦେବାକୁ ସେ କହିଛନ୍ତି।  ନିଜର ପସନ୍ଦ ଓ ରୁଚି ଆଧାରରେ ଶିକ୍ଷା ଗ୍ରହଣ କରି ସାରା ଜୀବନ ସମ୍ମାନର ସହିତ ବଞ୍ଚିବା ପାଇଁ ରାସ୍ତା ଖୋଲିବାକୁ ସେ ଅନୁରୋଧ କରିଛନ୍ତି।
All Right Reserved By

ରାଜ୍ୟ |

ଆଜିଠାରୁ ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହ ଆରମ୍ଭ, ଏସ୍‌ଏନ୍‌ସିୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ସ୍ବାସ୍ଥ୍ୟକେନ୍ଦ୍ର ପୁରସ୍କୃତ

ଆଜିଠାରୁ ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହ ଆରମ୍ଭ, ଏସ୍‌ଏନ୍‌ସିୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ସ୍ବାସ୍ଥ୍ୟକେନ୍ଦ୍ର ପୁରସ୍କୃତ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହକୁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଶୁଭାରମ୍ଭ କରିବା ସହ ଶିଶୁଙ୍କ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ନିୟୋଜିତ ଡାକ୍ତର ଓ କର୍ମଚାରୀଙ୍କ ତାଲିମ ନିମନ୍ତେ ତାଲିମ୍‌ଦାତାମାନଙ୍କର ତାଲିମ୍‌ କାର୍ଯ୍ୟକ୍ରମକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି।

୧୯୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

୧୯୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

କଟକରୋଡ, ୧୬।୧୨(ଡି.ଏନ.ଏ): ରାଜଧାନୀର ନୟାପଲ୍ଲୀ ଥାନା ଅଧୀନ ଆଦିବାସୀ ଗାଁରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସହଦେବ ଦାସ ଓ ବୁଲୁ ନାୟକ। 

ସାକ୍ଷୀଗୋପାଳ ମନ୍ଦିରରେ ଦେବନୀତି ବନ୍ଦ, ସେବାୟତଙ୍କ ଧାରଣା

ସାକ୍ଷୀଗୋପାଳ ମନ୍ଦିରରେ ଦେବନୀତି ବନ୍ଦ, ସେବାୟତଙ୍କ ଧାରଣା

ସାକ୍ଷୀଗୋପାଳ, ୧୬।୧୨(ଡି.ଏନ.ଏ): ଶନିବାର ଅଁଳାନବମୀ। ଏହି ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦଦର୍ଶନ ଅନଷ୍ଠିତ ହେବ। ଭକ୍ତମାନେ କିଭଳି ସୁବିଧାରେ ଦର୍ଶନ କରିବେ ସେଥିପାଇଁ ଦୁଇ ଦୁଇଟି ସମ୍ମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରାଯାଇ ନାହିଁ। 

ଗୋବର୍ଦ୍ଧନ ମଠରେ ଗୋଷ୍ଠାଷ୍ଟମୀ, ଗୋମାତାଙ୍କ ପୂଜା କଲେ ଶଙ୍କରାଚାର୍ଯ୍ୟ

ଗୋବର୍ଦ୍ଧନ ମଠରେ ଗୋଷ୍ଠାଷ୍ଟମୀ, ଗୋମାତାଙ୍କ ପୂଜା କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୧୬ା୧୧: ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶୁକ୍ରବାର ପୁରୀ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ପୀଠରେ ଗୋଷ୍ଠାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃରେ ପାରମ୍ପରିକ ଗୋ ପୂଜନ, ଯଜ୍ଞ ଓ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା । ଏହାପରେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ୱାରା ଗୋପୂଜନ ଯଜ୍ଞ ଓ ପୂର୍ଣ୍ଣାହୁତି ଦିଆଯାଇଥିଲା।

ବେଆଇନ ବନ୍ଧୁକ କାରବାର:  ଯୁବକ ଗିରଫ

ବେଆଇନ ବନ୍ଧୁକ କାରବାର: ଯୁବକ ଗିରଫ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବେଆଇନ ବନ୍ଧୁକ କାରବାର ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଗୁରୁବାର ରାତିରେ ଗଣ୍ଡମୁଣ୍ଡା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରିଛି।   ସେ ହେଲେ ପିପିଲି ଅଞ୍ଚଳର ମୁସ୍ତାକ ଅଲ୍ଲୀ। 

ବିଧାନସଭାରେ ଶୋକ

ବିଧାନସଭାରେ ଶୋକ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ବିଧାନସଭାର ପରଲୋକଗତ ସଦସ୍ୟ,  ସିଆର୍‌ପିଏଫ୍‌ ଏବଂ ପୂର୍ବତନ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ଙ୍କ ବିୟୋଗରେ ବିଧାନସଭାରେ ଶୁକ୍ରବାର ଶୋକପ୍ରକାଶ କରାଯାଇଛି। 

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାରେ ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବିଧାନସଭାର ପୂର୍ବତନ ସଦସ୍ୟ ଏବଂ ସୁରକ୍ଷାକର୍ମୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଶୋକ ପ୍ରସ୍ତାବ ଆଲୋଚନା ପରେ ବିରୋଧୀ କଂଗ୍ରେସ ଓ ଭାଜପା ଚାଷୀ ସମସ୍ୟାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। 

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାସିିଷ୍ଟ ସଞ୍ଜୀବ କୁମାର ପତି

କଟକ ଅଫିସ /ବାରିପଦା ଅଫିସ, ୧୬।୧୧: ବାରିପଦା ସହର ତୁଳସୀଚଉରା ନିବାସୀ ସଞ୍ଜୀବ ପତିଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୀବ ମୟୂରଭଞ୍ଜ ଜିଲା ରଙ୍ଗମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୀବଙ୍କ ଘର ଓ ଅଫିସ ସମେତ ମୋଟ ୩ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା,୧୬।୧୧(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗ୍ରାମ ଅଞ୍ଚଳରେ କେତେକ ବ୍ୟକ୍ତି ବେଆଇନ ଭାବେ କୋଇଲା ଖଣି ଖନନ କାର୍ଯ୍ୟ କରୁଛନ୍ତି । ଏଥିରୁ ବିଭିନ୍ନ ସ୍ଥାନକୁ କୋଇଲା ଚୋରା ଚାଲାଣ କରାଯାଉଛି। ତେବେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସନ୍ଧ୍ୟାରେ ଅନୁଗୋଳ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ କିଛି ସ୍ଥାନରେ ଚଢ଼ାଉ କରିଥିଲେ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ପରଜଙ୍ଗ,୧୬।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମର ଜଣେ ଚାଷୀଙ୍କର ଶୁକ୍ରବାର ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ହେଲେ ବାଉରୀ ସାହୁ। 

ଆଜିଠାରୁ ବିଧାନସଭା

ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। 

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ଗୃହକୁ ଯିବା ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହେବ ବୋଲି କୁହାଯାଉଛି।