ମନୋରଞ୍ଜନ |

ଧରିତ୍ରୀ ଆଳାପ: ନୂଆ ନୂଆ ଷ୍ଟୋରିକୁ ନେଇ ଫିଲ୍ମ ହେଉ-ସନ୍‌ମିରା ନଗେଶ

ଧରିତ୍ରୀ ଆଳାପ: ନୂଆ ନୂଆ ଷ୍ଟୋରିକୁ ନେଇ ଫିଲ୍ମ ହେଉ-ସନ୍‌ମିରା ନଗେଶ
ବର୍ତ୍ତମାନ ସମୟରେ ସିନେପ୍ରେମୀଙ୍କ ଆକର୍ଷଣ ସାଜିଛନ୍ତି ଚୁଲ୍‌ବୁଲି ନାୟିକା ସନ୍‌ମିରା ନଗେଶ। ପିଲା ଦିନରୁ ତାଙ୍କର ମଡେଲିଂ ପ୍ରତି ଦୁର୍ବଳତା ଥିଲା। ମଡେଲିଂରେ କ୍ୟାରିୟର କରିବେ ବୋଲି ଚିନ୍ତା କରୁଥିଲେ। ତେଣୁ ଛୋଟ ବେଳରୁ ବିଭିନ୍ନ ମଡେଲିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ। କିନ୍ତୁ ସୌଭାଗ୍ୟବଶତଃ ତାଙ୍କୁ ଶିଶୁ କଳାକାର ଭାବେ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଗଲା, ଯିଏକି ଏବେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଚମକୁଥିବା ଷ୍ଟାର ହୋଇଯାଇଛନ୍ତି। ସନ୍‌ମିରା ୨୦୦୯ରେ ‘ସୁନା ଚଢ଼େଇ ରୁପା ଚଢ଼େଇ’ ଫିଲ୍ମ ଜରିଆରେ ପ୍ରଥମେ ନଜର ଆସିଥିଲେ। ଏହାପରେ ସେ ‘ଆକାଶେ କି ରଙ୍ଗ ଲାଗିଲା’, ‘ଆଲୋ ମୋର କଣ୍ଢେଇ’, ‘ଶପଥ’, ‘ପ୍ରେମ ରୋଗୀ’ ଭଳି ସୁପରହିଟ୍‌ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। କିନ୍ତୁ ପାଠପଢ଼ା ପାଇଁ ସେ ଫିଲ୍ମ ଜଗତରୁ ଗ୍ୟାପ୍‌ ଚାହିଁଲେ। ମାଟ୍ରିକ୍‌ ପରୀକ୍ଷା ଶେଷ ହେବା ପରେ ସେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆକୁ ଜବରଦସ୍ତ ଢଙ୍ଗରେ ଫେରିଥିଲେ। କିନ୍ତୁ ଶିଶୁ କଳାକାର ଭାବେ ନୁହେଁ, ବରଂ ଲିଡ୍‌ ହିରୋଇନ ଭାବେ। ଏଥିପାଇଁ ସେ ପାଇଥିବା ଅଫରକୁ ଗ୍ରହଣ କରିନେଇଥିଲେ। ୨୦୧୭ରେ ତାଙ୍କର ପ୍ରଥମ ଫିଲ୍ମ ‘ସପନର ପଥେ ପଥେ’ ଆସିଥିଲା। ଏହାପରେ ସେ ‘ଲୈଲା ଓ ଲୈଲା’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତେବେ ‘ଲୈଲା ଓ ଲୈଲା’ ଚଳଚ୍ଚିତ୍ରର ଶୁକୁଟି ସାହୁ ଗୀତ ପାଇଁ ସେ ପପୁଲାର ହୋଇଥିଲେ। ନିଜ ଅଭିନୟ ଓ ଡ୍ୟାନ୍ସର ଯାଦୁରେ ଦର୍ଶକଙ୍କ ଭଲପାଇବା ସାଉଁଟିଥିବା ଏହି ନାୟିକାଙ୍କ ଘର ବାରିପଦାରେ। କିଛିଦିନ ତଳେ ସନ୍‌ମିରାଙ୍କ ଅଭିନୀତ  ଫିଲ୍ମ ‘ଲୋକାଲ ଟୋକା ଲଭ୍‌ ଚୋଖା’ ପରଦାକୁ ଆସିଥିବାବେଳେ ଆଉ ଏକ ଫିଲ୍ମ ‘ଲଭ୍‌ ଏକ୍ସପ୍ରେସ୍‌’ର ଶୁଟିଂରେ ସେ ବ୍ୟସ୍ତ। ଚଳିତ ସପ୍ତାହର ‘ଧରିତ୍ରୀ ଆଳାପ’ ସ୍ତମ୍ଭରେ ସ୍ଥାନ ପାଇଛି ସନ୍‌ମିରାଙ୍କ କଥା।
* ଶିଶୁ କଳାକାରରୁ ମୁଖ୍ୟ ନାୟିକାର ଯାତ୍ରା କିପରି ଥିଲା ?
-ବହୁତ ଭଲ ଥିଲା। ୨୦୧୧ରେ ମୁଁ ଚଳଚ୍ଚିତ୍ରରୁ ବ୍ରେକ୍‌ ନେଇଥିଲି। ୨୦୧୭ରେ ମୁଖ୍ୟ ନାୟିକା ଭାବେ ଇଣ୍ଡଷ୍ଟ୍ରିକୁ କମ୍‌ବ୍ୟାକ୍‌ କଲି, ଯାହାକୁ ମୁଁ ଆଶା କରି ନ ଥିଲି। ସ୍କ୍ରିନ୍‌ ଟେଷ୍ଟ ପାଇଁ ସୁଶାନ୍ତ ମଣି ଡାକିଥିଲେ। ସେଥିରେ ମୁଁ ମନୋନୀତ ହୋଇଥିଲି। ତାଙ୍କର ଦୁଇଟା ଫିଲ୍ମ ପାଇଁ ମୁଁ ସାଇନ କରିଥିଲି।
* ଛୋଟ ବେଳେ ଅଭିନେତା ସ୍ବରାଜଙ୍କ ସହିତ କାମ କରିଥିଲେ। ତାଙ୍କ ଅପୋଜିଟ୍‌ରେ କାମ କରିବାର ଅନୁଭୂତି କିପରି ଥିଲା?
-ଯଦିଓ ଛୋଟବେଳେ ଆମେ ଏକା ସାଙ୍ଗରେ ଅଭିନୟ କରିଥିଲୁ, କିନ୍ତୁ ତା’ପରଠାରୁ ଆମେ କେବେ ଦେଖା ହୋଇ ନ ଥିଲୁ। ‘ଲୈଲା ଓ ଲୈଲା’ ପାଇଁ ଯେଉଁଦିନ ସ୍କ୍ରିନ ଟେଷ୍ଟ ପାଇଁ ଆସିଥିଲୁ ସେଦିନ ଦେଖାହେଲା। ଆମ ଭିତରେ କୋଅର୍ଡିନେଶନ ବହୁତ ଭଲ ଥିଲା। ସାଙ୍ଗ ଭଳି ସବୁବେଳେ ରହିଥାଉ।
* ‘ଲୈଲା ଓ ଲୈଲା’ ଫିଲ୍ମର ଟାଇଟଲ ସଙ୍ଗ୍‌ ହେଉ କିମ୍ବା ଶୁକୁଟି ସାହୁ ଗୀତ ହେଉ ଆପଣ ଦୁହିଁଙ୍କ କୋଅର୍ଡିନେଶନ ଓ ଡ୍ୟାନ୍ସ ଫର୍ମ ଦର୍ଶକଙ୍କ ହୃଦୟ ଜିତିଥିଲା। ଏନେଇ କ’ଣ କହିବେ?
-ଡ୍ୟାନ୍ସରେ ମୁଁ ସବୁବେଳେ ମୋର ବେଷ୍ଟ ଦେବା ପାଇଁ ଚେଷ୍ଟା କରେ। କୋରିଓଗ୍ରାଫରଙ୍କ ଉପରେ ମୁଁ ସର୍ବଦା ନିର୍ଭର କରେ। ସେ ଯେତେ ଫ୍ରି ଛାଡ଼ନ୍ତି, ମୁଁ ସେତେ ଭଲ କରିପାରେ। ଟାଇଟଲ ଟ୍ରାକ୍‌ରେ ସୁମନ୍ତ ସାର ଥିଲେ। ସେ ଅନେକ ଜାଗାରେ ଆମକୁ ନିଜର ଓପିନିୟନ ଦେଇଛନ୍ତି, ଯାହା ଫଳରେ ଡ୍ୟାନ୍ସ ଫର୍ମକୁ ଧରିବା ପାଇଁ ବହୁତ ସହଜ ହୋଇଥିଲା। ଶୁକୁଟି ସାହୁରେ ଲବୁନ-ଟୁବୁନ କୋରିଓଗ୍ରାଫର ଥିଲେ। ପ୍ରତ୍ୟେକ ଷ୍ଟେପ୍‌କୁ ସିଏ କ୍ଲାରିଟି ସହ ଦେଖାନ୍ତି। ଏଥି ସହିତ କୋ-ଆର୍ଟିଷ୍ଟ ବହୁତ ଭଲ ଥିଲେ। ତାଙ୍କର ଏନର୍ଜେଟିକ୍‌ ଡ୍ୟାନ୍ସ ଦେଖି ମୋତେ ବହୁତ ଭଲ ଡ୍ୟାନ୍ସ କରିବାକୁ ଇଚ୍ଛା ହୋଇଥିଲା।
* କେଉଁଭଳି କ୍ୟାରେକ୍ଟରରେ ଅଭିନୟ କରିବାକୁ ଇଚ୍ଛା ଅଛି?
-ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ନିର୍ଦ୍ଦିଷ୍ଟ କ୍ୟାରେକ୍ଟରରେ ଅଭିନୟ କରିବା ପାଇଁ ଭାବିନାହିଁ। କିନ୍ତୁ ମୁଁ ଚାହୁଁଛି ଯାହା ବି ଅଫର ଆସୁଛି ସବୁ ଭିନ୍ନ ଭିନ୍ନ ଚରିତ୍ର ଉପରେ ଆସୁ। ଫଳରେ ମୁଁ ନିଜକୁ ଏକ୍ସପେରିମେଣ୍ଟ କରିପାରିବି, ଯେଉଁଥିରେ କି ମୋର ଗ୍ରୋ ହୋଇପାରିବ। ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଲେ ପ୍ରକୃତରେ ଅଭିନୟ କ’ଣ ସେଥିରୁ ଜାଣିପାରିବି।
* ତୁମର ପ୍ରିୟ ଅଭିନେତ୍ରୀ କିଏ ?
-ମହାଶ୍ୱେତା ରାୟ ଓ ଅପରାଜିତା ମହାନ୍ତି। ଦୁହିଁଙ୍କର ଅଭିନୟ ମୋତେ ବହୁତ ଭଲଲାଗେ।
* ଓଡ଼ିଆ ଇଣ୍ଡଷ୍ଟ୍ରିରେ କିଛି ପରିବର୍ତ୍ତନ ହେବା ଉଚିତ ବୋଲି ଭାବୁଛ କି ?
-ନିଶ୍ଚିତ ଭାବେ ହେବା ଉଚିତ। ନୂଆ ଷ୍ଟୋରିକୁ ନେଇ ଫିଲ୍ମ ହେବା ଉଚିତ। ନୂଆ କନ୍‌ସେପ୍ଟକୁ ନେଇ ଓ ନୂଆ କ୍ୟାରେକ୍ଟର ରଖିବା ଉଚିତ, ଯାହାଫଳରେ ଓଡ଼ିଆ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଆଗ୍ରହ ବଢ଼ିବ।
* ରିଲ ଓ ରିୟଲ ସନ୍‌ମିରା ଭିତରେ କ’ଣ ଫରକ?
-ରିଲ୍‌ରେ ଯେଉଁ ଚରିତ୍ର ଆମକୁ ଦିଆଯାଇଥାଏ ସେଥିରେ ନିଜକୁ ପରିବର୍ତ୍ତନ କରିଥାଉ। କିନ୍ତୁ ରିୟଲରେ ମୁଁ ବହୁତ କମ୍‌ କଥା କହିବାକୁ ପସନ୍ଦ କରେ। ଚୁପ୍‌ଚାପ୍‌ ରହିବାକୁ ଭଲଲାଗେ।
* ମଡେଲିଂରେ ଆଗ୍ରହ ରହିଛି। ଆଗକୁ ଏନେଇ କିଛି ଯୋଜନା ଅଛି କି?
-ତୃତୀୟ ଶ୍ରେଣୀରୁ ମୁଁ ଅନେକ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ କ୍ରାଉନ ପାଇଛି। ବର୍ତ୍ତମାନ ମଧ୍ୟ ମୋର ଦୁର୍ବଳତା ରହିଛି। କିନ୍ତୁ ଦୁଇଟି କ୍ଷେତ୍ରରେ ଏକା ସାଙ୍ଗରେ କାମ କରିବା ସମ୍ଭବପର ବୋଲି ମୁଁ ବିଶ୍ୱାସ କରେନି। ଯେହେତୁ ଏବେ ଫିଲ୍ମ ପ୍ରତି ମୋର ପୂରା ଫୋକସ୍‌ ରହିଛି, ତେଣୁ ମଡେଲିଂ ପାଇଁ ପ୍ରସ୍ତୁତ ହେବାକୁ ସମୟ ମିଳୁ ନାହିଁ।
* କେଉଁଥିରେ ଆଗ୍ରହ ?
-ଡ୍ୟାନ୍ସିଂ, ଶପିଂ, ଗୀତ ଗାଇବା ଓ ଲେଖାଲେଖି କରିବା।
* ପସନ୍ଦର ଖାଦ୍ୟ?
-ସବୁ ଘରୋଇ ଖାଦ୍ୟ ଖାଇବାକୁ ପସନ୍ଦ କରେ। ତେବେ ଚିକେନର ସବୁ ପ୍ରକାର ଆଇଟମ୍‌ ଖାଇବାକୁ ଭଲଲାଗେ।
- ସାକ୍ଷାତ୍‌: ଅସମାପିକା ସାହୁ
All Right Reserved By

ମନୋରଞ୍ଜନ |

ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା ବି ଓଲ୍ଡ ଏଜ୍‌ ଚରିତ୍ରରେ ନଜର ଆସିବେ

ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା ବି ଓଲ୍ଡ ଏଜ୍‌ ଚରିତ୍ରରେ ନଜର ଆସିବେ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନ କୈଫଙ୍କ ଅପ୍‌କିମିଙ୍ଗ ଫିଲ୍ମକୁ ନେଇ ଚର୍ଚ୍ଚା ଜାରି ରହିଛି। ଫିଲ୍ମ ‘ଭାରତ’ରେ ଉଭୟେ ନଜର ଆସୁଥିବା ବେଳେ ଏମାନଙ୍କର ଭିନ୍ନ ଗେଟ୍‌ଅପ୍‌ ଏବେ ଦର୍ଶକଙ୍କ ପାଇଁ କିଛି ଭିନ୍ନ ସ୍ବାଦ ଆଣିବ ବୋଲି କୁହାଯାଉଛି। 

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ମୁମ୍ବାଇ,୨୫।୪: ଭେଟେରାନ୍‌ ସ୍କ୍ରିନ୍‌ରାଇଟର ସଲିମ ଖାଁଙ୍କୁ ୭୭ତମ ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ ୨୦୧୯ ପ୍ରଦାନ କରାଯାଇଛି। 

ଶୁଟିଂ ପାଇଁ ଖରାରେ କ୍ଷେତ ବୁଲିଲେ ଆମିର୍‌

ଶୁଟିଂ ପାଇଁ ଖରାରେ କ୍ଷେତ ବୁଲିଲେ ଆମିର୍‌

ଅଭିନେତା ଆମିର୍‌ ଖାଁ  ନିଜ ଫିଲ୍ମ  ଶୁଟିଂ ପାଇଁ ପାଲମ୍‌ପୁରର ଏକ ଗାଁକୁ ଯାଇଥିବା ନଜରକୁ ଆସିଛିି।

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅମିତାଭ

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ ଅମିତାଭ

ପରଦାରେ ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ଭୂମିକା ନିଭାଇବାକୁ ଯାଉଛନ୍ତି ବିଗ୍‌-ବି ଅମିତାଭ ବଚ୍ଚନ। 

ଦୀପିକାଙ୍କ ‘ଛପାକ’ ଲୁକ୍‌ରୁ ଭୂମିଙ୍କୁ ମିଳିଲା ସାହସ

ଦୀପିକାଙ୍କ ‘ଛପାକ’ ଲୁକ୍‌ରୁ ଭୂମିଙ୍କୁ ମିଳିଲା ସାହସ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଆଗାମୀ ସିନେମା ‘ଛପାକ’ରେ ଏସିଡ୍‌ ପୀଡ଼ିତା ଲକ୍ଷୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ପ୍ରଥମ ପୋଷ୍ଟର ସମ୍ମୁଖକୁ ଆସିବା ପରଠାରୁ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିବା ସହ ଦୀପିକାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। 

ସରିବ ତିକ୍ତତା, ଜୁନ୍‌ରେ ଏକାଠି ହସାଇବେ କପିଲ ଶର୍ମା-ସୁନିଲ ଗ୍ରୋଭର !

ସରିବ ତିକ୍ତତା, ଜୁନ୍‌ରେ ଏକାଠି ହସାଇବେ କପିଲ ଶର୍ମା-ସୁନିଲ ଗ୍ରୋଭର !

ବମ୍ବେ: ପୁଣି ଏକାଠି ହୋଇପାରନ୍ତି କମେଡିଆନ୍‌ କପିଲ ଶର୍ମା ଓ ସୁନିଲ ଗ୍ରୋଭର। ସେ ବି ଗୋଟିଏ ମଞ୍ଚରେ। କପିଲଙ୍କ ଶୋ’ ‘ଦ କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ଉଭୟଙ୍କ କମେଡିକୁ ଦର୍ଶକ ଉପଭୋଗ କରିପାରନ୍ତି।

‘ଶୋଲେ’ର ସାମ୍ବା ଚରିତ୍ର ଲାଗି ଲୋକଙ୍କ ମନରେ ଆଜି ବି ଜୀବିତ ମାକ୍‌ ମୋହନ, ଆଜି ଜନ୍ମବାର୍ଷିକୀ

‘ଶୋଲେ’ର ସାମ୍ବା ଚରିତ୍ର ଲାଗି ଲୋକଙ୍କ ମନରେ ଆଜି ବି ଜୀବିତ ମାକ୍‌ ମୋହନ, ଆଜି ଜନ୍ମବାର୍ଷିକୀ

ସୁୁପରହିଟ୍‌ ଫିଲ୍ମ ଶୋଲେ’ରେ ସାମ୍ବା ଚରିତ୍ରକୁ କିଏ ବା ନ ଜାଣିଛି। ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମାକ୍‌ ମୋହନଙ୍କୁ ଲୋକେ ଆଜି ପର୍ଯ୍ୟନ୍ତ ମନେରଖିଛନ୍ତି। ୧୯୩୮ ଏପ୍ରିଲ ୨୪ରେ କରାଚୀରେ ଜନ୍ମଗ୍ରହଣ କରିଥିଲେ ଏହି କଳାକାର।

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ !

ମାଆ ହେବାକୁ ଯାଉଛନ୍ତି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ !

ଅର୍ଜୁନ ରାମପାଲ ବିବାହର ୨୦ ବର୍ଷ ପରେ ତାଙ୍କ ସ୍ତ୍ରୀ ମେହର ଜେସିୟାଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି। ଏ ଖବର କିଛିଦିନ ତଳେ ଖୁବ୍‌ ଚର୍ଚ୍ଚାରେ ଥିଲା। ପୁଣି ଥରେ ଅର୍ଜୁନ ଚର୍ଚ୍ଚାକୁ ଆସିଛନ୍ତି। ଅର୍ଜୁନ ଏବେ ବାପା ହେବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବାରେ ପ୍ରଥମ ଅଭିନେତା ପାଲଟିଲେ ଅକ୍ଷୟ କୁମାର

ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ନେବାରେ ପ୍ରଥମ ଅଭିନେତା ପାଲଟିଲେ ଅକ୍ଷୟ କୁମାର

ବମ୍ବେ: ବଲିଉଡ୍‌ ସିନେ ଜଗତର ସୁପରଷ୍ଟାର ଅକ୍ଷୟ କୁମାର ନିଜର ଅଭିନୟକୁ ନେଇ ଯେତିକି ପ୍ରଶଂସିତ ହୋଇଥାନ୍ତି, ତା ଠାରୁ ଅଧିକ ନିଜର ଦେଶପ୍ରେମକୁ ନେଇ ଚର୍ଚ୍ଚିତ ହୋଇଆସିଛନ୍ତି। ସେ ଜଣେ ଅଭିନେତା ଓ ମାର୍ଶଲ ଆର୍ଟସ୍‌ ଏକ୍ସପର୍ଟ।

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ଏମାନେ ଦାମୀ ଷ୍ଟାର କିନ୍ତୁ ଚଢ଼ନ୍ତି ଶସ୍ତା କାର

ବଲିଉଡ୍‌ର କିଛି ଷ୍ଟାରଙ୍କ ଲାଇଫ୍‌ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଫିଲ୍ମ କ୍ୟାରିୟର ବାଦ୍‌ ସେମାନଙ୍କ ଦୈନନ୍ଦିନ ଚଳଣି ସାଧାରଣ ଲୋକଙ୍କ ପରି ହୋଇଥାଏ।  ବିଗ୍‌ ଟାଉନ୍‌ରେ ଏମାନେ ଦାମୀ ଷ୍ଟାର କିନ୍ତୁ ଶସ୍ତା କାର୍‌ରେ ବୁଲିବାକୁ ପସନ୍ଦ କରିଥାନ୍ତି। ଜାଣନ୍ତୁ ଏହି ଷ୍ଟାରଙ୍କ ସମ୍ପର୍କରେ...

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

ବମ୍ବେ: ଦିନ ଥିଲା ଶାହରୁଖ ଓ ସଲ୍‌ମାନ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ହେଲେ ଏବେ ଦିନ ବଦଳିବା ସହ ବଦଳିଛି ସମୟ। 

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri