ଅନ୍ତର୍ଜାତୀୟ |

ବିମାନ ଦୁର୍ଘଟଣା ଯୋଜନା ପଣ୍ଡ: ୪ ଆତଙ୍କବାଦୀ ଗିରଫ

ବିମାନ ଦୁର୍ଘଟଣା ଯୋଜନା ପଣ୍ଡ: ୪ ଆତଙ୍କବାଦୀ ଗିରଫ

ସିଡନୀ, ୩୦।୭: ବିମାନ ଦୁର୍ଘଟଣା କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ୪ଜଣ ଆତଙ୍କବାଦୀଙ୍କୁ ଅଷ୍ଟ୍ରେଲିଆ ପୋଲିସ ଗିରଫ କରିଛି । ରବିବାର ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାଲକମ୍ ଟର୍ନବୁଲ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆତଙ୍କବାଦୀମାନେ ବିମାନକୁ ଦୁର୍ଘଟଣା କରାଇବା ପାଇଁ ଯୋଜନା କରୁଥିଲେ। ସ୍ୱତନ୍ତ୍ର ଚଢ଼ାଉ ବେଳେ ସେମାନେ ଗିରଫ ହୋଇଛନ୍ତି।  ନିରାପତ୍ତା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସିଡନୀ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ା କରି ଦିଆଯାଇଛି । ଆକ୍ରମଣ ପାଇଁ ଯୋଜନା କରୁଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ଅଷ୍ଟ୍ରେଲିଆ ଫେଡରାଲ କମିଶନର ଆଣ୍ଡ୍ର୍ୟୁ କେଲଭିନ କହିଛନ୍ତି, ।

All Right Reserved By

Model This Week

Model This Week

ଅନ୍ତର୍ଜାତୀୟ |

ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗ: ତୁର୍କୀରେ ୧୪ ଖବରଦାତାଙ୍କୁ ଜେଲଦଣ୍ଡ

ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗ: ତୁର୍କୀରେ ୧୪ ଖବରଦାତାଙ୍କୁ ଜେଲଦଣ୍ଡ

ଇସ୍ତାନବୁଲ୍‌, ୨୬।୪ : ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗରେ ତୁର୍କୀର ଏକ ଅଦାଲତ ୧୪ ଜଣ ଖବରଦାତାଙ୍କୁ ଜେଲଦଣ୍ଡାଦେଶ ଦେଇଛନ୍ତି। ଆତଙ୍କବାଦୀ ସଂଗଠନକୁ ସହାୟତା କରୁଥିବା ଅଭିଯୋଗ ହେବାପରେ ସେମାନଙ୍କୁ ଗିରଫ କରାଯାଇ ବିଚାରବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା। ବିଚାରରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୬ରୁ ୮ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ କରାଯାଇଛି।

ଶତ୍ରୁ ହେବେ ମିତ୍ର: ଶୁକ୍ରବାର କିମ୍‌-ମୁନ୍‌ ସାକ୍ଷାତ

ଶତ୍ରୁ ହେବେ ମିତ୍ର: ଶୁକ୍ରବାର କିମ୍‌-ମୁନ୍‌ ସାକ୍ଷାତ

ସିଓଲ, ୨୬।୪ : ଶୁକ୍ରବାର ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌-ଉନ୍‌ ଏବଂ ଦକ୍ଷିଣକୋରିଆ ରାଷ୍ଟ୍ରପତି ମୁନ୍‌ ଜେ-ଇନ୍‌ ସାକ୍ଷାତ ହେବ। ଏହାଦ୍ୱାରା ପ୍ରାୟ ଏକ ଦଶକରୁ ଅଧିକ ସମୟ ଧରି ଦୁଇଦେଶ ମଧ୍ୟରେ ଲାଗିରହିଥିବା ଶତ୍ରୁତାର ଅନ୍ତହେବ। ଶତ୍ରୁ ପୁଣି ମିତ୍ରରେ ପରିଣତ ହେବେ। ଆୟୋଜିତ ବୈଠକକୁ ଦୃଷ୍ଟିରେ ରଖି ଉଭୟଦେଶର ସେନା ବାହିନୀ ମୁଖ୍ୟ ସୀମା ଅଭିମୁଖେ ଯାତ୍ରା କରିଛନ୍ତି।

ମୋଦିଙ୍କୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ଦେଲେ ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ

ମୋଦିଙ୍କୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ଦେଲେ ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ

ନୂଆଦିଲ୍ଲୀ/ଲଣ୍ଡନ, ୨୬।୪ : ଭାରତରେ ବୃଦ୍ଧି ପାଉଥିବା ମହିଳା ଅତ୍ୟାଚାରକୁ ବନ୍ଦ କରିବା ପାଇଁ ପୁରୁଷଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ପୁରୁଷଙ୍କ ମଧ୍ୟରେ ସ୍ବାକ୍ଷରତା ହାର ବୃଦ୍ଧି ପାଇଲେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଆଶା ରହିଛି ବୋଲି ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ ଆଇଏଲ୍‌ୟୁକେ ମତ ଦେଇଛି। ଏନେଇ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ପଠାଯାଇଛି।

ସହିଷ୍ଣୁତା ରିପୋର୍ଟ: ରୁଷିଆ-ଆମେରିକା-ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ସହିଷ୍ଣୁତା ରିପୋର୍ଟ: ରୁଷିଆ-ଆମେରିକା-ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୬।୪ : ଭାରତରେ ସହିଷ୍ଣୁତା ନେଇ ଅନେକ ଦିନଧରି ନାନା ଚର୍ଚ୍ଚା ଜାରି ରହିଛି। ଅନେକ ବୁଦ୍ଧିଜୀବି ସାମ୍ପ୍ରତିକ ସମାଜରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ନେଇ ମତ ମଧ୍ୟ ଦେଇଛନ୍ତି। ମାତ୍ର ଇସ୍ପୋସ୍‌ ମୋରୀ ନାମକ ଏକ ସଂସ୍ଥାଦ୍ୱାରା ସମ୍ପନ୍ନ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତ ପୃଥିବୀର ସହିଷ୍ଣୁ ଦେଶ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି।

ନ୍ୟୁକ୍ଲିୟର ଅସ୍ତ୍ର ମାମଲାରେ ତୃତୀୟ ବୃହତ୍‌ ଦେଶ ହୋଇପାରେ ପାକିସ୍ତାନ

ନ୍ୟୁକ୍ଲିୟର ଅସ୍ତ୍ର ମାମଲାରେ ତୃତୀୟ ବୃହତ୍‌ ଦେଶ ହୋଇପାରେ ପାକିସ୍ତାନ

ଇସଲାମାବାଦ,୨୬।୪: ପାକିସ୍ତାନ ନିକଟରେ ଖୁବଶୀଘ୍ର ବିପୁଳ ପରିମାଣର ନ୍ୟୁକ୍ଲିୟର ଅସ୍ତ୍ର ଗଚ୍ଛିତ ରହିବା ଅନୁମାନ କରାଯାଉଛି। ଯାହାଫଳରେ ସେ ବିଶ୍ୱର ତୃତୀୟ ବୃହତ୍‌ ଦେଶ ହେବ ବୋଲି ସୂଚନା ମିଳିଛି।

ଆଫଗାନୀସ୍ତାନ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ତାଲିବାନ

ଆଫଗାନୀସ୍ତାନ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ତାଲିବାନ

କାବୁଲ୍‌, ୨୫।୪ : ଆଫଗାନୀସ୍ତାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଶାନ୍ତି ପ୍ରସ୍ତାବକୁ ତାଲିବାନ ଆତଙ୍କବାଦୀ ସଂଗଠନ ପ୍ରତ୍ୟାଖାନ କରିଛି। ଦେଶରେ ଆତଙ୍କବାଦୀ ଆକ୍ରମଣ ଜୋର୍‌ଦାର କରିବାକୁ ତାଲିବାନ ସୂଚିତ କରିଛି। ରାଷ୍ଟ୍ରପତି ଅଶରଫ୍‌ ଗନୀ ଶାନ୍ତି ପ୍ରସ୍ତାବ ଉପରେ ବିଚାର କରିବା ପାଇଁ ତାଲିବାନକୁ କହିଥିଲେ।

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ବେଜିଂ, ୨୫।୪ : ଚାଇନା ସିଚୁଆନ୍‌ ପ୍ରଦେଶରେ ବିଶାଳକାୟ ମଶା ଦେଖାଯାଇଥାନ୍ତି। ଏମାନଙ୍କର ଆକାର ଦେଖି ଯେକେହି ଭୟଭୀତ ହେବା ସ୍ବାଭାବିକ। କିନ୍ତୁ ଏଭଳି ମଶା ଫୁଲରସ ପାନ କରି ବଞ୍ଚିଥାନ୍ତି। ଏଭଳି ମଶାଙ୍କ ଆକାର ସାଢ଼େ ୪ ଇଞ୍ଚ(୧୧.୧୫ ସେମି) ହୋଇଥାଏ। ଏହି ବିଶାଳକାୟ ମଶା ଅତି ଶାନ୍ତ ସ୍ବଭାବର। ଲୋକଙ୍କ ଦେଶରେ ବସିଲେ ମଧ୍ୟ କୌଣସି କ୍ଷତି କରନ୍ତି ନାହିଁ।

ସମୁଦ୍ର ତଳେ ଶୋଇବାର ମଜା

ସମୁଦ୍ର ତଳେ ଶୋଇବାର ମଜା

ମାଲେ, ୨୫।୪ : ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ କମ୍ପାନୀ ରୋମାଞ୍ଚଭରା ଅନୁଭୁତି ପ୍ରଦାନ ସମ୍ପର୍କରେ ଘୋଷଣା କରିଥାନ୍ତି। ଏହାଦ୍ୱାରା ସେମାନଙ୍କର କାରବାର ବଢ଼ିଥାଏ। ସେହିପରି ମାଳଦୀପର କୋନାଇ ମାଳଦୀପ ରଙ୍ଗୋଲୀ ଦୀପରେ ଥିବା ଏକ ହୋଟେଲ ଗ୍ରାହକଙ୍କୁ ସମୁଦ୍ର ପାଣିତଳେ ଶୋଇବାର ଅନୁଭୁତି ପ୍ରଦାନ କରିବା ସମ୍ପର୍କରେ ଘୋଷଣା କରିଛି।

ସଙ୍କଟରେ ଇମ୍ରାନ୍‌ଙ୍କ ତୃତୀୟ ବିବାହ

ସଙ୍କଟରେ ଇମ୍ରାନ୍‌ଙ୍କ ତୃତୀୟ ବିବାହ

ଇସଲାମାବାଦ୍‌, ୨୫।୪ : ପାକିସ୍ତାନ କ୍ରିକେଟର ଇମ୍ରାନ ଖାଁଙ୍କ ତୃତୀୟ ବିବାହ ଏବେ ସଙ୍କଟ ଦେଇ ଗତି କରୁଛି। ତାଙ୍କର ତୃତୀୟ ସ୍ତ୍ରୀ ବୁଶରା ମାନେକ୍‌(୪୫) ଘର ଛାଡି ଚାଲିଯାଇଛନ୍ତି। ଇମ୍ରାନ୍‌ ରଖିଥିବା ପୋଷା କୁକୁରଙ୍କ ଯୋଗୁ ସେ ବିରକ୍ତ ହୋଇ ଘର ଛାଡିଥିବା କୁହାଯାଉଛି।

କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ: ୫ ମୃତ

କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ: ୫ ମୃତ

କ୍ୱେଟା, ୨୫।୪ : ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶ କ୍ୱେଟା ନିକଟସ୍ଥ ମିନା ଗୁଣ୍ଡି ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣରେ ୫ ପୋଲିସଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୮ରୁ ଅଧିକ ପୋଲିସ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଅଞ୍ଚଳରେ ୩ଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ପ୍ରଶାସନ ସୂଚିତ କରିଛି।

ଇଣ୍ଡୋନେସିଆ ତୈଳକୂପରେ ଅଗ୍ନିକାଣ୍ଡ: ୧୦ ମୃତ

ଇଣ୍ଡୋନେସିଆ ତୈଳକୂପରେ ଅଗ୍ନିକାଣ୍ଡ: ୧୦ ମୃତ

ଜାକର୍ତ୍ତା, ୨୫।୪ : ଇଣ୍ଡୋନେସିଆ ଆସେହ ପ୍ରଦେଶରେ ଥିବା ଏକ ତୈଳକୂପରେ ଅଗ୍ନିକାଣ୍ଡ ଘଟି ୧୦ଜଣଙ୍କ ମୃତ୍ୟୁ ଘଟିଛି। ପାଇପ୍‌ ଲାଇନ୍‌ ଓ୍ବେଲ୍‌ଣ୍ଡିଂ ସମୟରେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦକୁ ଲଗାମ ଦିଅ

ଆତଙ୍କବାଦକୁ ଲଗାମ ଦିଅ

ବେଜିଂ/ନୂଆଦିଲ୍ଲୀ,୨୪।୪(ପି.ଟି.)- ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନକୁ ଚାଇନାରେ ଚେତାବନୀ ଦେଇଛି ଭାରତ। ବେଜିଂରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରାମନ୍‌ ମଙ୍ଗଳବାର ଯୋଗଦେଇ ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ଇସ୍‌ଲାମାବାଦ୍‌କୁ ତାଗିଦ୍‌ କରିଛନ୍ତି।