ମନୋରଞ୍ଜନ |

ନିମ୍ନମାନର ଓଡ଼ିଆ ଫିଲ୍ମ ପାଇଁ ଅପାଠୁଆ ନିର୍ମାତା ଦାୟୀ

ନିମ୍ନମାନର ଓଡ଼ିଆ ଫିଲ୍ମ ପାଇଁ ଅପାଠୁଆ ନିର୍ମାତା ଦାୟୀ
ଭୁବନେଶ୍ୱର, ୧୭ା୮(ବ୍ୟୁରୋ):ନିମ୍ନମାନର ଓଡ଼ିଆ ଫିଲ୍ମ ପାଇଁ ଅପାଠୁଆ ନିର୍ମାତା ଦାୟୀ। ପ୍ରଯୋଜକଙ୍କ ମାତ୍ରାଧିକ ହସ୍ତକ୍ଷେପ ଏହାର ଏକ ମୁଖ୍ୟ କାରଣ। ସିନେମା ହେଉଛି ନିର୍ଦ୍ଦେଶକର ଉପତ୍ାଦ, ଯାହାକି ତା’ ଜ୍ଞାନରେ ନିଖୁଣ ଓ ଉତ୍କୃଷ୍ଟ ହୁଏ। ହେଲେ ବର୍ତ୍ତମାନ ପ୍ରଯୋଜକମାନେ ଫିଲ୍ମ ନିର୍ମାଣରେ ନିର୍ଦ୍ଦେଶକମାନଙ୍କଠାରୁ ଅଧିକ ନିଜସ୍ବ ଜ୍ଞାନ ଉପଯୋଗ କରୁଛନ୍ତି। ଏଥିପାଇଁ ଫିଲ୍ମର ମାନ ଖରାପ ହେଉଛି। ଏଭଳିସ୍ଥଳେ ଓଡିଆ ସିନେମା ନିର୍ମାତା ନିଜ କଳାକୁ ମାଜିବାର ଆବଶ୍ୟକତା ରହିଛି ବୋଲି ଏଠାରେ ମତପ୍ରକାଶ ପାଇଛି। ଓଡ଼ିଆ ଚଳଚ୍ଚିତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ଏବଂ ଓଡ଼ିଆ ଚଳଚ୍ଚିତ୍ରର ମାନରେ ଉନ୍ନତି ପାଇଁ ଅଡିଓ ଭିଜୁଆଲ ପ୍ରଡକ୍ସନ୍‌ ହାଉସ୍‌ ‘ଲାଇଟ୍‌ହାଉସ୍‌’ ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲରେ ‘ସିମ୍ପୋଜିଅମ୍‌-ଓଡିଆ ଚଳଚ୍ଚିତ୍ର ପାଇଁ ସମସ୍ୟା ସୃଷ୍ଟି କରୁଥିବା ପ୍ରସଙ୍ଗ’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଓଡିଆ ଚଳଚ୍ଚିତ୍ରର ଅତୀତ ଅତ୍ୟନ୍ତ ଚମତ୍କାର। ପ୍ରଥମ ଓଡିଆ ଫିଲ୍ମ ‘ସୀତା ବିବାହ’ ୧୯୩୬ରେ ମୁକ୍ତିଲାଭ କରିଥିଲା। ଓଡିଆ ସଂସ୍କୃତିର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ସଂଘର୍ଷରେ ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକା ନେଇଥିଲା। ଧୀରେ ଧୀରେ ନୂଆ ଚଳଚ୍ଚିତ୍ର ନିର୍ମାତାଙ୍କ ପ୍ରବେଶ ଓଡିଆ ଚଳଚ୍ଚିତ୍ର ଜଗତରେ ଏକ କ୍ରାନ୍ତିର ରୂପ ନେଲା। ସେମାନେ ତାଙ୍କ ଚଳଚ୍ଚିତ୍ରରେ ଓଡ଼ିଆ ସଂସ୍କୃତିର ସଂରକ୍ଷଣ ସହିତ ଓଡିଆ ଚଳଚ୍ଚିତ୍ର ପ୍ରତି ଥିବା ଲୋକଙ୍କ ଚିନ୍ତାଧାରାକୁ ବଦଳାଇବାରେ ସଫଳ ହୋଇଥିଲେ। ଫଳରେ ଓଡ଼ିଆ ନିର୍ଦ୍ଦେଶକ ଏବଂ ଅଭିନେତାମାନଙ୍କୁ ଜାତୀୟସ୍ତରରେ ସ୍ବୀକୃତି ମିଳିଥିଲା।ଏହାପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ତା’ର ସେହି ପୂର୍ବ ମଯର୍‌ୟାଦା ହରାଇଛି। ଓଡ଼ିଆ ଚଳଚ୍ଚିିତ୍ରର ମାନରେ ଅନେକ ଅବନତି ଘଟିଛି ବୋଲି ଆଲୋଚନାରେ ଅଂଶଗ୍ରହଣ କରି ବରିଷ୍ଠ ନିର୍ଦ୍ଦେଶକ ରାଜଗୋପାଲ ମିଶ୍ର, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଏବଂ ଯୁବ ସିନେମା ନିର୍ମାତା ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ମତ ଦେଇଥିଲେ। ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ରାଜୁ ମିଶ୍ର କହିଥିଲେ, ବର୍ତ୍ତମାନ କମ୍‌ ଖର୍ଚ୍ଚରେ ସିନେମା ହୋଇପାରୁଥିବା ବେଳେ ଏହା ସିନେମା ଉଦ୍ୟୋଗ ପାଇଁ ଉଭୟ ଅଭିଶାପ ଓ ଆଶୀର୍ବାଦ। ଗୋଟିଏପଟେ କମ୍‌ ଖର୍ଚ୍ଚ ପାଇଁ ମାତ୍ରାଧିକ ନିମ୍ନମାନର ସିନେମା ହେଉଥିବାବେଳେ ଅନ୍ୟପଟେ ଅଳ୍ପ କେତେଜଣ ଆଶାୟୀ ସିନେ ନିର୍ମାତା କମ୍‌ ଖର୍ଚ୍ଚରେ ଉନ୍ନତ ସିନେମା ତିଆରି କରିପାରୁଛନ୍ତି ବୋଲି ସେ କହିଥିଲେ।ଭଲ ସିନେମା ତିଆରି କରିବାକୁ ସ୍ବପ୍ନ ଦେଖୁଥିବା ଆଗାମୀ ପିଢିର ଚଳଚ୍ଚିତ୍ର ନିର୍ମାତାଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇଦିଆଯିବା ଆବଶ୍ୟକ ବୋଲି ସମ୍ପଦ ମହାପାତ୍ର କହିଥିଲେ। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ କହିଥିଲେ ଯେ, ଓଡିଆ ଚଳଚ୍ଚିତ୍ରର ପ୍ରଚାର ପ୍ରସାର କ୍ଷେତ୍ରରେ ଗୁଣାତ୍ମକ ମିଡିଆ କଭରେଜ ଓ ସମାଲୋଚନାର ଘୋର ଅଭାବ ରହିଛି। ନିମ୍ନମାନର ଓଡିଆ ଚଳଚ୍ଚିତ୍ର ପାଇଁ ଚଳଚ୍ଚିତ୍ର ନିର୍ମାଣର କଳାକୁ ବୁଝି ନ ଥିବା ଅପାଠୁଆ ନିର୍ମାତା ଦାୟୀ। ଗୁଣାତ୍ମକ ଓଡିଆ ସିନେମାର ବଜାର ଦେଶ ଓ ଦେଶ ବାହାର ଯାଏଁ ପରିବ୍ୟାପ୍ତ ରହିଥାଏ ବୋଲି ସେ କହିଥିଲେ। ସିମ୍ପୋଜିଅମ୍‌ରେ ଭୁବନେଶ୍ୱର, କଟକ ଏବଂ ଢେଙ୍କାନାଳର ମିଡିଆ ଏବଂ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରୀଛାତ୍ରମାନେ ଯୋଗ ଦେଇଥିଲେ।
All Right Reserved By

ମନୋରଞ୍ଜନ |

୧୪ ବର୍ଷ ପରେ ଏତେ ବଦଳି ଯାଇଛନ୍ତି ତନୁଶ୍ରୀ

୧୪ ବର୍ଷ ପରେ ଏତେ ବଦଳି ଯାଇଛନ୍ତି ତନୁଶ୍ରୀ

୨୦୦୫ ମସିହାରେ ଫିଲ୍ମ ‘ଆଶିକ୍‌ ବନାୟା ଅପ୍‌ନେ’ ଯୋଗେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିବା ତନୁଶ୍ରୀ ଦତ୍ତ ପ୍ରଥମ ଫିଲ୍ମରେ ଦର୍ଶକଙ୍କ ହୃଦୟକୁ ଜିଣି ନେଇଥିଲେ। ଏହା ପରେ ‘ଚକୋଲେଟ୍‌’, ‘ରକିବ୍‌’ ‘ଢ଼ୋଲ’ ପରି ଫିଲ୍ମରେ ନଜର ଆସିଥିଲେ। ହଠାତ୍‌ ଇଣ୍ଡଷ୍ଟ୍ରିକୁ ଅଲବିଦା କହି ପରଦାରୁ ଗାଏବ ହୋଇଯାଇଥିଲେ। ୧୯୮୪ ମସିହା ମାର୍ଚ୍ଚ ୧୯ ତାରିଖରେ ଜାମସେଦପୁରରେ ଜନ୍ମିତ ତନୁଶ୍ରୀ ମିସ୍‌ ଇଣ୍ଡିଆ ୟୁନିଭର୍ସ ମଧ୍ୟ ହୋଇଛନ୍ତି। ୨୦୧୮ରେ ତନୁଶ୍ରୀ ଭାରତରେ ‘ମି-ଠୁ ଆନ୍ଦୋଳନକୁ ସକ୍ରିୟ କରିଥିଲେ। 

ରାଜ କପୁରଙ୍କ ହୋଲି ଉତ୍ସବରେ କେବେବି ଯୋଗ ଦେଇ ନ ଥିଲେ ଦେବ ଆନନ୍ଦ

ରାଜ କପୁରଙ୍କ ହୋଲି ଉତ୍ସବରେ କେବେବି ଯୋଗ ଦେଇ ନ ଥିଲେ ଦେବ ଆନନ୍ଦ

ମୁମ୍ବାଇ: ବଲିଉଡ୍‌ ଶୋ ମ୍ୟାନ ଭାବେ ପରିଚିତ ରାଜ କପୁର ପ୍ରଥମେ ଆର୍‌କେ ଷ୍ଟୁଡିଓରେ ପାଳନ କରୁଥିଲେ ହୋଲି। ଏହି ଉତ୍ସବକୁ ପ୍ରତିବର୍ଷ ଅପେକ୍ଷା ରଖିଥାଆନ୍ତି ବଲିଉଡ୍‌ର ସମସ୍ତ ସେଲିବ୍ରିଟି।

ଏକ୍ସ ବୟଫ୍ରେଣ୍ଡଙ୍କ ସହ ଦୀପିକା

ଏକ୍ସ ବୟଫ୍ରେଣ୍ଡଙ୍କ ସହ ଦୀପିକା

ରଣବୀର କପୁର-ଦୀପିକା ପାଦୁକୋନଙ୍କ ଲଭ୍‌ ଏବଂ ବ୍ରେକଅପ୍‌ ସମ୍ପର୍କରେ ପ୍ରଶଂସକମାନେ ଭଲ ଭାବେ ଜାଣିଛନ୍ତି। ଏହି ଦୁଇଜଣଙ୍କୁ ମିଶାଇବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ ପ୍ରଶଂସକ। ଶେଷରେ ଦୀପିକା ରଣବୀର ସିଂଙ୍କୁ ବିବାହ କରିନେଲେ। କିନ୍ତୁ ବ୍ରେକଅପ୍‌ ପରେ ଦୀପିକା-ରଣବୀର ଦୁଇଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଯାହା ଏକ ଇଭେଣ୍ଟରେ ଦେଖିବାକୁ ମିଳିଛି। 

୨୫ ବର୍ଷ ସାନ ହିରୋଇନଙ୍କ ସହ ରୋମାନ୍ସ କରିବେ ସଲମାନ୍‌

୨୫ ବର୍ଷ ସାନ ହିରୋଇନଙ୍କ ସହ ରୋମାନ୍ସ କରିବେ ସଲମାନ୍‌

ସଞ୍ଜୟ ଲୀଲା ଭଂସାଲୀ କିଛିଦିନ ପରେ ‘ଇନ୍‌ସଲାହ’କୁ ନେଇ ଚର୍ଚ୍ଚାରେ। କିଛିଦିନ ପୂର୍ବରୁ ଜାଣିବାକୁ ମିଳିଥିଲା ଭଂସାଲୀ ତାଙ୍କର ଆଗାମୀ ଫିଲ୍ମରେ ସଲମାନ୍‌ଙ୍କୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହା ସ୍ପଷ୍ଟ ହୋଇଛି। ସଲମାନ୍‌ ଏବଂ ଭଂସାଲୀ ୧୯୯୯ରେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ମିଶି କାମ କରିଥିଲେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ମୁମ୍ବାଇ,୧୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମାଣ କରାଯାଇଥିବା ବଲିଉଡ୍‌ ବାୟୋପିକ୍‌ ମୁଭି  ‘ପିଏମ୍‌ ନରେନ୍ଦ୍ର ମୋଦି’ର ଦ୍ୱିତୀୟ ପୋଷ୍ଟରକୁ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ବିବେକ ଓବରଏ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। 

ଡ୍ରାଇଭରଙ୍କୁ ଘର ଉପହାର ଦେଲେ ଆଲିଆ

ଡ୍ରାଇଭରଙ୍କୁ ଘର ଉପହାର ଦେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପର୍ସନାଲ ଓ ପ୍ରଫେଶନାଲ ଲାଇଫ୍‌ ଏବେ ଭଲ ଚାଲିଛି। ଗୋଟିଏ ପରେ ଗୋଟିଏ ସଫଳ ସିନେମା ଦର୍ଶକଙ୍କୁ ଭେଟି ଦେଇଥିବା ଆଲିଆ ଏବେ ବଲିଉଡ୍‌ର ଟପ୍‌ ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇସାରିଛନ୍ତି।

୯୦ ହଜାର ଟଙ୍କାର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ପ୍ରିୟଙ୍କା

୯୦ ହଜାର ଟଙ୍କାର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ,୧୯।୩: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଛି। ପୂର୍ବରୁ ତାଙ୍କ ବିବାହ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କର ଦାମିକା ଡ୍ରେସ୍‌ ନେଇ ଆରମ୍ଭ ହୋଇଛି ଟୁପ୍‌ଟାପ୍‌।

ଇମରାନ୍‌ ହାସମୀ ଓ ତନୁଶ୍ରୀ ଦତ୍ତଙ୍କ ଲିପ୍‌ଲକ୍‌ ନେଇ ବଲିଉଡ୍‌ରେ ହୋଇଥିଲା ଚର୍ଚ୍ଚା...

ଇମରାନ୍‌ ହାସମୀ ଓ ତନୁଶ୍ରୀ ଦତ୍ତଙ୍କ ଲିପ୍‌ଲକ୍‌ ନେଇ ବଲିଉଡ୍‌ରେ ହୋଇଥିଲା ଚର୍ଚ୍ଚା...

ମୁମ୍ବାଇ,୧୯।୩: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ମଙ୍ଗଳବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍‌ସେଦ୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। 

ଶାହାରୁଖଙ୍କ ସହ ସତରେ କ’ଣ ଏମିତି କରିଥିଲେ ଆକାଶ ଅମ୍ବାନୀ

ଶାହାରୁଖଙ୍କ ସହ ସତରେ କ’ଣ ଏମିତି କରିଥିଲେ ଆକାଶ ଅମ୍ବାନୀ

ଚଳିତମାସ ୯ ତାରିଖରେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ବିବାହ ଶ୍ଳୋକା ମେହଟ୍ଟାଙ୍କ ସହ ସମ୍ପନ୍ନ ହୋଇଛି। ଏହି ରାଜକୀୟ ବାହାଘରର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। 

ମଲାଇକାଙ୍କ ହଟ୍‌ ଫଟୋରେ କମେଣ୍ଟ କରି ଚର୍ଚ୍ଚାକୁ ଆସିଲେ ଅର୍ଜୁନ

ମଲାଇକାଙ୍କ ହଟ୍‌ ଫଟୋରେ କମେଣ୍ଟ କରି ଚର୍ଚ୍ଚାକୁ ଆସିଲେ ଅର୍ଜୁନ

ମୁମ୍ବାଇ: ମଲାଇକା ଆରୋରା ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ହେଲେ ଉଭୟ ଏହାକୁ ଏଡ଼ାଇ ଯାଉଛନ୍ତି। ନିକଟରେ ମଲାଇକା ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିବା ପରେ ତାଙ୍କର ଫଲୋୟରର୍ସ ମାନେ ଫଟୋଟିକୁ ବେଶ୍‌ ପସନ୍ଦ କରିଥିଲେ।

ପିଏମ୍‌ ମୋଦିଙ୍କ ବାୟୋପିକ: ମୋଦିଙ୍କ ଚରିତ୍ରରେ ନଜର ଆସିବେ ବିବେକ ଓବରଏ, ଜାରି ହେଲା ୯ଟି ଲୁକ୍ସ୍‌

ପିଏମ୍‌ ମୋଦିଙ୍କ ବାୟୋପିକ: ମୋଦିଙ୍କ ଚରିତ୍ରରେ ନଜର ଆସିବେ ବିବେକ ଓବରଏ, ଜାରି ହେଲା ୯ଟି ଲୁକ୍ସ୍‌

ମୁମ୍ବାଇ: ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫିଲ୍ମରେ ମୋଦିଙ୍କ ଚରିତ୍ରରେ ନଜର ଆସିବେ ବଲିଉଡ ଅଭିନେତା ବିବେକ ଓବରଏ। 

ସୋସିଆଲ ମିଡିଆରେ ଫଟୋ ପୋଷ୍ଟକରି ଚର୍ଚ୍ଚାରେ ଅମିଷା

ସୋସିଆଲ ମିଡିଆରେ ଫଟୋ ପୋଷ୍ଟକରି ଚର୍ଚ୍ଚାରେ ଅମିଷା

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅମିଷା ପଟେଲ ଦୀର୍ଘଦିନ ଧରି ଦୂରେଇ ଯାଇଛନ୍ତି। କେବେ କେମିତି ତାଙ୍କୁ ପାର୍ଟିରେ ଦେଖିବାକୁ ମିଳୁଛି।  ଏବେ ସୋସିଆଲ ମିଡିଆରେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅମିଷା ଏକ ବାଥ୍‌ଟବ୍‌ରେ ଶୁଟିଂ କରୁଥିବା ଦେଖିବାକୁ ମିଳିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା