ଖେଳ |

କ୍ରିକେଟରୁ ଜନସନଙ୍କ ଅବସର

କ୍ରିକେଟରୁ ଜନସନଙ୍କ ଅବସର
ସିଡ୍‌ନୀ, ୧୯।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଜନସନ ରବିବାର କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ୩୬ ବର୍ଷୀୟ ଜନସନ ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିଲେ। କିନ୍ତୁ ଏହାପରେ ସେ ଟି୨୦ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ପର୍ଥ ସ୍କଚର୍ସ ଏବଂ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଂଶଗ୍ରହଣ କରି ଆସୁଥିଲେ। ‘ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଟି୨୦ ଲିଗ୍‌ ଆସନ୍ତାବର୍ଷ ପର୍ଯ୍ୟନ୍ତ ଖେଳିବାକୁ ଚାହୁଁଥିଲି। କିନ୍ତୁ ମୋ ଶରୀର ସହାୟତା ନ କରିବାରୁ ଅବସର ନେବାକୁ ନିଷ୍ପତ୍ତି ନେଲି’ ବୋଲି ଜନସନ କହିଛନ୍ତି। ନିଜର ଘାତକ ବୋଲିଂ ପାଇଁ ବେଶ୍‌ ଜଣାଶୁଣା ଥିବା ବାମହାତୀ ବୋଲର ଜନସନ ୭୩ଟି ଟେଷ୍ଟ ଓ ୧୫୩ଟି ଏକଦିବସୀୟ ମ୍ୟାଚ୍‌ ଖେଳି ଯଥାକ୍ରମେ ୩୧୩ ଓ ୨୩୯ଟି ଉଇକେଟ୍‌ ଅକ୍ତିଆର କରିଛନ୍ତି। ସେହିଭଳି ୩୦ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରୁ ୩୮ଟି ଉଇକେଟ୍‌ ନେଇଛନ୍ତି। ଆଇପିଏଲ୍‌ରେ ସେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍‌ରାଇଡର୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। 
All Right Reserved By

ଖେଳ |

କୋରିଆ ଓପନ୍‌ ମୁଖ୍ୟ ପର୍ଯ୍ୟାୟରୁ ଜୟରାମ ବଞ୍ଚିତ

କୋରିଆ ଓପନ୍‌ ମୁଖ୍ୟ ପର୍ଯ୍ୟାୟରୁ ଜୟରାମ ବଞ୍ଚିତ

ସିଅଲ, ୨୫।୯(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଅଜୟ ଜୟରାମ ୬ ଲକ୍ଷ ଆମେରିକୀୟ ହଲାର ପୁରସ୍କାର ରାଶିବିଶିଷ୍ଟ କୋରିଆ ଓପନ୍‌ ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। 

 ଫିଫା ଓ୍ବାଲର୍‌ଡ ଟିମ୍‌ ଅଫ୍‌ ଦି ଇୟର

ଫିଫା ଓ୍ବାଲର୍‌ଡ ଟିମ୍‌ ଅଫ୍‌ ଦି ଇୟର

ଲଣ୍ଡନ, ୨୫।୯(ଏଏଫ୍‌ପି)- ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଫିଫା ଓ୍ବାଲର୍‌ଡ ଟିମ୍‌ ଅଫ୍‌ ଦି ଇୟର ଚୟନ କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ ‘ପ୍ଲେୟାର ଅଫ୍‌ ଦି ଇୟର’ ପୁରସ୍କାର ଦୌଡ଼ରେ ରହିଥିବା ମହମ୍ମଦ ସଲାହ ଏବଂ ବର୍ଷର ଶ୍ରେଷ୍ଠ ଗୋଲକିପର ଟ୍ରଫି ଜିତିଥିବା ବେଲଜିୟମର ଥିବାଉଟ୍‌ କର୍ଟୋଇଜଙ୍କୁ ଫିଫା ଓ୍ବାଲର୍‌ଡ ଟିମ୍‌ରେ ସ୍ଥାନ ମିଳିନାହିଁ। 

ମୋଡ୍ରିକ୍‌ ଜିତିଲେ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ମୋଡ୍ରିକ୍‌ ଜିତିଲେ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ଲଣ୍ଡନ, ୨୫।୯(ଏଏଫ୍‌ପି)- ଗତ ଦଶନ୍ଧି ଧରି ଫୁଟ୍‌ବଲର ସର୍ବୋଚ୍ଚ ପୁରସ୍କାର ‘ଫିଫା ବେଷ୍ଟ ଫ୍ଲେୟାର ଅଫ୍‌ ଦି ଇୟର’ ଟ୍ରଫି ଜିତି ଆସୁଥିବା ଦୁଇ ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ଯୁଗର ଅନ୍ତ ଘଟିଛି। 

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ପଦରୁ ଲ’ଙ୍କ ଇସ୍ତଫା

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ପଦରୁ ଲ’ଙ୍କ ଇସ୍ତଫା

ଲଣ୍ଡନ, ୨୫।୯(ଏଏଫ୍‌ପି)- ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦରୁ ଷ୍ଟୁଆର୍ଟ ଲ’ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ତେବେ ଅକ୍ଟୋବରରେ ଭାରତ ଏବଂ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଦ୍ୱିପାକ୍ଷିକ ସିରିଜ ପର୍ଯ୍ୟନ୍ତ ସେ ଓ୍ବେଷ୍ଟଇଣ୍ଡିଜ ଦଳର ପ୍ରଶିକ୍ଷକ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି। 

ଜାତୀୟ ଶକ୍ତିଉତ୍ତୋଳନରେ ଭାଗନେବ ଓଡ଼ିଶା

ଜାତୀୟ ଶକ୍ତିଉତ୍ତୋଳନରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୫ା୯(ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆସନ୍ତା ୨୯ରୁ ଅନ୍‌ଇକ୍ୟୁପଟ ବିଭାଗର ଶକ୍ତିଉତ୍ତୋଳନ ପ୍ରତିଯୋଗିତା (ମହିଳା/ପୁରୁଷ) ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ଦଳ ଅଂଶଗ୍ରହଣ କରିବ। 

ଏଣିକି ମହିଳାଙ୍କୁ ବାଲନ ଡି’ଅର ପୁରସ୍କାର

ଏଣିକି ମହିଳାଙ୍କୁ ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୨୫ା୯ (ଏଏଫ୍‌ପି)- ଏଣିକି  ବିଶ୍ୱର ଶ୍ରେଷ୍ଠ ମହିଳା ଖେଳାଳି  ଏବଂ ୨୧ ବର୍ଷରୁ କମ୍‌ ଖେଳାଳିଙ୍କୁ ପୁରସ୍କୃତ କରିବା ଲାଗି  ବାଲନ ଡି’ଅର ପୁରସ୍କାର ଆୟୋଜକଗଣ ସ୍ଥିର କରିଛନ୍ତି। 

ସ୍ପଟ୍‌ ଫିକ୍ସିଂ: ଶେହଜାଦଙ୍କୁ ପ୍ରଲୋଭିତ କରାଯାଇଥିଲା

ସ୍ପଟ୍‌ ଫିକ୍ସିଂ: ଶେହଜାଦଙ୍କୁ ପ୍ରଲୋଭିତ କରାଯାଇଥିଲା

ଦୁବାଇ, ୨୫ା୯ (ପି.ଟି.)-ଆସନ୍ତା ଆଫଗାନ ଟି୨୦ ପ୍ରିମିୟର ଲିଗ୍‌ରେ ଏକ ସ୍ପଟ ଫିକ୍ସିଂ ପାଇଁ ଆଫଗାନିସ୍ତାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦ ପ୍ରଲୋଭନର ଶିକାର ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ସହଜ ବିଜୟ ସହ କ୍ବାର୍ଟରରେ ତାମିଲନାଡୁ

ସହଜ ବିଜୟ ସହ କ୍ବାର୍ଟରରେ ତାମିଲନାଡୁ

କଟକ ଅଫିସ,୨୫ା୯- କଟକରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପରେ ସୋମବାର ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ତାମିଲନାଡୁ ୯-୦ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । 

ପ୍ରେସିଡେଣ୍ଟ୍‌ସ କପ୍‌ ଗଲ୍ଫ: ଲଖି ଚାମ୍ପିୟନ

ପ୍ରେସିଡେଣ୍ଟ୍‌ସ କପ୍‌ ଗଲ୍ଫ: ଲଖି ଚାମ୍ପିୟନ

ଭୁବନେଶ୍ୱର, ୨୫ା୯(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱର ଗଲ୍ଫ କ୍ଲବ୍‌ (ବିଜିସି) ନୂଆ ସିଜନର ପ୍ରଥମ ପ୍ରତିଯୋଗିତା ପ୍ରେସିଡେଣ୍ଟ୍‌ସ କପ୍‌ରେ ଲଖି ସ୍ବାଇଁ ଚାମ୍ପିୟନ ହୋଇଛନ୍ତି। ୧୯-୨୪ ବର୍ଗରେ ଲଖି ବିଜୟିନୀ ହୋଇଥିବାବେଳେ ଏ.ସି. ବେହେରା ରନର୍ସଅପ୍‌ ହୋଇଛନ୍ତି। ମୁଖ୍ୟ ବର୍ଗ ୦-୧୮ରେ ଅଜୟ ନେଗି ଚାମ୍ପିୟନ ଏବଂ ହକି ଅଲିମ୍ପିଆନ୍‌ ଦିଲ୍ଲୀପ ତିର୍କି ରନର୍ସଅପ୍‌ ହୋଇଥିଲେ। 

ଭାରତ-ଆଫଗାନିସ୍ତାନ ମୁକାବିଲା ଆଜି

ଭାରତ-ଆଫଗାନିସ୍ତାନ ମୁକାବିଲା ଆଜି

ଦୁବାଇ, ୨୫।୯(ପି.ଟି.)- ଏସିଆ କପ୍‌ ସୁପର୍‌ ଫୋର୍‌ ପର୍ଯ୍ୟାୟର ଏକ ମୁକାବିଲାରେ ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଆଫଗାନିସ୍ତାକୁ ଭେଟିବ। କ୍ରମାଗତ ୨ଟି ମ୍ୟାଚ୍‌ ଜିତି ଫାଇନାଲରେ ସ୍ଥାନ ପକ୍କା କରିସାରିଥିବାରୁ ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ସୁପର୍‌ ଫୋର୍‌ର ଏହି ଅନ୍ତିମ ମ୍ୟାଚ୍‌ ଗୁରୁତ୍ୱହୀନ ହୋଇପଡ଼ିଛି। 

ଜାତୀୟ ସିନିୟର ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆଜିଠାରୁ

ଜାତୀୟ ସିନିୟର ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆଜିଠାରୁ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମର ଆଥଲେଟିକ୍ସ ଷ୍ଟାଡିୟମ ପୁଣି ଚଳଚଞ୍ଚଳ। ଏଠାରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୫୮ତମ ସଂସ୍କରଣ। 

ପୁନୀତ୍‌-ନେଗୀ ମେଘାଳୟକୁ ଜିତାଇଲେ

ପୁନୀତ୍‌-ନେଗୀ ମେଘାଳୟକୁ ଜିତାଇଲେ

ଆନନ୍ଦ, ୨୪।୯(ପି.ଟି.)- ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ସୋମବାର ପ୍ଲେଟ୍‌ ଗ୍ରୁପ୍‌ର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ମେଘାଳୟ ୨୫୬ ରନର ବୃହତ ବ୍ୟବଧାନରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି। ପୁନୀତ୍‌ ବିସ୍ତଙ୍କ କ୍ୟାରିୟର ଶ୍ରେଷ୍ଠ ୧୩୫ ରନ ଓ ଏବଂ ଅଭୟ ନେଗୀଙ୍କ ୭ ଉଇକେଟ୍‌ ସଫଳତା ବଳରେ ମେଘାଳୟ ଏହି ବୃହତ ବିଜୟ ଲାଭ କରିଛି।