ଫୁରସତ |

ମନ୍ଦିର ଯେଉଁଠି ମାଙ୍କଡ଼ ପାଖରେ ଲାଗେ ମଦ ଭୋଗ

ମନ୍ଦିର ଯେଉଁଠି ମାଙ୍କଡ଼ ପାଖରେ ଲାଗେ ମଦ ଭୋଗ
ଉତ୍ତରପ୍ରଦେଶ  ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗଁାରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ମାନଙ୍କୁ ମଦ ପିଇବାକୁ  ଦିଆଯିବା ପରମ୍ପରା ରହିଛି। ଏଠାରେ କୌଣସି ପୂଜାରୀ ନ ଥାନ୍ତି।  ମନ୍ଦିରରେ କବାଟ ଝରକା  ମଧ୍ୟ ନାହିଁ। ଏଠାକୁ ଆସୁଥିବା ଭକ୍ତମାନେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ମନ୍ଦିରରେ ମଦ ଭୋଗ ଲଗାଇଥାନ୍ତି। ମନୋସ୍କାମନା ପୂରଣ ଲାଗି ଶିବଲିଙ୍ଗ ଉପରେ ମଦ ଅର୍ପଣ କରାଯାଏ ।  ଏହାକୁ ମାଙ୍କଡ଼ ପିଇଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ରହିଛି ବିଶ୍ୱାସ। ଏଠାରେ ମଦ ଓ ଲିଆ ଭୋଗ ଲାଗି କରାଯାଏ। ପରେ ଭକ୍ତମାନେ ଗ୍ଲାସରେ ମାଙ୍କଡ଼ମାନଙ୍କୁ ମଦ ପିଇବାକୁ ଦିଅନ୍ତି।
All Right Reserved By

ଫୁରସତ |

ଥାଇଲାଣ୍ଡର ବଦନାମ ସହର ଆକର୍ଷିତ କରେ ପର୍ଯ୍ୟଟକଙ୍କୁ

ଥାଇଲାଣ୍ଡର ବଦନାମ ସହର ଆକର୍ଷିତ କରେ ପର୍ଯ୍ୟଟକଙ୍କୁ

ଏସିଆର ଦକ୍ଷିଣ ପୂର୍ବ ଭାଗରେ ଥିବା ଥାଇଲାଣ୍ଡ ଅନେକ ଗୁଡିଏ ବିଶେଷତ୍ୱ ପାଇଁ ବିଶ୍ୱ ପ୍ରସିଦ୍ଧ। ମସାଜ୍‌ ସେଣ୍ଟର, ବିୟର ବାର୍‌ ସହ ରଙ୍ଗିନ ରାତି ପାଇଁ ପର୍ଯ୍ୟଟକ ଆପଣାଛାଏଁ ଏଠାକୁ ଚାଲି ଆସିଥାଆନ୍ତି। ତେବେ କେତେକ ସ୍ଥାନରେ ଏହା ନିୟମର ଉଲ୍ଲଂଘନ କରୁଥିଲେ ସୁଦ୍ଧା ଲୋକେ ଅର୍ଥ ଲୋଭରେ 

ହ୍ବିସ୍କି କରିଛି ଦୀର୍ଘାୟୁ

ହ୍ବିସ୍କି କରିଛି ଦୀର୍ଘାୟୁ

ସାଧାରଣତଃ ଅଧିକ ବର୍ଷ ବଞ୍ଚୁଥିବା ଲୋକମାନେ ବେଳେବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଆନ୍ତି। ସେମିତି ଜଣେ ମହିଳା ହେଉଛନ୍ତି ଆମେରିକାର ଗ୍ରେସ୍‌ ଜୋନ୍ସ। ଏବେ ତାଙ୍କୁ ୧୧୨ବର୍ଷ। ତାଙ୍କର ଦୀର୍ଘ ଜୀବନର ରହସ୍ୟ ସମ୍ପର୍କରେ ସେ କୁହନ୍ତି ହ୍ବିସ୍କି ହିଁ ତାଙ୍କୁ ଦୀର୍ଘାୟୁ କରିଛି।

ପ୍ଲାଷ୍ଟିକ୍‌ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ

ପ୍ଲାଷ୍ଟିକ୍‌ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ

ବଜାରରେ ଏବେ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ଟି-ଶାର୍ଟ ଏକ ନୂଆ ଟେଣ୍ଡ୍‌ ଭାବେ ଉଭା ହୋଇଛି। ଅନେକ ପ୍ରକାରର ଫେବ୍ରିକରୁ ପ୍ରସ୍ତୁତ ଶାର୍ଟ ବଜାରରେ ଉପଲବ୍ଧ ହେଉଛି। 

ଯେଉଁଠି ବେଶ୍ୟାଳୟ ଚାଲେ ମାଗଣାରେ

ଯେଉଁଠି ବେଶ୍ୟାଳୟ ଚାଲେ ମାଗଣାରେ

ସୁନ୍ଦର ସାଜସଜ୍କା। ନରମ ବିଛଣା, କ୍ଷୀଣ ଆଲୋକ, ପାଖରେ ଟେଲିଫୋନ୍‌ ତା’ ସହ ସୁନ୍ଦର ଯୁବତୀ ଆଉ କ୍ୟାମେରା। ଏମାନେ ପୁଣି ମାଗଣାରେ ଗ୍ରାହକଙ୍କୁ ଦେବେ ଶାରୀରିକ ସମ୍ପର୍କର ସୁଖ। ବିଶ୍ୱରେ ଏମିତି ପ୍ରାୟ ୧୫ଟି ଦେଶକୁ ବେଶ୍ୟାବୃତ୍ତି ପାଇଁ ଆଇନର ମାନ୍ୟତା ମିଳିଛି।

ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ମରନ୍ତି ୩୦ଲକ୍ଷ

ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ମରନ୍ତି ୩୦ଲକ୍ଷ

ଜେନେଭା: ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏଡ୍‌ସ, ହିଂସାକାଣ୍ଡ ଓ ସଡକ ଦୁର୍ଘଟଣାରେ ସମୁଦାୟ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାଠାରୁ ଏହା ଅଧିକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଶୁକ୍ରବାର ଏହାର ରିପୋର୍ଟ ପ୍ରକାଶ କରିଛି। ବିଶେଷକରି ପୁରୁଷମାନେ ମଦ୍ୟପାନ ଯୋଗୁ ଅଧିକ ସଂଖ୍ୟାରେ ମୃତ୍ୟୁର ଶିକାର ହେଉଥିବା ଦର୍ଶାଯାଇଛି।

ନାସା ବେଲୁନ୍‌ ମିଶନ୍‌ର ଫଟୋ ଅନୁଧ୍ୟାନ

ନାସା ବେଲୁନ୍‌ ମିଶନ୍‌ର ଫଟୋ ଅନୁଧ୍ୟାନ

ଓ୍ବାଶିଂଟନ୍‌: ନାସାର ବେଲୁନ ମିଶନ୍‌ ଦ୍ୱାରା ଆମ ବାୟୁମଣ୍ଡଳରେ ଥିବା ନୀଳ ବାଦଲର ଫଟୋ ଉଠାଯାଇପାରିଛି। ଏଥିରୁ ମିଳିଥିବା ତଥ୍ୟକୁ ନକ୍ଟିଲୁସେଣ୍ଟ କ୍ଲାଉଡ୍ସ ବା ପୋଲାର ମେସୋସ୍ଫରିକ୍‌ କ୍ଲାଉଡ୍ସ(ପିଏମ୍‌ସି) କୁହାଯାଏ। ଏହାକୁ ଅନୁଧ୍ୟାନକରି ପାଣିପାଗ, ମହାସାଗର, ହ୍ରଦ ଏବଂ ଅନ୍ୟ ଗ୍ରହର ପରିବେଶର ଅସ୍ଥିରତା ସମ୍ପର୍କରେ ବିଶେଷ ସୂଚନା ଜଣାପଡିବ ବୋଲି ନାସା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। 

୧୦ବର୍ଷ ମଧ୍ୟରେ ମୁସଲମାନ, ଦଳିତଙ୍କ ଦାରିଦ୍ର୍ୟ ହ୍ରାସ ପାଇଛି: ଜାତିସଂଘ

୧୦ବର୍ଷ ମଧ୍ୟରେ ମୁସଲମାନ, ଦଳିତଙ୍କ ଦାରିଦ୍ର୍ୟ ହ୍ରାସ ପାଇଛି: ଜାତିସଂଘ

ଜାତିସଂଘ: ଭାରତ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ବେଳେ ମୁସଲମାନ, ଅନୁସୂଚିତ ଜନଜାତି ଓ ଦଳିତମାନେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛନ୍ତି। ଜାତିସଂଘ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଏହି ସୂଚନା ମିଳିଛି। 

କଟା ଅଙ୍ଗ ଦେଖାଇ ଯୁବତୀ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

କଟା ଅଙ୍ଗ ଦେଖାଇ ଯୁବତୀ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଆମେରିକାର ଓକଲାହମ୍‌ରେ ରହୁଥିବା କିଷ୍ଟ୍ରି ଲୋୟାଲ ନାମକ ଜଣେ ଯୁବତୀ ତାଙ୍କର ଏକ କଟା ଅଙ୍ଗକୁ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।  ସୂଚନା ଅନୁଯାୟୀ, ୨୦୧୬ରେ ଲୋୟାଲ ମାରାତ୍ମକ କ୍ୟାନସରରେ ପୀଡିତ ହୋଇଥିଲେ। 

ଏଭଳି ସ୍ତ୍ରୀ ସ୍ବାମୀଙ୍କ ପାଇଁ କ’ଣ ଆଣନ୍ତି...

ଏଭଳି ସ୍ତ୍ରୀ ସ୍ବାମୀଙ୍କ ପାଇଁ କ’ଣ ଆଣନ୍ତି...

ଦାମ୍ପତ୍ୟ ଜୀବନକୁ ଦୃଢ଼ କରିବା ଲାଗି ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମଧୁର ସମ୍ପର୍କ  ଗୁରୁତ୍ୱପୂର୍ଣ୍ଣ। ଏହା ବିନା ଦାମ୍ପତ୍ୟ ଜୀବନ ନିରର୍ଥକ ପାଲଟି ଯାଏ । ବିବାହପରେ ଜୀବନରେ ପରିବର୍ତ୍ତନ ଆସିବାର ସ୍ବପ୍ନ ଦେଖିଥାନ୍ତି ଅନେକ ଯୁବକ। 

 ଗଧର ହେଲା ବିବାହ

ଗଧର ହେଲା ବିବାହ

କର୍ନାଟକ ହୋରା ଗାଁର ଲୋକେ ଗଧ ସହିତ ଏକ ଗଧୁଣୀର ବିବାହ ବେଶ୍‌ ଧୁମାଧାମ୍‌ରେ କରିଛନ୍ତି। ପୂର୍ବରୁ ଗଧ ସହିତ ଅନ୍ୟ ଏକ ଗଧୁଣୀ ରହୁଥିଲା। ତେବେ ଗଧୁଣୀକୁ ଚିତାବାଘ ମାରି ଦେବା ପରେ ଗଧର ବ୍ୟବହାରରେ ଆସିଥିଲା ପରିବର୍ତ୍ତନ।

ସନ୍ତାନ ଜନ୍ମ ପାଇଁ ମିଳୁଛି ଋଣ

ସନ୍ତାନ ଜନ୍ମ ପାଇଁ ମିଳୁଛି ଋଣ

ଘରପାଇଁ, ଗାଡ଼ି ପାଇଁ ଲୋନ୍‌ ଋଣ ନେବା କଥା ଆମେ ଜାଣିଛେ। ତେବେ ସନ୍ତାନ ଜନ୍ମ ଲାଗି ଋଣ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏବେ ଛତିଶଗଡ଼ ରାୟପୁରରେ କିଛି ଘରୋଇ କ୍ଲିନିକ୍‌ରେ ଆରମ୍ଭ ହୋଇଛି ଏଭଳି ବ୍ୟବସ୍ଥା। 

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଅମୃତସର, ୨୧।୯: ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ସୁଦୂର ଆମେରିକାରୁ ଅମୃତସର ଚାଲି ଆସିଛନ୍ତି ଜଣେ ମହିଳା। ଏହି ମହିଳାଙ୍କ ନାମ ହ୍ବିଟନ୍‌ ହ୍ୟାରିସ୍‌। ସେ ଆମେରିକାରେ ଏକ ଜିମ୍‌ରେ ଟ୍ରେନର ଭାବେ କାମ କରନ୍ତି।