ରାଜ୍ୟ |

ପାଖେଇ ଆସୁଛି ନିର୍ବାଚନ: ୧୫ ଦିନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ପାଖେଇ ଆସୁଛି ନିର୍ବାଚନ: ୧୫ ଦିନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ
ଭୁବନେଶ୍ୱର,୧୯।୮(ବ୍ୟୁରୋ): ପାଖେଇ ଆସିଲାଣି ୨୦୧୯ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଦଳକୁ ମଜଭୂତ କରିବା ସହ ବିଧିବଦ୍ଧ ଖସଡ଼ା ପ୍ରସ୍ତୁତ କରାଯାଉଛି। ତେବେ କଂଗ୍ରେସ ପକ୍ଷରୁ ଆସନ୍ତା ୧୫ ଦିନ ମଧ୍ୟରେ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ସୂଚନା ଦେଇଛନ୍ତି।

 ଜିତେନ୍ଦ୍ର କହିଛନ୍ତି, ସୋମବାର ପ୍ରଦେଶ କଂଗ୍ରେସର ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରାଯିବ। ଆସନ୍ତା ୧୫ ଦିନ ମଧ୍ୟରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ। ଏଥିରେ ପ୍ରାୟ ୫୦ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସେ କହିଛନ୍ତି। 

ପ୍ରକାଶ ଯେ, ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ବରିଷ୍ଠ ନେତାମାନଙ୍କ ସହ ନବଗଠିତ ପିସିସି କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। କଂଗ୍ରେସ ସଂଗଠନ ଓ ଆଗାମୀ ନିର୍ବାଚନ ପ୍ରସ୍ତୁତି ସହ କେଉଁ ପ୍ରସଙ୍ଗରେ ଉଭୟ ଭାଜପା ଓ ବିଜେଡ଼ିକୁ ଦଳ ଘେରିବ ସେନେଇ ବରିଷ୍ଠ ନେତାମାନେ ଆଲୋଚନା କରିଥିଲେ। ଦଳର ବରିଷ୍ଠ ନେତା ଦଳୀୟ ସଂଗଠନ ଓ ନିର୍ବାଚନ ପ୍ରସ୍ତୁତି ନେଇ କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ। 

All Right Reserved By

ରାଜ୍ୟ |

ନୀଳଚକ୍ର ଉପରେ ଚଢ଼ିଗଲେ ଯୁବକ

ନୀଳଚକ୍ର ଉପରେ ଚଢ଼ିଗଲେ ଯୁବକ

ପୁରୀ ଅଫିସ,୨୦।୪:ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଶନିବାର ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ପ୍ରସଙ୍ଗ, ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ପ୍ରସଙ୍ଗ, ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର

ପୁରୀ ଅଫିସ, ୨୦ା୪: ଚର୍ଚ୍ଚାରେ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ। ଶ୍ରୀମନ୍ଦିର, ବେଳାଭୂମି, ରତ୍ନଭଣ୍ଡାର, ମହାପ୍ରଭୁଙ୍କ ଅମୃତ ମଣୋହି ଜମି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାଙ୍ଗକୁ ସିଦ୍ଧମହାବୀର ରେଲଓ୍ବେ ଓଭରବ୍ରିଜ୍‌ ନିର୍ମାଣ, ଡ୍ରେନେଜ ଆଦି ନାନା ସମସ୍ୟା ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ। 

ପରମ୍ପରା ଭାଙ୍ଗିପାରନ୍ତି ମତଦାତା

ପରମ୍ପରା ଭାଙ୍ଗିପାରନ୍ତି ମତଦାତା

ଭୁବନେଶ୍ୱର, ୨୦ା୪:  ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଲୋକ ସଭା ଆସନରେ ନିର୍ବାଚନ ହେବ। ଏହାକୁ ନେଇ ସାରା ରାଜ୍ୟରେ ଉତ୍କଣ୍ଠା ରହିଛି। 

ରୋଡ୍‌ ଶୋ’ ସମୟରେ ଦୁର୍ଘଟଣା, ଜଣେ ମୃତ

ରୋଡ୍‌ ଶୋ’ ସମୟରେ ଦୁର୍ଘଟଣା, ଜଣେ ମୃତ

ବ୍ରହ୍ମଗିରି, ୨୦ା୪(ଡି.ଏନ୍‌.ଏ.): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। 

ପୁରୀରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ କରି ଭୋଟ ମାଗିଲେ

ପୁରୀରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ କରି ଭୋଟ ମାଗିଲେ

ପୁରୀ ଅଫିସ, ବ୍ରହ୍ମଗିରି, ୨୦ା୪ (ଡି.ଏନ୍‌.ଏ.): ଆସନ୍ତା ୨୩ ତାରିଖରେ ପୁରୀ ଲୋକ ସଭା ଏବଂ ଏହା ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁ ରାଜନୈତିକ ଦଳ ବଳ, କୌଶଳ ଲଗାଇ ଦେଇଛନ୍ତି। 

ଚୋରା ବନ୍ଧୁକ ରଖିବା ମାମଲା:  ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

ଚୋରା ବନ୍ଧୁକ ରଖିବା ମାମଲା: ରଞ୍ଜିତା, ଆଲୋକଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ,୨୦।୪: ଚୋରା ବନ୍ଧୁକ ରଖି ପୋଲିସ ହାତରେ ଗିରଫ ହୋଇଥିବା ସିଏମ୍‌ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ତାଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କ ଜାମିନ ଆବେଦନ ଖାରଜ ହୋଇଛି। 

ସ୍କୁଲ ଛୁଟିକୁ ନେଇ ହାଇକୋର୍ଟରେ ମାମଲା:  ରାଜ୍ୟ ସରକାରଙ୍କୁ ନୋଟିସ

ସ୍କୁଲ ଛୁଟିକୁ ନେଇ ହାଇକୋର୍ଟରେ ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୨୦।୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜନିତ ସ୍କୁଲ ଛୁଟି ଘୋଷଣାକୁ ନେଇ ହାଇକୋର୍ଟରେ ଆଡଭୋକେଟ ଶିବନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। 

ଭାଜପାର ବିଜୟ ସଂକଳ୍ପ ସମାବେଶ:  କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

ଭାଜପାର ବିଜୟ ସଂକଳ୍ପ ସମାବେଶ: କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରୁ ନ ଥିବା ରାଜ୍ୟ ସରକାରଙ୍କୁ ହଟାଅ; ରାଜନାଥ

କଟକ ସଦର, ୨୦।୪ (ଡି.ଏନ୍‌.ଏ.): କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିପାରୁ ନ ଥିବା ରାଜ୍ୟ ସରକାର ଓଡ଼ିଶାର ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଅପାରଗ ରାଜ୍ୟ ସରକାରକୁ ହଟାଇ ଭାଜପାକୁ କ୍ଷମତାସୀନ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।

ଖସିଲା ପାରଦ, ତାତିରୁ ତ୍ରାହି

ଖସିଲା ପାରଦ, ତାତିରୁ ତ୍ରାହି

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଶେଷରେ ତାତିରୁ ତ୍ରାହି ମିଳିଛି। କିଛିଦିନ ହେବ ୪୦ ଡିଗ୍ରୀ ଉପରେ ରହୁଥିବା ରାଜ୍ୟର ଅନେକ ସହରର ତାପମାତ୍ରା ଶୁକ୍ରବାର ହ୍ରାସ ପାଇଛି। ସବୁ ସହରରେ ୪୦ ଡିଗ୍ରୀରୁ କମ୍‌ ତାପମାତ୍ରା ରହିଛି। 

କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କେନେଲ କ୍ଲବ ଅଫ୍‌ ଇଣ୍ଡିଆ(କେସିଆଇ)ର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମହାନ୍ତି ମନୋନୀତ ହୋଇଛନ୍ତି। ସେ ପ୍ରଥମ ଓଡ଼ିଆ ଭାବେ କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ହୋଇଛନ୍ତି। 

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଶ୍ରମିକଙ୍କ ଗଲା ଜୀବନ: ସେସୁ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ନିରାକାରପୁର,୨୦ା୪(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ବିଦ୍ୟୁତ୍‌ ବିଭାଗ ଅଧୀନ ଲେଣ୍ଡୋ ପଞ୍ଚାୟତ ଭଗବତୀପଡ଼ାଠାରେ ଖୁଣ୍ଟରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। 

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ ଗୋରାଖଣ୍ଟା ପଞ୍ଚାୟତର ୧୧ଟି ଗ୍ରାମର ଗ୍ରାମବାସୀ କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି। 


Model This Week

କ୍ରିଷ୍ଣା
Why Dharitri