ରାଜ୍ୟ |

ପୁରୀରେ ନିର୍ମାଣ ହେବ ସାମୁଦ୍ରିକ ଆକ୍ୱାରିୟମ: ଖର୍ଚ୍ଚ ହେବ ୮ କୋଟି ୮୫ ଲକ୍ଷ

ପୁରୀରେ ନିର୍ମାଣ ହେବ ସାମୁଦ୍ରିକ ଆକ୍ୱାରିୟମ: ଖର୍ଚ୍ଚ ହେବ ୮ କୋଟି ୮୫ ଲକ୍ଷ
ପୁରୀ ଅଫିସ,୧୯ା୮: ପୁରୀର ଅର୍ବାନ ହାଟ ସମ୍ମୁଖ ପଡିଆରେ ସାମୁଦ୍ରିକ ଆକ୍ୱାରିୟମ ନିର୍ମାଣ ଲାଗି ୫କୋଟି ଟଙ୍କା ଅନୁମୋଦନ କରିଥିଲା ରାଜ୍ୟ ପର୍ଯ୍ୟଟନ ବିଭାଗ। ଏପରି କି ଜମି ଚହ୍ନଟ ହୋଇ ଦୁଇ ଦୁଇ ଥର ଶିଳନ୍ୟାସ ଦିଆଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। କିନ୍ତୁ ଇତି ମଧ୍ୟରେ ଶିଳାନ୍ୟାସ ହେବାର ବହୁ ବର୍ଷ ବିତିଥିଲେ ସୁଦ୍ଧା ଉକ୍ତ ପ୍ରକଳ୍ପ ସ୍ଥଳ ଡମ୍ପିୟାର୍ଡ ପାଲଟିଥିବା ବେଳେ ଶିଳାନ୍ୟାସ ଫଳକ ଉପରେ ଗଛ ମାଡ଼ି ବସିଥିଲା। ଶେଷରେ ତାହା ଏବେ ସାକାର ହେବାକୁ ଯାଉଛି । 
ଦୀର୍ଘ ବର୍ଷ ପରେ ଆକ୍ୱାରିୟମ ନିର୍ମାଣ ଲାଗି ପଦକ୍ଷେପ ଆରମ୍ଭ ହୋଇଛି। ଟେଣ୍ଡର ପ୍ରକ୍ରିୟା ସରି ଆକ୍ୱାରିୟମ ନିମନ୍ତେ କୋଠା ନିର୍ମାଣ ପାଇଁ ଇଡ୍‌କୋକୁ ଗତ ଦୁଇ ଦିନ ତଳେ ଜମି ହସ୍ତାନ୍ତର କରାଯାଇଛି ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିରେ ୮ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଇଡ୍‌କୋ ପକ୍ଷରୁ ଘର ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ଅହମଦାବାଦର ସେଣ୍ଟର ଫର ଏନ୍‌ଭରମେଣ୍ଟ ଷ୍ଟଡିଜ୍‌ ପକ୍ଷରୁ ସାମୁଦ୍ରିକ ଆକ୍ୱାରିୟମ ନିର୍ମାଣ କରାଯିବ ବୋଲି ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା ସୂଚନା ଦେଇଛନ୍ତି। 

ନୀଳାଚଳ ଅର୍ବାନ ହାଟ ସମ୍ମୁଖରେ ୨ଏକର ୪୦୪ ଡେସିମିଲ ଜମି ସାମୁଦ୍ରିକ ଆକ୍ୱାରିୟମ ନିମେନ୍ତ ଚିହ୍ନଟ ହୋଇଛି । ଏଥିରେ ଆକ୍ୱାରିୟମ ଗୃହ, ଫୁଡ ପ୍ଲାଜା, ଶୌଚାଳୟ, ଟିକେଟ ଘର ଏବଂ ପର୍ଯ୍ୟଟକ ବିଶ୍ରାମ ଗୃହ ଆଦି ରହିବ । 
ଏହି ଆକ୍ୱାରିୟମ ନିର୍ମାଣ ହେଲେ ପର୍ଯ୍ୟଟକମାନେ ସାମୁଦ୍ରିକ ଜଳଜୀବ, ଶୈବାଳ, ଆଦି ଦେଖିବାର ସୁଯୋଗ ପାଇବେ । ଏଥିସହ ପୁରୀ ଆକ୍ୱାରିୟମ ଆଉ ଏକ ପର୍ଯ୍ୟଟନସ୍ଥଳୀ ତାଲିକାରେ ଯୋଡି ହେବ। 
All Right Reserved By

ରାଜ୍ୟ |

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

କେନ୍ଦ୍ରାପଡା ଅଫିସ, ୧୯।୨- କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି ା ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି

ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ

ବଡ଼ସାହି,୧୯ା୨(ସ୍ବ.ପ୍ର.)-ବିଭିନ୍ନ ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସରଭୁକ୍ତ ଅଞ୍ଚଳକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ବୃଦ୍ଧି, ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ସରକାର ଯୋଗାଇ ଦେଉଛନ୍ତି। ମାତ୍ର ରୋଷେଇ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ନ ଥିବାରୁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ ସ୍କୁଲରେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ଚାଲୁଅଛି। 

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ନିର୍ମାଣ କରୁଥିବା ଠିକାଦାର ଗତ ୨ମାସ ହେଲା ରାସ୍ତାକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଚାଲିଯାଇଛନ୍ତି। 

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଢେଙ୍କାନାଳ ଅଫିସ, ୧୯।୨ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବୋରାପଦା ଖମାର ଗ୍ରାମରେ ମହିଳାମାନେ ସଙ୍ଗଠିତ ହୋଇ ସୋମବାର ନିଶାମୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି। 

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୯ା୨ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା। ସାଧୁସନ୍ଥଙ୍କ ସମାଗମରେ ପ୍ରକମ୍ପିତ ହେଉଛି ମହିମା ଧର୍ମର ମୁଖ୍ୟପୀଠ ଗାଦିମନ୍ଦିର। ମହିମା ଅଲେଖ ଧ୍ୱନିରେ ଫାଟିପଡ଼ୁଛି ସମଗ୍ର ପୀଠ ପରିସର। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ପ୍ରଜ୍ୱଳିତ ହୋଇଛି ଝାଡ଼ଦୀପ। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାର ପ୍ରଥମ ଦିନରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ।

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ଅନୁଗୋଳ ଅଫିସ/ ବଅଁରପାଳ ୧୯।୨(ଡି.ଏନ.ଏ.)ଅନୁଗୋଳ ଜିଲା ନାଲ୍‌କୋଠାରେ ସୋମବାର ପୂର୍ବାହ୍ନରେ ଅତ୍ୟାଧୁନିକ ଏଲ.ଭି. ପ୍ରସାଦ ସେକେଣ୍ଡାରୀ ପ୍ଲସ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଯାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। 

ଆଟ୍ରୋସିଟି ମାମଲା:୧୫ ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଆଟ୍ରୋସିଟି ମାମଲା:୧୫ ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର ଅଫିସ୍‌,୧୯ା୨-ଘରେ ପଶି ଜଣେ ଅନୁସୂଚିତ ଜାତି ସମ୍ପ୍ରଦାୟର ମା’ ଓ ଝିଅଙ୍କୁ ବଳାତ୍କାର ଉଦ୍ୟମ ଏବଂ ଧମକ ଦେବା ସହ ଆଟ୍ରୋସିଟି ମାମଲାରେ ସୋମବାର ବ୍ରହ୍ମପୁର ଏଡିଜେ-୨ ଦୀପକ କୁମାର ପ୍ରମାଣ ଅଭାବରୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ସରସ୍ବତୀନଗର ଅଞ୍ଚଳର ବାବୁନି ଜେନା (୪୦) ା

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

ଭାପୁର, ୧୯।୨(ଡି.ଏନ.ଏ.)ରାସ୍ତା ତିଆରି ହେବ। ଲୋକ ସୁବିଧାରେ ଯାତାୟାତ କରିବେ। ଏଥିପାଇଁ ଦୀର୍ଘ ୧୨ବର୍ଷ ହେଲା ଗଦା ହୋଇଛି ମୋରମ। ହେଲେ ନା ତିଆରି ହେଉଛି ରାସ୍ତା, ନା ଘୁଞ୍ଚୁଛି ଲୋକଙ୍କ ଦୁଃଖ। ଶୋଚନୀୟ ହୋଇପଡ଼ିଥିବା ରାସ୍ତା ଅଞ୍ଚଳର ପ୍ରଗତିରେ ପ୍ରତିବନ୍ଧକ ପାଲଟିଥିବାବେଳେ ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ ଅଧୀନ କରଡ଼ାମଡ଼ା ଗ୍ରାମବାସୀ ଏପରି ଦୁର୍ଦ୍ଦଶା ପାଇଁ କେବଳ ଭାଗ୍ୟକୁ ନିନ୍ଦୁଛନ୍ତି। 

ତେଜୁଛି ସୋଲଡ଼ା-ଡଅଁରା ଗ୍ରାମବାସୀଙ୍କ ବିବାଦ:ଫାଣ୍ଡି ଘେରିଲେ ସୋଲଡ଼ାବାସୀ

ତାଳଚେର,୧୯ା୨(ନି.ପ୍ର.)କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ସୋଲଡ଼ା ଓ ଡଅଁରା ଗ୍ରାମବାସୀଙ୍କ ବିବାଦ ବଢିବାରେ ଲାଗିଛି। ଏହାକୁ କେନ୍ଦ୍ର କରି ଡଅଁରା ଗ୍ରାମବାସୀ ସୋମବାର ବଳରାମ କୋଇଲା ଖଣି ଅଚଳ କରିଥିବାବେଳେ ସନ୍ଧ୍ୟାରେ ସୋଲଡା ଗ୍ରାମବାସୀ ଗୋପାଳପ୍ରସାଦ ଫାଣ୍ଡି ଘେରାଉ କରିଛନ୍ତି।