ଅପରାଧ | ଅନଗୁଳ-ଢେଙ୍କାନାଳ

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ: ଜଣେ ଗିରଫ

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ: ଜଣେ ଗିରଫ

ଛେଣ୍ଡିପଦା,୧୯।୮(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଳକ୍‌ ଜରପଡା ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ଶନିବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ କହିଛି, କିଛିଦିନ ହେଲା ଶିକ୍ଷୟିତ୍ରୀ ଓ  ଦୁବନାଳୀ ଗ୍ରାମର ବଳରାମ ପ୍ରଧାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ ଗୁରୁବାର ହଠାତ ବଳରାମ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟକୁ ଆସି ବିଭିନ୍ନ କାର୍ଯ୍ୟ ପାଇଁ ସ୍କୁଲକୁ ଆସିଥିବା ଟଙ୍କା ମାଗିଥିଲେ। ଏଥିରେ ଶିକ୍ଷୟିତ୍ରୀ ରାଜି ନ ହେବାରୁ ବଳରାମ ବିଦ୍ୟାଳୟ କାର୍ଯ୍ୟାଳୟରେ ତାଲା ପକାଇବା ସହ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ନଂ. ୧୫୧/୧୮ରେ ଏକ ମାମଲା ରୁଜୁ କରି ବଳରାମଙ୍କୁ କୋର୍ଟଚାଲାଣ କରିଛି।

All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

ୟୁରିଆ ସାର ଗୋଦାମରେ ଉପଜିଲାପାଳଙ୍କ ଚଢ଼ାଉ

ୟୁରିଆ ସାର ଗୋଦାମରେ ଉପଜିଲାପାଳଙ୍କ ଚଢ଼ାଉ

କେସିଙ୍ଗା,୨୪।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଚଳିତବର୍ଷ ଭଲ ଚାଷ ହୋଇଥିବାରୁ ଚାଷରେ ଉପଯୁକ୍ତ ସମୟରେ ୟୁରିଆ ସାରର ଚାହିଦା ରହିଛି । ଚାଷୀ ଠିକ୍‌ ସମୟରେ ଧାନ, କପାରେ ୟୁରିଆ ସାର ପ୍ରୟୋଗ ହୋଇପାରୁ ନାହିଁ ।

୩୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

୩୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୨୪।୯-ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଏବେ ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ସୋମବାର ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଓ ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତମାନେ ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। 

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଗିରଫ

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି/ ଚିତ୍ରକୋଣ୍ଡା, ୨୪ା୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ରବିବାର ରାତିରେ  ମାଓବାଦୀଙ୍କ ଗତିବିଦ୍ଧି ଉପରେ ନଜର ରଖିବାକୁ ରାସ୍ତାରେ ଗାଡିମୋଟର ଯାଞ୍ଚ  କରୁଥିବା ସମୟରେ ଏକ କାର୍‌ ଦ୍ରୁତଗତିରେ ଆସୁଥିବା ଦେଖି ଗାଡିକୁ ଅଟକାଇ ତନଖି କରିଥିଲା। 

ରାଜଧାନୀ କଲେଜରେ ଆଶାୟୀ ସମ୍ପାଦକ ପ୍ରାର୍ଥୀଙ୍କୁ ମାଡ଼ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଛାତ୍ରୀଛାତ୍ରଙ୍କ ଧାରଣା

ରାଜଧାନୀ କଲେଜରେ ଆଶାୟୀ ସମ୍ପାଦକ ପ୍ରାର୍ଥୀଙ୍କୁ ମାଡ଼ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଛାତ୍ରୀଛାତ୍ରଙ୍କ ଧାରଣା

ଭୁବନେଶ୍ୱର, ୨୪।୯(ବ୍ୟୁରୋ)- କଲେଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ର ଏବଂ ଅଣଛାତ୍ରଙ୍କୁ ତୁରନ୍ତ ଗିରଫ କର। ନଚେତ କଲେଜକୁ ଅଚଳ କରି ଦିଆଯିବ। ପୋଲିସକୁ ଏଭଳି ଚେତାବନୀ ଦେଇଛନ୍ତି ରାଜଧାନୀ କଲେଜ ଛାତ୍ରୀଛାତ୍ର। ଗତ କିଛିଦିନ ତଳେ କଲେଜ ପରିସରରେ ଦୁଇଜଣ ଛାତ୍ର ଓ ଦୁଇଜଣ ଅଣଛାତ୍ର ପ୍ରବେଶ କରି ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ଆଶାୟୀ ସମ୍ପାଦକ ପ୍ରାର୍ଥୀଙ୍କୁ ମାଡ଼ ମାରିଥିଲେ। 

ମଦ ବେପାରୀ ଗିରଫ

ମଦ ବେପାରୀ ଗିରଫ

ରୂପ୍‌ସା,୨୪।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ପରିକ୍ଷୀ ଫାଣ୍ଡି ଅନ୍ତର୍ଗତ ବାହାର୍ଦ୍ଦା ଗ୍ରାମର ମଦ ବେପାରୀ ରଘୁ ମାଝିଙ୍କୁ ପୋଲିସ ସୋମବାର ଗିରଫ କରିଛି। ତାଙ୍କଠାରୁ ୧୦ଲିଟର ଚୋରା ଦେଶୀ ମଦ ଜବତ ହୋଇଛି।

ପୂର୍ବ ଶତ୍ରୁତାରୁ ବୋମାମାଡ଼, ବାପପୁଅ ଆହତ

ଓଡ଼ଗାଁ,୨୪।୯(ସ୍ବ.ପ୍ର.)- ଓଡ଼ଗାଁରେ ପୂର୍ବ ଶତ୍ରୁତା ନେଇ ସୋମବାର ବୋମାମାଡ଼ ହୋଇଥିବା ବେଳେ ଏଥିରେ ସତ୍ୟନାରାୟଣ ସେନାପତି (୫୨) ଓ ପୁଅ ସୌମ୍ୟରଞ୍ଜନ ସେନାପତି (୨୨) ଆହତ ହୋଇଛନ୍ତି ା ଅପରାହ୍ନ ପ୍ରାୟ ୨ଟା୧୦ରେ ଥାନା ଓ ବନାଞ୍ଚଳ ଅଫିସ ନିକଟସ୍ଥ ସରକାରୀ ଏମଇ ସ୍କୁଲ ସାମନାରେ ବାପପୁଅଙ୍କ ଉପରକୁ ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲେ। 

ଗୋଟିଏ ରାତିରେ ୨ଜଣଙ୍କୁ ହତ୍ୟା, ବଣାଇଁରେ ଚାଞ୍ଚଲ୍ୟ

ଗୋଟିଏ ରାତିରେ ୨ଜଣଙ୍କୁ ହତ୍ୟା, ବଣାଇଁରେ ଚାଞ୍ଚଲ୍ୟ

ବଣାଇଁ,୨୪।୯(ଡି.ଏନ.ଏ.) : ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ରବିବାର ରାତିରେ ଘଟିଛି ୨ ଜଘନ୍ୟ ହତ୍ୟାକାଣ୍ଡ। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଓ ପୁଅର ଠେଙ୍ଗା ମାଡ଼ରେ  ବାପାଙ୍କ ଜୀବନ ଯାଇଛି। ଏହି ଡବଲ ମର୍ଡର ଘଟଣା ବଣାଇଁ ଅଞ୍ଚଳରେ ଚାଞ୍ଚଲ୍ୟ  ଖେଳାଇ ଦେଇଛି। ପୋଲିସ ସୂଚନାନୁଯାୟୀ, ଟିକାୟତପଲ୍ଲୀ ଥାନା ଟିକଟମାଟି ଗ୍ରାମର ଗଁ।ଦରୁ ଓରାମ ସ୍ତ୍ରୀ ବନ୍ଦିତା (୨୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି।

ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

କଟକ ଅଫିସ, ୨୪।୯: ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ ହୋଇଛି। ବହୁ ଚର୍ଚ୍ଚିିତ ଓଆର୍‌ଏଚ୍‌ଡିସି ଦୁର୍ନିତି ମାମଲରେ ବିନୋଦଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦଣ୍ଡିତ କରିଛନ୍ତି। 

ବ୍ୟାଟେରି ଚୋର କୋର୍ଟ ଚାଲାଣ

ବ୍ୟାଟେରି ଚୋର କୋର୍ଟ ଚାଲାଣ

ଦଶରଥପୁର,୨୩ା୯(ଡିଏନ୍‌ଏ)- ଟ୍ରାକ୍ଟରରୁ ବ୍ୟାଟେରି ଚୋରି ଅଭିଯୋଗରେ ରବିବାର ମଙ୍ଗଳପୁର ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଥାଲକୁଡ଼ି ପଞ୍ଚାୟତ ଅନ୍ତର୍ଗତ ଥାଲକୁଡ଼ି ଗ୍ରାମର ନାରାୟଣ ପାତ୍ର। ଏ ନେଇ ପୋଲିସ ଏକ ମାମଲା(୨୨୬/୧୮) ରୁଜୁ କରିଛି। 

ମଦ ଜବତ, ଜଣେ କୋର୍ଟ ଚାଲାଣ

ମଦ ଜବତ, ଜଣେ କୋର୍ଟ ଚାଲାଣ

ଦଶରଥପୁର,୨୩ା୯(ଡିଏନ୍‌ଏ)- ଚୋରା ମଦ ବ୍ୟବସାୟ ଅଭିଯୋଗରେ ମଙ୍ଗଳପୁର ପୋଲିସ ରବିବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତ ପାରିପଦା ଗ୍ରାମର ବୀରକିଶୋର ସାହୁ। ଏ ନେଇ ପୋଲିସ ଏକ ମାମଲା(୨୨୫/୧୮) ରୁଜୁ କରିଛି। 

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ

କଟକ ଅଫିସ,୨୩।୯: ଅଶାନ୍ତ ହୋଇପଡ଼ିଛି କଟକ। ଦିନକ ପୂର୍ବରୁ ସହରରେ ଏକ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଥିବା ବେଳେ ରବିବାର ପିଠାପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଭଗତପୁରର ଦିଲ୍ଲୀପ ସାହୁ।

ଛତିଆ ବିଟ୍‌ ହାଉସ୍‌ ପୋଲିସର ଚଢ଼ାଉ, ୩ ଅଭିଯୁକ୍ତ ଗିରଫ

ଛତିଆ ବିଟ୍‌ ହାଉସ୍‌ ପୋଲିସର ଚଢ଼ାଉ, ୩ ଅଭିଯୁକ୍ତ ଗିରଫ

ଛତିଆ,୨୩।୯( ଡି.ଏନ୍‌.ଏ): ଯାଜପୁର ଜିଲା ବୈରୀ ଥାନା ଅଧୀନ ଛତିଆ ବିଟ୍‌ ହାଉସ ପୋଲିସ ଶନିବାର ରାତିରେ ବିଭିନ୍ନ ଗ୍ରାମରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।