ଜୀବନଚର୍ଯ୍ୟା |

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ହାନିକାରକ

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ହାନିକାରକ
ବର୍ତ୍ତମାନ ମଣିଷ ସମାଜ ପ୍ରତିଟି ଛୋଟବଡ଼ କାର୍ଯ୍ୟ ଲାଗି ପ୍ଲାଷ୍ଟିକ୍‌ ଉପରେ ଏତେ ନିର୍ଭରଶୀଳ ଯେ, ଏହା ବିନା କିଛି କଳ୍ପନା କରିବା ଯେପରି ଅସମ୍ଭବ ମନେହେଉଛି।   ଉଦାହରଣ ସ୍ବରୂପ ଆମେ ପ୍ଲାଷ୍ଟିକ୍‌ ପାଣିବୋତଲକୁ ନେଇପାରିବା। ଏହାର ଚାହିଦା ଯେ କେତେ ବେଶି ତାହା କେବଳ କହିବା ବାହୁଲ୍ୟ ମାତ୍ର। ହେଲେ, ଏହା ସ୍ବାସ୍ଥ୍ୟ ପ୍ରତି କେତେ ହାନିକାରକ ସେ ଦିଗରେ ସମସ୍ତେ ଅବଗତ ନାହାନ୍ତି। ଜାଣନ୍ତୁ ସେ ସମ୍ପର୍କରେ...

- ବାହାରକୁ ଯିବା ବେଳେ ସାଙ୍ଗରେ ପାଣି ବୋତଲଟିଏ କାହାର ବା ଲୋଡ଼ା ନ ଥାଏ। ହେଲେ, ଆପଣ ଜାଣନ୍ତିକି ପ୍ଲାଷ୍ଟିକ୍‌ ବୋତଲ କିମ୍ବା ଅନ୍ୟ କଣ୍ଟେନର ଭିତରେ ପାଣି ଅଧିକ ସମୟ ରହିବା ଏବଂ ତାହା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ପ୍ଲାଷ୍ଟିକ ଧୀରେ  ଧୀରେ ତରଳିବା ଆରମ୍ଭ କରିଥାଏ। ବିଶେଷକରି ଗାଡ଼ିରେ ପାଣିବୋତଲ  ଅଧିକ ସମୟ ରଖିବା  କିମ୍ବା ଗାଡ଼ି ଷ୍ଟାର୍ଟ ରଖି ବାହାରକୁ ଯିବା ଦ୍ୱାରା ପାଣି ଗରମ ହେବା ସହ ଧୀରେ ଧୀରେ ପ୍ଲାଷ୍ଟିକ୍‌ ତରଳିଥାଏ। ଫଳରେ ସେଥିରୁ ଡାଇଅକ୍ସିନ୍‌ ନାମକ ଏକ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ, ଯାହାକି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ।

- ପ୍ଲାଷ୍ଟିକ୍‌ ବୋତଲରେ ଅଧିକ ସମୟ ପାଣି ରଖିଲେ ସେଥିରୁ ଫ୍ଲୋରାଇଡ୍‌, ଆର୍ସେନିକ୍‌ ଏବଂ ଆଲୁମିନିୟମ ଭଳି ଅନେକ ହାନିକାରକ ଉପାଦାନ ନିର୍ଗତ ହୋଇଥାଏ, ଯାହାକି ମଣିଷ ଶରୀର ପାଇଁ ସମ୍ପୂର୍ଣ୍ଣ ବିଷାକ୍ତ। ତେଣୁ ଏହି ପାଣି ପିଇବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ।

- କେବଳ ଏତିକି ନୁହେଁ, ପ୍ଲାଷ୍ଟିକ୍‌ ବୋତଲରେ ପାଣି ରଖି ପିଇବା ଦ୍ୱାରା ଶରୀରକୁ ବାଇଫେନିଲ୍‌ ଏ ନାମକ ଏକ ମାରାତ୍ମକ ଏଷ୍ଟ୍ରୋଜେନ୍‌ ମିମିକିଙ୍ଗ୍‌ କେମିକାଲ୍‌ ଯାଇଥାଏ।  ଏହା ମେଦବହୁଳତା, ଡାଇବେଟିସ୍‌, ପ୍ରଜନନ ସମସ୍ୟା ଭଳି ଅନେକ ରୋଗର କାରଣ ସାଜିଥାଏ।

- ବର୍ତ୍ତମାନ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି ଅନେକ କମ୍ପାନୀ ଭିଟାମିନ୍‌ ଏନ୍‌ରିଚିଡ୍‌ ପାଣି ବିକ୍ରୟ କରୁଛନ୍ତି। ହେଲେ ପ୍ଲାଷ୍ଟିକ୍‌ର ହାନିକାରକ ଉପାଦାନ ସାଙ୍ଗକୁ ଏହି ପାଣିରେ ମିଶାଯାଉଥିବା ହାଇ ଫ୍ରୁକ୍ଟୋଜ୍‌ କର୍ନ ସିରପ୍‌ ଏବଂ ଫୁଡ୍‌ କଲର ଶରୀର ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହେଉଛି।

- ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ୱାରା ଶରୀରକୁ ଯାଉଥିବା ହାନିକାରକ ରାସାୟନିକ ପଦାର୍ଥ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ। ଫଳରେ ଏହା ଏକାଧିକ ରୋଗର କାରଣ ହୋଇଥାଏ। ବିଶେଷକରି ଏଥିରେ ଥିବା ଥାଲେଟ୍ସ ନାମକ କେମିକାଲ ଲିଭର କ୍ୟାନ୍ସରର କାରଣ ସାଜିଥାଏ। 
   
All Right Reserved By

ଜୀବନଚର୍ଯ୍ୟା |

ଡାଇବେଟିସ୍‌ରୁ  ବି ଏହା ରଖେ ଦୂରେଇ...

ଡାଇବେଟିସ୍‌ରୁ ବି ଏହା ରଖେ ଦୂରେଇ...

ପରିବର୍ତ୍ତିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ ଏବେ କେତେକଙ୍କଠାରେ ଡାଇବେଟିସ୍‌ ଦେଖାଯାଉଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଅଣ୍ଡା ଖାଇଲେ ସୁଫଳ ମିଳିଥାଏ।

ଦାନ୍ତ ଘଷିବାର ଉପକାର

ଦାନ୍ତ ଘଷିବାର ଉପକାର

ନିୟମିତ ସକାଳୁ ଦାନ୍ତ ଘଷିବା ଦ୍ୱାରା ଆମର ଦାନ୍ତ କେବଳ ସଫା ରହେ ନାହିଁ କି ମୁହଁ ଦୁର୍ଗନ୍ଧ ଦୂର ହୁଏନାହିଁ, ଆମକୁ ହୃଦ୍‌ଘାତରୁ ରକ୍ଷାକରେ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି।

ଗୁଆ ଖାଇଲେ ହୁଏନାହିଁ ମଧୁମେହ

ଗୁଆ ଖାଇଲେ ହୁଏନାହିଁ ମଧୁମେହ

ସାଧାରଣତଃ ଗୁଆ ଚୋବାଇଲେ ମୁଖ ଗହ୍ବର କର୍କଟ ଆଶଙ୍କା ଥାଏ ବୋଲି କୁହାଯାଏ। ହେଲେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିିଛି ଗୁଆ ଖାଇଲେ ଆହୁରି କିଛି ଲାଭ ମିଳିଥାଏ। 

କୋଲଷ୍ଟରଲ କମାଇବା ପାଇଁ ସକାଳେ ପିଅନ୍ତୁ ଏହି ପତ୍ର ରସ...

କୋଲଷ୍ଟରଲ କମାଇବା ପାଇଁ ସକାଳେ ପିଅନ୍ତୁ ଏହି ପତ୍ର ରସ...

ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ଅନେକ ସୁଫଳ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି-୧୨ ରହିଛି। ଏହା ସହିତ ଏଥିରେ ୮୯ ପ୍ରତିଶତ ଜଳ, କାର୍ବୋହାଇଡ୍ରେଟ୍‌, ତନ୍ତୁ, ପ୍ରୋଟିନ୍‌,  ଭିଟାମିନ୍‌-ଏ, ସି, କେ,  ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌ ଆଦି ଉପାଦାନ ରହିଥାଏ ବୋଲି ଗବେଷକ କହିଥାନ୍ତି।

କିଡ୍‌ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଘରୋଇ ଚିକିତ୍ସା...

କିଡ୍‌ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଘରୋଇ ଚିକିତ୍ସା...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ କେତେକ ଘରୋଇ ଚିକିତ୍ସାରେ ମିଳିଥାଏ ସୁଫଳ। ପ୍ରତିଦିନ  ୨-୩ଟି ପାଚିଲା କଦଳୀ ଖାଇଲେ ଏଥିରୁ ମୁକ୍ତି ମିଳେ।

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଶୁଖିଲା କାଶ ହେଲେ ବାରମ୍ବାର କାଶ ହୋଇଥାଏ। ଅପରପକ୍ଷରେ କଫଯୁକ୍ତ କାଶରେ ଛାତିଥିବା କଫ କାଶ ସମୟରେ ବାହାରି ଯାଇଥାଏ। କାଶ ଯୋଗୁ ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ। 

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସାଗରେ ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱ ରହିଥାଏ। ରକ୍ତହୀନତା ରୋଗରେ ପାଳଙ୍ଗ ଶାଗ ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ। 

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁ ଏକ ଲୋକପ୍ରିୟ ଖାଦ୍ୟ। ଭାରତର ପ୍ରତିଟି ଅଞ୍ଚଳରେ ଏହାର ଚାହିଦା ରହିଛି। କେହି କେହି ଛତୁକୁ କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। 

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି। ଭଲ ସ୍ବାସ୍ଥ୍ୟ ପାଇବା ଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ଘଣ୍ଟା ଶୋଇବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ନିଦ୍ରାହୀନତା ଏକ ପ୍ରମୁଖ ରୋଗ ପାଲଟିଲାଣି।

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ସ୍ବାସ୍ଥ୍ୟ ପାଇଁ ପନିପରିବା ଅତି ଉପକାରୀ। ପନିବରିବା ମଧ୍ୟରେ ବିଲାତି ବାଇଗଣ ଏକ ଘରେ ଘରେ ଏକ ମୁଖ୍ୟ ପରିବା। ଦେଖିବାକୁ ଯେତିକି ସୁନ୍ଦର,ଦେହପାଇଁ ମଧ୍ୟ ଏହା ସେତିକି ଉପକାରୀ।

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍‌ ବିଟ୍‌ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।

ତ୍ୱଚା ପାଇଁ କଫି

ତ୍ୱଚା ପାଇଁ କଫି

ଉତ୍ତମ ସ୍କ୍ରବ୍‌ର କାମ କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ କଫି। ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ...