ଫୁରସତ |

ଚା’ କପ୍‌ରୁ ସବୁଜ ଅଙ୍କୁର: ୟୁଥ କ୍ଲବ 'ସବୁଜ ବାହିନୀ'

ଚା’ କପ୍‌ରୁ ସବୁଜ ଅଙ୍କୁର: ୟୁଥ କ୍ଲବ 'ସବୁଜ ବାହିନୀ'
ବ୍ରହ୍ମପୁର ସହରର ରାମଲିଙ୍ଗମ୍‌ ପୋଖରୀ ପାଖ ଚା’ ଦୋକାନ। ଯେଉଁଠି ପ୍ରତି ରବିବାର ଜମା ହୁଅନ୍ତି କେତେଜଣ ଯୁବକ। ହାତରେ ଚା’ କପ୍‌ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶ୍‌ ଜମେ ସେମାନଙ୍କ ଖଟି। ଏମିତି ଥରେ କଥା ପଡିଲା ଚା’କୁ ନେଇ। ଜଣେ କହିଲେ  ଚା’ର ରଙ୍ଗ ମାଟିଆ ସତ ହେଲେ ସ୍ବାଦ ଏବଂ ବାସ୍ନା କେତେ ବଢିଆ, ଯାହାକି ସୃଷ୍ଟି ହେଉଛି ସବୁଜ ଚା’ ପତ୍ରରୁ । ସତ୍ତା ହରାଇଥିଲେ ସୁଦ୍ଧା ସବୁଜ ଚା’ ପତ୍ର ଏହି ଯୁବକମାନଙ୍କ ଭିତରେ ଭରିଦେଇଥିଲା ସବୁଜ ସମାଜ ସୃଷ୍ଟି କରିବାର ପ୍ରତିବଦ୍ଧତା । ଆଉ ସେବେଠୁ ଜନ୍ମନେଲା ‘ସବୁଜ ବାହିନୀ’ । ଦିନେ ଚା’ ଖଟିରୁ ଜନ୍ମ ନେଇଥିବା ଏହି ସଂଗଠନ ଆଜି ବୃକ୍ଷରୋପଣ, ପରିବେଶ ସୁରକ୍ଷା, ରକ୍ତଦାନ, ଗୃହପାଳିତ ପଶୁଙ୍କ ଚିକିତ୍ସା ଭଳି ମହତ କାର୍ଯ୍ୟ ପାଇଁ ସୁଦୂର ପ୍ରସାରି ପରିଚୟ ହାସଲ କରିପାରିଛି । ଏହାର ସଭାପତି ଶିବରାମ ପାଣିଗ୍ରାହୀ କୁହନ୍ତି, ବର୍ତ୍ତମାନ ଆମ ବାହିନୀରେ ଥିବା ୨୮ ଜଣ  ସକ୍ରିୟ ସଦସ୍ୟଙ୍କ ମଧ୍ୟରେ କଲେଜ ପଢ଼ୁଆ ଛାତ୍ରଙ୍କ ସମେତ ବ୍ୟବସାୟୀ ଏବଂ ଅନ୍ୟାନ୍ୟ କାର୍ଯ୍ୟରତ ବ୍ୟକ୍ତିମାନେ ମଧ୍ୟ ରହିଛନ୍ତି । ତେବେ ସର୍ବପ୍ରଥମେ ମୁଁ ଏବଂ ମୋର ସାଙ୍ଗ ରବିନ କୁମାର ସାହୁ, ସନିଆ ଗୌଡ଼, ଶିବରାମ ବେହେରା, ପ୍ରଶାନ୍ତ ଭୂୟାଁ, ଏ. ପ୍ରକାଶ କୁମାର ଏବଂ ଏମ୍‌. ଦିଲୀପ କୁମାର ପ୍ରମୁଖ ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ଏବଂ ରକ୍ତଦାନ ଆଦି ସମାଜଧର୍ମୀ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ୨୦୧୬ ଅକ୍ଟୋବର ୨ ତାରିଖ ବା ଗାନ୍ଧୀ ଜୟନ୍ତୀରେ ସବୁଜ ବାହିନୀ ଗଠନ କରିଥିଲୁ। ସେବେଠୁ  ସହର ସାରା ବୁଲିବୁଲି ବୃକ୍ଷ ରୋପଣ କଲୁ। ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏବଂ ଅନ୍ୟାନ୍ୟ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସହଯୋଗ କଲେ । ଧୀରେ ଧୀରେ ସଦସ୍ୟ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଲା। ପରେ ଘରକୁ ଘର ବୁଲି ଚାରା ବଣ୍ଟନ କଲୁ।’ ଏହି କ୍ଲବ୍‌ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ କାହାର ଜନ୍ମଦିନ, ବିବାହ ଉତ୍ସବ ଭଳି ମାଙ୍ଗଳିକ କାର୍ଯ୍ୟଥିଲେ ସେଥିରେ ବୃକ୍ଷ ରୋପଣ ଭଳି ମହତ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତେବେ ନାଁ ସବୁଜ ବାହିନୀ ହୋଇଥିଲେ ବି  କେବଳ ବୃକ୍ଷ ରୋପଣରେ ସୀମିତ ନ ରହି କ୍ଲବ୍‌ ପକ୍ଷରୁ ପରିବେଶ ସୁରକ୍ଷା, ପଲିଥିନ୍‌ ବ୍ୟବହାର ନ କରିବା ଏବଂ ଅନ୍ୟାନ୍ୟ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି। ସମ୍ପାଦକ ଏମ୍‌. ଦିଲୀପ କୁମାରଙ୍କ କହିବାନୁଯାୟୀ, ଗ୍ରୀଷ୍ମ ଆରମ୍ଭରୁ ଯେପରି ରକ୍ତ ଭଣ୍ଡାରରେ ରକ୍ତର ଅଭାବ ନ ଦେଖାଦେଇଥାଏ ସେଥିପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ଶେଷକୁ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ଏହାସହ ରକ୍ତଦାନ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇ ଯୁବପିଢିଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରାଯାଉଛି।  ଅନ୍ୟପଟେ ଗୃହପାଳିତ ପଶଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଉଛି।  

-ଆଶୀର୍ବାଦ ରାଉତ

All Right Reserved By

ଫୁରସତ |

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ବ୍ରହ୍ମପୁର ଅଫିସ୍‌,୧୯ା୨-ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡ ଫୋନ୍‌ କାମ କରେ ନାହିଁ, ମୋବାଇଲ୍‌ ଫୋନ୍‌ ଅଚଳ ହୋଇଥାଏ ସେତେବେଳେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୁଏ ରେଡିଓ ଫ୍ରିକ୍ୟୁଏନ୍ସି।

ନାଗା ଜାତିର ଅଜବ ପରମ୍ପରା

ନାଗା ଜାତିର ଅଜବ ପରମ୍ପରା

ସାଧାରଣତଃ ଯୁବତୀ ଯୁବକମାନଙ୍କୁ ଅନେକ କାଇଦା କଟକଣା ଭିତରେ ରହିବାକୁ ପଡିଥାଏ। ବିଶେଷ କରି ଆମ ଦେଶ ଭାରତରେ ଏହା ପ୍ରଚଳିତ  ଅଛି। ଏଠାରେ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିବା ଅପରାଧ। 

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଏକ ଲୋକପ୍ରିୟ ପରିବା। ଏହାକୁ କେହି କେହି ସିଝାଇ ଖାଉଥିବାବେଳେ କେତେକ ଭାଜି ଅବା ଛାଣି ଖାଇଥାନ୍ତି। ଆଳୁରୁ ନାନା ପ୍ରକାର ସ୍ବାଦିଷ୍ଟ ତରକାରୀ ପ୍ରସ୍ତୁତ କରାଯାଇଥାଏ। ତେବେ ଏହାକୁ ସିଝାଇ ଖାଇଲେ ଶରୀରକୁ ସମନ୍ବିତ ପରିମାଣରେ ବିଭିନ୍ନ ପୋଷକ ତତ୍ତ୍ୱ ଆସିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...

ନାରୀ-ପୁରୁଷ ମଧ୍ୟରେ ବିବାହ ପରମ୍ପରା ପୂର୍ବରୁ ନ ଥିଲା। ପୁରାତନ କାଳରେ ମଣିଷ ପ୍ରାଣୀଙ୍କ ପରି ଶାରୀରିକ ସମ୍ପର୍କ ରକ୍ଷାକରୁଥିଲା। ସେତେବେଳେ ନାରୀମାନେ ସ୍ବତନ୍ତ୍ର ତଥା ଉନ୍ମୁକ୍ତ ଥିଲେ। ଯେ କୌଣସି ପୁରୁଷ ସହିତ ସେମାନେ ଶାରୀରିକ ସମ୍ପର୍କ ରଖୁଥିଲେ। 

କୁକିଂ ଏକ୍ସପର୍ଟ ରୋବୋ

କୁକିଂ ଏକ୍ସପର୍ଟ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। 

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। 

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଚାପଗ୍ରସ୍ତ ହୋଇଥାନ୍ତି ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି। 

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଚାଇନାର ଏକଛତ୍ରବାଦୀ ଶାସକ ଶି ହୁଆଙ୍ଗ ୧୩ ହଜାର ମହିଳାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ତାଙ୍କ ସନ୍ତାନ ସଂଖ୍ୟା ୨୮ ଶହ ଥିଲା। ପ୍ରତିଦିନ ରାତିରେ ସେ ନୂଆ କୋଠରୀରେ ଜଣେ ନୂଆ ମହିଳାଙ୍କ ସହିତ କରୁଥିଲେ ରାତ୍ରଯାପନ। 

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଭିନ୍ନ ଭିନ୍ନ ଦେଶରେ ମହିଳାଙ୍କ ପାଇଁ ରହିଛି ଅଲଗା ନିୟମ। ସାଧାରଣତଃ ମହିଳାଙ୍କୁ ଅନେକ କାଇଦା କଟକଣାରେ ରହିବାକୁ ପଡିଥାଏ। ହେଲେ ପପୁଆ ନିଉଗିନିରେ ମହିଳାଙ୍କ ପାଇଁ ଯେଉଁ ନିୟମ ରହିଛି ତାହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। 

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ଶିକ୍ଷାବିତ୍‌ ତଥା ସାହିତି୍ୟକ ଡ. କୈଳାସ ଚନ୍ଦ୍ର ଟିକାୟତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଲାସ୍ୟମୟୀ ମାମା

ଲାସ୍ୟମୟୀ ମାମା

ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ। 

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ସଙ୍ଗୀତ ମୋର ବନ୍ଧୁ। ସଙ୍ଗୀତ ମୋର ପ୍ରାଣ। ସଙ୍ଗୀତକୁ ମୁଁ ପୂଜା କରେ। ସଙ୍ଗୀତକୁ ମୁଁ ପ୍ରାଣ ଦେଇ ଭଲପାଏ।’ ଏକଥା କହନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା।