ଜାତୀୟ |

କେରଳରେ ପାନୀୟ ଜଳ ସମସ୍ୟା

କେରଳରେ ପାନୀୟ ଜଳ ସମସ୍ୟା
କୋଚି,୧୯।୮: ବନ୍ୟା ଓ ବର୍ଷାରେ ଏବେ ବେହାଲ୍‌ ହୋଇଛି କେରଳ। ଯୁଆଡେ ଚାହିଁବ ସବୁଠି ଖାଲି ପାଣି ଆଉ ପାଣି। ହେଲେ ଏଠି ଏବେ ପିଇବା ପାଣି ମୁନ୍ଦାଏ ମିଳିବା କାଠିକର ପାଠ ହୋଇଛି। ଦୂଷିତ ପାଣି ପିଇ ଅନେକେ ଏହା ପରେ ରୋଗାକ୍ରାନ୍ତ ହେବା ଆଶଙ୍କା କରାଯାଉଛି। ବାହାରୁ ଆସୁଥିବା ପାଣି ପର୍ଯ୍ୟାପ୍ତ ହେଉ ନ ଥିବା ବେଳେ ଅନେକ ସ୍ଥାନକୁ ପାଣି ବୋତଲ ବା ପାଣି ପାଉଚ୍‌ ପଠାଇବା ସମ୍ଭବ ହେଉ ନାହିଁ। ତେବେ ପାଣିକୁ ଫୁଟାଇ ପିଇବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲେ ସୁଦ୍ଧା ଫୁଟାଇବାକୁ କୌଣସି ସୁବିଧା ନ ଥିବାରୁ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ସୂଚନାଯୋଗ୍ୟ, ନିକଟରେ ଦକ୍ଷିଣ ଭାରତୀୟ ରେଲଓ୍ବେ ପକ୍ଷରୁ ସିନଟେକ୍ସ ଟାଙ୍କି ମାଧ୍ୟମରେ ୨.୮ ଲକ୍ଷ ଲିଟର ପାଣି କେରଳ ପଠାଯାଇଥିଲା। ଏହାବ୍ୟତୀତ ବିଭିନ୍ନ ଆଡୁ ପାଣି ବୋତଲ ମଧ୍ୟ କେରଳ ପଠାଯାଇଛି। 
All Right Reserved By

ଜାତୀୟ |

ରାଫେଲ ଡିଲ୍‌କୁ ନେଇ ମୁହଁ ଖୋଲିଲେ ଫ୍ରାନ୍ସ ରାଷ୍ଟ୍ରପତି

ରାଫେଲ ଡିଲ୍‌କୁ ନେଇ ମୁହଁ ଖୋଲିଲେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୯: ଥମୁନି ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିକୁ ନେଇ ଦେଶରେ ଲାଗି ରହିଥିବା ବିବାଦ। ଫ୍ରାନ୍‌ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦ ଏହାକୁ ନେଇ ଏମିତି କିଛି କଥା କହିଛନ୍ତି ଯାହା ଏବେ ବେଶ୍‌ ଚର୍ଚ୍ଚିତ।

ଭାରତ ସହ ପାକିସ୍ତାନର ଆଲୋଚନା ରଦ୍ଦ, ଦୁର୍ଭାଗ୍ୟଜନକ କହିଲେ ଇମ୍ରାନ୍‌

ଭାରତ ସହ ପାକିସ୍ତାନର ଆଲୋଚନା ରଦ୍ଦ, ଦୁର୍ଭାଗ୍ୟଜନକ କହିଲେ ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୨।୯: ନ୍ୟୁୟର୍କରେ ଜାତିସଂଘ ସମ୍ମିଳନୀରେ ଭାରତ-ପାକ୍‌ ବୈଦେଶୀକ ମନ୍ତ୍ରୀସ୍ତରୀୟ ଆଲୋଚନାକୁ ରଦ୍ଦ କରିଛି ଭାରତ। ଏହାପରେ କିନ୍ତୁ ଏକ ପ୍ରକାର ବିଗିଡି ଯାଇଛି ପାକିସ୍ତାନର ମିଜାଜ୍‌। 

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଅମୃତସର, ୨୧।୯: ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ସୁଦୂର ଆମେରିକାରୁ ଅମୃତସର ଚାଲି ଆସିଛନ୍ତି ଜଣେ ମହିଳା। ଏହି ମହିଳାଙ୍କ ନାମ ହ୍ବିଟନ୍‌ ହ୍ୟାରିସ୍‌। ସେ ଆମେରିକାରେ ଏକ ଜିମ୍‌ରେ ଟ୍ରେନର ଭାବେ କାମ କରନ୍ତି।

ଗର୍ଭବତୀଙ୍କୁ ଚିକିତ୍ସା ବଦଳରେ ଗୋଇଠା ମାରିଲେ ଡାକ୍ତର: ମାଆ, ଶିଶୁ ମୃତ

ଗର୍ଭବତୀଙ୍କୁ ଚିକିତ୍ସା ବଦଳରେ ଗୋଇଠା ମାରିଲେ ଡାକ୍ତର: ମାଆ, ଶିଶୁ ମୃତ

ଡେରାଡୁନ,୨୧।୯: ଉତ୍ତରାଖଣ୍ଡ ଡେରାଡୁନର ଜଣେ ମହିଳା ଗର୍ଭ ଯନ୍ତ୍ରଣା ହେବାରୁ ନିକଟସ୍ଥ ମହିଳା ହସ୍ପିଟାଲ ଆସିଥିଲେ। ହେଲେ ସେଠାରେ ତାଙ୍କୁ ୩ଦିନ ପର୍ଯ୍ୟନ୍ତ ବେଡ୍‌ ମିଳି ନ ଥିଲା।

ସ୍ବାମୀ ଜିନ୍ସ ନ ପିନ୍ଧିବାରୁ ଚତୁର୍ଥୀ ରାତିରେ ଶାଶୁଘର ଛାଡିଲେ ନବବଧୂ

ସ୍ବାମୀ ଜିନ୍ସ ନ ପିନ୍ଧିବାରୁ ଚତୁର୍ଥୀ ରାତିରେ ଶାଶୁଘର ଛାଡିଲେ ନବବଧୂ

ହରିୟାଣା,୨୧।୯: ଆଧୁନିକ ଯୁଗରେ ଯୁବତୀ ଜଣଙ୍କର ଆବଶ୍ୟକ ଥିଲା ଜଣେ ଜିନ୍ସ ପିନ୍ଧା ସ୍ବାମୀ। ହେଲେ ସେ ଯାହାଙ୍କୁ ବିବାହ କରିଥିଲେ ସେ ପିନ୍ଧିଥିଲେ ଧୋତି-ପଞ୍ଜାବି ଓ ମୁହଁରେ ଥିଲା ଦାଢି। 

ଅନ୍‌ଲାଇନ୍‌ ରହିବାକୁ ପସନ୍ଦ କରନ୍ତି ଭାରତୀୟ

ଅନ୍‌ଲାଇନ୍‌ ରହିବାକୁ ପସନ୍ଦ କରନ୍ତି ଭାରତୀୟ

ନୂଆଦିଲ୍ଲୀ,୨୧।୯: ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଭାରତୀୟମାନେ ସର୍ବଦା ଅନ୍‌ଲାଇନ୍‌ ରହିବାକୁ ପସନ୍ଦ କରନ୍ତି। 

୪୫ ଦିନରେ ମଲେଣି ୭୧ ଶିଶୁ

୪୫ ଦିନରେ ମଲେଣି ୭୧ ଶିଶୁ

ବାହରାଇଚ,୨୧।୯: ଉତ୍ତର ପ୍ରଦେଶର ବାହରାଇଚରେ ୪୫ ଦିନ ମଧ୍ୟରେ ଏକ ସରକାରୀ ହସ୍ପିଟାଲରେ ପାଖାପାଖି ୭୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଭିନ୍ନ ଭିନ୍ନ ରୋଗରେ ଶିଶୁମାନେ ଏଠାରେ ଭର୍ତ୍ତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ୭୧ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡିକେ ସିଂ।

ଡରାଉଛି ଡିପ୍‌ଥେରିଆ

ଡରାଉଛି ଡିପ୍‌ଥେରିଆ

ନୂଆଦିଲ୍ଲୀ,୨୧।୯: ରାଜଧାନୀ ଦିଲ୍ଲୀରେ ଗତ ୨ ସପ୍ତାହ ମଧ୍ୟରେ ଡିପ୍‌ଥେରିଆରେ ପାଖାପାଖି ୧୧ ଜଣ ଶିଶୁ ମୃତ୍ୟୁ ମୁଖରେ ପଡିଥିବା ସୂଚନା ମିଳିଛି। ନଗର ନିଗମରେ ଥିବା ମହର୍ଷି ବାଲ୍ମିକୀ ସଂକ୍ରାମକ ରୋଗ ହସ୍ପିଟାଲରେ ଘଟିଛି ଏହି ଘଟଣା। 

ବିବାହର ପ୍ରତିଶ୍ରୁତି ଦେଇ ଏକ ବର୍ଷ ଧରି କଲେଜ ଛାତ୍ରୀଙ୍କୁ ବଳାତ୍କାର କରୁଥିଲେ ରାଜସ୍ବ ଅଧିକାରୀ

ବିବାହର ପ୍ରତିଶ୍ରୁତି ଦେଇ ଏକ ବର୍ଷ ଧରି କଲେଜ ଛାତ୍ରୀଙ୍କୁ ବଳାତ୍କାର କରୁଥିଲେ ରାଜସ୍ବ ଅଧିକାରୀ

ଇନ୍ଦୋର,୨୧।୯: ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ରାଜସ୍ବ ଅଧିକାରୀ ବିବାହ ପ୍ରତିଶ୍ରୁତି ଦେଇ ଏକ ବର୍ଷ ଧରି ବଳାତ୍କାର କରୁଥିବା ଅଭିଯୋଗ ହୋଇଛି। 

ମଦନିଶାରେ ଚୁର୍‌ ଷ୍ଟେଶନ ମାଷ୍ଟରଙ୍କ ହଙ୍ଗାମା: ସିଗନାଲ୍‌ ନ ପାଇ ଅଟକି ରହିଲା ଅନେକ ଟ୍ରେନ୍‌, ଭିଡ଼ିଓ ଭାଇରାଲ

ମଦନିଶାରେ ଚୁର୍‌ ଷ୍ଟେଶନ ମାଷ୍ଟରଙ୍କ ହଙ୍ଗାମା: ସିଗନାଲ୍‌ ନ ପାଇ ଅଟକି ରହିଲା ଅନେକ ଟ୍ରେନ୍‌, ଭିଡ଼ିଓ ଭାଇରାଲ

ମୁଜଫରପୁର,୨୧।୯: ବିହାର ମୁଜଫରପୁର ଅନ୍ତର୍ଗତ ସମସ୍ତିପୁରର  ସିହୋ ଷ୍ଟେଶନରେ ଘଟିଛି ଏକ ଅଘଟଣ। ଏହି ଷ୍ଟେଶନର ଷ୍ଟେଶନ ମାଷ୍ଟର ରାକେଶ କୁମାର ମଦନିଶାରେ ଚୁର୍‌ ହୋଇ ଗୁରୁବାର ରାତିରେ ହଙ୍ଗାମା କରିଥିଲେ। ପରେ ସେ ବେହୋଶ୍‌ ହୋଇଯାଇଥିଲେ। 

ଇଣ୍ଡିଗୋ ଏୟାର ଲାଇନ୍ସ୍‌ ବସ୍‌ରେ ଅଗ୍ନିକାଣ୍ଡ

ଇଣ୍ଡିଗୋ ଏୟାର ଲାଇନ୍ସ୍‌ ବସ୍‌ରେ ଅଗ୍ନିକାଣ୍ଡ

ଚେନ୍ନାଇ,୨୧।୯: ଯାତ୍ରୀଙ୍କ ସୁରକ୍ଷା ପ୍ରତି ଘରୋଇ ବିମାନ କମ୍ପାନୀଗୁଡ଼ିକ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। 

ଅପହରଣ ପରେ ୩ ପୋଲିସ କର୍ମଚାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଅପହରଣ ପରେ ୩ ପୋଲିସ କର୍ମଚାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୨୧।୯: ଜମ୍ମୁ-କଶ୍ମୀର ଶୋପିଆନ୍‌ରୁ ୩ ସ୍ପେସାଲ ପୋଲିସ ଅଫିସର ଏବଂ ଜଣେ କନେଷ୍ଟବଳଙ୍କୁ ଆତଙ୍କବାଦୀମାନେ ଶୁକ୍ରବାର ଅପହରଣ କରି ନେଇଥିଲେ। ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ହତ୍ୟା କରି ଦକ୍ଷିଣ କଶ୍ମୀରରେ ପକାଇ ଦେଇଛନ୍ତି।