ଜାତୀୟ |

ରାୟପୁର ମୁହାଁ ଲୋନର୍ସ ଗ୍ରୁପ୍‌ ହାତୀପଲ: ୫ ବର୍ଷରେ ୫୫ ଲୋକଙ୍କ ଜୀବନ ନେଇଛି

ରାୟପୁର ମୁହାଁ ଲୋନର୍ସ ଗ୍ରୁପ୍‌ ହାତୀପଲ: ୫ ବର୍ଷରେ ୫୫ ଲୋକଙ୍କ ଜୀବନ ନେଇଛି
ରାୟପୁର,୧୯।୮: ଛତିଶଗଡ଼ ରାଜ୍ୟ ମୁଖ୍ୟାଳୟ ମୁହାଁ ହୋଇଛନ୍ତି ଉଗ୍ର ହାତୀପଲ ଲୋନର୍ସ ଗ୍ରୁପ୍‌। ଦଳର ୧୪ଟି ହାତୀ ବାଟଭୁଲି ମହାସମୁନ୍ଦ ଜିଲା ସୀମାରେ ରହିଛନ୍ତି। ରାୟପୁରରେ ପ୍ରବେଶ କରିବା ଲାଗି ସେମାନଙ୍କୁ ମହାନଦୀ ପାର ହେବାକୁ ପଡ଼ିବ। ମହାନଦୀ ପାର ହେଲେ ହାତୀପଲ ଫେରିବା କଷ୍ଟକର ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଏହି ହାତୀପଲ କୋରବା ମଣ୍ଡଳରେ ରହୁଥିବାବେଳେ ଏଥିରେ ୪୬ ହାତୀ ଅଛନ୍ତି। ଗତ ୫ ବର୍ଷ ମଧ୍ୟରେ ହାତୀପଲ ୫୫ ଲୋକଙ୍କୁ କଚାଡ଼ି ମାରିଥିବା ରାଜ୍ୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ବନ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି।
All Right Reserved By

ଜାତୀୟ |

ଦେଶରେ ଗଡ଼ିବ ଇଞ୍ଜିନ ବିହୀନ ଟ୍ରେନ୍‌

ଦେଶରେ ଗଡ଼ିବ ଇଞ୍ଜିନ ବିହୀନ ଟ୍ରେନ୍‌

ମୋରଦାବାଦ,୧୬।୧୧: ଭାରତର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ୍‌ ‘ଟ୍ରେନ୍‌-୧୮’ ଖୁବ୍‌ଶୀଘ୍ର ଧାରଣା ଉପରେ ଚଳାଚଳ କରିବାର ଯୋଜନା କରାଯାଉଛି। ବରେଲି-ମୋରଦାବାଦ ସେକ୍ସନ୍‌ରେ ଶନିବାର ଏହା ଏକ ସାଧାରଣ ଟ୍ରାକ୍‌ ଉପରେ ପରୀକ୍ଷଣ କରାଯିବ ବୋଲି ସୂଚାନା ମିଳିଛି। 

ରାଜା ଭାଇ ଗଢିବେ ନୂଆଦଳ

ରାଜା ଭାଇ ଗଢିବେ ନୂଆଦଳ

ଲକ୍ଷ୍ନୌ,୧୬।୧୧: ଉତ୍ତର ପ୍ରଦେଶ ପ୍ରତାପ ଗଡ଼ ଜିଲା କୁଣ୍ଡାର ବାହୁବଳୀ ବିଧାୟକ ତଥା ସ୍ବାଧିନ ପ୍ରାର୍ଥୀ ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭାଇ ନିଜର ଏକ ରାଜନୈତୀକ ଦଳ ଗଠନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। 

ନାମ ପରିବର୍ତ୍ତନ ରାଜନୀତି: ଏବେ ବିଜନୌର ପାଳି

ନାମ ପରିବର୍ତ୍ତନ ରାଜନୀତି: ଏବେ ବିଜନୌର ପାଳି

ଲକ୍ଷ୍ନୌ,୧୬।୧୧: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏବେ ନାମ ବଦଳ ରାଜନୀତିକୁ ଦେଉଛନ୍ତି ଗୁରୁତ୍ୱ। ଇତିମଧ୍ୟରେ ଆହ୍ଲାବାଦ ପ୍ରୟାଗରାଜ ଏବଂ ଫୈଜାବାଦ୍‌ ଅଯୋଧ୍ୟା ଭାବେ ନାମିତ ହୋଇ ସାରିଛି।

ଥରୁର୍‌ଙ୍କୁ ଜବାବ୍‌ ଦେଲେ ମୋଦି

ଥରୁର୍‌ଙ୍କୁ ଜବାବ୍‌ ଦେଲେ ମୋଦି

ରାୟପୁର,୧୬।୧୧: ମଧ୍ୟପ୍ରଦେଶ ଅମ୍ବିକାପୁରଠାରେ ଏକ ନିର୍ବାଚନ ସଭାରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ କଂଗ୍ରେସ ନେତା ଶଶି ଥରୁର୍‌ଙ୍କୁ କରିଛନ୍ତି ଟାର୍ଗେଟ୍‌।

ଜୀବିତ କନ୍ୟାଙ୍କ ଅନ୍ତିମ ସଂସ୍କାର କଲେ ପରିବାର

ଜୀବିତ କନ୍ୟାଙ୍କ ଅନ୍ତିମ ସଂସ୍କାର କଲେ ପରିବାର

ପାଟନା,୧୬।୧୧: ମଧ୍ୟପ୍ରଦେଶ ଝାବୁଆ ଜିଲାର ବୋରି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। 

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା: ୧ ମୃତ

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା: ୧ ମୃତ

ହରିୟାଣା,୧୬।୧୧: ହରିୟାନାର ନାଁ କରା ଡ୍ୟାନ୍ସର ସପ୍‌ନା ଚୌଧୁରୀଙ୍କର ଏକ କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୧୨ ଜଣ ଆହତ ମଧ୍ୟ ହୋଇଛନ୍ତି।  ତେବେ ସପ୍‌ନାଙ୍କର ଏତେ ପ୍ରଶଂସକ ଅଛନ୍ତି ଯେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା।

 ନିର୍ବାଚନ ସଭାରେ ଦୋହଲିଲା ମଞ୍ଚ; ଫୁଲମାଳ ଛାଡ଼ି ଦୌଡ଼ିଲେ ଉମା

ନିର୍ବାଚନ ସଭାରେ ଦୋହଲିଲା ମଞ୍ଚ; ଫୁଲମାଳ ଛାଡ଼ି ଦୌଡ଼ିଲେ ଉମା

ନୌଗାଓ୍ବଁ/ହରପାଲପୁର,୧୬।୧୧:  ମଧ୍ୟପ୍ରଦେଶ ମହାରାଜପୁର ବିଧାନସଭା ଆସନଠାରେ ଚାଲିଥିବା ଏକ ନିର୍ବାଚନୀ ସଭାରେ ଘଟିଛି ଏକ ଅଭାବନୀୟ ଘଟଣା। 

‘ଗାଜା’କବଳରେ ତାମିଲନାଡୁ

‘ଗାଜା’କବଳରେ ତାମିଲନାଡୁ

ଚେନ୍ନାଇ,୧୬।୧୧: ସାମୁଦ୍ରିକ ଝଡ଼ ‘ଗାଜା’ ଶୁକ୍ରବାର ସକାଳେ ସ୍ଥଳଭାଗ ଛୁଇଁଥିଲା। ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳର ନାଗାପଟ୍ଟିନମ୍‌ ଓ ଭେଦାନିୟମ ମଧ୍ୟ ଦେଇ ଗତି କରିଛି।

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ନୂଆଦିଲ୍ଲୀ/ ବେଜିଂ,୧୬।୧୧: ଭାରତ ଉପରେ ପୁଣି ଡ୍ରାଗନ୍‌ ଆରମ୍ଭ କରିଛି ଦାଦାଗିରି। ଲଦାଖର ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। 

ସିବିଆଇ ଘରୋଇ କନ୍ଦଳ: ଆଲୋକ ବର୍ମାଙ୍କୁ ମିଳିବ ସିଭିସି ରିପୋର୍ଟ କପି

ସିବିଆଇ ଘରୋଇ କନ୍ଦଳ: ଆଲୋକ ବର୍ମାଙ୍କୁ ମିଳିବ ସିଭିସି ରିପୋର୍ଟ କପି

ନୂଆଦିଲ୍ଲୀ,୧୬।୧୧:  ସିବିଆଇ ଘରୋଇ କନ୍ଦଳରେ ଆଲୋକ ବର୍ମାଙ୍କୁ ସିଭିସି ରିପୋର୍ଟର ଏକ କପି ଦେବାକୁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ପରାମର୍ଶ ଦେଇଛନ୍ତି।

ସବରିମାଳା ମନ୍ଦିରରେ ପ୍ରବେଶ ପାଇଁ କୋଚି ବିମାନ ବନ୍ଦରରେ ତୃପ୍ତି ଦେଶାଇ

ସବରିମାଳା ମନ୍ଦିରରେ ପ୍ରବେଶ ପାଇଁ କୋଚି ବିମାନ ବନ୍ଦରରେ ତୃପ୍ତି ଦେଶାଇ

ବେଙ୍ଗାଲୁର୍‌,୧୬।୧୧: ସବରିମାଳା ମନ୍ଦିରରେ ପ୍ରବେଶ ପାଇଁ ଭୂମାତା ବିଗ୍ରେଡ୍‌ର ନେତ୍ରୀ ତୃପ୍ତି ଦେଶାଇ କୋଚି ବିମାନ ବନ୍ଦରରେ ପହଞ୍ଚିଛନ୍ତି ତେବେ ସୁରକ୍ଷାକର୍ମୀ ତାଙ୍କୁ ଘେରି ରହିଛନ୍ତି। 

ଅପହରଣ କରି ପୁଣି ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଅପହରଣ କରି ପୁଣି ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରରେ ଜଣେ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀ ଅପହରଣ କରିନେଇ ହତ୍ୟା କରିଛନ୍ତି। ତାଙ୍କ ମୃତଦେହ ପୁଲଓ୍ବାମା ଜିଲା କିଲୋରାଠାରୁ ଉଦ୍ଧାର କରାଯାଇଛି।